Author: sanitelevision

ଏବେ ଏଭଳି ଏକ ଭବିଷ୍ୟବାଣୀ ବିଷୟରେ ଜଣାପଡ଼ିଛି, ଯାହା ଡରାଇବ ନିଶ୍ଚୟ। ପ୍ରସିଦ୍ଧ ବୁଲଗେରିଆନ୍ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୬କୁ ନେଇ କରିଥିବା ଭବିଷ୍ୟବାଣୀ ଏବେ ବିଶ୍ବ ପାଇଁ ଚିନ୍ତା ପାଲଟିଛି।କୁହାଯାଏ ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇ ଆସୁଛି। ତେଣୁ, ଯଦି ସେ ଏକ ରକ୍ତାକ୍ତ କିମ୍ବା ହିଂସାତ୍ମକ ଭବିଷ୍ୟତର ଭବିଷ୍ୟବାଣୀ କରନ୍ତି, ତେବେ ସେଗୁଡ଼ିକୁ ଗମ୍ଭୀରତାର ସହ ନିଆଯାଇଥାଏ। ବାବା ଭେଙ୍ଗା ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ “ବାଲ୍କନର ନୋସ୍ତ୍ରୋଦମସ୍” ଭାବରେ ଜଣାଶୁଣା। ଏହି ରହସ୍ୟବାଦୀ ବାଲ୍ୟକାଳରେ ଦୃଷ୍ଟିଶକ୍ତି ହରାଇଥିବା ବିଶ୍ୱାସ କରାଯାଏ। ୧୯୯୬ ମସିହାରେ ତାଙ୍କ ମୃତ୍ୟୁ ସତ୍ତ୍ୱେ, ଭେଙ୍ଗାଙ୍କ ନାମ ତାଙ୍କ ଭବିଷ୍ୟବାଣୀ ପାଇଁ ବେଶ ଚର୍ଚ୍ଚିତ। ସେ ଆମେରିକାରେ ୯ /୧୧ ଆକ୍ରମଣ ଏବଂ ୨୦୧୨ ରେ ବ୍ରିଟେନରେ ଭୟଙ୍କର ବନ୍ୟା ବିଷୟରେ ସଠିକ୍ ଭାବରେ ଭବିଷ୍ୟବାଣୀ କରିଥିଲେ ବୋଲି ଜଣାପଡିଛି।ଭାଙ୍ଗାଙ୍କ ସବୁଠାରୁ ଚାଞ୍ଚଲ୍ୟକର ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ହେଲା…

Read More

ହିନ୍ଦୁଧର୍ମରେ ମା’ ଦୁର୍ଗାଙ୍କ ଗଣତି ପ୍ରମୁଖ ଦେବୀ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ । ଶକ୍ତିର ପ୍ରତୀକ ମା’ ଦୁର୍ଗା । ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି । ଆଜି ନବରାତ୍ରିର ଚତୁର୍ଥ ଦିନ । ଆଜି ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ ।କୁଷ୍ମାଣ୍ଡା‌ ଦେବୀ ଦୁର୍ଗାଙ୍କର ଏକ ଅନନ୍ୟ ରୂପ, ଯିଏ ମୃଦୁହାସଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି ।ସେ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । ଦେବୀ କୁଷ୍ମାଣ୍ଡା‌ଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୂଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ । ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କ‌ଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁଁ…

Read More

ମାଛ ଧରାଳିଙ୍କ ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି । ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ (୪୫) ମଙ୍ଗଳବାର ଭୋର୍‌ରୁ ନୂଆନଈ ବ୍ରିଜ ତଳେ ମାଛ ଧରୁଥିଲା ବେଳେ ମାଛ ସହ ଏକ ୩୦ କେଜିରୁ ଊଦ୍ଧ୍ୱର୍ ଓଜନର ଶିବପାର୍ବତୀ ମୂର୍ତ୍ତି ଜାଲରେ ଲାଗିଥିଲା ।ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି ।ଏହି ଅଷ୍ଟଧାତୁ ମୂର୍ତ୍ତିର ଉଚ୍ଚତା ପାଖାପାଖି ୨ ଫୁଟ ହେବ । ଏହା ସହ ଏକ ଆସ୍ଥାନ ମଧ୍ୟ ଜାଲରେ ପଡ଼ିଥିଲା । ଜାଲ ଓଜନିଆ ଲାଗିବାରୁ ମାଛ ଧରୁଥିବା ପୂର୍ଣ୍ଣଚନ୍ଦ୍ର ବଡ଼ ମାଛଟେ ଲାଗିଥିବା ଭାବି ଜାଲ ଉଠାଇ ମୂର୍ତ୍ତିକୁ ଦେଖି ସେ ଚମକି ପଡ଼ିଥିଲେ । ଏହାକୁ ସେ ଘରକୁ ଆଣିଥିଲେ । କିଏ କେଉଁଠୁ…

Read More

ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ। ଏକାକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ଟିମ ଗତକାଲି ରାତିରେ ଭୁବନେଶ୍ୱର TPCODL ସର୍କଲ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କ୍ୱାଲିଟି) ତୁଷାରକାନ୍ତ ଜଣେ ଠିକାଦାରଙ୍କ ଠାରୁ ଏକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ସ୍ଥାପିତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡାନ୍ତ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ସେ ଏହି ଲାଞ୍ଚ ଦାବି କରିଥିଲେ। ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ଧରି ସେ ରାୟଙ୍କୁ ରିପୋର୍ଟ ପାଇଁ ଅନୁରୋଧ…

Read More

ଭାରତୀୟ ସେନାକୁ ଆଉ ଏକ ସଫଳତା। ଏଣିକି ଚଳନ୍ତା ଟ୍ରେନରୁ ଶତ୍ରୁ ଉପରେ କରିହେବ ଆକ୍ରମଣ।ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତ । ଏହି ପରୀକ୍ଷଣ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ହୋଇଛି ଉତ୍ କ୍ଷେପଣ । ଏହି ସଫଳ ଉଡ଼ାଣ ପରୀକ୍ଷଣ ଭାରତକୁ ସେହି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି ଯେଉଁମାନେ ମୋବାଇଲ୍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍ଡ୍ ଲଞ୍ଚ୍ ସିଷ୍ଟମ୍ ଭାବେ ବିକଶିତ ।” ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ପାଇଁ DRDO, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ସେନା ପାଇଁ ଏହି ନୂତନ ପ୍ରଯୁକ୍ତିର ସୁବିଧା ହେଉଛି ଯେ,ଏହି କ୍ଷେପଣାସ୍ତ୍ରକୁ ରେଳ ନେଟୱାର୍କ ମାଧ୍ୟମରେ ଦେଶର ଯେକୌଣସି ସ୍ଥାନକୁ ପରିବହନ କରାଯାଇପାରିବ ଓ ବହୁତ କମ ସମୟ ମଧ୍ୟରେ…

Read More

ଖାଦ୍ୟ ଅନ୍ୱେଷଣରେ ଆସି ବନସୀ କଣ୍ଟା ଗିଳି ଦେଲା ବିଷଧର ତମ୍ପ । ତଣ୍ଟିରେ ଅଟିକିଗଲା 3 ସେଣ୍ଟିମିଟର ଲମ୍ବର ବନସୀ କଣ୍ଟା ।ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଉଜୁନି ଗାଁ’ରେ, ସୂଚନାମୁତାବକ ଭିକାରି ଚରଣ ମାଝୀଙ୍କ ଗାଡିଆରେ ମାଛ ଧରିବା ପାଇଁ ଏକ ବନସୀ ଖଡା ପୋତିଥିଲେ । 23 ତାରିଖ ସକାଳେ ସେଇ ବନସୀ କଣ୍ଟାରେ ଏକ 4 ଫୁଟ ଲମ୍ବର ତମ୍ପ ସାପ ଲାଗି ଥିବା ସେ ଦେଖିବାକୁ ପାଇଥିଲେ । ଭୟଭୀତ ହୋଇ ଭିକାରୀ ବାବୁଙ୍କ ଘର ଲୋକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ବନସୀ କଣ୍ଟାରେ ଲାଗିଥିବା ପ୍ଲାଷ୍ଟିକ ଡୋରକୁ କାଟି ସାପକୁ ବନସୀ ଖଡା ଠାରୁ ଅଲଗା କରିଥିଲେ । କିନ୍ତୁ ସାପର କେଉଁ ଜାଗାରେ କଣ୍ଟା ଲାଖିଥିଲା ସେ…

Read More

୨୭ ତାରିଖ ଦିନ ଦିନ ୧୧ଟା ୧୦ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ପହଞ୍ଚିବେ ମୋଦି । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ଟା ୨୫ରେ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷରେ ଅପରାହଣ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ଲୋକଙ୍କ ସମାଗମ ହେବାର ଲକ୍ଷ୍ୟ ରଖାଯାଇଛି । ଏନେଇ ଝାରସୁଗୁଡା ବିମାନବନ୍ଦର, ଝାରସୁଗୁଡା ଅତିଥିଭବନ, ସଭାସ୍ଥଳ, କାରକେଡ୍ ରୁଟ୍, ବିଦ୍ୟୁତ ଓ ପାନୀୟ ଜଳ ଓ ପାସ୍ ବ୍ୟବସ୍ଥା ହୋଇଛି ।ପୂର୍ବରୁ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ, ପାଣିପାଗ ସମସ୍ୟା ନେଇ ଝାରସୁଗୁଡାକୁ ପରିବର୍ତ୍ତନ କରାଯାଇଛି ।

Read More

ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି । ବିଧାନସଭାର ଦ୍ବିତୀୟ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିରୋଧୀ ବିଜେଡି ଓ କଂଗ୍ରେସ ବାରମ୍ବାର ହୋହାଲ୍ଲା କରିଥିଲେ । ଦ୍ବିତୀୟ ଦିନରେ ବିଜେଡି ବିଧାୟକମାନେ ରାଜ୍ୟରେ ଚାଷୀମାନଙ୍କୁ ଉପଯୁକ୍ତ ପରିମାଣରେ ସାର ଦିଆଯାଉ ନଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ଏକାଧିକ ଥର କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ତଳେ ବସିଥିଲେ । ଏହି ଅଧିବେଶନରେ…

Read More

ନିର୍ବାଚନ ଆୟୋଗ ନିଜର ୱେବସାଇଟ ଓ ଆପରେ ନୂଆ ଇ- ସାଇନ୍ ଫିଚର ଆରମ୍ଭ କରିଛନ୍ତି । ଏହି କ୍ରମରେ ଏବେ ଭୋଟର ପଞ୍ଜିକରଣ, ନାମ କାଟିବା ବା ପରିବର୍ତ୍ତନ କରିବା ପାଇଁ ଆବେଦନ କରୁଥିବା ଲୋକଙ୍କ ପରିଚୟ, ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ପୂର୍ବରୁ, ଆବେଦନକାରୀମାନେ କୌଣସି ଯାଞ୍ଚ ବିନା ଫର୍ମ ଦାଖଲ କରୁଥିଲେ ଯାହା ପରିଚୟ ପତ୍ରର ଅପବ୍ୟବହାରର ବିପଦ ସୃଷ୍ଟି କରୁଥିଲା । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ଜଣେ ବ୍ୟକ୍ତି ECINET ପୋର୍ଟାଲରେ ଫର୍ମ ୬ (ନୂତନ ପଞ୍ଜୀକରଣ ପାଇଁ), ଫର୍ମ ୭ (ଡିଲିଟ କରିବା ପାଇଁ), କିମ୍ବା ଫର୍ମ ୮ (ସଂଶୋଧନ ପାଇଁ) ପୂରଣ କରିବେ ।ଆଧାର ନମ୍ବର ଦେବା ପରେ, ସେଥିରେ ଲିଙ୍କ ଥିବା ଫୋନ୍ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ନମ୍ବର ଦେଇ ସହମତି ପ୍ରକାଶ କଲେ ତାହା…

Read More

ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାରେ ମାନବିକତାକୁ ଉଲଂଘନ କରିଗଲେ ମଣିଷ । ଏଠିକାର ବିଜୌଲିୟା ଉପଖଣ୍ଡର ଖେଡ଼ା ରୋଡ଼ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା । ୧୦-୧୨ ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ ମଣିଷ। ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ । କିଛି ଗାଇ ଜଗାଳି ଗାଇ ଚରାଇବା ଲାଗି ଜଙ୍ଗଲକୁ ଯାଇଥିଲେ। ଏତିକି ବେଳେ ଜଙ୍ଗଲରେ କିଛି ଶଦ୍ଦ ଶୁଣି କାନେଇ କାନେଇ ଠିକଣା ଜାଗାକୁ ଯାଇ ପହଞ୍ଚିଥିଲେ। ଆଉ ତା ପରେ ଯାହା ଦେଖି , ତାହା ତାଙ୍କ ହୋସ୍‌ ଉଡାଇ ଦେଇଥିଲା। ତୁରନ୍ତ ଯାଇ ପାଖ ଗାଁ ଲୋକଙ୍କୁ ଡାକିଥିଲେ । ପିଲାଟିକୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ପିଲାକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।…

Read More