Author: sanitelevision

ଉନ୍ନତ ପବ୍ଲିକ ୱାଇ-ଫାଇ ବ୍ୟବସ୍ଥା ଆଣିବା ଲାଗି ପ୍ରସ୍ତୁତି କରୁଛନ୍ତି ସରକାର। ଏହାଦ୍ୱାରା ୟୁଜରଙ୍କ ଅଭିଜ୍ଞତା ଉନ୍ନତ କରିବା ଏବଂ ଡିଜିଟାଲ ନେଣଦେଣରୁ ଅଧିକ ସୁରକ୍ଷିତ କରିବା ଉପରେ ଫୋକସ କରାଯାଇଛି ।ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍‌ୱାର୍ଡ ରହିବ। ଏଥିରେ ବ୍ୟବହାରକାରୀ ମାନଙ୍କୁ ହଟ୍‌ସ୍ପଟ୍‌ ପାଇଁ ଅଲଗା ଭାବେ ଓଟିପି ଦରକାର ପଡ଼ିବ ନାହିଁ। ସାରା ଦେଶରେ ଥିବା ୪ ଲକ୍ଷରୁ ଅଧିକ ୱାଇ-ଫାଇ ହଟ୍‌ସ୍ପଟ୍‌ରେ ଗୋଟିଏ ଓଟିପି କିମ୍ବା ପାସ୍‌ୱାର୍ଡରେ ଲଗ୍‌ ଇନ୍‌ କରିହେବ।ସାର୍ବଜନୀନ ୱାଇ-ଫାଇକୁ ସୁରକ୍ଷିତ କରିବା ଲାଗି ୱାଇଫାଇ ପ୍ରୋଟେକ୍ଟେଡ ଆକ୍ସେସ ୩ ଭଳି ମାନକ ଲାଗୁ କରାଯାଇଛି। ଏହାଦ୍ୱାରା ଭିଡ ଇଲାକା ଗୁଡିକରେ ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ଲାଗି ଅତିରିକ୍ତ ସୁରକ୍ଷା କଭର ଆସିବ । ସରକାର ପ୍ରସ୍ତାବିତ ୱାଇଫାଇ ସିଷ୍ଟମରେ ଅପରେଟରଙ୍କ ଲାଗି ଆୟର ମଡେଲ ଭାବେ ବିକଶିତ କରିବାକୁ ଯୋଜନା ରଖିଛନ୍ତି । ଏଥିଲାଗି…

Read More

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନିଜକୁ ପୁଲିସ ଏସ ଆଇ କହି ଲୋକଙ୍କୁ ଲଗାଉଥିଲେ ଚୂନ । କାହାକୁ କମ ଦରରେ କ୍ରିକେଟ ମ୍ୟାଚ ଟିକେଟ କରାଇ ଦେବାର ପ୍ରତିଶ୍ରୁତି ତ ଆଉ କାହାକୁ କମ ଦାମରେ ଜମି ଦେବାର ଲୋଭ ଦେଖାଉଥିଲେ । ଏଭଳି ତିନିଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ବାପ ପୁଅଙ୍କୁ ଗିରଫ କରିଛି ଏୟାରଫିଲଡ ଥାନା ପୁଲିସ।ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା ଜାରି ରଖିଛି ଏୟାରଫିଲ୍ଡ ଥାନା ପୋଲିସ ।ଏମାନେ ବରଗଡ଼ ଥାନା ଅଞ୍ଚଳରେ ରହୁଥିବା ଭଡା ଘରେ ଚଢାଉ କରିଥିଲା ଏୟାରଫିଲ୍ଡ ପୋଲିସ। ସେଠାରୁ ଦୁଇଟି ସ୍କୁଟି . ଲାପଟପ ୭ମୋବାଇଲ ଫୋନ ଜବତ କରାଯାଇଛି l ଚାଉଳ ବସ୍ତା ଓ ଡାଲି ଟିଣ ଭିତରେ ଲୁଚାଇ ରଖି ଥିବା ୪ଟି ମୋବାଇଲ ପୁଲିସ ଜବତ…

Read More

ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ପାଖାପାଖି ୩୬ ହଜାର ଏକର ଜମିରୁ ୨୫ରୁ ୨୬% ଜମି ଦଖଲରେ ରହିଛି । ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବ । ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ବଡ କର୍ପସ ଫଣ୍ଡ ଗଠନ ହୋଇପାରିବ । ଅନ୍ୟପଟେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଆସିବ ନୂଆ ଆଧ୍ୟାତ୍ମିକ ଚ୍ୟାନେଲ । ୨୪ ଘଣ୍ଟିଆ ଚ୍ୟାନେଲ ଆସିବ, ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି । ଚ୍ୟାନେଲ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ଲୋକଙ୍କୁ ଅବଗତ କରାଯିବ ।

Read More

ଚଳିତ ଆଇପିଏଲର ପ୍ଲେ-ଅଫ୍ କ୍ରୀଡ଼ାସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରୁ ଫାଇନାଲ୍ ମ୍ୟାଚକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ପରବର୍ଷ ଫାଇନାଲ୍ ମ୍ୟାଚ ଆୟୋଜନ କରିବାର ଅଧିକାର ପ୍ରଦାନ କରାଯାଇଥାଏ । ଗତ ବର୍ଷ ବେଙ୍ଗାଲୁରୁ (ଆରସିବି) ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଫଳ ସ୍ୱରୂପ ଆରସିବିର ଘରୋଇ ଗ୍ରାଉଣ୍ଡ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ ଫାଇନାଲ୍ ମ୍ୟାଚ ଆୟୋଜନ କରିବା କଥା । ମାତ୍ର ବିସିସିଆଇ ଫାଇନାଲ ମ୍ୟାଚକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମକୁ ସ୍ଥାନାନ୍ତରିତ କରିଛି ।ମେ’ ୩୧ରେ ଫାଇନାଲ ଖେଳାଯିବ। କ୍ରମାଗତ ଦ୍ବିତୀୟ ଥର ପାଇଁ ଅହମ୍ମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବ।ବିସିସିଆଇ ଘୋଷଣା କରିଛି; କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ (କେଏସ୍‌ସିଏ) ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ପୂରଣ କରିବା ବିସିସିଆଇ ପ୍ରତିଷ୍ଠିତ ମାର୍ଗଦର୍ଶିକାର ପରିପନ୍ଥୀ। ଫଳରେ ଫାଇନାଲକୁ ଆମେ ସ୍ଥାନାନ୍ତର କରୁଛୁ। ୨୦୨୫ରେ ଖରାପ…

Read More

ବିହାର ରାଜନୀତିରେ ଆଜି ଏକ ବଡ଼ ଦିନ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱାଧୀନ ନୂତନ ସରକାରର ଆଜି ପ୍ରଥମ କ୍ୟାବିନେଟ୍ ବିସ୍ତାର ହୋଇଛି। ୩୨ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏନ୍‌ଡିଏର ଛୋଟ ସହଯୋଗୀ ଦଳ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ତେବେ ଏଥର ମନ୍ତ୍ରିମଣ୍ଡଳର ସବୁଠୁ ଚର୍ଚ୍ଚିତ ଚେହେରା ରହିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର। ନିଶାନ୍ତ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ସ୍ଥିର କରିଛନ୍ତି ।ଏହି ମହାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି।

Read More

ସହରାଞ୍ଚଳ ଗୁଡ଼ିକରେ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ ଏସଓପି ଜାରି କଲା ନଗର ଉନ୍ନୟନ ବିଭାଗ ।ଓଡ଼ିଶା ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ପାଇଁ ସହରାଞ୍ଚଳ ବନ୍ୟା ବିରୋଧରେ କଠୋର ପ୍ରତିରୋଧକ ଏବଂ ପ୍ରତିକ୍ରିୟା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ଜାରି କରିଛନ୍ତି।ULB ଗୁଡ଼ିକୁ ମ୍ୟାନହୋଲ୍‌ ସମେତ ଡ୍ରେନ୍ ନେଟୱାର୍କ ଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ଏବଂ କ୍ଷତିଗ୍ରସ୍ତ ଗଠନର ତୁରନ୍ତ ମରାମତି କିମ୍ବା ସୁରକ୍ଷିତ ଆବରଣ ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ମରାମତି ବାକି ଥିବା ସ୍ଥାନରେ ଚେତାବନୀ ସାଇନେଜ୍ ଏବଂ ସୁରକ୍ଷା ଜାଲ ଭଳି ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରାଯିବା ଆବଶ୍ୟକ। ଡ୍ରେନ୍‌ଗୁଡ଼ିକର ନିୟମିତ କାଦୁଅ ମୁକ୍ତ କରିବା ଏବଂ ଜଳ ପ୍ରବାହକୁ ବାଧା ଦେଉଥିବା ଜବରଦଖଲକୁ ହଟାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।ଜଳବନ୍ଦୀକୁ ରୋକିବା ପାଇଁ ଲକ୍ଷ୍ୟଭେଦୀ ହସ୍ତକ୍ଷେପ ପାଇଁ…

Read More

ଅନୁଗୁଳ ସହରର ସୌଭାଗ୍ୟନଗରର ଏକ ଘରେ ସେକ୍ସ ରାକେଟ୍ ଠାବ ହୋଇଛି ।ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି । ସେ ଦୀର୍ଘବର୍ଷ ହେଲା ନିଜ ଘରକୁ ରୂପଜୀବୀମାନଙ୍କୁ ଡକାଇ ସେକ୍ସ ରାକେଟ୍ ଚଳାଇଥିଲେ । ପୁଲିସ୍ ଚଢ଼ଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହା ସହିତ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି ।

Read More

NEET ପରୀକ୍ଷାରେ କମ ନମ୍ବର ସନ୍ଦେହ କରି ଜୀବନ ହାରିଲେ ଛାତ୍ର। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିଡିହି ଥାନା ଅଞ୍ଚଳରେ।ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଯୁବକ ।ସୂଚନା ଅନୁଯାଇ ଭଦ୍ରକ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚା ଦୋକାନ କରିଥିବା ଗିରିଧାରୀ ବାରିକଙ୍କ ପୁଅ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜାଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ ପରୀକ୍ଷା ଦେଇଥିଲେ । ଖରାପ ମାର୍କ ରହିବ ବୋଲି ଜାଣିବା ପରେ ଆଜି ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Read More

ତାମିଲନାଡ଼ୁ ରାଜନୀତିକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ ଦଳ ଟିଭିକେ ସରକାର ଗଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ହେଁ ମ୍ୟାଜିକ ନମ୍ବର ଅଦ୍ୟାବଧି ଯୋଗାଡ଼ କରି ପାରି ନାହାନ୍ତି।ଆଜି ହୋଇପାରିବନି TVK ମୁଖ୍ୟ ଥଲାପତି ବିଜୟଙ୍କ ଶପଥ ଗ୍ରହଣ । କାରଣ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ସରକାର ଗଠନ ପାଇଁ TVK ପାଖରେ ଆବଶ୍ୟକ ସଂଖ୍ୟା ଥିବା ବିଶ୍ୱାସକୁ ନେଇନାହାଁନ୍ତି।ଯଦିଓ TVKକୁ କଂଗ୍ରେସ ସମର୍ଥନ ପ୍ରତିଶ୍ରୁତି ଦେଇଛି ଏବଂ ଅନ୍ୟମାନେ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏବେବି ସଂଘର୍ଷ କରୁଛି ବିଜୟଙ୍କ TVK ଦଳ। ୧୦୮ଟି ସିଟରେ ଟିଭିକେ ଜିତିଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ ୧୧୮ ଆବଶ୍ୟକ। ବିଜୟଙ୍କ ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ସମର୍ଥନ ପାଇବାକୁ ଆଉ ଗୋଟିଏ-ଦୁଇ ଦିନ ଲାଗିପାରେ।ଏପଟେ DMK-AIADMK ମେଣ୍ଟ ଚର୍ଚ୍ଚା ସ୍ଥିତିକୁ ଆହୁରୀ ଜଟିଳ କରିଛି…

Read More

ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ। ଅଫିସର ଯେତିକି ଦିନ ଫାଇଲ ଅଟକାଇବେ ଦିନକୁ ୨୫୦ ଟଙ୍କା ଲେଖାଏଁ ଫାଇନ ଭରିବେ।ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।୨୦୩୬ ସୁଦ୍ଧା ୮୦ ପ୍ରତିଶତ ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି ।ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ସେମାନେ ଜାଗା ଯୋଗାଇବେ । ତୁରନ୍ତ ସେଠାରେ ଘର ନିର୍ମାଣ କରି ହିତାଧିକାରୀଙ୍କୁ ଦିଆଯିବ । ଆଫୋଡେବୁଲ ହାଉସିଂ ପ୍ରକଳ୍ପ ଅଧୀନରେ ଇଡବ୍ଲ୍ୟୁଏସ, ଏଲ୍‌ଆଇଜି ଭଳି ୩ଟି ମଡେଲ୍‌ର ଘର କରି ଲୋକଙ୍କୁ ଦିଆଯିବ…

Read More