Author: sanitelevision

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଆସନ୍ତା ଅକ୍ଟୋବର ୧୨ରେ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌)ର ପ୍ରିଲିମିନାରୀ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି ।ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି ଜୋନ୍ – ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଏବଂ ସମ୍ବଲପୁରରେ ଅନୁଷ୍ଠିତ ହେବ। ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପେପର-୧ ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ଏବଂ ପେପର-୨ ଅପରାହ୍ନ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଦିବ୍ୟାଙ୍ଗ (ପିଡବ୍ଲୁଡି) ବର୍ଗର ପ୍ରାର୍ଥୀମାନେ ପ୍ରତ୍ୟେକ ସିଟିଂରେ ଅତିରିକ୍ତ ୪୦ ମିନିଟ୍ ପାଇବେ । ପ୍ରାର୍ଥୀମାନଙ୍କ ପାଇଁ ଆଡମିଟ କାର୍ଡ ଏବଂ ନିର୍ଦ୍ଦେଶାବଳୀ ଅକ୍ଟୋବର ୪, ୨୦୨୫ରୁ ସରକାରୀ ୱେବସାଇଟ୍ www.opsc.gov.inରେ ଉପଲବ୍ଧ ହେବ ବୋଲି କମିଶନ କହିଛନ୍ତି ।

Read More

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି।। ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର କାର୍ଯ୍ୟାଳୟ ,ସରକାରୀ ଓ ବେସରକାରୀ ବାସ ଭବନ, ବାଲିଗୁଡା ,ନୟାଗଡ଼ ,ଦାରିଙ୍ଗବାଡ଼ି ଭୁବନେଶ୍ୱର,ଭଞ୍ଜନଗର ଓ ବ୍ରହ୍ମପୁର ରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୧୩ ଜଣିଆ ଟିମ୍ ରେଡରେ ସାମିଲ ଥିବା ଜଣାପଡ଼ିଛି।

Read More

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନି ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ଵର୍ଷା ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବର୍ତ୍ତମାନ ରାଜ୍ୟ ଉପରେ କୌଣସି ସିଷ୍ଟମ ସକ୍ରିୟ ନାହିଁ । ୨୧ ବେଳକୁ ସମୁଦ୍ର ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କିନ୍ତୁ ଏହା ସ୍ଥଳ ଭାଗକୁ ପ୍ରଭାବିତ କରିବ ନାହିଁ । କିନ୍ତୁ ଉପକୁଳ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଶୁକ୍ରବାର…

Read More

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି । ଆଡଫାଲସିଭାକ୍ସ ନାମକ ଏହି ଟିକା ଏକକାଳୀନ ମ୍ୟାଲେରିଆର ଅନେକ ପର୍ଯ୍ୟାୟକୁ ନଷ୍ଟ କରିବା ସହ ରୋଗୀଙ୍କୁ ସୁରକ୍ଷା ଦେବାର କ୍ଷମତା ବଜାୟ ରଖେ । ଆଡଫାଲସିଭାକ୍ସ ନାମକ ଏହି ଟିକା ଭାରତର ପ୍ରଥମ ଟିକା ଯାହା ସବୁଠାରୁ ଘାତକ ମ୍ୟାଲେରିଆ ଜୀବାଣୁ, ପ୍ଲାଜମୋଡିୟମ୍ ଫାଲସିପେରମରୁ ସୁରକ୍ଷା ଦେବା ଲାଗି ଡିଜାଇନ୍ କରାଯାଇଛି । ଏହି ଟିକାକୁ ଭୁବନେଶ୍ୱରର ICMRର ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର RMRCରେ ବିକଶିତ ହୋଇଛି । ଏହି ଟିକା ରକ୍ତରେ ପହଞ୍ଚିବା ପୂର୍ବରୁ ମ୍ୟାଲେରିଆ ଜୀବାଣୁକୁ ଶରୀର ଭିତରକୁ ଯିବାକୁ ପ୍ରତିରୋଧ କରେ । ଏହା କେବଳ ବ୍ୟକ୍ତିକୁ ମ୍ୟାଲେରିଆରୁ ରକ୍ଷା କରେ ନାହିଁ, ବରଂ ଏହି ଟିକା ଏହି ରୋଗକୁ ଅନ୍ୟମାନଙ୍କୁ ବ୍ୟାପିବାରୁ ମଧ୍ୟ ରୋକେ । ଆଡାଫାଲସିଭାକ୍ସର ମୂଲ୍ୟ ବହୁତ କମ୍ । ତେଣୁ ଏହାକୁ…

Read More

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମର୍ସିଡିଜ୍ କାର୍ । ଭୁବନେଶ୍ବର ପଟିଆ ରଘୁନାଥପୁର ରାସ୍ତା ଉପରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍‌ ହେଉଥିବା ଏକ ବାଇକ୍‌କୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ପିଟିହୋଇ ଓଲଟି ପଡିଲା କାର୍ ।ସୂଚନା ଅନୁଯାୟୀ, OD 09C 9999 ନମ୍ବର ବିଶିଷ୍ଟ ଏହି ବିଳାସପୂର୍ଣ୍ଣ କାରଟି ବାରଙ୍ଗ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ରାସ୍ତା ଡିଭାଇଡରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାର ତୀବ୍ରତା ଏତେ ତୀବ୍ର ଥିଲା ଯେ କାରର ଏୟାରବ୍ୟାଗ୍ ଫାଟି ଯାଇଥିଲା କିନ୍ତୁ ସୌଭାଗ୍ୟବଶତଃ ଏହା କୌଣସି ଯାନ କିମ୍ବା ଯାତ୍ରୀଙ୍କୁ ଧକ୍କା ଦେଇନଥିଲା ।ରଘୁନାଥପୁର ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ଡ୍ରାଇଭର ସମେତ ଲାଲ ରଙ୍ଗର ମର୍ସିଡିଜ୍ କାର ଭିତରେ ଦୁଇଜଣ ଥିଲେ । ଦୁର୍ଘଟଣା ପରେ ସେମାନେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଏବଂ କିଛି ଯାତ୍ରୀ…

Read More

ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର। ବସ୍‌ ଭିତରୁ ବାହାରି ଆସି ବାହାରେ ଥାପଡ଼ ମାରିଲେ। ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସଷ୍ଟପର ଘଟଣା । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ। ବସ୍‌ ନଂ OD33AH0166 ଥିବାବେଳେ କଣ୍ଡକ୍ଟରଙ୍କ ଦାଦାଗିିରିକୁ ନେଇ ଚର୍ଚ୍ଚା ହେଉଛି।

Read More

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍‌ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ ପ୍ରଭାତୀଙ୍କୁ ପ୍ରଶ୍ନ ପଚାରିଥିଲେ। ଗଛ ଲଗାଇ ଆପଣଙ୍କୁ କିଭଳି ଲାଗୁଛି, ଏକ ପେଡ ମା କେ ନାମ କାର୍ଯ୍ୟକ୍ରମକୁ କେମିତି ଦେଖୁଛନ୍ତି ଏହିଭଳି ଅନେକ ପ୍ରଶ୍ନ ପଚାରିଥିଲେ କନକ ବର୍ଦ୍ଧନ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି, ଉଭୟ ଉପ ମୁଖ୍ୟମନ୍ତ୍ରୀ ଏବଂ ପାଖରେ ଥିବା ବିଧାୟକମାନେ ଏହି ମଜାଦାର ସମୟକୁ ଉପଭୋଗ କରିଥିଲେ ।

Read More

ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ଉଠାଇବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଘୋଷଣା କରିଛନ୍ତି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ କି ୧୫ ପ୍ରତିଶତ ରଖିବ । CEA ଏହା ମଧ୍ୟ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଟାରିଫ୍‌ର ସମାଧାନ ଆଗାମୀ କିଛି ମାସ ମଧ୍ୟରେ ପହଞ୍ଚିବାର ସମ୍ଭାବନା ଅଛି। ଏହା ବାଣିଜ୍ୟକୁ ସହଜ କରିବ ଏବଂ ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜଭୁତ କରିବ। CEA ଏହା ମଧ୍ୟ କହିଛନ୍ତି, ଭାରତର ରପ୍ତାନି ନିରନ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ, ଭାରତର…

Read More

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ପଂଚାୟତରେ ଥିବା କୋଲାଣୀଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ନିଜ ଦୁଇଟି ପିଲାଙ୍କୁ ନେଇ ବସବାସ କରୁଥିବା ଦୁଃଖ ମୁଣ୍ଡାଙ୍କ ସ୍ଵାମୀ ପରିତ୍ୟକ୍ତା ଝିଅଙ୍କୁ ତାଙ୍କ ସମ୍ପର୍କୀୟ ମଉସା ରାଜୁ ମୁଣ୍ଡା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।ଏନେଇ ଭୁବନ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ପ୍ରହଲ୍ଲାଦ ସାହୁ ନାମକ ଜଣେ ଆଇନଜୀବୀ ଏଭଳି ଏକ ଅଭାବନୀୟ ଘଟଣାକୁ ଚାପିବାକୁ ଉଦ୍ୟମ କରିଛନ୍ତି। ସେ ପୀଡିତାଙ୍କୁ ଥାନାରୁ ନେଇ ପଳାଇ ଆସିଥିଲେ। ଘଟଣା ଚଳିତ ମାସ ୧୧ ତାରିଖ ଗୁରୁବାର ଠାରୁ ଘଟି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ କରିବା ବଦଳରେ ଭୁବନ ପୁଲିସ ଅଭିଯୋଗକୁ ମଧ୍ୟ ଗ୍ରହଣ କରି ନଥିବା କହିଛନ୍ତି ପୀଡ଼ିତା।ଏପରିକି ୧୦ ହଜାର ଟଙ୍କା ନେଇ ଘଟଣାକୁ ରଫାଦଫା କରିବାକୁ ଫୋନ୍ ଯୋଗେ ଆଇନଜୀବୀ ଚାପ ପକାଉଛନ୍ତି ବୋଲି କହିଛନ୍ତି ପୀଡ଼ିତାଙ୍କ…

Read More

ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ ।ବିଜେଡିର ସମର୍ଥନ ଲୋଡିବା ପରେ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ଅପରାହ୍ମ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି ତାରା ।ଅନ୍ୟପଟେ କଂଗ୍ରେସ ଆଲୋଚନା କରିନି ବୋଲି ବିଜେଡି କହିଛି। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି। କଂଗ୍ରେସ ଆଲୋଚନା କରିନି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ। ଆମେ ଆମ ପ୍ରସଙ୍ଗ ଉଠାଇବୁ କହିଲେ ପ୍ରମିଳା ମଲ୍ଲିକ।

Read More