Author: sanitelevision

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପ୍ରକ୍ରିୟା । ଅପରାହ୍ନ ୨ଟା ୫୫ ମିନିଟ୍‌ରେ ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି । ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି । ଏସଓପି ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି । ଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ । ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସରକାରଙ୍କ ପ୍ରସ୍ତୁତ ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ କରାଯାଉଛି । କିଛି ତ୍ରୁଟି ନରହିବା ପାଇଁ ସ୍ଥାନାନ୍ତର କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯାଉଛି । ରତ୍ନ…

Read More

ବିଧାନସଭାରେ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ୍ ୨୮୫୨ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ନ କରିଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।ଆଇନ ଖିଲାପକାରୀ ୧୦୦ ଗୋଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରାଯାଇଛି । ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ହୋଇ ନଥିବାରୁ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମୋକଦ୍ଦମା ରୁଜୁ କରାଯାଇଛି । ଏହାସହ ଝାରସୁଗୁଡାରେ ୨୩୭, ଖୋର୍ଦ୍ଧାରେ ୨o୧ ବ୍ୟବସାୟ ପ୍ରତିଷ୍ଠାନ ଉପରେ କାରଣ…

Read More

ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଚାଲୁଥିଲା ଚିକିତ୍ସା । ତେବେ ଓଡିଶା ବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ୮ ଦିନ ପରେ ସୁସ୍ଥ ହେଇ ଆଜି ଘରକୁ ଫେରିଲେ ବୁଦ୍ଧାଦିତ୍ୟ ।ସୂଚନାନୁଯାୟୀ, ଗତ ଆଠ ଦିନ ତଳେ ବୁଦ୍ଧାଦିତ୍ୟ ମହାନ୍ତି ଘରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପଲ୍ୟୁମନାରୀ ମେଡିସିନ୍ ବିଭାଗର ଡାକ୍ତର ଚିକିତ୍ସା କରୁଥିଲେ। ୮ ଦିନ ପରେ ଆଜି ସୁସ୍ଥ ହୋଇ ବୁଦ୍ଧାଦିତ୍ୟ ଘରକୁ ଫେରିଛନ୍ତି। ଘରେ ରହି ନିୟମିତ ମେଡିସିନ୍ ଓ ରେଷ୍ଟ ନେଲେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେଇଯିବେ ବୋଲି ସୂଚନା ମିଳିଛି।

Read More

କଟକ ଓ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କରାଯାଇନି । ଭୁବନେଶ୍ୱରରେ ମେଟ୍ରୋ ରେଳପ୍ରକଳ୍ପ ଏବେ ପରୀକ୍ଷାଧୀନ ରହିଛି ।ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ , କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଏହି ପ୍ରକଳ୍ପ ଏବେ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି । ଏଥିପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ । ଏଯାଏଁ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହି ଖର୍ଚ୍ଚରୁ ୨୦୨୪ ଜୁନ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି ।

Read More

ଶାରଦୀୟ ନବରାତ୍ରି ଆଜି ଦ୍ବିତୀୟ ଦିନ । ଏହି ୯ ଦିନରେ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା ଆରାଧନା କରାଯାଏ । ପ୍ରଥମେ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଏହିଦିନ ଲୋକ ବ୍ରତ ରଖିବା ପରେ ନିଜ ଘରେ କଳସ ସ୍ଥାପନା କରନ୍ତି । ସେହିପରି ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଏ । ମା’ ବ୍ରହ୍ମଚାରିଣୀଙ୍କ କୃପାରୁ ମନୁଷ୍ୟ ନିଜର ଆନ୍ତରିକ ଶାନ୍ତି ପାଇଥାଏ ।ଶାନ୍ତ,ବୈରାଗ୍ୟ,ସଦାଚାର,ଶିଷ୍ଟାଚାର,ତ୍ୟାଗ,ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡ଼େ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । ଏହି ଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀ ସ୍ୱରୁପ…

Read More

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିଛନ୍ତି । ତେବେ ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ସୂଚନା ଅନୁସାରେ ବିକ୍ଷୋଭରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗାଁ ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଘେରାଉ କରିଛି ଦଳ । ପଞ୍ଚାୟତ ସମିତି ଆଇନକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି ।

Read More

ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଗକୁ ଯେପରି କୌଣସି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ନହୁଏ ସେଥିଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ।ଏବେ ପ୍ରଶ୍ନପତ୍ରଗୁଡିକ ସରକାରୀ ପ୍ରେସରେ ଛପାଯିବ । ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍, ଏନଆଇସି ପାଖରେ ରହିବ ସିସିଟିଭି କଣ୍ଟ୍ରୋଲ୍ । ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତରେ ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପତ୍ର ପ୍ରିଣ୍ଟିଂଗ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲରେ ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ । ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏ ବରିଷ୍ଠ ଅଧିକାରୀମାନେ ଦାୟିତ୍ଵରେ ରହିବେ । ପରୀକ୍ଷା କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ଟୁଲର ବ୍ୟବହାର କରାଯିବ । ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କେଣ୍ଟ୍ରାଲ୍ ଓକାକ୍ କିମ୍ବା ଏନଆଇସି ପାଖରେ…

Read More

ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ଏହି କାରଣ ପାଇଁ ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି । ପୂର୍ବପରି ଆଜି ବି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଯାହାପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରଠାରୁ ବିଜେଡି ବିଧାୟକମାନେ ଫ୍ଲୋରର ମଝିକୁ ଆସି ହୋ ହଲ୍ଲା କରିଥିଲେ ।ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରୁଛି।

Read More

ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ ବର୍ଷା । ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨୬ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ୨୭ ତାରିଖ ବେଳକୁ ଅବପାତ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ। ତେବେ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ବିଶେଷକରି ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାକୁ ମଙ୍ଗଳବାର ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବାବେଳେ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଅନୁଗୋଳ, ବୌଦ୍ଧ, ସୋନପୁର, ମାଲକାନଗିରି,…

Read More

ଜଣାଶୁଣା ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କ ପରଲୋକ । ଗତକାଲି ରାତି ୮ଟା ୪୦ ମିନିଟ୍ ସମୟରେ ବ୍ରହ୍ମପୁର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଦେଇଛନ୍ତି ସୂଚନା । ସେ ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ। ୧୯୮୨ ଅଗଷ୍ଟ ୨୯ରେ ରାଷ୍ଟ୍ରପତି ଗିଆନି ଜୈଲ ସିଂହଙ୍କଠୁ ଅର୍ଜୁନ ପୁରସ୍କାର ପାଇଥିଲେ । ୨୦୨୪ରେ ତାଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।ଶତପଥୀ ୧୯୭୭-୭୮ ରୁ ଓ ୧୯୮୨-୮୩ ପର୍ଯ୍ୟନ୍ତ ଭାରୋତ୍ତଳନରେ ପାଞ୍ଚ ଥର ଜାତୀୟ ଚାମ୍ପିଅନ ଏବଂ ଭାରତୀୟ ନୌସେନା ଏବଂ ଭାରତୀୟ ରେଳବାଇର ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ପରଲୋକରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।

Read More