ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ । ବିଧାନସଭା ପରିସରରେ ଓ ବାହାରେ ପାଖାପାଖି ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ବିଧାନସଭା ସମେତ ଲୋୟର ପିଏମ୍ଜିକୁ ପୁଲିସ ଛାଉଣି କରାଯିବ ।ଏହାସହ ଯେକୌଣସି ପରିସ୍ଥିତର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ନିୟୋଜିତ ହୋଇଥିବା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥର ସରଗରମ ରହିବ ପୁରା ଅଧିବେଶନ। ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ଆଇନଶୃଙ୍ଖଳା ଡିଜି ଉପସ୍ଥିତ ରହି ସୁରକ୍ଷା ଯାଞ୍ଚ କରିଥିଲେ। ବିଶେଷ କରି ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି । ତେବେ କରାଯାଇଥିବା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ଦେଇ ପୁଲିସ ଡିଜିପି ଯୋଗେଶ…
Author: sanitelevision
ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। ପୂର୍ବରୁ ବିବାହିତ ଥିଲେ ଅଭିଯୁକ୍ତ ଦୀପକ ରାଉତ । ୨୦୨୨ରେ ଦୀପକଙ୍କ ପତ୍ନୀ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହାପରେ ପତ୍ନୀଙ୍କ ନାଁରେ ଥିବା ଇନ୍ସ୍ୟୁରାନ୍ସ କମ୍ପାନୀରୁ ୧ କୋଟି ଟଙ୍କା ପାଇଥିଲେ ଦୀପକ । ୨୦୨୪ ମସିହାରେ ଶୁଭମିତ୍ରାଙ୍କ ସହ ଦୀପକଙ୍କର ସମ୍ପର୍କ ଗଢି ଉଠିଥିଲା । ଏହି ସମୟରେ ଦୀପକ ଶୁଭମିତ୍ରାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଶୁଭମିତ୍ରା କିନ୍ତୁ ଅନ୍ୟ ଜଣେ ଯୁବକ ସହ ସମ୍ପର୍କ ରଖିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହା ଜାଣିବା ପରେ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ୬ ତାରିଖ ଦିନ ୨ଟାରେ ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରୁ ଶୁଭମିତ୍ରାଙ୍କୁ ଏକ କାର୍ରେ ନେଇ କୁଆଡେ ଚାଲି ଯାଇଥିଲେ ଦୀପକ ।ପୁରୁଷ ବନ୍ଧୁ ଦୀପକ…
ପୂଜା ପୂର୍ବରୁ ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ସର୍କୁଲାର ଜାରି କଲା ରାଜ୍ୟ ପରିବହନ ବିଭାଗ । ଗାଡ଼ି ରେଜିଷ୍ଟ୍ରେସନ ସମୟର ଦେଖାଯିବ ଗାଡ଼ିର ଦୈର୍ଘ୍ୟ, ପ୍ରସ୍ତ, ଉଚ୍ଚତା । କୌଣସି ଗାଡ଼ିକୁ ମୋଡିଫାଏ କରିପାରିବେନି ଡିଜେ ମାଲିକ । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା । ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ ହେବ । ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ ଦେଇଛନ୍ତି । ଏନେଇ ସମସ୍ତ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ଏସଟିଏ ।ଅନୁମୋଦିତ ବହୁବର୍ଣ୍ଣ LED, ଲେଜର ଲାଇଟ୍, ନିଅନ ଓ ଓଜେ ଆଲୋକ ବ୍ୟବହାର ଉପରେ ବି କଟକଣା ଲଗାଯାଇଛି । ଓଜେ ସିଷ୍ଟମ ଉପରେ ମଧ୍ୟ ସମ୍ପୂର୍ଣ୍ଣ ବାରଣ…
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାରର ସପ୍ତମ ଇ-ନିଲାମ ଘୋଷଣା କରିଛି। ଏଥର ନିଲାମ ୧୭ ସେପ୍ଟେମ୍ବର, ୨୦୨୫ ରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ ଏଥର ୧୩୦୦ ରୁ ଅଧିକ ଉପହାର ଅନଲାଇନ୍ ବିଡିଂ ପାଇଁ ରଖାଯିବ। ଉକ୍ତ ଉପହାର ମଧ୍ୟରେ ରାମ ଦରବାରର ତାଞ୍ଜୋର ପେଣ୍ଟିଂ, ଧାତବ ନଟରାଜ ମୂର୍ତ୍ତି, ହାତବୁଣା ନାଗା ଶାଲ୍, ୨୦୨୪ ପାରାଅଲିମ୍ପିକ୍ ଗେମ୍ରୁ ମିଳିଥିବା କ୍ରୀଡ଼ା ସ୍ମାରକୀ ସେଟ୍ ରହିଛି।ଏହି ନିଲାମ ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ (NGMA) ଦ୍ୱାରା ଆୟୋଜିତ ହେଉଛି। କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଘୋଷଣା କରି କହିଛନ୍ତି ଯେ ଏଥର ୧୩୦୦ ରୁ ଅଧିକ ଉପହାର ବିଡିଂ ପାଇଁ ଉପଲବ୍ଧ ହେବ। ଲୋକମାନେ www.pmmementos.gov.in କୁ ଯାଇ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ, ଭାରତ ଏବଂ ବିଦେଶର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମିଦନରେ ଶୁଭକାମନା ଜଣାଉଛି । ଏହାସହିତ ସୁସ୍ଥ ସ୍ବାସ୍ଥ୍ୟ ପାଇଁ କାମନା ମଧ୍ୟ କରୁଛି । ତେବେ କେବଳ ରାହୁଲ ଗାନ୍ଧି ନୁହେଁ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ମଧ୍ୟ ୭୫ ତମ ଜନ୍ମିଦନରେ ଶୁଭେଚ୍ଛା ଜଣାଇଛନ୍ତି । ଖଡଗେ ଏକ୍ସରେ…
ଜଣେ ମହିଳା ବାଥରୁମରେ ଗାଧୋଇବା ସମୟରେ ମୋବାଇଲରେ ନଗ୍ନ ଫଟୋ ଉଠାଇ ବ୍ଲାକମେଲିଂ କରିବା ଓ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଅଧ୍ୟାପକଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସ୍ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିବା ପୁରୀ ଅସ୍ତରଙ୍ଗ ଥାନାଞ୍ଚଳର ଜଣେ ମହିଳା ଏହି ବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକ ବିକ୍ରମ ସ୍ୱାଇଁଙ୍କ ନାଁରେ ଆଣିଛନ୍ତି ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗ। ଉଭୟ ପୀଡିତା ଓ ଅଭିଯୁକ୍ତ ଅଧ୍ୟାପକ ପାଖାପାଖି କ୍ୱାର୍ଟରରେ ରହୁଥିବାବେଳେ ବର୍ଷକ ତଳେ ଘରେ କେହିନଥିବା ସମୟରେ ଓ ମହିଳାଜଣକ ବାଥରୁମରେ ଗାଧୋଉଥିବାବେଳେ ଅଭିଯୁକ୍ତ ଅଧ୍ୟାପକ ହଠାତ ପଶିଆସିବା ସହିତ ବାଥରୁମ କବାଟ ଖୋଲି ମୋବାଇଲରେ ସମ୍ପୃକ୍ତ ମହିଳାଙ୍କ ନଗ୍ନ ଫଟୋ ଉଠାଇଥିଲେ। ସେଇଦିନଠୁ ସେ ମହିଳାଙ୍କୁ ଫଟୋ ଦେଖାଇ ବ୍ଲାକମେଲ କରିବା ସହିତ ବାରମ୍ବାର ଦୁଷ୍କର୍ମ କରିବା ନେଇ…
ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ସୁରକ୍ଷା କର୍ମୀଙ୍କ ମାରାଥନ ମାଓ ବିରୋଧୀ ଅପରେସନ ପରେ ନରମିଲା ମାଓ ସଂଗଠନ । ଆଉ କୌଣସି ବାଟ ନପାଇ ଶେଷରେ ନିଃସର୍ତ୍ତ ଯୁଦ୍ଧବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଯୁଦ୍ଧ ବିରତି କରି ସରକାରଙ୍କ ଦ୍ବିପାକ୍ଷିକ ଆଲୋଚନା ଲାଗି ପ୍ରସ୍ତାବ। ଯୋଗାଯୋଗ ଲାଗି ଇ-ମେଲ ଓ ଫେସବୁକ ଆଇଡି ଜାରି କଲେ ମାଓବାଦୀ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ଉପଲବ୍ଧି କୁହାଯିବ ।
ବର୍ଷାରେ ଭିଜବ ପାର୍ବଣ । ୨୫ରେ ପୁଣି ଏକ ଲଘୁଚାପ । ଓଡ଼ିଶା ଉପରେ ସକ୍ରିୟ ରହୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା । ଆସନ୍ତା ୨୫, ୨୬ ତାରିଖ ଆଡଡକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।୨୯ ତାରିଖରେ ଅବପାତଟି ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ। ୨୯ ତାରିଖରେ ମଧ୍ୟ ବର୍ଷା ହୋଇପାରେ। ୩୦ ତାରିଖ ପରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି।ଏପଟେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲାରେ ୟଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । ବିଜୁଳି ଘଡଘଡି ବର୍ଷା ସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ହେବାର ପୂର୍ବାନୁମାନ ରହିଛି। ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ବେଲେଶ୍ବର,…
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶର ମହିଳାଙ୍କୁ ମିଳିବ ବଡ଼ ଉପହାର । ଏହାରି ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ନାରୀ,ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି । ଯାହାକି ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ, ଭାରତ ଏବଂ ବିଦେଶର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।ଏପଟେ ରାଜ୍ୟରେ ମଧ୍ୟ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ । ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୭୫ ଲକ୍ଷ ଗଛ ଲାଗିବ । ୪୫ ହଜାର ସ୍ଥାନରେ ଗଛ ଲଗାଇବ ଜଙ୍ଗଲ ବିଭାଗ । ୩୦ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେବେ ମନ୍ତ୍ରୀ…
ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ। ହେଲେ ଏହି କ୍ଷୀରକୁ କେହି ଉଷୁମ ଅବସ୍ଥାରେ ପିଅନ୍ତି ତ ଆଉ କେହି ଥଣ୍ଡା କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ଆମ ଶରୀର ପାଇଁ ଅଧିକ ଉପକାରୀ ଏକଥା ଅନେକଙ୍କୁ ଜଣା ନ ଥିବ।ଲୋକମାନେ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ତଥାପି ସେମାନଙ୍କର ଓଜନ କମି ନଥାଏ। ଏଭଳି ପରିସ୍ଥିତିରେ ଆପଣ ଗରମ କ୍ଷୀର ବଦଳରେ ଥଣ୍ଡା କ୍ଷୀର ପିଇ ମଧ୍ୟ ସହଜରେ ନିଜର ଓଜନ କମାଇପାରିବେ। ଏହାକୁ ପିଇବା ଦ୍ବାରା ତାପମାନ ନର୍ମାଲ ରହିଥାଏ। ଶରୀରର ଟେମ୍ପରଚରକୁ ବଢ଼ାଇ କ୍ୟାଲୋରୀ ସ୍ରୁଷ୍ଟି କରି ତାହାକୁ ହ୍ରାସ କରାଇଥାଏ। ଏଭଳି ହେବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।କିଛି ଲୋକଙ୍କୁ ଏସିଡିଟିର ବହୁତ ଅଧିକ ଅସୁବିଧା ରହିଥାଏ। ଏହିଭଳି ଲୋକଙ୍କୁ ଏସିଡିଟିରୁ ମୁକ୍ତି ପାଇବାକୁ ହେଲେ ଥଣ୍ଡା କ୍ଷୀର ପିଇବା ଉଚିତ। ଥଣ୍ଡା…









