ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ନୁଆ ନିୟମ । ନିଜ ବିଷୟ ବସ୍ତୁ ସହ ସ୍କୁଲରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟରେ ଭଗବତ ଗୀତାର ଶ୍ଲୋକ ଗାନ କରିବେ ଛାତ୍ରଛାତ୍ରୀ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ ଭଗବତ ଗୀତାର ପଠନ ଓ ମହତ୍ତ୍ବର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର । ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୃହରେ ପୁଣି…
Author: sanitelevision
ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା । ପ୍ରଶ୍ନପତ୍ର ଲିକ ଓ ବୋର୍ଡରେ ଅଧିକାରୀ ନଥିବାରୁ ବାରମ୍ବାର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି । ଏଥର ୨୭କୁ ପରୀକ୍ଷା ତାରିଖ ଭାବେ ନିର୍ଧାରଣ କରାଯାଇଛି । ତେବେ ପରୀକ୍ଷା ଦିନ ପ୍ରଶ୍ନ ପତ୍ର ଆସିବା ଠାରୁ ପରୀକ୍ଷା ଶେଷ ହେବା ଯାଏଁ ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ୧୯୩ ପରୀକ୍ଷା କେନ୍ଦ୍ର । ପ୍ରଶ୍ନପତ୍ର ପରିବହନ ବେଳେ ଗାଡ଼ିକୁ ମିଳିବ ଆର୍ମଡ ପୋଲିସ ସୁରକ୍ଷା । ବିଏସଇ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଏଥିସହ ଜିପିଏସ ଟ୍ରାକିଂ ବ୍ୟବସ୍ଥା ଡିଜିଟାଲ ଲକରରେ ସୁରକ୍ଷିତ ରହିବ ପ୍ରଶ୍ନପତ୍ର । ପ୍ରତି ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ରହିବେ ପର୍ଯ୍ୟବେକ୍ଷକ। ପରୀକ୍ଷା ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଡିଷ୍ଟ୍ରିକ୍ଟ ସାଇନ୍ସ ସୁପରଭାଇଜର, ସେଣ୍ଟର ସୁପରିଟେଣ୍ଡଣ୍ଟ ମାନଙ୍କୁ ଟ୍ରେନିଂ ଦିଆଯିବ । ବିଧାନସଭାରେ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ…
ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ। ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି।ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା ସମୟରେ ନାବାଳିକାଙ୍କ ସାଥୀମାନଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଟେକି ନେଇଥିଲେ ଦୁଇଜଣ ଯୁବକ। ଏଥିନେଇ ପୀଡିତାଙ୍କୁ ପାଇବା ପରେ ସମସ୍ତେ କେ ବଲାଙ୍ଗ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ କେ ବଲାଙ୍ଗ ଥାନାରେ ଏକ ମାମଲା ନମ୍ବର ୧୧୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସେପଟେ ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢିବା ନେଇ ସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।
ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ଚିଠି କରାଯାଇଛି । ଏପରିକି ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲାପାଳଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ୧୫ ଦିନ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଠିକ୍ ଭାବେ ବଦଳି ନିୟମ ପାଳନ ହେଉନଥିବାରୁ ରାଜସ୍ବ ବିଭାଗର…
ସ୍ୱାମୀ- ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ଦୁଇ ବର୍ଷ ଅଧିକାରୀଙ୍କ ପାଇଁ ନିୟମ କୋହଳ ହୋଇଛି । ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ । କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବ । କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ୱଚ୍ଛତା ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିୟମ ପ୍ରସ୍ତୁତ ହୋଇଛି । ତେବେ ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଶିକ୍ଷକମାନେ ନିଜ ଜିଲାରେ ନିଯୁକ୍ତି ପାଇବେ ନାହିଁ, ଏବଂ ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ…
ବାଇକ୍ରେ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଆଖି ହରାଇଲେ ସ୍ତ୍ରୀ । ଆଉ ସ୍ତ୍ରୀର ଏହି ଅସହାୟ ଅବସ୍ଥାରେ ହାତ ଛାଡ଼ି ଦେଇଛି ଯବାନ ସ୍ଵାମୀ ।ଖାଲି ସ୍ତ୍ରୀର ହାତ ଛାଡ଼ି ଦେଇନାହିଁ ବରଂ ଆଖି ଚାଲି ଯାଇଥିବାରୁ ସ୍ଵାମୀର ମନ ବି ବଦଳି ଯାଇଛି । ସିଆରପିଏଫ୍ ଯବାନ ଥିବା ସ୍ଵାମୀ ଜଣଙ୍କ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ପତ୍ନୀ । ନ୍ୟାୟ ଆଶାରେ ହତଭାଗିନୀ ସ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ । ଏ ହେଉଛନ୍ତି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ମହିଳା ସୀତା ମାରାଣ୍ଡି । ଏବେ ବେସାହାରା ହୋଇପଡ଼ିଛନ୍ତି । ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍ପିଏଫ୍ ଯବାନ ସ୍ୱାମୀ ହାତ ଛାଡ଼ିଦେଇଛନ୍ତି । ଚିକିତ୍ସା ନିମନ୍ତେ…
ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ଏପରି ୧୯ଜଣ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଛାତ୍ରୀଙ୍କ ଅଶ୍ଳୀଳ ଚିତ୍ର ବ୍ୟବହାର କରାଯାଇଛି। ଏନେଇ ବିଜେଡି ବିଧାୟକଙ୍କ ପ୍ରଶ୍ନରେ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀସୂରଜ ଲିଖିତ ଉତ୍ତର ରଖିଛନ୍ତି । ତେବେ ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ। ତେଣେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାବେ ବି ପ୍ରତିବାଦ କରିଥିଲେ । ଏହାକୁ ଲକ୍ଷ୍ୟ କରି ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।
ଆଇ ଫୋନ୍ କଲା କମିଆ । ରାତି ଅଧରୁ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ ।ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଯେତେବେଳେ ଆଇଫୋନ୍-୧୭ ଲଞ୍ଚ ହୋଇଛି ଆଉ ଭାରତରେ ଏହାର ପ୍ରଥମ ବିକ୍ରି ଆରମ୍ଭ ହୋଇଛି ଠିକ୍ ସେତେବେଳେ ଭାରତରେ ଦେଖିବାକୁ ମିଳିଛି ଉତ୍ସାହ । ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବା ଦେଖିବାକୁ ମିଳିଛି ।କିଛି ଗ୍ରାହକ ଫୋନ୍ କିଣି ସାରିବାପରେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ଅମାନ ମେମନ୍ କହିଛନ୍ତି, ”iPhone 17 ପାଇଁ ମୁଁ ବହୁତ ଉତ୍ସାହିତ ଅଛି । ଏଥରେ ଆପଲ୍ ନୂଆ ଡିଜାଇନ ଆଣିଛି । ଏହାର ଫିଚର ଏ୧୯ ବାୟୋନିକ୍ ଚିପ୍ ଯାହା ଗେମ୍ ପାଇଁ ଭଲ ଅନୁଭବ ଦେବ । ୬ ମାସ…
ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା । ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ ହେଲା ମାମଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ ବୋଲି ସୂଚନା ରହିଛି । ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ।ସେପଟେ ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରୀୟଦର୍ଶନିଙ୍କ ମୃତ୍ୟୁ ମାମଲାରେ ପୁନଃ ତଦନ୍ତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁଣ୍ଟୁଣୀ ଥାନାକୁ ଉକ୍ତ ମାମଲାର ଫାଇଲ ଓ ଅନ୍ୟ କାଗଜ ପତ୍ର କମିସନରେଟ ପୋଲିସ୍ ମାଗିଥିବା ସୂଚନା ମିଳିଛି । ସେପଟେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନା କୁ ଆସିଛି । ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ…
ଦୀର୍ଘ ୧୪ଦିନ ପରେ ଗୁରୁବାର ଭେଣ୍ଟିଲେଟରରୁ ବାହାରିଲେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ଅଭିଜିତ୍ଙ୍କ କିଡ୍ନୀ ଓ ଲିଭର ସ୍ଥିତିରେ ସୁଧାର ଆସିଛି । ଅଭିଜିତ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଇସିୟୁ ଓ ଏକ୍ମୋ ସ୍ପେସାଲିଷ୍ଟ୍ ଡା. ଶ୍ରୀକାନ୍ତ ବେହେରା ଓ ତାଙ୍କ ଟିମ୍ ଦୃଷ୍ଟି ରଖିଛନ୍ତି ।ସୂଚନା ଅନୁସାରେ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି ।









