କଟକ ଚୌଦ୍ବାର ଥାନା ପରିସରରେ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଚୌଦ୍ବାର ଥାନା ଦାୟିତ୍ବରେ ଥିବା ଏସିପି ବିଶ୍ବ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ସବ୍ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି । ।ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକଙ୍କ ଥାନାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତକାଲି ରାତିରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲା ଚୌଦ୍ବାର ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ଏକ ବାଇକ୍ ଚୋରି ମାମଲାରେ ଅଟକ ରଖିଥିଲା ପୋଲିସ ।ରସାନନ୍ଦଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ତେବେ ହତ୍ୟା ନା ଜୀବନ ହାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ…
Author: sanitelevision
ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଗଚ୍ଛିତ ରତ୍ନ ଅଳଙ୍କାର । ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ରୁ (ଖଟଶେଯ ଓ ଚାଙ୍ଗଡ଼ା ଘର) ରତ୍ନଅଳଙ୍କାରଗୁଡ଼ିକ ସୁରକ୍ଷିତ ଭାବେ ସ୍ଥାନାନ୍ତର ପାଇଁ ପ୍ରାଧିକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍ପି, ଏଏସ୍ଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ରହିଛନ୍ତି। ଏତଦ୍ବ୍ୟତୀତ ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତିରିକ୍ତ…
ଘିଅ, ବଟର, ପନିର, ଆଇସକ୍ରିମ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ସମେତ ୭୦୦ ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କଲା ଅମୁଲ । ଏହି ନୂଆ ଦାମ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । ଆମୁଲର ୧ ଲିଟର ଆଇସକ୍ରିମ ଟବର ମୂଲ୍ୟ ୧୯୫ ଟଙ୍କାରୁ ହ୍ରାସ ପାଇ ୧୮୦ ଟଙ୍କା ହେବ, ଆମୁଲ ଡାର୍କ ଓ ମିଲ୍କ ଚକୋଲେଟ (୧୫୦ ଗ୍ରାମ) ୨୦୦ ଟଙ୍କାରୁ ୧୮୦ ଟଙ୍କା ହେବ, କାରଣ ଏହି ଉତ୍ପାଦର ଜିଏସଟି ୧୮%ରୁ ୫%କୁ ହ୍ରାସ ପାଇଛି। ସେହିପରି, ୫୦୦ ଗ୍ରାମ ଆମୁଲ ବଟର ୩୦୫ ଟଙ୍କାରୁ ୨୮୫ ଟଙ୍କା ଓ ୫ ଲିଟର ଘିଅ ୩,୨୭୫ ଟଙ୍କାରୁ ୩,୦୭୫ ଟଙ୍କା ହେବ, ଜିଏସଟି ୧୨%ରୁ ୫%କୁ ହ୍ରାସ ହେବା ଫଳରେ। ଆମୁଲ ପନିରରେ ଜିଏସଟି ଶୂନ ହେବା ଦ୍ୱାରା ୧ କିଲୋ ମଲାଇ ପନିର ୧୫ ଟଙ୍କା ଓ ୧ କିଲୋ ଚିଜ…
ଭାରତରେ ବିମାନ ହାଇଜାକ୍ ଉଦ୍ୟମ ପଣ୍ଡ । ଜଣେ ଯାତ୍ରୀ କକ୍ପିଟର ଦ୍ବାର ଖୋଲିବାକୁ ଚେଷ୍ଟା କରିବା ପରେ ବିମାନ ହାଇଜାକ୍ ନେଇ ସନ୍ଦେହ ବଢ଼ିଥିଲା । ହେଲେ ବିମାନର ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଉଭୟ ବିମାନ ଏବଂ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସୂଚନାମୁତାବକ, ଯାତ୍ରୀଙ୍କ ନିଜ ୮ ଜଣ ସାଥି ସହିତ ବିମାନରେ ଯାତ୍ରା କରୁଥିଲେ । ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 1086 ରେ ଶୌଚାଳୟ ଖୋଜିଖୋଜି ଯାତ୍ରୀ ଜଣକ ବିମାନର କକ୍ପିଟ ପାଖକୁ ଚାଲିଯାଇଥିଲେ । ଯାତ୍ରୀ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ । ସେ ସଠିକ୍ ପାସକୋଡ୍ ମଧ୍ୟ ମାରିଥିଲେ । କିନ୍ତୁ ପାଇଲଟ ଏହା ଜାଣିବା ପରେ ତୁରନ୍ତ କକପିଟକୁ ବନ୍ଦ କରିଦେଇଥିଲେ। ଧରାପଡ଼ିବା ପରେ ଯାତ୍ରୀ ଜଣକ କହିଥିଲେ, “ମୁଁ ଶୌଚାଳୟ ଖୋଜୁଥିଲି ।” ତେବେ ତାଙ୍କ ସହିତ ଯାତ୍ରା କରୁଥିବା ସମସ୍ତ ନଅ ଜଣ ଯାତ୍ରୀଙ୍କୁ…
ବଲିଉଡ଼ର ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା । ଯିଏକି ଦର୍ଶକ ମାନଙ୍କୁ ଭରପୁର ମନରଞ୍ଜନ କରିଛନ୍ତି । ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ସେ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି ।ଗୋବିନ୍ଦା ପ୍ରଫେସନାଲ ଲଇଫ୍ ସହ ନିଜର ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ଖବରରେ ଅଛନ୍ତି। ନିକଟରେ ଗୋବିନ୍ଦା ତାଙ୍କର ବୈବାହିକ ଜୀବନରେ ଆସିଥିବା ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡ଼ିଆରେ ଗୋବିନ୍ଦା ଓ ସୁନୀତାଙ୍କ ଛାଡ଼ପତ୍ରର ଖବର ଖୁବ୍ ଭାଇରାଲ। ହେଲେ , ପରେ ସୁନୀତା ଏହିସବୁ ଖବରକୁ ଗୁଜବ ଦର୍ଶାଇ ଖାରଜ କରଦେଇ ଥିଲେ।ପୁଣିଥରେ ସେ ଏକ ନୂତନ ଲୁକ୍ ସହିତ ତାଙ୍କ ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛନ୍ତି ଯେଉଁଠାରେ ସେ ମୋଛ ଏବଂ ସନଗ୍ଲାସ୍ ପିନ୍ଧିଥିବାର ନଜର ଆସିଛନ୍ତି । ୬୧ ବର୍ଷୀୟ ଅଭିନେତା ପୂର୍ବରୁ ଏକ ଇନଷ୍ଟାଗ୍ରାମ୍ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ତାଙ୍କର ସିଗ୍ନେଚର ସ୍ୱାଗ୍…
ସମୟ ଅବଧି ସରିଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଗୃହରେ ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ବାଚସ୍ପତିଙ୍କ ଫୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି।ରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ସୋମବାର ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଥିଲା। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ ଗତ ୧୮ତାରିଖରେ ୧୨.୪୭ ରେ କଂଗ୍ରେସ ବିଧାୟକ ଦଳ ନେତା ଙ୍କ ସହ ଅନ୍ୟ ୧୪ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ। ତା ପରଦିନ ନୋଟିସକୁ ଗୃହକୁ ଆଣିବାକୁ ମୁଁ ନିର୍ଦେଶ ଦେଇଥିଲି। କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ତାହା ଆସିପାରି ନ ଥିଲା। ସଂସଦୀୟ ଅନୁସାରେ ଲଗାତାର ଭାବେ ବିଧାନସଭାରେ ଅଚଳା ଅବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି…
ଏବେ ସାହୁ ଭାଉଜଙ୍କ ଡିମାଣ୍ଡ୍ ବହୁତ । ସାହୁ ଭାଉଜ ଷ୍ଟେଜ୍ ଚଢିଲେନି ବୋଲି ଚେୟାର ମାଡ଼ କଲେ ଦର୍ଶକ। ବନ୍ଦ ହୋଇଗଲା ପୁରା ଯାତ୍ରା। ଏଭଳି ଘଟଣା ଘଟିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁରେ।ଦୁର୍ଗାଶ୍ରୀ ଯାତ୍ରାପାର୍ଟି ଗାଁରେ ଯାତ୍ରା ପକେଇଥିଲା। ତେବେ ଶନିବାର ଦିନ ସାହୁ ଭାଉଜ ଷ୍ଟେଜ ଶୋ’ କରିବାର ପ୍ରୋଗ୍ରାମ ଥିଲା। ସାହୁ ଭାଉଜ ଆସି ପହଂଚିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ସାହୁ ଭାଉଜଙ୍କୁ ଷ୍ଟେଜ ଶୋ’ କରିବା ପାଇଁ ମନା କରିଥିଲା। ଯାହା ଫଳରେ ସେ ଆଉ ଷ୍ଟେଜ ଉପରକୁ ଯାଇନଥିଲେ। ଏହାଭିତରେ ଥିବା ସାହୁ ଭାଉଜଙ୍କ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଷ୍ଟେଜ୍ ଉପରକୁ ଚେୟାର ମାଡ଼ କରିଥିଲେ। ଏହା ସହିତ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ।
ନବଜାତ ମୃତ୍ୟୁକୁ ନେଇ ବିଧାନସଭା ତଥ୍ୟ ଚିନ୍ତାଜନକ । ଗତ ତିନିବର୍ଷ ଭିତରେ ୨୩,୧୩୦ ନବଜାତକଙ୍କ ମୃତ୍ୟୁ ହୋଇଛି । ମା’ ଗର୍ଭରେ ୩୪ ହଜାର ୨୮୪ ଜଣ ଶିଶୁ ଙ୍କ ମୃତ୍ୟୁ ହୋଇଛି । ପ୍ରସବ ସମୟରେ ୨ ହଜାର ୬୪ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ତେବେ ଆଜି ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା। ମାତ୍ର ୭ ମିନିଟ ଚାଲି ପାରିଲା ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ।ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକ ମାନେ ନାରାବାଜି କରିଥିଲେ । ସେପଟେ ଗୃହ ଅଚଳାବସ୍ଥା ନେଇ ନିଜ ସିଟରେ ଛିଡା ହୋଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ ।
ରାଜ୍ୟରେ ଆଇଏଏସ୍ ଆଉ ଆଇପିଏସଙ୍କ ଅଭାବ । ଖାଲି ପଡ଼ିଛି ୧୮୨ ପୋଷ୍ଟ । ୨୪୮ ଆଇଏଏସ ପଦବୀ ସଂଖ୍ୟାରୁ ଖାଲି ରହିଛି ୪୫ ପଦବୀ । ମଞ୍ଜୁରୀ ପ୍ରାପ୍ତ ୧୯୫ ଆଇପିଏସ ପଦବୀରୁ ଖାଲି ରହିଛି ୬୬ ପଦବୀ । ୨୨୪୮ ଓଏଏସ ପଦବୀରୁ ୩୪୨ ପଦବୀ ଖାଲି ପଡିଛି । ୮୪୯ ଓପିଏଏସ ପଦବୀରୁ ଖାଲି ପଡିଛି ୧୪୧ ପଦବୀ । ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ।ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୂର୍ବତନ ମନ୍ତ୍ରୀ ଓ ନୂଆପଡା ର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ବିୟୋଗ ରେ ନୂଆପଡା ରେ ଆୟୋଜିତ ହୋଇଛି ଶୋକ ସଭା |ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଖରିଆର ରୋଡ୍ ରେ ବିଜେଡି ତରଫରୁ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ ନବୀନ।ନବୀନ କହିଛନ୍ତି, ନୂଆପଡାର ବିକାଶ କ୍ଷେତ୍ରରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା,ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ । ଶାନ୍ତ,ସରଳ ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ ।ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ…








