Author: sanitelevision

ପାର୍ବଣ ଋତୁରେ ଯାତ୍ରୀଙ୍କୁ ସୁଗମ ଯାତ୍ରା ଅନୁଭବ ପ୍ରଦାନ କରିବା ଏବଂ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ ରେଳବାଇ ନୂତନ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରଚଳନ କରିବାକୁ ଘୋଷଣା କରିଛି।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଆଜି ପ୍ରଥମ ବିମାନ ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଯାତ୍ରୀମାନେ ବିମାନବନ୍ଦରରେ ଓହ୍ଲେଇବେ। ଏହା ପରେ ପ୍ରଥମେ ଟୀକା ଲଗାଯିବ। ପରେ ସମ୍ବଲପୁରୀ ନୃତ୍ୟ ସହ ସେମାନଙ୍କୁ ସ୍ୱାଗତ କରାଯିବ।ଏହା ସହ ବୃକ୍ଷ ରୋପଣ, ବୟସ୍କ ଯାତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ହେଲଥ କ୍ୟାମ୍ପ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଏୟାରପୋର୍ଟ ଡିରେକ୍ଟର ।

Read More

କିଏ ବାଇକ୍‌ ଟାଙ୍କି ଉପରେ ଝିଅଙ୍କୁ ବସାଇ ଗାଡ଼ି ଚଳାଇ ମୋବାଇଲ୍‌ରେ ରିଲ୍‌ସ୍‌ କରୁଛି ତ ଆଉ କି ହ୍ୟାଣ୍ଡଲ୍‌ ଛାଡ଼ି ଗାଡ଼ି ଚଳାଇ ସୁଟିଂ କରୁଛି । ପୁଣି ଚାରିଚକିଆ ଯାନରେ ମଧ୍ୟ ବିପଜ୍ଜନକ ଭାବେ ଚଳାଇ ରିଲ୍‌ସ୍‌ କରୁଛନ୍ତି । ସୋସିଆଲ୍‌ ମିଡିଆରେ ନିଜର ଭିୟୋର୍ସ ବଢ଼ାଇବା ପାଇଁ ଆଜିକାଲି ଯୁବକଯୁବତୀଙ୍କୁ ନିଶା ଘାରିଛି । ତେବେ ହୋଇଯାଆନ୍ତୁ ସାବଧାନ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍‌ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି ।ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର-I ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ…

Read More

ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଲ ନିଖୋଜ ଘଟଣା । ୧୨ ଦିନ ପରେ ମିଳିଲା ନିଖୋଜ ଟ୍ରାଫିକ କନେଷ୍ଟବଲଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ ମୃତଦେହ ପଡିଥିବା ସୂଚନା ମିଳିଛି।ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସଂଦେହ ଘେରରେ ଥିଲା ପୁରୁଷ ବନ୍ଧୁ । ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରେ ଦୀପକ । ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । କ୍ୟାପିଟାଲ ଥାନା ପୋଲିସ ଏକ ମିସ କେସ ରୁଜୁ କରି ତନାଘନା ଜାରି ରଖିଥିଲା । ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।ସେପଟେ ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ଛାନ୍‌ଭିନ୍…

Read More

ଆଲବାନିଆ ଦୁନିଆର ପ୍ରଥମ AI ମନ୍ତ୍ରୀକୁ ସାମ୍ନାକୁ ଆଣିଛି । ଯିଏ ଲାଞ୍ଚ ନେବେନି କି ଭ୍ରଷ୍ଟାଚାର କରିବେନି । ବିନା ସ୍ଵାର୍ଥରେ ଲୋକଙ୍କ ସୁଖ ଦୁଃଖ ବୁଝିବେ । ୟୁରୋପର ଆଲବାନିଆ ନାମକ ଏକ ଛୋଟ ଦେଶ ଏହି ଭ୍ରଷ୍ଟାଚାର ମୁକ୍ତ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି । ଏହି ମନ୍ତ୍ରୀଙ୍କ ନାମ ଡିଏଲା ।ଡିଏଲା ଏବେ ଦେଶର ସରକାରୀ ଟେଣ୍ଡରକୁ ମ୍ୟାନେଜ୍ କରିବ ଓ ପ୍ରାଇଭେଟ୍ କମ୍ପାନୀଗୁଡ଼ିକୁ ପ୍ରୋଜେକ୍ଟ ଦେବାକୁ ନିଷ୍ପତ୍ତି ନେବ । ଲାଞ୍ଚ କିମ୍ବା ବଳ ପ୍ରୟୋଗ ଦ୍ଵାରା ଏହା ପ୍ରଭାବିତ ହେବ ନାହିଁ କି ପକ୍ଷପାତିତା କରିବ ନାହିଁ । ନିରପେକ୍ଷ ଭାବେ ଟେଣ୍ଡର ଆବଣ୍ଟନ କରିବ ।ଆଲବାନିଆ ପ୍ରଧାନମନ୍ତ୍ରୀ ଏଦି ରାମା ଏହି ଏଆଇ ମନ୍ତ୍ରୀଙ୍କୁ କ୍ୟାବିନେଟ୍ରେ ସାମିଲ କରି ଖୁସିବ୍ୟକ୍ତ କରିଛନ୍ତି । ଏହି AI ଆମ ସିଷ୍ଟମରେ ବ୍ୟାପିଥିବା ଅନ୍ଧକାରକୁ ଦୂର କରିବ । ଡିଏଲାର ନିଯୁକ୍ତି ପରେ ସରକାରୀ ଟେଣ୍ଡର…

Read More

ତ୍ରିଶୂଳିଆ-ବାରଙ୍ଗ ମୁଖ୍ୟ ରାସ୍ତା ନିକଟରୁ ଶୁକ୍ରବାର ବିଳମ୍ବିତ ରାତିରେ ବିରାଟ ଅଜଗର ସାପ ଉଦ୍ଧାର। ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହାୟତାରେ ଏକ ୧୦ ଫୁଟ ଲମ୍ବର ବିରାଟ ଅଜଗର ସାପକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଜଗରଟି ଚନ୍ଦକା ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱେଷଣରେ ଆସି ମଧୁପୁର ଗାଁ ମୁଣ୍ଡରେ ରାସ୍ତା ପାର ହେଉଥିବା ବେଳେ ଲୋକମାନେ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଅଜଗରକୁ ସୁରକ୍ଷିତ ଭାବେ ନିକଟସ୍ଥ ଚନ୍ଦକା ଡମପଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି ।

Read More

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନୂଆପଡା ବିଧାନସଭା ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ ପରିବର୍ତ୍ତନ ହେବ । ସେପ୍ଟେମ୍ବର ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୋଟର ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଅକ୍ଟୋବର ୭ ତାରିଖ ସୁଦ୍ଧା ଏହି ଦାବି ଓ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।ସୂଚନାଯୋଗ୍ୟ ଯେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଛି। ଏଠାରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

Read More

ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଏନେଇ ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଚଳିତ ମାସ ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌) ଲାଗି ‌ଫ୍ରାଞ୍ଚାଇଜ୍‌ଗୁଡ଼ିକର ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି। ପ୍ରତି ଦଳରେ ୧୬ ଲେଖାଏଁ ଖେଳାଳି ରହିଛନ୍ତି। ଖେଳାଳିଙ୍କୁ ବିଭିନ୍ନ ବର୍ଗ ମରକ୍ୟୁ (୧,୨୫,୦୦୦ ଟଙ୍କା), ‘ଏ’ (୧,୦୦,୦୦୦ ଟଙ୍କା), ‘ବି’ (୭୫,୦୦୦ ଟଙ୍କା), ‘ସି’ (୫୦,୦୦୦ ଟଙ୍କା) ଓ ‘ଡି’ (୪୦,୦୦୦ ଟଙ୍କା)ରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଦଳରେ ସାମିଲ କରିଛନ୍ତି। ଏଥିରେ କଟକ ପାନ୍ଥର୍ସ,ସମ୍ବଲପୁର ୱାରିୟର୍ସ,ପୁରୀ ଟାଇଟାନ୍ସ,ଭୁବନେଶ୍ବର ଟାଇଗର୍ସ,କେନ୍ଦୁଝର ମାଇନର୍ସ,ରାଉରକେଲା ଷ୍ଟିଲର୍ସ ସାମିଲ ଅଛନ୍ତି

Read More

ଆସନ୍ତା ୧୭ ତାରିଖରୁ ସବୁ ସହରାଞ୍ଚଳରେ ‘ସ୍ୱଚ୍ଛୋତ୍ସବ’ ଆୟୋଜିତ ହେବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସବୁ ସହରରେ ବ୍ୟାପକ ଓ ସକ୍ରିୟ ଭାବେ ପାଳିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି ।୨୦୧୭ରେ ଏହାର ଆରମ୍ଭ ପରଠାରୁ, ସ୍ୱଚ୍ଛତା ହି ସେବା ଏକ ଜନ ଆନ୍ଦୋଳନରେ ବିକଶିତ ହୋଇଛି, ଯାହା ଏକ ସ୍ୱଚ୍ଛ ଏବଂ ସ୍ଥାୟୀ ଭାରତର ଦୃଷ୍ଟିକୋଣ ଦିଗରେ ସ୍ୱେଚ୍ଛାକୃତତା ଏବଂ ସାମୂହିକ ନାଗରିକ କାର୍ଯ୍ୟକୁ ମଜବୁତ କରିଛି। ବର୍ଷ ବର୍ଷ ଧରି, ଏହି ଅଭିଯାନ ମାତ୍ରା ଏବଂ ପ୍ରଭାବରେ ବୃଦ୍ଧି ପାଇଛି, ଲକ୍ଷ ଲକ୍ଷ ନାଗରିକଙ୍କୁ ସେମାନଙ୍କ ଆଖପାଖରେ ସ୍ୱଚ୍ଛତା ପାଇଁ ସେମାନଙ୍କର ସମୟ ଏବଂ ପ୍ରୟାସ ଯୋଗଦାନ କରିବାକୁ ପ୍ରେରଣା ଦେଇଛି ।ଏହି ଅଭିଯାନ ଅଧୀନରେ ୨୫ ତାରିଖରେ ‘ଏକ୍‌ ଦିନ, ଏକ ଘଣ୍ଟା, ଏକ ସାଥ୍‌’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଦେଶର…

Read More

ସୁପ୍ରିମକୋର୍ଟ କୋର୍ଟର ମର୍ଯ୍ୟାଦା ଏବଂ ସୁରକ୍ଷାକୁ ପାଇଁ ଏକ ସର୍କୁଲାର ଜାରି କରିଛନ୍ତି। ସରକାରୀ ଉଦ୍ଦେଶ୍ୟ ବ୍ୟତୀତ କୋର୍ଟର ଉଚ୍ଚସ୍ତରୀୟ ସୁରକ୍ଷା ଅଞ୍ଚଳରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫିକୁ ନିଷେଧ କରିଛନ୍ତି। ଭାରତୀୟ ସୁପ୍ରିମକୋର୍ଟର ଉଚ୍ଚ ସୁରକ୍ଷା କ୍ଷେତ୍ର ଭିତରେ, ସରକାରୀ ବ୍ୟବହାର ବ୍ୟତୀତ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ନିଷେଧ। ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ, ଅର୍ଥାତ୍ ନିମ୍ନ ସୁରକ୍ଷା କ୍ଷେତ୍ରର ଲନରେ ସାକ୍ଷାତକାର ଏବଂ ସମାଚାରର ସିଧାପ୍ରସାରଣ କରିବେ। ଉଚ୍ଚ ସୁରକ୍ଷା ଜୋନର ଲନରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ। ସରକାରୀ ବ୍ୟବହାର ବ୍ୟତୀତ, ଭିଡିଓଗ୍ରାଫି, ରିଲ୍ ତିଆରି ଏବଂ ଫଟୋଗ୍ରାଫି ପାଇଁ ବ୍ୟବହୃତ ଉପକରଣ ଯେପରିକି କ୍ୟାମେରା, ଟ୍ରାଇପଡ୍, ସେଲ୍ଫି ଷ୍ଟିକ୍ ଇତ୍ୟାଦି ଉଚ୍ଚ ସୁରକ୍ଷା ଅଞ୍ଚଳରେ ନିଷେଧ କରାଯିବ। ଯଦି କୌଣସି ଓକିଲ, ମକଦ୍ଦମାକାରୀ, ପ୍ରଶିକ୍ଷାର୍ଥୀ କିମ୍ବା ଆଇନ କିରାଣୀ ଉପରୋକ୍ତ ନିର୍ଦ୍ଦେଶାବଳୀର କୌଣସି ଉଲ୍ଲଂଘନ କରନ୍ତି, ତେବେ ସମ୍ପୃକ୍ତ ବାର…

Read More

AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଗୁରୁତ୍ବ।ପ୍ରଶାସନିକ କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ ଅଧିକ କୁଶଳୀ ହେବା ଲାଗି AI ଉପକରଣ କିଣିବାକୁ କୁହାଯାଇଛି । ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ କୃତ୍ରିମ ବୁଦ୍ଧିମତ୍ତା ବା AIର ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ସମସ୍ତ ବିଭାଗ AI ଉପକରଣ କିଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଶାସନିକ କ୍ଷମତା ଦିଆଯାଇଛି । ଏହା ସହିତ କାର୍ଯ୍ୟାନ୍ଵୟନ ବେଳେ କେତେକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରି ସବୁ…

Read More