Author: sanitelevision

ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଜିଓର୍ଜିୟା ମେଲୋନି କହିଥିଲେ, “ମୁଁ ଭାବୁଛି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ଜିୟା ମେଲୋନି ଏହି ମାସର ଆରମ୍ଭରେ ଫୋନ ଯୋଗେ କଥା ହୋଇଥିଲେ, ପାରସ୍ପରିକ ସ୍ବାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଉଭୟ ନେତା ଯଥାଶୀଘ୍ର ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବାର ଆବଶ୍ୟକତା ଉପରେ ସହମତ ହୋଇଥିଲେ।

Read More

ଆଜି ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନ । ଆଜି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କାରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମସ୍ୟ ଓ ପ୍ରାଣୀ ସମ୍ପଦ, ଶକ୍ତି, ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ, ସୁକ୍ଷ୍ମ, ଖୁଦ୍ର ଓ ମାଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ ଉତ୍ତର ଆଲୋଚନା ରହିଛି ।ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି ା ନାରୀ ସୁରକ୍ଷା, ଗଣତନ୍ତ୍ର ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ପୋଡିୟମ ତଳକୁ ଆସି ନାରାବାଜି କରିଛି । କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ବିରୋଧୀମାନେ ହୋହଲ୍ଲା କରିଛନ୍ତି । ତେବେ ହଟ୍ଟଗୋଳ ଭିତରେ ଚାଲିଛି ପ୍ରଶ୍ନକାଳ ।

Read More

ଅନ୍ତର୍ଜାତୀୟ ସ୍ତରରେ ପୁଣି ସମାଲୋଚନାର ଶିକାର ହୋଇଛି ପାକ୍‌ । UNHRCରେ ପାକ୍‌କୁ ଧୋଇଛି ଭାରତ । ଜେନେଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ ତମ ଅଧିବେଶନରେ ନଜର ଆସିଥିଲା ଏପରି ଦୃଶ୍ୟ । ଭାରତ ପାକିସ୍ତାନକୁ ଖୋଲାଖୋଲି ଭାବରେ ପ୍ରକାଶ କରି ପ୍ରଥମେ ଅବୈଧ ଭାବରେ ଅଧିକୃତ ଅଞ୍ଚଳ(POK) ଖାଲି କରିବାକୁ ଦାବି କରିଛି। ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନୀ କୂଟନୀତିଜ୍ଞ ଭାରତ ବିରୋଧରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ। ଏହା ପରେ, ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ମାନବାଧିକାର ଉଲ୍ଲଂଘନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ। ଭାରତୀୟ କୂଟନୀତିଜ୍ଞ କହିଛନ୍ତି, UNHRC ନିରପେକ୍ଷ ହେବା ଉଚିତ। ସେ କହିଛନ୍ତି, କିଛି ଦେଶ ଉପରେ ଧ୍ୟାନ ଦେବା ଦ୍ୱାରା ଦେଶ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକରୁ ଧ୍ୟାନ ହଟାଇବ।ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ପାକିସ୍ତାନକୁ କଡ଼ା ଜବାବ ଦେଇ…

Read More

ଅଭିଯୁକ୍ତ ଜଣଙ୍କ ଗୋପ ଥାନା ନୂଆହାଟ ଅଞ୍ଚଳ କୋରୁଆଳ ଗ୍ରାମର ସମୀର ରଞ୍ଜନ ସାହୁ । ମୋବାଇଲ ଟ୍ରାକ କରି ଗୋପ,କୋଣାର୍କ, ଚାରିଛକ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ମିଳିତ ସହଯୋଗରେ ସମୀର କୁ ଗାଁରୁ ଉଠାଇ ଆଣିଲା ପୋଲିସ।ଅଧିକ ତଦନ୍ତ ପାଇଁ ସମୀରକୁ ରାମଚଣ୍ଡୀ ପୋଲିସ କୁ ହସ୍ତାନ୍ତର କଲା ଗୋପ ପୋଲିସ।ଗତକାଲି କୋଣାର୍କ ବେଳାମାର୍ଗ କଇଁଛଘର ନିକଟରେ ମହିଳାଙ୍କ ଗଲାକାଟି ଫେରାର ହୋଇଯାଇଥିଲା ଅଭିଯୁକ୍ତ।ସମିର କହିବ ଆଉ କିଏ କିଏ ରହିଛନ୍ତି ମହିଳା ଙ୍କ ଗଳାକାଟିବା ପଛରେ। କିଏ ଡାଟିଥିଲା କିଏ ଗଳା କାଟିଲା କଣ ରହିଛି ରହସ୍ୟ ସବୁ କହିବକି ସମିର।

Read More

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟାୟକ୍ରମେ ଗେଟ ଖୋଲାଯାଇଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍ ଖୋଲାଯାଇଛି। ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୯୭ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୨୪ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ।ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ।

Read More

କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସ୍ଵାମୀ ତଥା ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ଉଭୟଙ୍କ ହ୍ବାଟ୍ସଆପ ଚାଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା କୁହାଯାଉଛି।ହତ୍ୟାକାଣ୍ଡ ପରେ ପ୍ରାଥମିକ ତଦନ୍ତରୁ ଦୀପକ ଶୁଭମିତ୍ରାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେ ଫେରସ୍ତ ମାଗିବାରୁ ଦୀପକ ତାଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଥିଲା। ଏ ନେଇ ପୁଲିସ ବି ସ୍ପଷ୍ଟ କରିଥିଲା। କିନ୍ତୁ ଏବେ ନୂଆ ମିଳିବା ମାମଲାକୁ ଭିନ୍ନ ମୋଡ଼ ଦେଇଛି। ଶୁଭମିତ୍ରାଙ୍କ ମା’ ଦୀପକଙ୍କଠାରୁ ଏହି ଅର୍ଥ ଆଣିବାକୁ କହୁଥିଲେ ବୋଲି ପୁଲିସଠାରୁ ସୂଚନା ମିଳିଛି।ଶୁଭମିତ୍ରା ଏହି ଟଙ୍କା ତାଙ୍କ ଭାଇ ନନ୍ଦୁଙ୍କୁ ଦେବାକୁ କହି ଚାପ ପକାଉଥିବାର ଚାଟିଙ୍ଗ ମଧ୍ୟ ପାଇଛି ପୁଲିସ । ଏପରିକି ଶୁଭମିତ୍ରା ଓ ତାଙ୍କ ମା’ ଏନେଇ ଦୀପକଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ। ଯାହାକୁ ନେଇ…

Read More

ଅକ୍ଟୋବର ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟାମକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି |କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିବା ଅନୁଯାୟୀ, ଅକ୍ଟୋବର ୧ ତାରିଖରୁ ଅନଲାଇନ ଗେମିଂକୁ ପ୍ରୋତ୍ସାହିତ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବ। ଅନଲାଇନ ଗେମିଂ କମ୍ପାନୀ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ପରେ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା ଏବଂ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଅନ୍ୟପଟେ ଭାରତୀୟ ରେଳବାଇ ଅକ୍ଟୋବର ୧ ତାରିଖ, ୨୦୨୫ ରୁ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ଘୋଷଣା କରିଛି। ଏବେ, ଟ୍ରେନ ପାଇଁ ସାଧାରଣ ଟିକେଟ ବୁକିଂ ଖୋଲିବାର ପ୍ରଥମ ୧୫ ମିନିଟ ମଧ୍ୟରେ, କେବଳ ଆଧାର-ପ୍ରମାଣିତ ଉପଭୋକ୍ତାମାନେ IRCTC ୱେବସାଇଟ କିମ୍ବା ଆପ୍‌ରେ ଟିକେଟ ବୁକ କରିପାରିବେ।ଟ୍ରାଇ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନେଟୱାର୍କ ସୂଚନା ଏବଂ ସ୍ପାମ କଲ ନିୟନ୍ତ୍ରଣ କରୁଥିବା ନିୟମ କାର୍ଯ୍ୟକାରୀ କରିବ।…

Read More

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଟିମ୍ ।ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତହସିଲଦାରଙ୍କର ପୈତୃକ ଘର , କ୍ବାଟର , ଅଫିସ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ଚାଲିଛି। କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି ।

Read More

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ ପ୍ରଯୋଜିକା ଡ. ଇତି ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ଯବାନ ଚଳଚ୍ଚିତ୍ର ପାଇଁ ଶାହରୁଖ ଏବଂ ଦ୍ଵାଦଶ ଫେଲ ଚଳଚ୍ଚିତ୍ର ପାଇଁ ବିକ୍ରାନ୍ତଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କୁ ପୁରସ୍କୃତ କରାଯାଇଛି। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନରେ ୨୦୨୩ରେ ରିଲିଜ ହୋଇଥିଲା ପୁଷ୍କରା । ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ନୋଭେଲରୁ ପ୍ରସ୍ତୁତ ହୋଇଥିଲା ସିନେମା ।…

Read More

କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ । ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ । ନଭେମ୍ବର ୫ ରେ ଡଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ । ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ । ନଭେମ୍ବର ୧ରୁ ୫ ଯାଏଁ ବ୍ରତ ପାଳନ କରାଯିବ । ସେହିପରି କାର୍ତ୍ତିକ ବ୍ରତ ଓ ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହୋଇଥାଏ । ତେଣୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ଆଜି ପ୍ରସ୍ତୁତ ବୈଠକରେ ନିଷ୍ପତ୍ତି ହୋଇଛି ।

Read More