ଆଜି ବିଶ୍ୱ ଗଣ୍ଡା ଦିବସ ।ଗଣ୍ଡା ବଂଶର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୦୧୦ ସେପ୍ଟେମ୍ବର ୨୨ ତାରିଖରୁ ଏହି ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ବିଶ୍ୱ ବନ୍ୟପ୍ରାଣୀ ସଂସ୍ଥା(ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍) ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସଚେତନତା ଦିବସ ଭାବେ ଏହି ଦିବସ ପାଳନ କରିଥିଲା। ତେବେ ଭାରତରେ ବହୁ ସଂଖ୍ୟାରେ ଏକ ସିଙ୍ଗ ବିଶିଷ୍ଟ ଗଣ୍ଡା ରହିଛନ୍ତି। ସେମାନଙ୍କର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏହି ଗଣ୍ଡାମାନେ ଆସାମ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟାରେ ରହିଛନ୍ତି। ତେବେ ଆଜି ନନ୍ଦନକାନନର ବିଶ୍ବ ଗଣ୍ଡା ଦିବସ ଏକପ୍ରକାର ଫିକା ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ୯ ବର୍ଷ ହେଲା ପ୍ରାଣୀ ଉଦ୍ୟାନ ଗଣ୍ଡା ଶୂନ୍ୟ ହୋଇଯାଇଛି । ସେହି ଖୁଆଡ଼ରେ ଏବେ ଗଣ୍ଡା ବଦଳରେ ଜଳହସ୍ତୀଙ୍କୁ ଦେଖିବାକୁ ମିଳୁଛି । କର୍ତ୍ତୃପକ୍ଷ ଗଣ୍ଡା ଆଣିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଣ୍ଡା…
Author: sanitelevision
ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଂକ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ l ଏଥିପାଇଁ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ପ୍ରବେଶ ବନ୍ଦ ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ଯାଏଁ କଟକଣା ବଳବତ୍ତର ରହିବ । ରତ୍ନାଳଙ୍କାର ସ୍ଥାନାନ୍ତର ପରେ ଦର୍ଶନ ସ୍ବାଭାବିକ ହେବ । ଆନନ୍ଦବଜାରରୁ ମହାପ୍ରସାଦ ନେଇପାରିବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଏହି ରୂପ ପଛରେ ଥିବା ତାତ୍ତ୍ୱିକ ଅବଧାରଣା ଧାର୍ମିକ , ସାଂସ୍କୃତିକ ଏବଂ ସାମାଜିକ ବିକାଶ ପାଇଁ ଆବଶ୍ୟକ । ହିମାଳୟ ଗର୍ଭରେ ଜନ୍ମ ନେଇଥିବାରୁ ମା’ଙ୍କ ନାଁ ରହିଲା ଶୈଳପୁତ୍ରୀ । ବୃଷଭ ପିଠିରେ ବିରାଜିଥିବା ମା’ ଙ୍କୁ ବୃଷାରୁଢା ନାମରେ ମଧ୍ୟ ଆବାହନ କରାଯାଏ । ମା’ଙ୍କ ଡାହାଣ ହସ୍ତରେ ତ୍ରିଶୂଳ ଧାରଣ ଏବଂ ବାମ ହସ୍ତରେ କମଳ ସୁଶୋଭିତ ହେଉଛି । ଦୁର୍ଗାଦେବୀଙ୍କ ପ୍ରଥମ ରୂପ ମା’ ସତୀଙ୍କୁ ମା’ ଶୈଳପୁତ୍ରୀଙ୍କ ସହ ତୁଳନା…
ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି।ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି ମାଆଙ୍କ ଆରଧାନା । ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ମଆଙ୍କ ପୂଜାର୍ଚ୍ଚନା । ଆଜି ମାଆ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।ସେହିପରି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ର ମାଆ ଶାରଳାଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଅନ୍ୟପଟେ କଟକ ଚଣ୍ଡି ମାଆ ହରଚଣ୍ଡି ବେଶରେ ଦର୍ଶନ ଦେବେ। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଗଡ଼ଚଣ୍ଡି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି…
ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି, ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ଆଜିଠାରୁ ସାରାଦେଶରେ ଲାଗୁ ହୋଇଛି । ୫ ରୁ ୧୮% ଟିକସ ସ୍ଲାବ ଅଧୀନରେ ଆସୁଥିବା ଅନେକ ଉତ୍ପାଦକୁ ଏଥିରୁ ମୁକ୍ତ କରାଯାଇଛି । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଶିକ୍ଷା, କୃଷି, ଚିକିତ୍ସା ଏବଂ ପିଲାମାନଙ୍କ ପାଠପଢ଼ା ସାମଗ୍ରୀ ମଧ୍ୟ ନୂଆ ଜିଏସଟି କାର୍ଯ୍ୟକାରୀ ହେବା ପରେ ଶସ୍ତା ହୋଇଛି । ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି । ଘିଅ, ପନିର, ବଟର, ସ୍ନାକ୍ସ, କେଚଅପ୍, ଜାମ୍, ଶୁଖିଲା ଫଳ, କଫି ଏବଂ ଆଇସକ୍ରିମ ପରି ସାଧାରଣ ଭାବେ ବ୍ୟବହୃତ ସାମଗ୍ରୀ, ଏବଂ ଟେଲିଭିଜନ, ଏୟାର କଣ୍ଡିସନର (AC) ଏବଂ ୱାଶିଂ ମେସିନ୍ ଭଳି ଉଚ୍ଚମାନର ଉତ୍ପାଦ ମଧ୍ୟ ଶସ୍ତା ହେବ। GST ହ୍ରାସକୁ ଦୃଷ୍ଟିରେ ରଖି,…
ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ସେହିପରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ୨୬ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ । ୨୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ ୭ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ସେହିପରି ଆଜି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ…
ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍ଟି । ୩ ସେପ୍ଟେମ୍ବର, ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ସାରାଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଛେଦ୍ଦ କରାଯାଇଥିବା ବେଳେ ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି । ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ । ଜିଏସ୍ଟିରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ଓମ୍ଫେଡ୍ କର୍ତ୍ତପୃକ୍ଷ ବିଭିନ୍ନ ଉତ୍ପାଦ ଦାମ୍ କମ୍ କରିଛନ୍ତି। କମ୍ପାନିର ବିଭିନ୍ନ ପ୍ରକାର ଦୁଗ୍ଧ, ପନିର, ଫ୍ଲେଭର୍ ମିଲ୍କ, ବଟର୍ ଓ ଘିଅ ଦାମ୍ ହ୍ରାସ ପାଇଛି। ନୂତନ ଦର ଆଜିଠାରୁ ଲାଗୁ ହେବ। ଓମ୍ଫେଡ୍ର ୫୦୦ ଏମ୍ଏଲ୍ ଟେଟ୍ରାପ୍ୟାକ୍ର ୟୁଏଚ୍ଟି ଦୁଗ୍ଧ ଦାମ୍ ୨ ଟଙ୍କା କମ୍ ହୋଇ…
ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା ‘ରେଳ ନୀର’ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ।ଏହା ଆସନ୍ତା ୨୨ ତାରିଖରୁ ଲାଗୁ ହେବ ।ସେହିପରି ୫୦୦ ମିଲି ପାଣି ୯ ଟଙ୍କାରେ ମିଳିବ । ପୂର୍ବରୁ ରେଲ ନୀର ୧ ଲିଟର ବୋତଲ ୧୫ ଟଙ୍କା ଏବଂ ଅଧାଲିଟର ପାଣି ୧୦ ଟଙ୍କାରେ ବିକ୍ରି କରୁଥିଲା ।ରେଲୱେ ବୋର୍ଡ ଆହୁରି ମଧ୍ୟ କହିଛି କି, ରେଳ ଷ୍ଟେସନ ଏବଂ ଟ୍ରେନରେ ବିକ୍ରି ହେଉଥିବା ଆଇଆରସିଟିସି/ରେଲୱେ ଦ୍ବାରା ଚୟନିତ ଅନ୍ୟ ବ୍ରାଣ୍ଡର ପ୍ୟାକେଜ୍ଡ ପାଣି ବୋତଲର ୧ ଲିଟର ଦାମ ବୋତଲ ଏବଂ ଅଧା ଲିଟର ବୋତଲ ଦାମ୍ ମଧ୍ୟ କମ୍ ହେବ ।ରେଳ ନୀର ଭାରତୀୟ ରେଲୱେର ଏକ ବ୍ରାଣ୍ଡ,…
ଏଣିକି ମାରାତ୍ମକ ଚର୍ମ କର୍କଟ ରୋଗର ନିରାକରଣ ପାଇଁ ଗବେଷଣାରୁ ପ୍ରସ୍ତୁତ ହେଲା ପରିବେଶ ଅନୁକୂଳ ଔଷଧ (ଏକ ପ୍ରକାର ଜେଲ) । ନାନୋ-ଫର୍ମୁଲେସନ ଉପରେ ଆଧାରିତ ଟସର ପୋକ ଓ କଖାରୁ ଫୁଲରୁ ଚର୍ମ କର୍କଟ ରୋଗର ଚିକିତ୍ସା ବିକଶିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପେଟେଣ୍ଟ ମିଳିଛି । NIT ରାଉରକେଲାର ଦୁଇ ଗବେଷକ ଡକ୍ଟର ବିସ୍ମିତା ନାୟକ ଓ ଡକ୍ଟର ଦେବାଶିଷ ନାୟକ ଏହାକୁ ଉଦ୍ଭାବନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ହ୍ୟୁମାନ ଟ୍ରାଏଲ ହୋଇନଥିଲେ ମଧ୍ୟ ଏହାର ପାର୍ଶ୍ୱ ପତିକ୍ରିୟା ପ୍ରଭାବ କିଛି ପଡୁନଥିବା ଦାବି କରିଛନ୍ତି ଦୁଇ ଗବେଷକ । ନାନୋ-ଫର୍ମୁଲେସନକୁ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ଭାବରେ କରାଯାଇଛି । ଟସର ପୋକର ଲାଳ (SILK PROTEINS)ଓ କଖାରୁ ଫୁଲ(PUMPKIN PETALS)ରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିର କୌଣସି କେମିକାଲର ବ୍ୟବହାର କରାଯାଇନାହିଁ । ଏହା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଇନ୍ଦିରା ଡକ୍ରେ ଉଦଘାଟନ କରିବେ ମୁମ୍ବାଇ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ଏହି ଟର୍ମିନାଲଟି ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ନିର୍ମିତ ହୋଇଛି।ଏହା ଭାରତର ସର୍ବବୃହତ କ୍ରୁଜ୍ ଟର୍ମିନାଲ, ଯାହାର ବାର୍ଷିକ କ୍ଷମତା ୧ ନିୟୁତ ଯାତ୍ରୀ।ଏହାର ପ୍ରଥମ ଦୁଇଟି ମହଲା ୨୦୭,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏବଂ ୭୨ଟି ଚେକ୍-ଇନ୍ ଏବଂ ଇମିଗ୍ରେସନ୍ କାଉଣ୍ଟର ସହିତ ଅନ୍ୟ ଦୁଇଟି ମହଲା ବାଣିଜ୍ୟିକ ମହଲା ଭାବରେ ବିକଶିତ ହୋଇଛି।ଏହା ୧୧ ମିଟର ଡ୍ରାଫ୍ଟ ଏବଂ ୩୦୦ ମିଟର ପର୍ଯ୍ୟନ୍ତ ଲମ୍ବ ସହିତ ଏକକାଳୀନ ପାଞ୍ଚଟି ଜାହାଜକୁ ପରିଚାଳନା କରିପାରିବ । ପାର୍କିଂ ଲଟ୍ ଏକକାଳୀନ ୩୦୦ରୁ ଅଧିକ ଯାନବାହାନକୁ ସ୍ଥାନ ଦେଇପାରିବ । ଏହାର ଆଧୁନିକ ଡିଜାଇନରେ ନିର୍ମାଣ, ଭବ୍ୟ ପ୍ରବେଶ ଦ୍ୱାର ମୁମ୍ବାଇର ଐତିହ୍ୟରୁ ପ୍ରେରଣା ଦେଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟରେ ‘ମୋଦି ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ରର…









