ମହାନଦୀରେ ବନ୍ୟା । ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ,ଫୁଳିବ ଶାଖାନଦୀ ।ମୁଣ୍ଡଳିରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ । ଏବେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା ଜାରି କରିଛି ଜଳ ସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି ।କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ । ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେପଟେ ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ନଦୀର ଜଳସ୍ତର ବିପଦ ସଂକେତ ନିକଟରେ ପହଞ୍ଚିବ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି…
Author: sanitelevision
ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ ପରିଣତ ହେବ। ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ। ଉତ୍ତରପଶ୍ଚିମ ଓ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ୨୮ ସେପ୍ଟେମ୍ବର ଯାଏ ସମୁଦ୍ର ମଧ୍ୟ କୁ ଯିବାକୁ ବାରଣ କରିଛି ବିଭାଗ। କୋରାପୁଟ ଜିଲ୍ଲାର ସବୁ ବ୍ଲକରେ ରେକର୍ଡ ପରିମାଣର ବର୍ଷା…
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର । ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ତହସିଲଦାର ଶିବପ୍ରସାଦ ମଲ୍ଲିକ ଏହି ଟଙ୍କା ନେଉଥିଲେ l ଏହି ସମୟରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା । ଯାହା ପରେ ତାଙ୍କର ୬ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, ୧.୫୪ ଲକ୍ଷ ଟଙ୍କା ନଗଦ ଏବଂ ୪ଟି ଦୁଇ ଚକିଆ ଯାନ ମଧ୍ୟ ଜବତ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କର ସମ୍ପତ୍ତି ମଧ୍ୟରେ ୩ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ଯେଉଁଥିରେ ୩ ବଡ଼ ହଲ୍ ଏବଂ ୩ ଦୋକାନ ରହିଛି। ଯାହା ୨୦୨୪ ମସିହାରେ ଭାଗବତପୁରରେ ନିର୍ମିତ ହୋଇଥିଲା। ୨୭୦୦ ବର୍ଗଫୁଟ କ୍ଷେତ୍ରଫୁଟରୁ ଅଧିକ ଏକ ଦୁଇ ମହଲାର ଏକ କୋଠା…
ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ନାମରେ ୧୭ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି।ଦିଲ୍ଲୀ ପୁଲିସ ବୁଧବାର ଆତ୍ମଘୋଷିତ ବାବା ସାଧୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୋଧରେ ମାମଲା ରୁଜୁ କରିଛି । ବାବା ୧୭ ଜଣ ଝିଅ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ମାମଲା ଦାଏର ହୋଇଛି । ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ପିଜିଡିଏମ୍ କୋର୍ସରେ ପାଠ ପଢୁଥିବା ୩୨ ଝିଅଙ୍କ ମଧ୍ୟରୁ ୧୭ ଜଣ ବାବାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ବାବା ପାର୍ଥସାରଥି ଅଶ୍ଳୀଳ ମେସେଜ୍ ପଠାଇବା, ଶାରୀରିକ ସ୍ପର୍ଶ କରିବା ଓ ଅପମାନଜନକ ଭାଷାରେ ନିର୍ଯାତନା ଦେଉଥିଲେ । ତେବେ ତାଙ୍କ ଭଲଭୋ କାର୍ରୁ ଏକ ନକଲି ୩୯ ୟୁଏନ୍ ୧ ନମ୍ବର ମଧ୍ୟ…
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ । ୩ଲକ୍ଷ ୮୭ ହଜାର ୮୧୯ ନୂଆ ହିତାଧିକାରୀ ଯୋଜନାରେ ସାମିଲ ଅଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ ନୂଆଙ୍କୁ ସାମିଲ କରୁଛନ୍ତି ସରକାର । ତେବେ ପ୍ରଧାନମନ୍ତ୍ରୀ ଗରିବା କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲକ୍ଷେ ୮୦ ହଜାର ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ହେଲେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଲାଗି ସରକାର ଏବେ…
ବ୍ରହ୍ମପୁର MKCG ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୨୦୦ ଗ୍ରାମ ଓଜନର ଟ୍ୟୁମର । ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସୁଚନାମୁତାବକ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ୫୦ ବର୍ଷୀୟା ମହିଳା ଶାନ୍ତି ମହାକୁଡଙ୍କ ମୁଣ୍ଡରେ ଏକ ବଡ଼ ଟ୍ୟୁମର ଥିଲା । ଫଳରେ ଦୀର୍ଘ ୧ ବର୍ଷ ଧରି ତାଙ୍କୁ କଥା ବୁଝିବାରେ ସମସ୍ୟା ହେଉଥିଲା । ଡାହାଣ ପାର୍ଶ୍ବରେ ଚାଲିବାରେ ଅସୁବିଧା ହେଉଥିଲା । ମୁଣ୍ଡବ୍ୟଥା ସହ ବାନ୍ତି ହେଉଥିଲା । ସେ MKCGରେ ଭର୍ତ୍ତି ହେବା ପରେ MRI କରାଯାଇଥିଲା । ତାଙ୍କ ମସ୍ତିଷ୍କର ବାମ ପାର୍ଶ୍ବରେ ୧୫ ସେମି ଲମ୍ବର ଏକ ବଡ଼ ଟ୍ୟୁମର ଥିବା ଜଣାପଡ଼ିଥିଲା । ଯାହାକୁ ଡାକ୍ତରୀ ଭାଷାରେ ମିନିଜିଓମା (Meningioma) ବୋଲି କୁହାଯାଏ । ଏହାକୁ ଗତ ଗୁରୁବାର ଦିନ…
ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର । ଫେସ୍ବୁକ୍ରେ ପୋଷ୍ଟ କରି କହିଲେ,”ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା । ଏହା ଗଣତନ୍ତ୍ରର ଅପମାନ” ସୂଚନାମୁତାବକ ଗତକାଲି ଶ୍ରୀମୟୀ କହିଥିଲେ ସେ ବର୍ଷେ ହେଲା ବିଜେଡିରେ ନ ଥିଲେ । ନିଜ ଦଳୀୟ ସଦସ୍ୟତା ନବୀକରଣ କରିନଥିଲେ, ବିଜେଡିର ସଦସ୍ୟ ନ ହୋଇ ତାଙ୍କୁ କେମିତି ନିଲମ୍ବନ କରାଗଲା ଉଠାଇଥିଲେ ପ୍ରଶ୍ନ। ବିଜେଡି ନେତୃତ୍ବଙ୍କୁ ନିଜର ସଦସ୍ୟତା ନମ୍ବର ମାଗିଥିଲେ…
୫ ବର୍ଷ ଯାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ବଜେଟ ପ୍ରାବଧାନ । ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଉତ୍ତର ରଖିଛନ୍ତି । କହିଛନ୍ତି, ୫୮ଟି ଉପଖଣ୍ଡରେ ଶୀତଲ ଭଣ୍ଡାର ପିପିପି ମୋଡରେ ହେବ । ଏନେଇ ଗୋ ସୁଗମ ଆପରେ ୧୩ଟି ଆବେଦନ ଆସିଛି । ୩ ଆବେଦନ କାର୍ଯ୍ୟକୁ ଆଗେଇବାକୁ ଗୋ ଆହେଡ ଦିଆଯାଇଛି । ଏଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ ଲେଖାଏଁ ଅଛି । ଅନ୍ୟପଟେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ସରକାର ସାର ଯୋଗାଇ ପାରୁନି ସେ ସରକାରରେ ଶୀତଳ ଭଣ୍ଡାର କେମିତି ହେବ ।
ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ପଦକ୍ଷେପ। ଏବେ ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ ଅକ୍ସିଲିଆରି ନର୍ସ ଆଣ୍ଡ୍ ମିଡ୍ୱାଇଫ୍ (ଏଏନ୍ଏମ୍) କିମ୍ବା ମହିଳା ବହୁମୁଖୀ ହେଲ୍ଥ ୱାର୍କର ନିୟୋଜିତ ହେବେ । ହଷ୍ଟେଲ ପିଲାଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ପ୍ରତି ୩୦୦ ପିଲାଙ୍କ ପାଇଁ ଜଣେ ଲେଖାଏଁ ଏଏନ୍ଏମ୍ ନିଯୁକ୍ତି କରାଯିବ । ଗତ ଅଗଷ୍ଟ ୨୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ସୁପାରିସ ହୋଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ନିଯୁକ୍ତି ଦେବ । ଏପରିକି ଆବଶ୍ୟକ ସ୍ଥଳେ ଏଥିରେ ବିଳମ୍ବ ହେଲେ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ଏଏନ୍ଏମ୍ଙ୍କୁ ଅର୍ଥ ବିଭାଗର ନିୟମ ଅନୁଯାୟୀ ନିଯୁକ୍ତି…









