କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଗାଁରେ ଯୌତୁକ ପାଇଁ ହତ୍ୟା ଅଭିଯୋଗ । ଗାଁର ୨୩ ବର୍ଷୀୟ ଖିରବତି ସାହୁଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଏନେଇ କେସିଙ୍ଗା ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ। ସୂଚନାଯୋଗ୍ୟ, ଏମ୍.ରାମପୁର ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମର କୌତୁକ ସାହୁ କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। କିଛି ମାସ ଭଲରେ ସ୍ବାମୀ ସ୍ତ୍ରୀ ରହି ଆସୁଥିଲେ। କିନ୍ତୁ ହଠାତ୍ ଜଗନ୍ନାଥଙ୍କ ପରିବାରର ବାପା, ମା’, ନଣନ୍ଦ ବୋହୂ ଉପରେ ୧ ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରିବା ସହ ଯୌତୁକ ଦାବି କରି ନିର୍ଯାତନା ଦେଇ ଶାରୀରିକ କଷ୍ଟ ଦେଉଥିଲେ। ଗତ ୬ ତାରିଖରୁ କ୍ଷୀରବତୀଙ୍କୁ ଖାଇବା ପିଇବା ଦେଇ ନ ଥିଲେ। କ୍ଷୀରବତୀ ବାପା କୌତୁକଙ୍କୁ ଫୋନ…
Author: sanitelevision
ସୂଚନା ଅନୁଯାୟୀ ଆଜି11ଘଟିକା ସମୟ ରେଖଣ୍ଡପଡ଼ା ରୋଡ଼ ଅଫିସ କାର୍ଯ୍ୟାଳୟରେ ୬ ହଜାର ଲାଞ୍ଚ ନେଇ ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀ ଙ୍କ ଠାରୁଲାଞ୍ଚ ଜିଲା ଶ୍ରମ ଅଧିକାରୀଶ୍ରମ କାର୍ଡ କରିବା ପାଇଁ ଲାଞ୍ଚ ନେଉଥିଲେ ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୨୨ ଶ୍ରମ କାର୍ଡ ପାଇଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ତେବେ ୨୨ ସ୍ଥାନରେ ୨୧ କାର୍ଡ କରିଥିଲେ ।୨୧ କାର୍ଡ ପାଇଁ ୬ ହଜାର ୩୦୦ ସ୍ଥାନରେ ୬ହଜାର ନେଉଥିବା ବେଳେ ଭିଜିଲାନ୍ସ ଧରିଛି।ବାପାଙ୍କ ମୃତ୍ୟୁ ପରେ କିରାଣୀ ଭାବେ ଚାକିରୀ ପାଇଥିଲେ ଚିତରଞ୍ଜନ ରାଉତ,, ପ୍ରମୋସନ ପରେ ପ୍ରମୋସନ ପାଇ ନୟାଗଡ଼ ଜିଲ୍ଲା ଶ୍ରମଅ ଧିକାରୀଭାବେ କାର୍ଯ୍ୟ କରୁଥିଲେ
IAS ଅଫିସର ସ୍ତରରେ ଅଦଳବଦଳ । ବିଜୟ ଅମୃତ କୁଲାଙ୍ଗେ ହେଲେ ପଶୁପାଳନ ଓ ପ୍ରାଣୀ ଧନ ବିଭାଗର ନିର୍ଦ୍ଦେଶକ । ଏଥିସହ ସେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ତେବେ ଅଞ୍ଜନା ପଣ୍ଡା ହେଲେ ଆୟୁଷ ନିର୍ଦ୍ଦେଶିକା ସେହିପରି ପ୍ରେମଜିତ ନାୟକ- ଏସସି/ଏସଟି ଏବଂ ଫଛୁଆ ବିଭାଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି । ପି.ଅନ୍ୱେଷା ରେଡ୍ଡୀ- ଆଇଜିଆର, କଟକର ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ହାଇକୋର୍ଟରେ ବୋମା ଧମକ ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ସୂତ୍ର ଅନୁଯାୟୀ, ପ୍ରାୟ ୪୦ ମିନିଟ୍ ପୂର୍ବରୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ଯେଉଁଥିରେ କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ହାଇକୋର୍ଟ ଖାଲି କରିବାକୁ ଧମକ ଦିଆଯାଇଥିଲା ।ପୋଲିସ ପ୍ରୋଟୋକଲ ଲାଗୁ କରି ସମସ୍ତ ଜଜ୍ ଏବଂ ଓକିଲକୁ କୋର୍ଟ ପରିସରରୁ ବାହାରକୁ ଆସିଛନ୍ତି । ସମସ୍ତ ବିଚାରପତି ସେମାନଙ୍କର ବୋର୍ଡକୁ ସ୍ଥଗିତ ରଖିଥିଲେ ଏବଂ କୋର୍ଟ ରୁମ୍ ଛାଡିବା ପୂର୍ବରୁ ଶୁଣାଣି ବନ୍ଦ କରିଥିଲେ । ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟ ଟିମ୍, ସ୍ପେଶାଲ ସେଲ ଏବଂ ଦିଲ୍ଲୀ ପୋଲିସର ୟୁନିଟ୍ ନିୟୋଜିତ ରହିଛି । କୋର୍ଟ ପରିସରରେ ଖୋଜା ଚାଲିଛି । ପୋଲିସ ଆଖପାଖ ଅଞ୍ଚଳକୁ ସିଲ୍ କରି ଯାଞ୍ଚ କରୁଛି ।
ରାଜ୍ୟରେ ପ୍ରବଳ ଖରା । ପୁଣି ଗୁଳୁଗୁଳି । ତାପମାତ୍ରା ୩୬ ଡେଇଁ ୩୭ ଡିଗ୍ରୀ ସେଲସିୟସ୍ ପାଖରେ ପହଞ୍ଚିଲାଣି । ରାତି ଅସହ୍ୟ ହେଉଛି । ଚିନ୍ତାର ବିଷୟ ହେଲା-ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ |ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶନିବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହେବ ।କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଭିତରେ ଉତ୍ତର ଓଡ଼ିଶାରେ ଗରମ କମିବାର ସମ୍ଭାବନା ଦେଖାଯାଉନି । ତେବେ ଭୁବନେଶ୍ୱର ଓ କଟକରେ ଶୁକ୍ରବାର ସାମାନ୍ୟ ତାପମାତ୍ରା କମିପାରେ । ହେଲେ…
‘ରାଗିନୀ ଏମଏମଏସ ରିଟର୍ଣ୍ଣସ୍’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ ପାଇଁ ପ୍ରସିଦ୍ଧ କରିଶ୍ମା ଶର୍ମା ନିକଟରେ ଏକ ଗମ୍ଭୀର ଦୁର୍ଘଟଣାର ଶିକାର ହୋଇଛନ୍ତି। ମୁମ୍ବାଇରେ ଏକ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଭିନେତ୍ରୀ ପୋଷ୍ଟରେ କହିଛନ୍ତି ଯେ ମୁଁ ମୁମ୍ବାଇର ଲୋକାଲ୍ ଟ୍ରେନରେ ଚର୍ଚ୍ଚଗେଟ୍ ଯାଉଥିଲି, ଟ୍ରେନରେ ଚଢ଼ିବା ମାତ୍ରେ ତାର ସ୍ପିଡ୍ ବଢ଼ିଗଲା ଏବଂ ମୋ ବନ୍ଧୁମାନେ ଠିକ୍ ଭାବରେ ଟ୍ରେନ ଧରିପାରିଲେ ନାହିଁ । ଏହି ଭୟ ଯୋଗୁଁ ମୁଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲି । ଯାହା ଫଳରେ ଗୁରୁତର ଆହତ ମଧ୍ୟ ହୋଇଛି । କରିଶ୍ମା କହିଛନ୍ତି ଯେ ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ, ପିଠି ଯନ୍ତ୍ରଣା…
ନଭେମ୍ବର ୫ରୁ କଟକ ବାଲିଯାତ୍ରା। ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ ପଡିବ।ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡିଆରେ ହବନି । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଜା ନେବେ ଲୋକେ ।
ବୋର୍ଡ ସମ୍ପାଦକଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି। ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ଚିଠି।ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ। ଆସନ୍ତା ୨୭ ତାରିଖରେ ହେବ ଓଟିଇଟି ପରୀକ୍ଷା।ବୋର୍ଡକୁ ପଠାଯିବା ପର୍ଯ୍ୟନ୍ତ ଗୋପନୀୟ ଜିନିଷ ଗୁଡିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସମ୍ପାଦକ । ଏଥିସହ କ୍ଷେତ୍ର କର୍ମଚାରୀଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ନିବେଦନ କରାଯାଇଛି। ସକାଳ ୯ଟାରୁ ୧୧ଟା ୩୦ ଓ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ।
୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦର ଶପଥ ପାଠ କରାଇଥିଲେ। ସୂଚନାଥାଉକି, ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ରାଧାକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ର୍ନିବାଚନରେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ୪୫୨ ଭୋଟ ପାଇଛନ୍ତି। ଏହି ବିଜୟ ସହିତ, ରାଧାକୃଷ୍ଣନ ଦେଶର ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।
ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଛି। ସୂଚନାମୁତାବକ ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବଡ଼ କଥା କହିଥିଲେ । ଆଗକୁ ଯଦି ଠିକଭାବେ ନଚାଲେ ତେବେ ମୁଁ ଦଳଠୁ ଦୂରେଇ ଯିବି ।ଏହାଛଡ଼ା ସେ କହିଥିଲେ ଯେ ମୁଁ ଏବେ ବିଜେଡିରେ ଅଛି । ତେବେ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ ।ପୂର୍ବ ବିଚାରଧାରାରେ ଦଳ ନାହିଁ । ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଥିଲେ । ତେବେ ଏଭଳି ମନ୍ତବ୍ୟ ପାଇଁ ବିଜେଡି ଦଳରୁ ନିଲମ୍ବନ କରିଛି |









