ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର । ଏପ୍ରିଲ ମାସରେ ଘୋଷଣା ହେବାକୁ ଥିବା ଏସଆଇଆର ପ୍ରକ୍ରିୟା ଚଳିତ ମାସର କୌଣସି ଦିନ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ।ଏସ୍ଆଇଆର୍ ଆରମ୍ଭ ପୂର୍ବରୁ ଭୋଟରଙ୍କ ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକା ମେଳ) ଜୋରସୋର୍ରେ ଚାଲିଛି । ମେ’ ୫ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୩୬ ଲକ୍ଷ ୪୬ ହଜାର ୫୭୦ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୫ ଲକ୍ଷ ୬୧ ହଜାର ୩୫୯ ଭୋଟରଙ୍କ ମ୍ୟାପିଂ ସରିଛି । ଅର୍ଥାତ୍ ୯୩.୮% ମ୍ୟାପିଂ ସରିଛି । ହେଲେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୮୫ ହଜାର ୨୧୧ ଭୋଟରଙ୍କ ମ୍ୟାପିଂ ହୋଇପାରିନି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ୮୫…
Author: sanitelevision
ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ବେଆଇନ ପାର୍କିଂ ଉପରେ ରୋକ୍: ଜାତୀୟ ରାଜପଥରେ ଭାରୀ କିମ୍ବା ବ୍ୟବସାୟିକ ଯାନଗୁଡ଼ିକ ଏଣିକି ଯେଉଁଠି ସେଇଠି ପାର୍କିଂ କରିପାରିବେ ନାହିଁ। କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ପାର୍କିଂ କରିବାକୁ ଅନୁମତି ମିଳିବ।ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟିମ୍ ନିୟମିତ ଭାବେ ସଡ଼କ ସୁରକ୍ଷାର ସମୀକ୍ଷା କରିବେ। NHAI କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରତି ୭୫ କିଲୋମିଟର ବ୍ୟବଧାନରେ ଆମ୍ବୁଲାନ୍ସ ଏବଂ ରିକଭରି କ୍ରେନ୍ ମୁତୟନ କରାଯିବ। ଆସନ୍ତା ୪୫ ଦିନ ମଧ୍ୟରେ ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ବା ‘Blackspots’ ଚିହ୍ନଟ କରି ସେଠାରେ ହାଇ-ଇଣ୍ଟେନସିଟି ଲାଇଟ୍ ଏବଂ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ଜାତୀୟ ରାଜପଥର ମଧ୍ୟ ଭାଗରୁ ୪୫ ମିଟର ପର୍ଯ୍ୟନ୍ତ କୌଣସି ଆବାସିକ, ୭୫ ମିଟର ପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ…
ସରକାରଙ୍କ କଡ଼ା ଚେତାବନୀ । ଜନଗଣନା କାମରେ ଯିଏ ବି ବାଧା ଦେବ । ତା ବିରୋଧରେ ହେବ କଠୋର ଆକ୍ସନ ।ଓଡ଼ିଶାରେ ଚାଲିଥିବା ଜନଗଣନା-୨୦୨୭ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ସରକାରୀ ନୁହେଁ ବରଂ ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ। ଏଥିରେ କୌଣସି ପ୍ରକାର ଅବହେଳା ବା ବାଧା ସୃଷ୍ଟି କଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ ପାଇଁ ଛାଡୁନଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ…
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି । ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।କେଉଁଠି ଟିଏମସିର କାର୍ଯ୍ୟାଳୟରେ ନିଆଁ ଲାଗିଛି । ଆଉ କେଉଁଠି ମୂର୍ତ୍ତି ଭଙ୍ଗାରୁଜା ହୋଇଛି ।ରିପୋର୍ଟ ଅନୁସାରେ, ଗତ ୪ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାର ଭୋଟ୍ ଗଣତି ହୋଇଥିଲା । ଏଥିରେ ବିଜେପି ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି । ଦଳ ୨୦୦ରୁ ଅଧିକ ସିଟରେ ଜିତିଛି । ଶାସନରେ ଥିବା ଟିଏମସି ୯୦ ଭିତରେ ସୀମିତ ରହିଛି । ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ଭୋଟ୍ ଗଣତି ପରେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି ।ରାଜ୍ୟରେ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ମୁଖ୍ୟ…
ତାମିଲନାଡୁ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ, ରାଜ୍ୟରେ ସରକାର ଗଠନ ପାଇଁ ପ୍ରୟାସ ଜୋରଦାର ହୋଇଛି । ବିଜୟ ଥାଲାପତିଙ୍କ ଟିଭିକେ ଦଳ ଖୁବ୍ ଶୀଘ୍ର ସରକାର ଗଠନ କରିବା ନେଇ ରାଜନୈତିକ ମେଣ୍ଟ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ସମଭାବାପନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଛି। ଟିଭିକେ କଂଗ୍ରେସ ସମର୍ଥନରେ ତାମିଲନାଡୁରେ ସରକାର ଗଠନ କରିପାରେ ବୋଲି କୁହାଯାଉଛି।ତାମିଲନାଡ଼ୁରେ ୧୦୮ ଆସନ ଜିତି ସବୁଠାରୁ ବଡ଼ଦଳ ଭାବେ ଉଭା ହୋଇଛି ବିଜୟଙ୍କ ଦଳ ଟିଭିକେ। ବିଜୟ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇ ସାରିଥିବାବେଳେ ଏବେ ଶପଥ ଗ୍ରହଣ ଉପରେ ରହିଛି ସମସ୍ତଙ୍କର ନଜର। ବିଜୟଙ୍କ ଏହି ଐତିହାସିକ ବିଜୟକୁ ନେଇ ତାମିଲନାଡୁ ସମେତ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।
ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ୨୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ କେୟାର ଟେକର୍ ଭାବେ କାମ କରୁଥିଲେ। ନିଆଁ ଲାଗି ବାଇକ୍ ଓ କାର୍ ମଧ୍ୟ ପୋଡ଼ି ପାଉଁଶ ହୋଇଛି। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।ଏହି ଅଗ୍ନିକାଣ୍ଡରେ ବହୁ ସଂପତ୍ତି ପୋଡ଼ି ପାଉଁଶ ହୋଇଥିବା ସୂଚନା ରହିଛି ।
ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତି କମ୍ ରହିବ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପରିବହନ କମିସନର ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି । ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ଆରଟିଓଙ୍କୁ ଗ୍ରାଉଣ୍ଡ ଜିରୋରରେ ଏ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ । ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ମନଇଚ୍ଛା ଗାଡ଼ି ଚଲାଉଛନ୍ତି । ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି ।…
ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍ କନଫରେନ୍ସ ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ମମତା କହିଛନ୍ତି, ଆମର କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇଛି। ଏହି ହେରଫେର ପାଇଁ ନିର୍ବାଚନ କମିଶନ ଦାୟୀ। ସେମାନେ ସମଗ୍ର ପୋଲିସ ବାହିନୀକୁ ବଦଳାଇ ଦେଇଥିଲେ। ଆମେ ପୂର୍ବରୁ ଏପରି ଆଇନଶୃଙ୍ଖଳା କେବେ ଦେଖିନାହୁଁ।” ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ଆମେ ଏକ ଗୋପନୀୟ ରଣନୀତି ସହିତ ଆଗକୁ ବଢ଼ିବୁ। ଆମେ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରୁଛୁ। ସେମାନେ ତଦନ୍ତ କରିବେ। ସେମାନେ ଆମ ଦଳୀୟ କର୍ମୀଙ୍କୁ ଭାଜପାରେ ଯୋଗଦେବାକୁ କହୁଛନ୍ତି। ତେବେ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ପଦରୁ ଇସ୍ତଫା ଦେବେ ନାହିଁ।ମମତା କହିଛନ୍ତି, ମୁଁ ଲୋକଭବନ କାହିଁକି ଯିବି ? ଯଦି ଶପଥ ନେବାର ଥାଆନ୍ତା, ତେବେ ମୁଁ ନିଜେ ଯାଇଥାନ୍ତି। ସେମାନେ ଦଖଲ କରିନେଇଛନ୍ତି। କ’ଣ ଆପଣଙ୍କୁ ଲାଗୁଛି…









