Author: sanitelevision

ଭିଜିବ ଦଶହରା ! ପୁଣି ଆସୁଛି ଆଉ ଏକ ଲଘୁଚାପ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଫିକା ପଡ଼ିବ ପାର୍ବଣ ।ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ମିଆଁମାର-ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଏନେଇ ପାଣିପାଗ ବିଭାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୩ ରୁ ୨୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିି ପାଗ ବିଭାଗ ଚେତାବନୀ ହେଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଜୁଳି,…

Read More

ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଗାଡ଼ିକୁ ରିଲିଜ କରିବା ପାଇଁ ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଉକ୍ତ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଆଜି ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏଏସ୍‌ଆଇ ବିଶ୍ୱାଳଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି l ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ଚଢାଉର ନେତୃତ୍ୱ ନେଇଥିଲେ l

Read More

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି।ଏନେଇ ପ୍ରେସମିଟରେ ସୂଚନା ଦେଲେ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ । ଜିଲ୍ଲାପରିଷଦ ଅଧ୍ୟକ୍ଷ , ବ୍ଲକ ଅଧ୍ୟକ୍ଷ , ସରପଞ୍ଚ, ୱାର୍ଡମେମ୍ବର ସାମିଲ ହେବେ ।ସାମ୍ବାଦିକ ସମ୍ମିଳନୀରେ ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି।ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗାଁରେ ରହୁଥିବା ଲୋକଙ୍କ ଅଧିକାରକୁ ଚଳିତ ସରକାର ଧ୍ୱସ୍ତ କରୁଛନ୍ତି। ବିଧି ବ୍ୟବସ୍ଥାକୁ ହନନ କରୁଛନ୍ତି। ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି ସେଥିରେ ଉଚ୍ଚାରଣ ଆଚରଣ ଅଲଗା। ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି।ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ପଂଚାୟତକୁ ୫୦ ଲକ୍ଷ ଯାଉଥିଲା ‘ଆମ ଓଡ଼ିଶା ନବିନ ଓଡ଼ିଶାରେ’। ଏବେ ବିକଶିତ ଓଡ଼ିଶାରେ ୭ରୁ ୮ଲକ୍ଷ…

Read More

ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଙ୍ଗ ସମସ୍ୟା ରହୁଥିବାରୁ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର । ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ।

Read More

ରାଜ୍ୟରେ ବନ୍ଦ ପଡିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର । ଏନେଇ ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି ମିଳିଛିା୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ଅଛି ପ୍ରସ୍ତାବ । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି । ବାଲେଶ୍ୱରରେ ସର୍ବାଧିକ ୧୭ ଟି, ନୟାଗଡ଼ରେ ୯ ଟି, ଗଞ୍ଜାମରେ ୧୦ ଟି, ମୟୂରଭଞ୍ଜରେ ୮ଟି, କଟକରେ ୭ଟି, ରାଉଲକେଲାରେ ୫ଟି, କେନ୍ଦୁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳରେ ୩ଟି ଏବଂ ମାଲକାନଗିରି, ସମ୍ବଲପୁରରେ ଗୋଟିଏ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ସେହିପରି ପୁରୀରେ ୩ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଠିପି ଖୋଲା ମଦ…

Read More

ଶନିବାର ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା | ସୁଭଦ୍ରାର ୩ୟ କିସ୍ତିରୁ ବାଦ୍‌ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ।ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ। ସୁଭଦ୍ରା ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ମହିଳା ଉପକୃତ ହୋଇଥିଲେ। ଦ୍ବିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ତୃତୀୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ। ମୋଟ୍‌ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ସୁଭଦ୍ରା ଟଙ୍କା ପାଇବାକୁ ଆବେଦନ କରିଥିଲେ।

Read More

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଟିମିନା ବିରିମୁଣ୍ଡା ଗାଁରୁ ଆସିଛି ଏକ ଦୁଃଖଦ ଘଟଣା । ସ୍ତ୍ରୀର ପରକୀୟା ପ୍ରୀତି ଧରାପଡ଼ିବାରୁ ସ୍ବାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛି। ଦେଇଛି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା। ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ୍ ହୋଇଛି। ତେବେ ସୁନ୍ଦରଗଡ଼ରୁ ଆସିଥିବା ଏପରି ଘଟଣାକୁ ନେଇ କୌଣସି ଥାନାରେ ମାମଲା ରୁଜୁ ହୋଇନାହିଁ । ସୂଚନାମୁତାବକ ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରନ୍ତି । ସ୍ତ୍ରୀର ଅନ୍ୟ ଏକ ଗାଁର ଜଣେ ଅବିବାହିତ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ଚାରିଦିନ ହେଲା ମହିଳାଙ୍କ ଘରେ ଆସି ରହୁଥିଲା। ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ ବସାଇଥିଲେ । ସେଠାରେ ଉଭୟେ ପରକୀୟା ପ୍ରୀତି ସ୍ବୀକାର କରିଥିଲେ। ଖବର ପାଇ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ…

Read More

ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହିତ ବିଗତ ୨ ମାସ ମଧ୍ୟରେ ଏବେସୁଦ୍ଧା ୮୦୮ ଦଳର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ECI।ପୂର୍ବରୁଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ଟି ଦଳର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏହାଛଡ଼ା ଇସିଆଇ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅନ୍ୟ ୩୫୯ଟି ଦଳକୁ ଚିହ୍ନିତ କରିଛନ୍ତି । ଏହି ଦଳଗୁଡ଼ିକ ବିଗତ ୩ ଆର୍ଥିକ ବର୍ଷରେ ନିଜର ଅଡିଟେଡ୍ ଆକାଉଣ୍ଟସ ଓ ନିର୍ବାଚନୀ ଖର୍ଚ୍ଚର ରିପୋର୍ଟ ଦାଖଲ କରିନାହାନ୍ତି। ଏହି ଦଳଗୁଡ଼ିକ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେଇଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଜରୁରି ରିପୋର୍ଟ ଦାଖଲ କରିନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ଏହି ଦଳଗୁଡ଼ିକ ବାଦ୍‌ ପଡ଼ିବା ପରେ ବର୍ତ୍ତମାନ…

Read More

ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ।ଅନ୍ୟପଟେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ୮ଟା୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ରାତି ୧୦ଟା ୩୦ରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ଅନୁଷ୍ଠିତ ହେବ । ନବରାତ୍ରର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ।

Read More

କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ବଦଳୁଛି ମୋଡ଼ ପରେ ମୋଡ଼। କିଲର୍ ଦୀପକର କ୍ରାଇମ୍ ଥ୍ରୀଲର୍ କଡ଼ ଲେଉଟାଉଛି। ମାମଲାକୁ ଅତି ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଦର୍ଶାଇ ପୋଲିସ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପରେ ବଢ଼ିଛି ଖୁନୀ ଦୀପକ ରାଉତର ବଡ଼ ଅଡୁଆ।ପ୍ରଥମେ କଥା ଉଠିଲା ଟଙ୍କା ପାଇଁ ହତ୍ୟା କରିଛି । ଏବେ କିନ୍ତୁ ମୋଡ଼ ତ୍ରିକୋଣୀୟ ପ୍ରେମ ଆଡ଼କୁ ଯାଇଛି । ଏଥିରେ ସନ୍ଦେହ ଘେରକୁ ଆସିଛନ୍ତି ଡିସିପିଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ ବିବାହିତ ମହିଳା କନଷ୍ଟେବଲ । ଉକ୍ତ କନଷ୍ଟେବଲଙ୍କ ପାଇଁ ଶୁଭମିତ୍ରା ଓ ଦୀପକଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡ଼ା ଲାଗିଥିବା ପୁଲିସ୍‌ ଜାଣିବାକୁ ପାଇଛି । ତଦନ୍ତର ଦିଗ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରୁ ଡିସିପିଙ୍କ ଦପ୍ତର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଥମ ପତ୍ନୀ ଅପର୍ଣ୍ଣା ଥାଉ ଥାଉ ହିଁ ଲେଡି କନେଷ୍ଟବଳ ଶୁଭମିତ୍ରାଙ୍କୁ ପ୍ରେମ ଜାଲରେ ଫସାଇଥିଲା ଦୀପକ।…

Read More