ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ୮ ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ରାଜ୍ୟରେ ୧୧ ତାରିଖ ଦିନ ବର୍ଷାର ପରିମାଣ ବଢ଼ିବ। ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବି ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।ଅପରପକ୍ଷରେ ୧୨ ତାରିଖ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ। ୧୩ ତାରିଖଠାରୁ ନୂଆପଡ଼ା ଓ ନବରଙ୍ଗପୁର ଜିଲା ବ୍ୟତୀତ ବାକି ସବୁଠି ପାଗ ମୁଖ୍ୟତଃ ଶୁଖିଲା ରହିବ।
Author: sanitelevision
ନେପାଳରେ ବିସ୍ଫୋରକ ସ୍ଥିତି ଉପୁଜିଛି। ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି। ସୋମବାର ଆରମ୍ଭ ହୋଇଥିବା ହିଂସା ନ ଥମିବାରୁ ନେପାଳ ସରକାର ଏହି ନିଷେଧାଦେଶ ଉଠାଇଦେଇଥିଲେ ବି ଆନ୍ଦୋଳନକାରୀ ଥଣ୍ଡା ପଡ଼ିନାହାନ୍ତି। ସେମାନେ ମଙ୍ଗଳବାର ବ୍ୟାପକ ହିଂସା ଘଟାଇବା ସହ ପୋଡ଼ାଜଳା କରିଛନ୍ତି। ତେବେ ହିଂସାତ୍ମକ ପ୍ରଦର୍ଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲନାଥ ଖନାଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକାରଙ୍କ ଜୀବନ ଚାଲିଯାଇଛି। ପ୍ରଦର୍ଶନକାରୀମାନେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିବା ଆକ୍ଷେପ କରାଯାଉଛି। ନେପାଳୀ ଗଣମାଧ୍ୟମରେ ପ୍ରକାଶିତ ଦାବି ଅନୁଯାୟୀ, ତାଙ୍କୁ କୀର୍ତିପୁର୍ ବର୍ନ ହସ୍ପିଟାଲ୍କୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।ଝାଲନାଥ ଖନାଲ ୨୦୧୧ରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଖୁବ୍ କମ୍ ସମୟ ଥିଲେ ମଧ୍ୟ, ନେପାଳର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ସେ ସିପିଏନ୍…
ଦିଲ୍ଲୀରୁ ଫେରିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ମନମୋହନ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡିର ଦଳୀୟ ନିଷ୍ପତ୍ତି, ଭାଜପା ନିଜ ରାସ୍ତାରେ ଅଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ, ବୋର୍ଡ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମନମୋହନ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଆଲୋଚନା ହେଲେ ଖୁବଶୀଘ୍ର ଜଣାଇଦିଆଯିବ ବୋଲି କହିଛନ୍ତି ମନମୋହନ।ସେପଟେ ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ ହେବ। ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ। ମୁଖ୍ୟତଃ ରାଜସ୍ବ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ଅଛି ।
ପାଖେଇ ଆସୁଛି ପାର୍ବଣ ପୂଜା । ଧରାବତରଣ କରିବେ ଦଶଭୁଜା । ମହିଳାଙ୍କ ସୁରକ୍ଷା ନେଇ ବଢିଲା ପୋଲିସର ଚିନ୍ତା । ପୂଜା ସମୟରେ ମହିଳା ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସମସ୍ତ ଥାନାକୁ ପୋଲିସ ଡିଜି ୱାଇ.ବି. ଖୁରାନିଆ ପରାମର୍ଶ ଦେଇଛନ୍ତି । ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବା ପାଇଁ ସମସ୍ତ ପୋଲିସ ଜିଲ୍ଲା ଏସ୍ପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ଭୁବନେଶ୍ବର ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସହର । ଏଭଳି ସବୁ ସହରରେ ମହିଳା କିଭଳି ସୁରକ୍ଷିତ ମଣିବେ ସେ ନେଇ ପୋଲିସ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।
ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ । ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ପଦବି । ତିରୁପତି, ଦେବୁଜି, କୁମା ଦାଦା, ଚେତନ ପରି ଅନେକ ନାଁରେ ସେ ପରିଚିତ । ଥିପୁରି ତିରୁପତି ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରୀ କମାଣ୍ଡ ମୁଖ୍ଯ ଦାୟିତ୍ୱରେ ଥିଲେ। ସେ କେନ୍ଦ୍ରୀୟ କମିଟି ସଦସ୍ୟ, ପଲିଟ ବ୍ଯୁରୋ ସଦସ୍ଯ, ସେଣ୍ଟ୍ରାଲ ରିଜିଓନାଲ ବ୍ଯୁରୋ ସଦସ୍ଯ ଥିଲେ। କମ୍ଯୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ଯୁରୋ ଦାୟିତ୍ବରେ ବି ଥିଲେ ସେ।
ନେପାଳରେ ସୋସିଆଲ ମିଡିଆ ଆପ୍ ବନ୍ଦ ହେବା ପରେ ଜେନ-ଜି ପିଢି ଭୟଙ୍କର ବିକ୍ଷୋଭ କରୁଛନ୍ତି । ଫଳରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି ।ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି । ତେବେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ। ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିବା…
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ଆବେଦନରେ କହିଛନ୍ତି, ତାଙ୍କର ‘ଫେକ୍ ଅନ୍ତରଙ୍ଗ ଫଟୋଗୁଡ଼ିକର କପି, ମଗ୍ ଏବଂ ଅନ୍ୟାନ୍ୟ ଜିନିଷକୁ ବିକ୍ରି କରିବା ପାଇଁ ବ୍ୟବହାର କରାଯାଇଛି। ସେହି ସମୟରେ ସ୍କ୍ରିନସଟରେ ଥିବା ଫଟୋଗୁଡ଼ିକୁ ବିକୃତ କରାଯାଇଛି, ସେଗୁଡ଼ିକ ସମସ୍ତ AI ଜେନେରେଟେଡ୍। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୫, ୨୦୨୬ରେ ହେବ।ଐଶ୍ୱର୍ଯ୍ୟାଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ ସନ୍ଦୀପ ସେଟ୍ଟୀ ଯୁକ୍ତି ଦେଇଥିଲେ ଯେ ବାଣିଜି୍ୟକ ଲାଭ ଏବଂ ଅନୁପଯୁକ୍ତ ବିଷୟବସ୍ତୁ ପାଇଁ ତାଙ୍କ ବ୍ୟକ୍ତିତ୍ୱର ବହୁଳ ପରିମାଣରେ ଅପବ୍ୟବହାର କରାଯାଉଛି। ସେ ଦର୍ଶାଇଥିଲେ ଯେ ଅନେକ ୱେବସାଇଟ ନିଜକୁ ଐଶ୍ୱର୍ଯ୍ୟାଙ୍କ ସରକାରୀ ପ୍ଲାଟଫର୍ମ…
ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି। ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ । ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ।ଏହାପରେ ଯାଇ ସମ୍ପୃକ୍ତ ସଂସ୍ଥାକୁ ଜଳ ସମ୍ପଦ ବିଭାଗ ଅନୁମତି ଦେବ । ପାଇପ୍ ଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି ହୋଇଛି SOP । ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି, ଆବେଦକ ସଂସ୍ଥା ଯଥା ଶିଳ୍ପ, ସରକାରୀ ସଂଗଠନ ଏବଂ ପୌର ସଂସ୍ଥା ଇଞ୍ଜିନିୟର-ଇନ୍-ଚିଫ୍, ଡବ୍ଲ୍ୟୁଆରଙ୍କ ନିକଟରେ ଆରଓଡବ୍ଲ୍ୟୁ ଅନୁମତି ପାଇଁ ଆବେଦନ କରିବେ । ବିଭାଗୀୟ ଅଧିକାରୀ ପ୍ରସ୍ତାବଟି ଯାଞ୍ଚ କରିବା ସହ କ୍ଷେତ୍ର ପରିଦର୍ଶନ କରିବେ । ରାସ୍ତାରେ DoWR ସମ୍ପତ୍ତି ସମେତ ସମସ୍ତ ଜଳଭଣ୍ଡାର କ୍ରସିଂ ଯାଞ୍ଚ କରାଯିବ ।ଆଲାଇନମେଣ୍ଟ ଡିଓଡବ୍ଲ୍ୟୁଆର୍ ଜମିର ଶେଷ ଭାଗରେ ହେବା ଉଚିତ ଏବଂ ଭବିଷ୍ୟତରେ…
ରିଲ୍ସ ନିଶା ବଢ଼ାଉଛି ଘରୋଇ ହିଂସା । ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ – ୨୦୨୫ ଏବଂ ଯୌତୁକ ନିଷେଧ ଅଧିନିୟମ – ୧୯୬୧ ବିଷୟରେ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଏହା ଉପରେ ଗୁରୁତ୍ବ ଦେବା ନେଇ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂଜା ସମୟରେ ଉପବାସରେ ରହିବା ଭଳି ରିଲ୍ସ, ସୋସିଆଲ ମିଡିଆ ଓ ମୋବାଇଲଠାରୁ କିଛି ସମୟ ମହିଳା ବିରତି ନିଅନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି । ଆଜି ଲୋକସେବା ଭବନ କନଭେନସନ ହଲରେ ଯୌତୁକ ଏବଂ ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ନେଇ କର୍ମଶାଳା ଆୟୋଜିତ ହୋଇଥିଲା । ଭଦ୍ରକରୁ ଆସିଥିବା ମହିଳା ସମାଜସେବୀ ସୋଫିଆ ସେଖ୍ କହିଥିଲେ, ଆଜିକାଲି ରିଲ୍ସ, ସୋସିଆଲ ମିଡିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢୁଛି । ତେଣୁ ଏହା ଉପରେ ଦୃଷ୍ଟି ଦିଆଯିବା ଦରକାର ।…
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୦,୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୧,୧୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୦,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୧,୧୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ୯୯,୮୫୦ ଟଙ୍କା ଥିଲା । ଏଥିରେ ୧,୨୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୨,୭୨୦ ଟଙ୍କା ରହିଛି । ଗତକାଲି ୮୧,୭୦୦ ଟଙ୍କା ଥିଲା । ଏଥିରେ ୧,୦୨୦ ଟଙ୍କା ବୃଦ୍ଧି ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୩୦,୦୦୦ ଟଙ୍କା ହୋଇଛି ।









