Author: sanitelevision

ସ୍ୱତନ୍ତ୍ର ଟ୍ରେନ୍‌ରେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କଲେ ତୀର୍ଥଯାତ୍ରୀ । ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଯାତ୍ରା କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବେ । ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ଲାଟ୍‌ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।ତୀର୍ଥଯାତ୍ରାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ୭୭୫ ଜଣ ବରିଷ୍ଠ ନାଗରିକ ରହିଛନ୍ତି । ସେମାନଙ୍କୁ ସହଯୋଗ କରିବାକୁ ୨୫ଜଣ ଅଧିକାରୀ ଯାତ୍ରା କରିଛନ୍ତି । ସେପ୍ଟେମ୍ବର ୧୦ ଅର୍ଥାତ୍ ଆଜିଠୁ ତୀର୍ଥଯାତ୍ରାରେ ଯାଇ ୧୫ ତାରିଖରେ ଭୁବନେଶ୍ୱର ଫେରିବେ । ତୀର୍ଥଯାତ୍ରୀମାନେ ମଙ୍ଗଳବାର ନିଜ ନିଜ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ସରକାରଙ୍କ ପକ୍ଷରୁ ହୋଇଥିବା ୫ଟି ଅସ୍ଥାୟୀ ରହଣି ସ୍ଥଳ…

Read More

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ । ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଠାରୁ ବୃଦ୍ଧି ପାଇଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ୬୭୩ ଟି ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାକୁ ଆସିଛନ୍ତି । ଚଳିତବର୍ଷ ୧୪ଶହ ୯ଟି ଗଛରେ ୨୭ ହଜାର୬୪୬ଟି ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି । ୩ ଦିନ ଧରି ଚାଲିଥିଲା ଗଣନା । ୩ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଥିଲେ। କିନ୍ତୁ ପୂର୍ବ ବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିଲା । ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀ ଗୁଡିକ ମଧ୍ୟରେ ଗେଣ୍ଡାଳିଆ , ରାଣୀବଗ, ମଝିଆବଗ, ଛୋଟବଗ , ଖଇରାବଗ, ମାଟିଆବଗ, ପାଣିକୁଆ, ଅନ୍ଧାରିଆବଗ , କାପରଖାଇ, ଦା ବେଂଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।

Read More

ଚଳିତ ମାସ ଶେଷ ସୁଦ୍ଧା ଆସିବ ନୂଆ ଅବକାରୀ ନୀତି । ବଡ଼ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଅନ୍ୟ ରାଜ୍ୟଗୁଡ଼ିକ ଭ୍ରମଣ କରିଛନ୍ତି ଅବକାରୀ ଅଧିକାରୀ । ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି ପ୍ରତିନିଧି ଦଳ । ଦିନେ , ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଯିବ । ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି । ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୂର୍ଣ୍ଣ ଓଡ଼ିଶାରେ ଚଢ଼ଉକୁ ଜୋରଦାର କରାଯାଇଛି । ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ ‘ନିଶା ନୁହେଁ ଜୀବନ’ ମାସେ ବ୍ୟାପି ଚାଲିବ ।

Read More

ଲୋକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା । ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ |। ଗତକାଲି କଟକ ଜିଲ୍ଲା ଆଠଗଡ଼ରେ ଗୁରୁଡ଼ି ଝାଟିଆ ଆନା କୁଷ୍ପଙ୍ଗୀ ନିକଟ ହୋଟେଲ ପଛରେ ୟକ୍ଷୀର ଅପମିଶ୍ରିତ ଚାଲିଥିଲା । ଖବର ପାଇ ଚଢାଉ କରିଥିଲା ଗୁରୁଡିଝାଟିଆ ପୋଲିସ୍ । ଦୀର୍ଘ ଦିନ ଧରି ଅପମିଶ୍ରିତ ଚାଲିଥିବା ନେଇ ଖବର ମିଳିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ କେମିକାଲ ମିଶା ଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଘଟଣା ସ୍ଥଳରୁ ଗାଡ଼ି ଡ୍ରାଇଭର ଓ ଅନ୍ୟ ଜଣେ ଚମ୍ପଟ ମାରିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

Read More

ଭିଜିଲାନ୍ସ ଜାଲରେ ଜୁନିଅର ଆସିଷ୍ଟାଣ୍ଟ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ରୂପଚାନ୍ଦ ନାୟକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ ହୋଇଛି ।ଗତ ୩୧ ଜୁଲାଇ ୨୦୨୫ରେ ଅବସର ନେଇଥିବା ଜଣେ ପିଅନଙ୍କ ସର୍ଭିସ ବୁକ୍‌, ପେନ୍‌ସନ୍‌ ପେପର ଆଦି କରିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବାରମ୍ବାର ହଇରାଣ ହରକତ ହେବା ଫଳରେ ସେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଆଜି ଉକ୍ତ ଲାଞ୍ଚ ଟଙ୍କା ନେବା ବେଳକୁ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିଲେ ବୋଲି ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Read More

ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ମଧ୍ୟ ଆକ୍ସନ ହେବ । ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା। ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଦିଆଯିବ ଆବାସ ଘର । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ।

Read More

ବେତନଟୀରେ କାୟା ବିସ୍ତାର କରୁଛି ସ୍କ୍ରବ୍ ଟାଇଫସ୍‌ ।ଏକ ନିର୍ଦ୍ଧିଷ୍ଟ ପ୍ରଜାତିର କୀଟ ସ୍କ୍ରବ୍ ଟାଇଫସ୍‌ ଦଂଶନରେ ମଣିଷ ଶରୀରେ ସଂକ୍ରମଣ ହୋଇଥାଏ । ଏହାଛଡ଼ା ସଂକ୍ରମିତଙ୍କ ଶରୀରରେ ଜ୍ୱର ସହିତ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖାଯାଇଥାଏ । ଆଣ୍ଠୁଗଣ୍ଠି ଦରଜ ହେବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଆକ୍ରାନ୍ତଙ୍କ ଶରୀରରେ ଔଷଧ ବି ଠିକ୍ ଭାବେ କାର୍ଯ୍ୟ କରି ନଥାଏ । ମଣିଷ​ କ୍ରମଶଃ ଦୁର୍ବଳ ହେବା ସହିତ ଦେହରେ ଅନ୍ୟାନ୍ୟ ସଂକ୍ରମଣ ଏବଂ ଜଟିଳତା ପରିଲକ୍ଷିତ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୧୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ବାରିପଦା, ବାଲେଶ୍ୱର କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷକରି ବେତନଟୀ ଅଞ୍ଚଳରେ ସ୍କ୍ରବ ଟାଇଫସ୍‌ କୀଟ ଦଂଶନ ଘଟଣା ଦିନକୁଦିନ ବଢି ଚାଲିଥିବା ଏବଂ ଘରୋଇ ଡାକ୍ତରଖାନା ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ସମନ୍ୱୟ ରହୁନାହିଁ…

Read More

ସୁଭଦ୍ରା ଯୋଜନାକୁ ନେଇ ବୁଧବାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀ ନିଶ୍ଚିତ ସୁଭଦ୍ରା ଯୋଜନାର ସହାୟତା ରାଶି ପାଇବେ। ଆହୁରି କହିଛନ୍ତି, କାହିଁକି ବଞ୍ଚିତ ହେଲେ ତାହାର ତର୍ଜମା ଚାଲିଛି । ଯୋଗ୍ୟ ହୋଇଥିଲେ ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ । ସୂଚନା ଥାଉକି, ଆଜି ସୁଭଦ୍ରା ସମୀକ୍ଷା ବୈଠକ ଚାଲିଛି । ବାଦ ପଡିଥିବା ହିତାଧ୍‌କାରୀଙ୍କୁ ସାମିଲ ନେଇ ହେବ ଆଲୋଚନା ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇଥିଲା। ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।

Read More

ଭାରତୀୟ ଟିମରୁ ଗତ କିଛିଦିନ ହେଲାଣି ବାଦ୍ ପଡିଥିବା ଖେଳାଳି ପୃଥ୍ଵୀ ଶ’ ଖୁବ ଏବେ ଚର୍ଚ୍ଚାରେ ରହିଛନ୍ତି । ମୁମ୍ବାଇର ସେସନ କୋର୍ଟ ଟିମ୍ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି । କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସପନା ଗିଲଙ୍କ ଯାଚିକାର ଜବାବ ଦାଖଲ ନ କରିବା ଯୋଗୁଁ ଲାଗିଛି । ପୂର୍ବରୁ କୋର୍ଟ ଖେଳାଳୁଙ୍କୁ ଜବାବ ଦାଖଲ କରିବା ପାଇଁ ଶେଷ ସୁଯୋଗ ଦେଇଥିଲେ, କିନ୍ତୁ ତାଙ୍କ ତରଫରୁ ଜବାବ ନ ଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୫, ୨୦୨୩ରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳର ଏକ ପବ୍‌ରେ ପୃଥ୍ୱୀ ଶ’ ଏବଂ ସପ୍ନା ଗିଲ୍‌ଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗିଲ୍ ଅଭିଯୋଗ କରିଥିଲେ ଯେ, ତାଙ୍କର ଜଣେ ବନ୍ଧୁ ପୃଥ୍ୱୀଙ୍କଠାରୁ ସେଲ୍ଫି ମାଗିଥିଲେ। ହେଲେ ପୃଥ୍ୱୀ ମନା କରି ଫୋନ ଛଡ଼ାଇ ନେଇ ଫିଙ୍ଗି…

Read More

ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି । ପାଞ୍ଚ ଘଣ୍ଟା ବନ୍ଦ ରହିବ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଗୁରୁବାର ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ।ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ବଡ଼ଦେଉଳରେ ବଡ଼ଠାକୁରଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହା ଚାଲିବ, ସେହି ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

Read More