Author: sanitelevision

‘ମ୍ୟାଚ୍ ହେବାକୁ ଦିଅ। ଆମେ ଏହାକୁ ବନ୍ଦ କରିବୁ ନାହିଁ’। ମ୍ୟାଚ ବାତିଲ ନେଇ ଦାୟର ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅନ୍ୟାନ୍ୟ ଘଟଣାକୁ ଉଲ୍ଲେଖ କରି ୪ ଜଣ ଏଲଏଲବି ଛାତ୍ରଙ୍କ ଆବେଦନରେ ପାକିସ୍ତାନ ସହିତ ମ୍ୟାଚକୁ ଜାତୀୟ ଭାବନାର ଉପହାସ ବୋଲି କୁହାଯାଇଥିଲା।ଆବେଦନରେ କୁହାଯାଇଛି, “କ୍ରିକେଟ୍ ଦେଶମାନଙ୍କ ମଧ୍ୟରେ ସଦ୍ଭାବନା ଏବଂ ବନ୍ଧୁତା ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ପରେ, ଯେତେବେଳେ ଆମର ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ଆମର ସୈନିକମାନେ ସର୍ବସ୍ୱ ବାଜିରେ ଲଗାଇ ଦେଇଥିଲେ, ପାକିସ୍ତାନ ସହିତ ଖେଳିବା ବିପରୀତ ବାର୍ତ୍ତା ଦେବ ଯେ ଆମର ସୈନିକମାନେ ନିଜ ଜୀବନ ବଳିଦାନ ଦେଉଛନ୍ତି,…

Read More

ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୧୮ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ ା ସୂଚନାଥାଉକି ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଚାଲିବ ବିଧାନସଭା ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନ ।ଅନ୍ୟପଟେ ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ବିଧାନସଭାରେ ଉତଥାପନ ପ୍ରସଙ୍ଗର ସମସ୍ତ ଉତ୍ତର ଠିକ ଭାବେ ଦିଆଯିବ । ଏ ନେଇ ବ୍ୟକ୍ତିଗତ ଧ୍ୟାନ ଦେବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ସଚିବ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶରେ କୁହାଯାଇଛି । ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି । ସ୍ଥିର କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

Read More

ଭୁବନେଶ୍ୱର ରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ ହେବ। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ । ରାଜଧାନୀକୁ ସମ୍ପୂର୍ଣ୍ଣ ରୂପରେ ବୁଲା ଗାଇ ଗୋରୁ ମୁକ୍ତ କରାଯିବ ।ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି । ଗୋମାତାଙ୍କ ଗୋବର ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ । ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । । ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଇ ପ୍ରାଣ ହରାଉଛନ୍ତି । ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

Read More

ନେପାଳରେ ଫେରିବ ଶାନ୍ତି, ସୁଧପରିବ ସ୍ଥିତି ।ନେପାଳ ହିଂସାର ଭୟାବହତାକୁ ବାଲୁକା କଳାରେ ଚିତ୍ରିତ କରିବା ସହ ପ୍ରେୟିଂ ଫର୍ ପିସ ନେପାଳର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ 10 ଫୁଟ ଚଉଡ଼ା ଏବଂ 7 ଫୁଟ ଉଚ୍ଚ ଏହି ବାଲୁକା କଳାରେ ରହିଛି ନେପାଳର ସାଂପ୍ରତିକ ପରିସ୍ଥିତିର ନିଛକତା। ନିଜ ବାଲୁକା କଳା ମାଧ୍ୟମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ନେପାଳକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।ନିଜ ସୋସିଆଲ ମିଡିଆରେ ବାଲୁକା କଳାର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେ ଏହି ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆଉ କହିଛନ୍ତି- ହିଂସାରେ ଯେଉଁକ୍ଷତି ଘଟିଛି, ଯେଉଁ ଜୀବନ ଯାଇଛି ତାହା ଦୁଃଖ ଦାୟକ । ଏହି କଳା ମାଧ୍ୟମରେ ମୁଁ ସମସ୍ତଙ୍କୁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ନେପାଳ ଶାନ୍ତି ପ୍ରିୟ ଦେଶ, ପୁଣି…

Read More

ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇ ଫସିଛନ୍ତି ୨୩ ଓଡିଆ । ସମସ୍ତେ ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି । ନେପାଳକୁ ତୀର୍ଥ କରିବାକୁ ଯାଇ ଫସି ରହିଛନ୍ତି ତୀର୍ଥଯାତ୍ରୀ । ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକି ରହିଛନ୍ତି। ସେପଟେ ବୁଲାଇବାକୁ ନେଇଥିବା ଟ୍ରାଭେଲ ଏଜେନ୍ସି ଫେରାର । ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।କାଠମାଣ୍ଡୁରେ କୁହୁଳୁଥିବା ବିଦ୍ରୋହର ନିଆଁ ଏବଂ ହିଂସା ପରି ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଓଡିଶାର ୩ ଜଣ ଯୁବକ ଫସିଥିବା ଖବର ଆସିଥିଲା । ୩ ଯୁବକ ଭୁବନେଶ୍ବରର, ସେମାନେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଯାଇଥିଲେ । ମାତ୍ର ହିଂସା ପାଇଁ ଉକ୍ତ ସାହିତ୍ୟ ମହୋତ୍ସବକୁ…

Read More

ଶରତ ଆଗମନରେ ହସୁଛି ଧରଣୀରାଣୀ । ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧବଳ ଚାଦର । ଧବଳ କାଶତଣ୍ଡୀ ପ୍ରକୃତିର ଏକ ନୈସର୍ଗିକ ସୃଷ୍ଟି । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଇ ଖିଲିଖିଲି ହସୁଛି କାଶତଣ୍ଡୀ । ସେମାନଙ୍କର ଆଗମନ କେବଳ ଋତୁ ପରିବର୍ତ୍ତନର ନୁହେଁ । ବରଂ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ପ୍ରତୀକ୍ଷିତ ଏକ ପାର୍ବଣ ଦୁର୍ଗା ପୂଜା ଆରମ୍ଭର ସଙ୍କେତ ଦିଏ। ରାସ୍ତାଗୁଡ଼ିକ ପ୍ରସ୍ତୁତିରେ ଚଳଚଞ୍ଚଳ, ଘରଗୁଡ଼ିକ ଆଲୋକ ଏବଂ ସାଜସଜ୍ଜାରେ ସଜ୍ଜିତ, ଏବଂ ସାମୁଦାୟିକ ଭାବନା ତା’ର ଶୀର୍ଷରେ। ଏହି ସମୟରେ, ପ୍ରକୃତିର ପାଳନ କରିବାର ନିଜସ୍ୱ ଉପାୟ ଅଛି । ଯେହେତୁ କାଶତାଣ୍ଡି ଫୁଲଗୁଡ଼ିକ ଉତ୍ସବ ସହିତ ସମନ୍ୱୟରେ ଫୁଟିଥାଏ । ସେମାନେ ଲୋକଙ୍କ ସାମୂହିକ ଆନନ୍ଦ ଏବଂ ଭକ୍ତିକୁ ମୂର୍ତ୍ତିମନ୍ତ କରନ୍ତି । ଖୋଲା ହୃଦୟ ଏବଂ ଅଟଳ ଶ୍ରଦ୍ଧା ସହିତ ଦେବୀ ଦୁର୍ଗାଙ୍କ ଦିବ୍ୟ ଉପସ୍ଥିତିକୁ ସ୍ୱାଗତ କରନ୍ତି। ଧରାକୁ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରବାସରୁ ଅଣଛାତ୍ର ହଟିବା ପରେ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜବରଦଖଲ ମୁକ୍ତ କରାଯିବ । ଆଜି ଭଡ଼ାଟିଆ ମୁକ୍ତ ହେବ କ୍ୟାମ୍ପସ।​​​​​​​ କ୍ୱାର୍ଟର୍ସରୁ ଜବରଦଖଲକାରୀଙ୍କୁ ଖାଲି କରାଯିବ। ଏଥିପାଇଁ କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯିବ । କ୍ୟାମ୍ପସରେ ପ୍ରଫେସର ଓ କର୍ମଚ‌ାରୀଙ୍କ ପାଇଁ ନିର୍ମାଣ ହୋଇଥିବା ୪୯ଟି କ୍ବାର୍ଟର୍ସ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। କିଏ ଭଡ଼ା ଲଗାଇଛନ୍ତି ତ ଆଉ କିଏ ଚାକିରି ସରିବା ପରେ ମଧ୍ୟ କ୍ୟାମ୍ପସ ଛାଡ଼ି ଯାଇନାହାନ୍ତି। କିଛି କର୍ମଚାରୀ କ୍ୟାମ୍ପସ ବାହାରେ ରହି ନିଜ କ୍ବାର୍ଟର୍ସ ଅନ୍ୟମାନକୁ ଭଡ଼ାରେ ଦେଇଛନ୍ତି। ମାସିକ ୧୦ରୁ ୧୫ ହଜାର ଟଙ୍କା ଭଡ଼ା ଆଦାୟ ମଧ୍ୟ କରୁଛନ୍ତି। କ୍ବାର୍ଟର୍ସଗୁଡ଼ିକ ଜରାଜୀର୍ଣ୍ଣ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ତାହାକୁ କେହି ଖାତିର କରୁନାହାନ୍ତି। ବରଂ ମାସିକ ଭଡ଼ା ଆଦାୟ କରି ଦଲାଲ୍‌ମାନେ ମାଲେମାଲ୍‌ ହେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଥିଲେ ମଧ୍ୟ କେହି ବି ମୁହଁ…

Read More

ଅକ୍ଟୋବର ମାସରୁ ଦେଶବ୍ୟାପୀ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ଆଇଡି ସଂଶୋଧନ (SIR) ଆରମ୍ଭ ହେବ। ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ଏହି ପ୍ରସ୍ତୁତି ଆଲୋଚନା ହୋଇ ଅନୁମୋଦନ ପାଇଛି।ଅଧିକାରୀମାନେ ସେପ୍ଟେମ୍ବର ସୁଦ୍ଧା ପ୍ରାଥମିକ ପ୍ରସ୍ତୁତି ସମାପ୍ତ କରି ଅକ୍ଟୋବରରେ SIR ଆରମ୍ଭ କରିବେ ବୋଲି କମିଶନକୁ ଆଶ୍ୱାସନା ଦେଇଛନ୍ତି। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ, ଦୁଇଟି ଆଇଡି ଏବଂ ଅଣ-ନାଗରିକଙ୍କ ନାମ ହଟାଇ ଭୋଟର ତାଲିକାକୁ ଶୁଦ୍ଧ କରିବା ଏବଂ ଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା। ସ୍ଥାନୀୟ ଭାବେ ଗ୍ରହଣୀୟ ପ୍ରମାଣପତ୍ର ଆଧାରରେ ଯାଞ୍ଚ ପ୍ରକ୍ରିୟା ନିର୍ଧାରଣ କରାଯିବ।

Read More

କ୍ୟାବିନେଟ୍‌ ବୈଠକରେ ୫ ପ୍ରସ୍ତାବରେ ଲାଗିଲା ମୋହର। ବୁଧବାର ରାଜ୍ୟ ସରକାର ଭିନ୍ନ ଭିନ୍ନ ୫ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଯେଉଁଥିରେ ରହିଛି ଭୁବନେଶ୍ବର ନ୍ୟୁ ସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ସହ ବିଡିଓ ମାନଙ୍କର କ୍ଷମତା ବୃଦ୍ଧି ଭଳି ନିଷ୍ପତ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏନେଇ ସୂଚନା ଦେଇଛନ୍ତି।ଓଡ଼ିଶା ରାଜ୍ୟ କ୍ୟାବିନେଟ ଭୁବନେଶ୍ବର ଉନ୍ନୟନ ଯୋଜନା ଅଞ୍ଚଳ (ବିଡିପିଏ) ମଧ୍ୟରେ ଏକ ଆଧୁନିକ ଏବଂ ସମାବେଶୀ ସହରୀ କେନ୍ଦ୍ର ସୃଷ୍ଟି ପାଇଁ ପ୍ରସ୍ତାବିତ ‘ନୂଆ ସହର ଉନ୍ନୟନ’ (ନିୟୁ ସିଟି) ଯୋଜନାକୁ ସାମ୍ବିଧାନିକ ଅନୁମୋଦନ ପ୍ରଦାନ କରିଛି। ଏହି ପ୍ରକଳ୍ପ ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ । ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬′ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ତିଆରି ହେବ । ସେହିଭଳି…

Read More

ଶିକ୍ଷୟିତ୍ରୀ ପତ୍ନୀଙ୍କ ପରକୀୟା ପ୍ରୀତିରେ ନୂଆ ମୋଡ଼ । ପତ୍ନୀଙ୍କ ପାଲଟା ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ଵାମୀ ଗିରଫ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ବଡକଣ ଗ୍ରାମରେ । ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହ କରି ମାଡ଼ ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଥିଲେ । ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ କରି ବେକରେ ମାଳ ପକାଇ ଥାନାକୁ ଭିଡ଼ି ଆଣିଥିଲେ । ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କଲା ପୋଲିସ ।ସୂଚନାଯୋଗ୍ୟ, ଶିକ୍ଷୟତ୍ରୀ ଜଣକ ନିମାପଡା ଥାନା ନିକଟ ଏକ ସାହିରେ ଭଡା ଘରେ ରହୁଥିଲେ । ତା‌ଙ୍କ ସ୍ବାମୀଙ୍କ ସହ କୌଣସି କାରଣରୁ ବିବାଦ ଯୋଗୁଁ ଉଭୟ ଅଲଗା ଅଲଗା ରହୁଥିବା କୁହାଯାଉଛି । ତେବେ ମହିଳାଙ୍କ ସ୍ବାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କ ଉପରେ ନଜର ରଖୁଥିଲେ । ଏକ ଭଡାଘରେ…

Read More