ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଚାଲିଛି, ଉନ୍ନତି ଆସିନି ।ସୂଚନାମୁତାବକ, ପ୍ରାୟ ୧୦ ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର। ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଅଭିଜିତ। ଅଭିଜିତଙ୍କ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ସେ କିଡନୀ ରୋଗରେ ପୀଡ଼ିତ । ଅଭିଜିତଙ୍କର ରହିଛି ଅସ୍ମୋଟିକ୍ ଡିମାଏଲିନେସନ୍ ସିଣ୍ଡ୍ରୋମ, ବାଇଲେଟେରାଲ ନିମୋନିଆ, ଡିସେଲେଟ୍ରୋଲାଇଟେମିଆ ସମସ୍ୟା ମଧ୍ୟ ରହିଛି । ୪ ସେପ୍ଟେମ୍ବରରୁ ଭୁବନେଶ୍ଵର AIIMSରେ ଚିକିତ୍ସାଧୀନ ଅଭିଜିତଙ୍କ କିଡନୀ ଓ ଲିଭର ଫଙ୍କସନ ଏବେ ସ୍ଥିର ରହିଛି । ତେବେ ଆବଶ୍ୟକ ପଡ଼ିଲେ ଦିଲ୍ଲୀ…
Author: sanitelevision
ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ। ମୟୂରଭଞ୍ଜ ଯଶିପୁର ଥାନା ବେଗୁନିଆ ଗାଁର ଘଟଣା। ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକ।ସୂଚନା ଅନୁସାରେ ମହିଳା ଜଣକ ହାଟ ସଉଦା କରିବା ପାଇଁ କାଶୀପାଳ ଗାଁରୁ ତାଙ୍କ ସମ୍ପର୍କୀୟ ଦୁଇଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲ । ବଜାରରୁ ଏକ ବାଇକ ଯୋଗେ ନିଜ ଗାଁକୁ ଫେରିବା ପରେ ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ନିସ୍ତୁକ ମାଡ଼ କରିଥିଲେ । ପଡ଼ିଆରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ତିନି ଜଣଙ୍କୁ ବାନ୍ଧି ବିଧା ଗୋଇଠା ସହ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଯଶୀପୁର ଥାନା ପୋଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।ବାକି ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ଯଶିପୁର…
ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଥିଲେ ଯେ, “ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ଏବେ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ, ମୁଁ ଆଇଜଲକୁ ଯାଇପାରିଲି ନାହିଁ। କିନ୍ତୁ…
ଡିଜିଟାଲ୍ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ । ଏବେ ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ । ଏଣିକି ଆଉ ଅନଲାଇନ ପେମେଣ୍ଟରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି ୟୁପିଆଇ ୟୁଜର୍ସ । କାରଣ ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି ।ଏହା ସେମାନଙ୍କୁ ଲାଭ ଦେବ ଯେଉଁମାନେ ପୂର୍ବରୁ ବଡ଼ ଦେୟ ପାଇଁ ବାରମ୍ବାର କାରବାର କରୁଥିଲେ କିମ୍ବା ଚେକ/ବ୍ୟାଙ୍କ ସ୍ଥାନାନ୍ତର ଭଳି ପୁରୁଣା ପଦ୍ଧତି ଅବଲମ୍ବନ କରୁଥିଲେ। ତଥାପି, ବ୍ୟକ୍ତି-ବ୍ୟକ୍ତି (P2P) କାରବାରର ସୀମା ପୂର୍ବ ପରି ପ୍ରତିଦିନ ୧ ଲକ୍ଷ ଟଙ୍କା ରହିବ।NPCIର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ UPI ୟୁଜର୍ସମାନେ ପେମେଣ୍ଟ ପାଇଁ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ତେବେ ଏହି ନୂଆ ପରିବର୍ତ୍ତିତ ନିୟମ ସେପ୍ଟେମ୍ବର ୧୫ରୁ କାର୍ଯ୍ୟକାରୀ ହେବ…
ଯାଜପୁର ଜିଲ୍ଲା ବୈରୀ ଥାନା ପଞ୍ଚାୟତର ସୌମ୍ୟ ରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଟିଉସନ୍ କରନ୍ତି । ତେବେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଅସଦାଚରଣ କରିଥିଲେ । ଯାହାକୁ ନେଇ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ପକ୍ଷରୁ ବଇରୀ ଥାନାରେ ସାର୍ଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ବଇରୀ ଥାନା ପୁଲିସ ତଦନ୍ତ କରି ଟିଉସନ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଚାଷୀଙ୍କୁ ମିଳିବ ଅଧିକ ସହାୟତା । ରାଜ୍ୟ ସହ କେନ୍ଦ୍ର ଯୋଜନାର ମିଳିବ ଲାଭ । ପିଏମ୍ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ କରାଯିବ ସାମିଲ । ଏଥିପାଇଁ ରାଜ୍ୟ ସରକାର KYC ଅବଧିକୁ ବୃଦ୍ଧି କରିଛନ୍ତି ।କେ୍ୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଲେ ସରକାର । ୮ ସେପ୍ଟେମ୍ବରରୁ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବା ବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର ।
ଦରମା ମିଳିଲାନି ଗଡ଼ିଲାନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର।ଆଜି ପୋଖରୀପୁଟ ଡିପୋର ବସ କର୍ମଚାରୀ ଏକାଠି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି । ୪୩ଟି ବସ ବନ୍ଦ ପଡ଼ିଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କୌଣସି ସାମାଜିକ ସୁରକ୍ଷା ବିନା ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ଆମ ବସ୍ କର୍ମଚାରୀଙ୍କ ପାଇଁ ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ଡ୍ରାଇଭରମାନେ।ସୂଚନା ଅନୁସାରେ ପ୍ରତିମାସ ୧୦ ତାରିଖ ମଧ୍ୟରେ…
ଚଳିତ ବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୭ ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ। କେବଳ ଅନଲାଇନ ମାଧ୍ୟମରେ ପଞିକରଣ କରାଯିବ। ହବିଷ୍ୟାଳୀ ମା ମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟସ୍ଥଳରେ ରଖାଯିବ ବୋଲି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସୂଚନା ଦେଇଛନ୍ତି।ଉପରୋକ୍ତ ହବିଷ୍ୟାଳୀ କେନ୍ଦ୍ର ଗୁଡିକ ହବିଷ ବ୍ରତ ଆରମ୍ଭ ପୂର୍ବରୁ ପ୍ରସ୍ତୁତ ରଖିବା, ମା’ମାନଙ୍କର ଭଲ ଭାବେ ରହଣି ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ଆଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ଇତ୍ୟାଦିକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାକୁ ସୁ-ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯିବ। ମା’ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି…
ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୨୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁରରେ ହେବାକୁ ଥିବା ଯୁବ ସମାବେଶରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ଏକ ଟିମ ବ୍ରହ୍ମପୁର ଆସି କାର୍ଯ୍ୟକ୍ରମ ସ୍ଥଳୀ ବୁଲି ଦେଖିଛନ୍ତି । ତେବେ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ନଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ଓ ବ୍ରହ୍ମପୁର ବିଧାୟକ l ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ। ସେଠାରେ ଆୟୋଜିତ ହେବାକୁ ଥିବା ବିଶାଳ ଯୁବ ସମାବେଶରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଛାଡ଼ିଗଲା ଏବେ ସ୍ୱାମୀ- ସ୍ତ୍ରୀଙ୍କ ରିଲ୍ସ ପ୍ରେମ। ଚଳନ୍ତା ଗାଡ଼ିରେ କୋଳରେ ବସାଇ କରୁଥିଲେ ରିଲ୍ସ। ଚାଲାଣ ବିଭାଗ କାଟିଦେଲା ମୋଟା ଅଙ୍କର ଫାଇନ୍।ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି । ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା କରିଛି ।ସୂଚନା ଥାଉକି, ସମ୍ବଲପୁର ରେଢାଖୋଲ ୫୫ନଂ ଜାତୀୟ ରାଜପଥରେ ସ୍ୱାମୀ, ସ୍ତ୍ରୀ ଓ ୪ ଜଣ ଜଣ ଶିଶୁଙ୍କ କାରରେ ଯାଉଥିଲେ । କାରଟି ଚାଲୁଥିବା ବେଳେ ସ୍ତ୍ରୀ ଓ ୪ ଶିଶୁ ବିନା ସିଟ୍ ବେଲ୍ଟରେ ମୋବାଇଲରେ ରିଲ୍ସ କରୁଥିଲେ । ତେବେ ଜଣେ ବ୍ୟକ୍ତି ଏହାକୁ ଦେଖି ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ରାଜ୍ୟ ପରିବହନ ବିଭାଗକୁ ଟ୍ୟାଗ୍ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।ଅଭିଯୋଗ ପରେ, ରାଜ୍ୟ ପରିବହନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ମାଲିକଙ୍କୁ ଏକ ନୋଟିସ…









