ଘର କରିବାକୁ ପ୍ଲାନ ଆପ୍ରୁଭାଲ ପାଇଁ ଆଉ ମାସ ମାସ ଧରି ଅଟକିବନି ଫାଇଲ। ସପ୍ତାହେ ଭିତରେ ହେବ କାମ। ପ୍ଲାନ ଆପ୍ରୁଭାଲ ପାଇଁ ସୁଯୋଗ ଆପ୍ ରେ ଆବେଦନ କରି ଦୀର୍ଘ ଦିନ ଧରି ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଏଣିକି ସପ୍ତାହରୁ ଅଧିକ ଦିନ ଅଫିସରଙ୍କ ପାଖରେ ଆଉ ଅଟକିବନି ଫାଇଲ। ଅଫିସର ଯେତିକି ଦିନ ଫାଇଲ ଅଟକାଇବେ ଦିନକୁ ୨୫୦ ଟଙ୍କା ଲେଖାଏଁ ଫାଇନ ଭରିବେ।ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।୨୦୩୬ ସୁଦ୍ଧା ୮୦ ପ୍ରତିଶତ ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରହିଛି ।ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ସେମାନେ ଜାଗା ଯୋଗାଇବେ । ତୁରନ୍ତ ସେଠାରେ ଘର ନିର୍ମାଣ କରି ହିତାଧିକାରୀଙ୍କୁ ଦିଆଯିବ । ଆଫୋଡେବୁଲ ହାଉସିଂ ପ୍ରକଳ୍ପ ଅଧୀନରେ ଇଡବ୍ଲ୍ୟୁଏସ, ଏଲ୍ଆଇଜି ଭଳି ୩ଟି ମଡେଲ୍ର ଘର କରି ଲୋକଙ୍କୁ ଦିଆଯିବ…
Author: sanitelevision
ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଘଟଣାରେ ସମ୍ପୃକ୍ତ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ହତ୍ୟା ଯୋଜନାବଦ୍ଧ ଥିଲା।ଶୁଭେନ୍ଦୁଙ୍କୁ ପିଏ ଚନ୍ଦ୍ରନାଥ ରଥ ଏକ ଚଳନ୍ତା କାରରେ ଥିବା ସମୟରେ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରୁ ତିନୋଟି ଗୁଳି ତାଙ୍କ ଦେହରେ ବାଜିଥିଲା । କୋଲକାତା ନିକଟସ୍ଥ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ କାରକୁ ବାଇକରେ ପିଛା କରୁଥିଲେ ଏବଂ ଗାଡ଼ିର ଗତି ଧୀର ହେବା କ୍ଷଣି ସେମାନେ ଗୁଳି ଚଳାଇଥିଲେ । କାରର ବାମ ପାର୍ଶ୍ୱ କାଚ ଭାଙ୍ଗି…
ନୟାଗଡ ଜିଲ୍ଲାର କାଣିପଡା ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଁ ଯାଇଥିବା ବେଳେ ପଥର ସନ୍ଧିରେ ନାବାଳକର ମୁଣ୍ଡ ରହିଯାଇଥିଲା । ଦୀର୍ଘ ୫ ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ନାବାଳକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ସୂଚନା ମୁତାବକ ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଥିଲେ । ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିବାରୁ ବାହାର କରିବାକୁ ନାକେଦମ୍ ହୋଇଯାଇଥିଲେ ଅଗ୍ନିଶମ କର୍ମଚାରୀ । ତେବେ ନାବାଳକଙ୍କୁ ଉଦ୍ଧାର ପରେ ଅଗ୍ନିଶମ ଡିଜି ବଡ଼ ସୂଚନା ଦେଇଛନ୍ତି । ବଡ଼ ଚ୍ୟାଲେଞ୍ଜିଂ ଥିଲା; ଉଦ୍ଧାର ବେଳେ ଦୁଇଟି ବଡ଼ ବିପଦ ଥିଲା । ନାବାଳକଜଣକ ଯେଉଁ ସ୍ଥାନରେ ଫସିରହିଥିଲେ, ତାହାର ଉପରେ ଥିଲା ବଡ଼ ପଥର ଖଣ୍ଡ, ତାହା ସହିତ ଏକ ଅଜଗର ସାପ ଥିଲା । ବୈଷୟିକ ଚ୍ୟାଲେଞ୍ଜ୍ ଥିଲା, ସେଥିପାଇଁ ଭୁବନେଶ୍ବରରୁ ଯନ୍ତ୍ରପାତି ପଠାଗଲା । ଯେଉଁମାନେ…
ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଖୋଲା ସମର୍ଥନ ମିଳିଛି । ତାମିଲନାଡୁର ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୮ ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା ହେବା ପରେ, ଟିଭିକେ ୧୧୮ ଯାଦୁକରୀ ବହୁମତ ସଂଖ୍ୟାଠାରୁ ମାତ୍ର ୧୦ ଆସନ ପଛରେ ରହିଛି । କଂଗ୍ରେସର ପାଞ୍ଚ ଜଣ ବିଧାୟକଙ୍କ ସମର୍ଥନ ସହିତ, ବିଜୟଙ୍କ ପଥ ଏବେ ଯଥେଷ୍ଟ ସୁଗମ ହୋଇଥିବା ପରି ମନେ ହେଉଛି ।ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ହେବା ନେଇ ସୂଚନା ରହିଛି । ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏପଟେ ଟିଭିକେର ନିର୍ବାଚିତ ବିଧାୟକଙ୍କୁ ଏକ ନାମିଦାମୀ ହୋଟେଲରେ ରଖାଯାଇଛି । ସମସ୍ତଙ୍କ ବିଧାୟକଙ୍କୁ ଉପରେ କଡା ନଜର ରଖାଯାଇଛି…
ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ । ଆସନ୍ତା ମେ ୮ ତାରିଖରେ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ। ଏଥିରେ ଆର୍ ଡି ସି ସୁଧାଂଶୁ ସାମଲ ଦେବେ ଟିପ୍ସ ଓ ଟାସ୍କ । ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ପାଇଁ ହୋଇଛି ବ୍ୟବସ୍ଥା। ଅଟୋ ଟୋଟୋ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମ। CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ। ପ୍ରସ୍ତୁତ ହୋଇଛି ଏମର୍ଜେନ୍ସି ଇଭାକ୍ୱେଶନ ପ୍ଲାନ। ଚଳିତବର୍ଷ ଇନ୍ସିଡେଣ୍ଟ ଫ୍ରି, ରଥଯାତ୍ରା ପାଇଁ ଫୋକସ ରଖିଛନ୍ତି ରାଜ୍ୟ ସରକାର । ଗତବର୍ଷ କମିଟି ନେଇଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ । ଭିଡ ନିୟନ୍ତ୍ରଣ ପାଇଁ ନିର୍ଦ୍ଧାରିତ ହୋଇଛି ଥ୍ରେସହୋଲ୍ଡ ଲିମିଟ । ବଡ଼ଦାଣ୍ଡର କ୍ଷମତାକୁ ନେଇ ହେବ ଭିଡ ନିୟନ୍ତ୍ରଣ। ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କଲେ ତ୍ରୁଟିଶୂନ୍ୟ ରଥଯାତ୍ରା ହେବ କହିଛନ୍ତି…
ହିଞ୍ଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଚିଠିରେ ଉଲ୍ଲେଖ କରି କହିଛନ୍ତି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ମୋ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଖରିଡା ଗ୍ରାମରେ ଘଟିଥିବା ଜଘନ୍ୟ କାଣ୍ଡ ପାଇଁ ମୁଁ ମର୍ମାହତ । ସିସିଟିଭିରେ ଜଣାପଡିଛି ଯେ , ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ୩ ବର୍ଷ ର ଝିଅ ଆଗରେ ତାଙ୍କ ସ୍ୱାମୀଙ୍କ ସାନ ଭାଇ ନିର୍ମମ ଭାବେ ହତ୍ୟା କରିଥିଲେ । ନ୍ୟାୟ ପାଇଁ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରାଗଲା । ମାଙ୍କ ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଧୁଥିବାର ଦୃଶ୍ୟ ଓଡିଶାର ବିବେକକୁ ଆଘାତ ଦେଇଛି । ଅନ୍ୟପଟେ ହିଞ୍ଜିଳି ଖରିଡା ମର୍ଡର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…
ଭଉଣୀ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା । ଜାତି ସମାଜର ରୋଷ ଶିକାର ପରେ ଶୁଦ୍ଧି ହୋଇଛନ୍ତି । କଙ୍କାଳ ବୋହି ଥିବାରୁ ପୁଣି ସୁଦ୍ଧି ପାଇଁ ଗାଁ ଭାଇ ମାନେ ଜିଦ ଧରି ବସିଥିଲେ । ସେଥିପାଇଁ ଗାଁରେ ଜାତି ରୀତି ନୀତି ଅନୁସାରେ ଶୁଦ୍ଧି କାର୍ଯ୍ୟ ଚାଲିଛି । ସମାଧି ନିକଟରେ ଛେଳି ଓ କୁକୁଡ଼ା ପରେ ଜାତି ଭାଇଙ୍କ ଉପସ୍ଥିତିରେ ତୁଠରେ ମୁଣ୍ଡନ ହେବେ ଜିତୁ । ଭଉଣୀର କଙ୍କାଳ ଭାଇ ବୋହିବାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କେନ୍ଦୁଝର ଜିଲ୍ଲା ପାଟଣାର ଏହି ଉଦବେଗଜନକ ଘଟଣା ତୀବ୍ର ସମାଲୋଚିତ ହେବା ପରେ, ଜିତୁ ମୁଣ୍ଡାଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ । ଜିତୁ ଫେରିପାଇଥିଲେ ତାଙ୍କ ଭଉଣୀ ବ୍ୟାଙ୍କରେ ଜମା କରିଥିବା ଟଙ୍କା ।ଙ୍କ ବାବୁଙ୍କ ଏଭଳି କଥା ଶୁଣି ସମାଧି ଖୋଳି ୩ କିଲୋମିଟର ଦୂରରୁ ଭଉଣୀର…
ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ ବିଚାରପତିଙ୍କ ସଂଖ୍ୟା ୩୮ ହେବ । ସରକାର ଖୁବଶୀଘ୍ର ସଂସଦରେ ‘ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬’ ଆଗତ କରିବେ ।ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ ୧୯୫୬ ଯେତେବେଳେ ଅଣାଗଲା ସେଥିରେ ସିଜେଆଇଙ୍କୁ ବାଦ୍ ଦେଇ ୧୦ ବିଚାରପତି ରହିବା କଥା କୁହାଯାଇଥିଲା । ୧୯୬୦ରେ ଆଇନରେ ସଂଶୋଧନ ଆଣି ଏହି ସଂଖ୍ୟା ୧୩କୁ ଓ ପରେ ପୁଣି ୧୭କୁ ବୃଦ୍ଧି କରାଯାଇଥିଲା ।…
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।ସେ ନୌସେନା ଅଭିଯାନ “ପ୍ରୋଜେକ୍ଟ ଫ୍ରିଡମ୍”କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି । ସୂଚନାନୁଯାୟୀ, ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟ ଜାହାଜ ପାଇଁ ସୁରକ୍ଷିତ ପଥ ପୁନଃସ୍ଥାପିତ କରିବା ପାଇଁ ଟ୍ରମ୍ପ ପ୍ରଶାସନ “ପ୍ରୋଜେକ୍ଟ ଫ୍ରିଡମ୍” ଆରମ୍ଭ କରିଥିଲା । ଯାହାର ଲକ୍ଷ୍ୟ ଥିଲା ହରମୁଜ୍ ପ୍ରଣାଳୀ ଦେଇ ଅନ୍ତର୍ଜାତୀୟ ବାଣିଜ୍ୟ ଜାହାଜଗୁଡ଼ିକର ସୁରକ୍ଷିତ ପଥ ସୁନିଶ୍ଚିତ କରିବା । କିନ୍ତୁ ଆମେରିକା ଏହାକୁ ଅସ୍ଥାୟୀ ଭାବରେ ବନ୍ଦ କରିଛି।
ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର । ଏପ୍ରିଲ ମାସରେ ଘୋଷଣା ହେବାକୁ ଥିବା ଏସଆଇଆର ପ୍ରକ୍ରିୟା ଚଳିତ ମାସର କୌଣସି ଦିନ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ।ଏସ୍ଆଇଆର୍ ଆରମ୍ଭ ପୂର୍ବରୁ ଭୋଟରଙ୍କ ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକା ମେଳ) ଜୋରସୋର୍ରେ ଚାଲିଛି । ମେ’ ୫ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୩୬ ଲକ୍ଷ ୪୬ ହଜାର ୫୭୦ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୫ ଲକ୍ଷ ୬୧ ହଜାର ୩୫୯ ଭୋଟରଙ୍କ ମ୍ୟାପିଂ ସରିଛି । ଅର୍ଥାତ୍ ୯୩.୮% ମ୍ୟାପିଂ ସରିଛି । ହେଲେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୮୫ ହଜାର ୨୧୧ ଭୋଟରଙ୍କ ମ୍ୟାପିଂ ହୋଇପାରିନି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ୮୫…









