ପୁରୀ ସ୍ବର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।ସେ ଆହୁରି କହିଛନ୍ତି, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ ଯୋଜନା କରିଥିଲେ ଦୀପକ ଓ ତା’ର ବଡ଼ ଭାଇ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ବି ବୀମା କରିଥିଲା ଦୀପକ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ନାଁରେ ଦୀପକ ଦେଢ଼ କୋଟି ଟଙ୍କାର ବୀମା କରିଥିଲା । ଆଉ ଅପର୍ଣ୍ଣାକୁ ମଧ୍ୟ ହତ୍ୟା କରିବା ପରେ ସେ ସେହି ଦେଢ଼ କୋଟି ଟଙ୍କା ହାତେଇଥିବା ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।…
Author: sanitelevision
ବାଉଁଶର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୮ରେ ‘ବିଶ୍ୱ ବାଉଁଶ ଦିବସ’ ପାଳନ କରାଯାଏ । ବାଉଁଶ ହେଉଛି ଏକ ନିଆରା ଘାସ ଜାତୀୟ ଉଦ୍ଭିଦ ଯାହା ଶୀଘ୍ର ବଢିଥାଏ ଏବଂ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହା କେବଳ ଶକ୍ତିଶାଳୀ ଏବଂ ବହୁମୁଖୀ ନୁହେଁ, ଏହା ମଧ୍ୟ ଜଳବାୟୁ ସ୍ଥିର ଏବଂ ପରିବେଶ ଅନୁକୂଳ ଅଟେ । ସମଗ୍ର ବିଶ୍ୱରେ ୧,୫୦୦ରୁ ଅଧିକ ଜାତିର ବାଉଁଶ ଅଛି । ବାଉଁଶ ହାତୀଙ୍କ ଏକ ପ୍ରିୟ ଖାଦ୍ୟ । ଘର ନିର୍ମାଣ, ଆସବାବପତ୍ର, ହସ୍ତଶିଳ୍ପ, ଏବଂ ଖାଦ୍ୟ ପାଇଁ ବିଶ୍ଵର ଲୋକମାନେ ବାଉଁଶ ବ୍ୟବହାର କରନ୍ତି । ବଡ଼ ବଡ଼ ହୋଟେଲରେ ବାଉଁଶ କରଡିରେ ପ୍ରସ୍ତୁତ ବ୍ୟଞ୍ଜନର ଚାହିଦା ଖୁବ୍ ଅଧିକ । ବାଉଁଶ ହେଉଛି ପୃଥିବୀର ଅନେକ ସ୍ଥାନରେ ବିଶେଷ କରି ଏସିଆ ମହାଦେଶରେ ବଢିଥାଏ । ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା…
୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି କରାଯାଇଛି ।୬୦ ବର୍ଷ ପରେ MBPY/NSAPରେ ଯେ କୌଣସି ଅଧୀନରେ ପେନସନ ପାଇଁ ଯୋଗ୍ୟ ହେବେ । ଏଥିରେ ରାଜ୍ୟର ୨ ଲକ୍ଷରୁ ଊର୍ଦ୍ଧ୍ବ ସୁଭଦ୍ରା ଲାଭାର୍ଥୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।ପ୍ରଥମେ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ଅଧିକ ପ୍ରାଥମିକତା ମିଳିବ। ଏନେଇ ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।
ଆଜିଠୁ ରାଜଧାନୀରେ ବୁଲାକୁକୁର ଗଣତି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି ଗଣତି । ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର ୬୭ଟି ୱାର୍ଡରେ ଏହି ଗଣନା ହେବ । ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଚିତ୍ର ମିଳିପାରିବ ।
ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି। ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ ସଂଖ୍ୟା ଗୁଡିକ ମଧ୍ୟ ଅଧିକ ପ୍ରମୂଖ ଭାବରେ ପ୍ରଦର୍ଶିତ ହେବ। ସ୍ପଷ୍ଟତା ପାଇଁ ଫଣ୍ଟ ଆକାର ୩୦ ହେବ ଏବଂ ବୋଲ୍ଡ ଅକ୍ଷରରେ ଲେଖାଯିବ। ବିହାର ବିଧାନସଭା ନିର୍ବାଚନଠାରୁ ଏହାକୁ ଆରମ୍ଭ କରାଯିବ। ଇଭିଏମ୍ ବାଲାଟ୍ ପେପର ଗୁଡିକ ୭୦ ଜିଏସ୍ଏମ୍ କାଗଜରେ ମୁଦ୍ରିତ ହେବ।ଇଭିଏମ୍ ବାଲଟ୍ ପେପରରେ ପୂର୍ବରୁ କଳା ଏବଂ ଧଳା ଫଟୋ ରହୁଥିବା ବେଲେ ଏବେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ। ନିର୍ବାଚନ କମିସନ ଇଭିଏମ ବାଲଟରେ ପ୍ରାର୍ଥୀଙ୍କ ଫଟୋ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ଗୋଲାପୀ କାଗଜ ବ୍ୟବହାର କରାଯିବ। ଏହି ପରିବର୍ତ୍ତନ ଭୋଟରଙ୍କ ପାଇଁ ସ୍ପଷ୍ଟତା ବୃଦ୍ଧି ଓ…
ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯାଇଥିବା ଏବଂ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବଦ୍ଧରେ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଗତ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଟିମ୍ ପକ୍ଷରୁ ନାଗଙ୍କ ଘରେ ଯାଞ୍ଚ ଚାଲିଥିଲା। ମିଳିଥିବା ସୂଚନା ଅନୁସାରେ, ୨୦୨୨ ଅର୍ଥ କାରବାର ମାମଲାର ତଦନ୍ତ ସମୟରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେ ଇଡି ନିର୍ଦେଶ ଅବମାନନା କରିଥିଲେ।
ଦୁର୍ଗାପୂଜା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ କହିଛି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ।ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିତିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ ।ଏହି କିଓସ୍କଗୁଡ଼ିକ ବାରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ଼, ଝାରପଡ଼ା ଏବଂ ଡମଣା ଭଳି ବଡ଼ ମଣ୍ଡପରେ ସ୍ଥାପନ କରାଯିବ। ସଚେତନତା ଅଭିଯାନ ତଦାରଖ କରିବା ପାଇଁ ବିଏମସି ତିନି ଜୋନାଲ ଡେପୁଟି କମିସନରଙ୍କ ସମେତ ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ।ସ୍ୱେଚ୍ଛାସେବକମାନେ ଲୋକମାନଙ୍କୁ ରାସ୍ତା ଏବଂ ନିକଟବର୍ତ୍ତୀ ପୂଜା ମଣ୍ଡପରେ ପୂଜା ଅଳିଆ ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ଆବର୍ଜନା ପକାଇବାକୁ ସଚେତନ କରିବେ । । ପାରମ୍ପରିକ ପୋଖରୀ ନିକଟରେ ଖୋଳାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି କିପରି ବିସର୍ଜନ କରାଯିବ ସେ ବିଷୟରେ ପୂଜା କମିଟି ସଦସ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ପାରାଦୀପ ବନ୍ଦରରେ ଜାହାଜ ଗିରଫ। ମେଣ୍ଟେନାନ୍ସ ଟଙ୍କା ବକେୟା ପାଇଁ ଗିରଫ ହେଲା ଏମ୍ଭି ଡେନସା ଲାୟନ ଜାହାଜ। ୪୨ ଲକ୍ଷ ୭୨ ହଜାରରୁ ଅଧିକ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଆଇରନ୍ ପ୍ଲେଟ୍ ନେବା ପାଇଁ ପାରାଦୀପ ଆସିଛି ଏମ୍ ଭି ଡେନସା ଲାୟନ । ବର୍ତ୍ତମାନ ଉକ୍ତ ଜାହାଜ ପିଆଇସିଟି ବର୍ଥରେ ଲାଗିଛି । ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ ରୁ ଉର୍ଦ୍ଧ୍ୱ ଜାହାଜ ପାରାଦ୍ଵୀପ ବନ୍ଦରରେ ଗିରଫ ହୋଇ ସାରିଛନ୍ତି ।ଗିରଫ ହେବା ପରେ ହାଇକୋର୍ଟରେ ଆପୋଷ ସମାଧାନ ମଧ୍ୟରେ ପୂର୍ବରୁ ୩ଟି ଜାହାଜ ଟଙ୍କା ପୈଠ କରି ମୁକୁଳି ସାରିଛନ୍ତି । ପରବର୍ତ୍ତୀ…
ଭିଜିଲାନ୍ସ ଜାଲରେ ଦୁଇ କର୍ମଚାରୀ । ସମ୍ବଲପୁର ରେଙ୍ଗାଲି ବ୍ଲକ୍ ଏଜୁକେସନ ଅଫିସରେ କାର୍ଯ୍ୟରତ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଧରିଲା ଭିଜିଲାନ୍ସ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଦୁଷ୍ମନ୍ତ ସାହୁକୁ ମାଡିବସିଛି ଭିଜିଲାନ୍ସ ।ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ଅଭିଯୋଗକାରୀଙ୍କ ଦରମା ଏବଂ ବକେୟା ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗାଯାଇଥିଲା। ଦୁଷ୍ମନ୍ତ କୁମାର ସାହୁ ଦରମା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୭ ହଜାର ଟଙ୍କା ଏବଂ ବକେୟା ମଞ୍ଜୁର ପାଇଁ ଅତିରିକ୍ତ ୧୮ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଟ୍ରାପ୍ ଅପରେସନ୍ କରିଥିଲେ। ତେବେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭/୧୨ ଅନ୍ତର୍ଗତ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୮/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଉକ୍ତ ମାମଲାରେ ତଦନ୍ତ ଚାଲିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ। ଏହି ଶୁଭ ଅବସରରେ ବିଶ୍ବର ବଡ଼ ବଡ଼ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଏଥିରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି। ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭକାମନା । ତାଙ୍କର ଶକ୍ତି, ଦୃଢ ସଂକଳ୍ପ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ନେତୃତ୍ୱ ନେବାରେ ତାଙ୍କ କ୍ଷମତା ପ୍ରେରଣାର ସ୍ରୋତ । ବନ୍ଧୁତା ଏବଂ ସମ୍ମାନ ସହିତ, ମୁଁ ତାଙ୍କ ସ୍ବାସ୍ଥ୍ୟ ଏବଂ ଶକ୍ତି ପାଇଁ କାମନା କରୁଛି । ଭାରତକୁ ଏକ ଉଜ୍ଜ୍ବଳ ଭବିଷ୍ୟ ଆଡକୁ ନେଇ ଆମ ରାଷ୍ଟ୍ର ସହ ସମ୍ବନ୍ଧକୁ ଆହୁରି ମଜବୁତ କରିପାରିବେ ।ଏହି ପୋଷ୍ଟ ସହିତ ମେଲୋନି ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ଉଭୟ ପ୍ରଧାନମନ୍ତ୍ରୀ ହସୁଥିବା ଦେଖିବାକୁ ମିଳୁଛି।









