Author: sanitelevision

ବାଲେଶ୍ବରରେ ଜଣେ ନର୍ସିଂ ଛାତ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ୨୦ ବର୍ଷୀୟ ରୋମିଓ ରଞ୍ଜନ ସାମଲ। ସେ BSC ନର୍ସିଂ ପଢୁଥିଲେ ।ଘରେ କେହି ନଥିବା ବେଳେ ଫ୍ୟାନରେ ବେଡସିଟ ବାନ୍ଧି ଝୁଲିପଡ଼ି ସେ ଆତ୍ମହତ୍ୟା କରିଛନ୍ତି।ବାପା ମୃତୁଞ୍ଜୟ ସାମଲ ହସ୍ପିଟାଲ କର୍ମଚାରୀ ହୋଇଥିବା ବେଳେ ରୋମିଓ ତାଙ୍କର ଏକମାତ୍ର ପୁଅ । ସର୍ଜରୀ ଓଟିରେ ପ୍ରାକ୍ଟିକାଲ ଡ୍ୟୁଟି ଥିବା ବେଳେ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି । ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଯୁବକ ଜଣକ ଅନ ଲାଇନ୍ ଗେମ୍ ଖେଳି ଅର୍ଥ ହରାଇ ଜୀବନ ହାରିଛନ୍ତି ନା ଆଉ କଣ କାରଣ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Read More

ଆଜି ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍‌ଙ୍କୁ ଶପଥ ପାଠ କରାଇବେ। ଆଜି ପୂର୍ବାହ୍ନ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସିପି ରାଧାକ୍ରିଷ୍ଣନ NDA ମେଣ୍ଟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ ମିଳିଥିବା ବେଳେ INDIA ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା । ମୋଟ ୭୬୭ ଖଣ୍ଡ ଭୋଟ ପଡ଼ିଥିଲା । ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା ।

Read More

ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାରରେ ନିୟୋଜିତ ପୋଲିସ କର୍ମଚାରୀମାନଙ୍କୁ ବଡି କ୍ୟାମେରା ଦିଆଯାଇଛି |ଯେଉଁଥିରେ ଅଡିଓ କ୍ଷମତା ଏବଂ ଯଥେଷ୍ଟ ସଂରକ୍ଷଣ କ୍ଷମତା ରହିଛି । ଏହି ପଦକ୍ଷେପ ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ନଜର ରଖିବାରେ ଯଥେଷ୍ଟ ଉନ୍ନତି ଆଣିବ ବୋଲି ଆଶା ।ବଡି କ୍ୟାମେରା ବ୍ୟବହାର ପରିଷ୍କାର ପରିଚ୍ଛନ୍ନତା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରୋତ୍ସାହିତ କରିବ, ଏବଂ ପୋଲିସଙ୍କୁ କର୍ତ୍ତବ୍ୟ ଅଧିକ ପ୍ରଭାବଶାଳୀ ଭାବେ ସମ୍ପାଦନ କରିବା ଓ ଭକ୍ତମାନଙ୍କୁ ଉତ୍ତମ ସେବା ପ୍ରଦାନରେ ସକ୍ଷମ କରିବ |ଏହାସହିତ, ଏହି କ୍ୟାମେରାଗୁଡ଼ିକ ଦ୍ୱାରା ରେକର୍ଡ ହେଉଥିବା ଫୁଟେଜ୍‌ଗୁଡ଼ିକ ମନ୍ଦିରର ସାମଗ୍ରିକ ସୁରକ୍ଷା ଓ ସୁରକ୍ଷାକୁ ଉନ୍ନତ କରିବ। ଏହି ଅଭିନବ ବ୍ୟବସ୍ଥା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନ କରିବ ଏବଂ ମନ୍ଦିରର ମର୍ଯ୍ୟାଦା ଓ ପବିତ୍ରତା ବଜାୟ ରଖିବ।

Read More

ଆଉ ଦିନ କେଇଟା ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ୍‌ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜିର ରହିଛି । ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ । ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଗଠିତ ହେଲେ ତାହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ଯୋଗୁଁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚୀନ ସାଗର ଅଂଚଳରେ ସୃଷ୍ଟି ବାତ୍ୟା ଗୁଡିକର ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରେ। ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ…

Read More

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ । ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ପୂଜାରୀ କହିଛନ୍ତି, “୫ ବର୍ଷ ଭିତରେ ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ।” ଯେଉଁମାନଙ୍କର ୪ ଡିସିମିଲ୍‌ରୁ କମ୍ ଜମି ଥିବା, ସେମାନଙ୍କୁ ଜମି ମିଳିବ। ଜଙ୍ଗଲ ଜମିରେ ରହୁଥିବା ଜନଜାତି ବ୍ୟକ୍ତିମାନଙ୍କୁ ୧୦ ଡିସିମିଲ୍‌ ଜମି ପ୍ରଦାନ କରାଯିବ। ଏହା ସହ ହୀରାକୁଦ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିମାନଙ୍କୁ ଜମି ପଟ୍ଟା ମିଳିବ। ମନ୍ତ୍ରୀ କହିଛନ୍ତି, ୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇଛନ୍ତି।

Read More

ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ବଦେଶରେ ନିର୍ମିତ ଶକ୍ତିଶାଳୀ ଥ୍ରୀଡି ସର୍ଭିଲାନ୍ସ ରାଡାର (ଏଏସଆର-ଲାଞ୍ଜା-ଏନ) । ଏହାକୁ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ ପକ୍ଷରୁ ଏକ ସ୍ପାନିଶ କମ୍ପାନିର ପ୍ରଯୁକ୍ତି ହସ୍ତାନ୍ତର ମାଧ୍ୟମରେ ନିର୍ମାଣ କରାଯାଇଛି । ଏହି ରାଡାର ଏକ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରେ ଲଗାଯାଇଛି। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ। ଲାଞ୍ଜା –ଏନ୍ ରାଡାର କଣ ?ଲାଞ୍ଜା –ଏନ୍ ଇନ୍ଦ୍ରାର ଲାଞ୍ଜା ୩ଡି ରାଡାରର ନୌସୈନିକ ସଂସ୍କରଣ , ଯାହା ଦୁନିଆର ସବୁଠୁ ଆଡଭାନ୍ସ ଲଙ୍ଗ୍-ରେଞ୍ଜ ଏୟାର ଡିଫେନ୍ସ ଓ ଆଣ୍ଟି-ମିସାଇଲ ରାଡାର ମଧ୍ୟରୁ ଗୋଟିଏ। ଏହା ରାଡାରା ଆକାଶ ଓ ଭୂପୃଷ୍ଠ ଉଭୟ ଲକ୍ଷ୍ୟକୁ ୩ଡିରେ ଟ୍ରାକ୍ କରିଥାଏ। ଏହାର ରେଞ୍ଜ ୨୫୪ ନଟିକାଲ ମାଇଲ୍ସ ( ପାଖାପାଖି ୪୭୦ କି.ମି)। ଏହି ଡ୍ରୋନ୍, ସୁପରସୋନିକ ଫାଇଟ୍ର ଜେଟ୍ , ଆଣ୍ଟି –ରେଡିଏସନ ମିସାଇଲ ଓ ନୌସୈନିକ ପ୍ଲାଟଫର୍ମକୁ…

Read More

ଖୋର୍ଦ୍ଧା ଜିଲ୍ଲାର ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମାସୁନ୍ଦରପୁର ଗାଁରେ ଏହି ବିରଳ ସାପଟି ଦେଖାଯାଇଥିଲା।ଆଜି ସକାଳେ ଭାସ୍କର ମୁଦୁଲିଙ୍କ ଘର ପଛପଟରୁ ଏହି ବିଶାଳ ସାପଟି ଦେଖା ଦେଇଥିଲା । ପରିବାର ସଦସ୍ୟମାନେ ଏହାକୁ ପ୍ରଥମେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ପଡ଼ୋଶୀ ଏବଂ ରାସ୍ତାରେ ଥିବା ଲୋକମାନେ ବିରଳ ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳକୁ ଆସିଥିଲେ । ଭିଡ଼ ଦେଖି ବିଶାଳ ସାପଟି କୌଣସି ସ୍ଥାନରେ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲା । କିନ୍ତୁ, ସେତେବେଳକୁ ସେ ଏକ ବେଙ୍ଗ ଧରିସାରିଥିଲା। ଏହି ସମୟରେ ପରିବାର ସଦସ୍ୟମାନେ ସାପ ହେଲ୍ପଲାଇନ୍ ସଦସ୍ୟଙ୍କୁ ଡାକିଥିଲେ । ସାପ ଧରାଳିମାନେ ଦାରୁଠେଙ୍ଗରୁ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ 7 ଫୁଟ ଲମ୍ବର ଏକ ବିରଳ ଧଳା ନାଗ ବୋଲି ଜଣାପଡିଛି । ସାପ ଧରାଳିମାନେ ତା’ପରେ ନାଗକୁ ସାଙ୍ଗରେ ନେଇ ଚନ୍ଦକା ଜଙ୍ଗଲରେ ଏକ ନିର୍ଜନ…

Read More

ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ରାଷ୍ଟ୍ରପତି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଅର୍ଥାତ୍ ଆଚାର୍ଯ୍ୟ ଦେବବ୍ରତ ଗୁଜରାଟର ଦାୟିତ୍ୱ ସହିତ ମହାରାଷ୍ଟ୍ରର ରାଜ୍ୟପାଳର ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ।ସିପି ରାଧାକୃଷ୍ଣନ ସେପ୍ଟେମ୍ବର ୧୨ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ୪୫୨ ଭୋଟ ପାଇଛନ୍ତି। ଏହି ବିଜୟ ସହିତ, ରାଧାକୃଷ୍ଣନ ଦେଶର ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।ସିପି ରାଧାକୃଷ୍ଣନ ୩୧ ଜୁଲାଇ ୨୦୨୪ ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ଥିବା ସମୟରେ, ସେ ଉଚ୍ଚଶିକ୍ଷା ଏବଂ ଗ୍ରାମୀଣ ବିକାଶର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇଥିଲେ। ମହାରାଷ୍ଟ୍ରର ରାଜ୍ୟପାଳ ହେବା ପୂର୍ବରୁ, ସେ ଝାଡ଼ଖଣ୍ଡ ଏବଂ ତେଲଙ୍ଗାନାର ରାଜ୍ୟପାଳର…

Read More

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର କଳାବଜାରୀ କିମ୍ବା ଗଚ୍ଛିତ କିମ୍ବା ନକଲି ସାରର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।ତେବେ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି…

Read More

ରାସନକାର୍ଡ ଇ-କେୱାଇସି ପରେ ଧରାପଡିଲା ସାଙ୍ଘାତିକ ତଥ୍ୟ । ୫ ଲକ୍ଷ ୭୫ ହଜାର ମୃତକଙ୍କ ନାଁରେ ରାସନ କାର୍ଡ ଥିବା ସ୍ପଷ୍ଟ ହୋଇଛି । ୧ ଲକ୍ଷ ୫ ହଜାର ଆୟକରଦାତା କାର୍ଡ ଫେରାଇଛନ୍ତି । ୬ଲକ୍ଷ ଗରିବ ଲୋକ କାର୍ଡ ପାଇଲେ । ରାସନ କାର୍ଡ ଆବେଦନ କରି ଅପେକ୍ଷାରେ ୧୪ ଲକ୍ଷ ଲୋକ ରହିଛନ୍ତି । ଧନୀ ଲୋକ କାର୍ଡ ପାଇଥିଲେ କାଟିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତ୍ୟୋଦୟ କାର୍ଡ ମଧ୍ୟ ଅନେକ ଧନୀ ଲୋକ ହାତେଇଛନ୍ତି । ଏନେଇ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛି ।

Read More