Author: sanitelevision

ବଙ୍ଗୋପସାରଗରେ ଲଘୁଚାପ ସୃଷ୍ଟି ହୋଇସାରିଛି।୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା,ଉତ୍ତର ଆନ୍ଦ୍ର ଉପକୂଳ ଅତିକ୍ରମ କରିବ ଅଵପାତ । ପରିଣାମରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି ।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏହାସହ ୨ ଅକ୍ଟୋବରରେ ପୁଣି ଏକ ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି। ସେପେଟ ସକାଳୁ ସକାଳୁ ଉପକୂଳ ଓଡ଼ିଶାରେ ବି ବର୍ଷା ଆରମ୍ଭ ହୋଇ ଯାଇଛି। ଟୁଇନ୍ ସିଟିରେ ବି ଝିପ୍‌ ଝିପ୍‌ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ ପାଇଁ ବାରଣ…

Read More

କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ ଆରମ୍ଭ ହେବ। ନିଲାମ ମାଧ୍ୟମରେ ହେବ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫ୍‍ଲାଇନ ମାଧ୍ୟମରେ ପ୍ଲଟ୍‍ ପାଇଁ ଆବେଦନ ହୋଇପାରିବ ।ବାଲିଯାତ୍ରା ୱେବସାଇଟ୍‌ରେ ଅନଲାଇନ ଆବେଦନ ସୁବିଧା ରହିଥିବାବେଳେ ଅଫ୍‍ଲାଇନ ପାଇଁ ବାରବାଟୀ ପ୍ୟାଲେସ୍‌ଠାରେ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନ ପତ୍ର ଦାଖଲ କରିପାରିବେ ଓ ପଞ୍ଜୀକରଣ ପତ୍ର ଗ୍ରହଣ କରିପାରିବେ। ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର ।ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ପ୍ଲଟ୍ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଛି । ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ।ତଳ ପଡ଼ିଆର ୬୦ ଏକର ପରିମିତ ଜାଗାରେ ବ୍ୟବସାୟୀଙ୍କ ପାଇଁ ୧୬୭୦ଟି ଷ୍ଟଲ ନିର୍ମାଣ ହେଉଛି ।…

Read More

କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ ପାଳନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି । ଟ୍ରାଫିକ୍ କଟକଣା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ।ଭୁବନେଶ୍ୱରରେ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଉତ୍ସବ ପାଳନ କରାଯିବ। ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ୨୦୦୩ (୨୦୦୭ ର ଓଡ଼ିଶା ଆଇନ ୮) ର ଧାରା ୨୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବଳରେ ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ (ଟ୍ରାଫିକ୍ ଏବଂ ସାର୍ବଜନୀନ ଶୃଙ୍ଖଳା) ନିୟମାବଳୀ, ୨୦୦୮ ର ନିୟମ ୩୬ ଅନୁସାରେ, ସାଧାରଣ ଲୋକଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ୨୭ ତାରିଖରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ଅପରାହ୍ନ ୨ଟା ରୁ ରାତି ୨ଟା ପର୍ଯ୍ୟନ୍ତ ନିମ୍ନଲିଖିତ କଟକଣା ଲାଗୁ କରାଯାଇଛି,” ସହର ପୋଲିସର ସାର୍ବଜନୀନ ନୋଟିସରେ । ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ ଛକ ଭାରିଯାନ ମନା…

Read More

ସରକାରୀ ମେଡ଼ିକାଲରେ ଅନ୍ଧାର ।ମୋବାଇଲ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା ।ମୟୂରଭଞ୍ଜ ଜିଲ୍ଲା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଉଦଳା ମେଡିକାଲରେ ଅନ୍ଧାରରେ ଟର୍ଚ୍ଚ ଆଲୁଅରେ ଚିକିତ୍ସା ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକି ମାତ୍ର ୨୬ ସେକେଣ୍ଡର ଭିଡିଓ ଭାଇରଲ ହେଉଛି। ହେଲେ ଦେଢ଼ ଘଣ୍ଟା ହେବ ଲାଇନ କଟି ଡାକ୍ତରଖାନା ଅନ୍ଧାରରେ ଥିବା କୁହାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଅନେକ ।ଏହି ସମୟରେ ଯେଉଁ ରୋଗୀ ସବୁ ମେଡିକାଲକୁ ଆସିଥିଲେ ସେମାନଙ୍କୁ ଏହି ଅବସ୍ଥାରେ ହିଁ ଚିକିତ୍ସା କରାଯାଇଥିଲା । ସରକାରୀ ମେଡ଼ିକାଲରେ ଅନ୍ଧାରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେବା ଏବେ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

Read More

ଦିଲ୍ଲୀର ଡାର୍ଟି ଆଶ୍ରମ । ପାଠ ପଢାଇବା ଆଳରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବାବା । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଆଶ୍ରମର ମୁଖ୍ୟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ ୧୭ ଜଣ ଛାତ୍ରୀ ଆଣିଛନ୍ତି ଏହି ଅଭିଯୋଗ । ଶ୍ରୀ ଶୃଙ୍ଗେରୀ ମଠ ପରିସରରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ । ଆଉ ଏଠାରେ ପଢୁଥିବା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥୀ ।ଓଡ଼ିଶାରେ ଜନ୍ମିତ ୫୨ ବର୍ଷୀୟ ଏହି ଆଧ୍ୟାତ୍ମିକ ନେତା ଛାତ୍ରୀମାନଙ୍କୁ “ବେବୀ”, “ଆଇ ଲଭ ୟୁ” ଭଳି ମେସେଜ୍‌ ପଠାଇଥିବା ଓ ଅନୁଚିତ ଆଚରଣ କରିଥିବା ଅଭିଯୋଗ ହୋଇଛି। ୩୦୦ ପୃଷ୍ଠାରୁ ଅଧିକ ପ୍ରମାଣ ଓ ଛାତ୍ରୀମାନଙ୍କ ବୟାନ ଆଧାରରେ ଅନ୍ୟ…

Read More

ଉତ୍ତରାଖଣ୍ଡରେ ଗତ ଏକ ମାସ ଧରି ପଦୋନ୍ନତି, ସ୍ଥାନାନ୍ତର ଓ ପୁରୁଣା ପେନସନ ଯୋଜନା ସମେତ ପ୍ରାୟ 34ଟି ଦାବି ନେଇ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଆସୁଛନ୍ତି । ଆନ୍ଦୋଳନରତ ଥିବା, ରାଜ୍ୟ ଶିକ୍ଷକ ସଂଘର ପ୍ରାଦେଶିକ ସଦସ୍ୟ ତଥା ଉତ୍ତରାଖଣ୍ଡର ଚମ୍ପବଟି ଜିଲ୍ଲା ଗେଣ୍ଡାଖାଲିର ଟନକପୁର ସରକାରୀ ଇଣ୍ଟର କଲେଜର ଜଣେ ସହାୟକ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ରବି ବାଗୋଟି ନାମକ ଜଣେ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ଚିଠିକୁ ସେ ନିଜ ରକ୍ତରେ ଲେଖି ଶିକ୍ଷକମାନଙ୍କ ଦାବି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ଚିଠିରେ ସେ ଦୀର୍ଘଦିନ ଧରିଥିବା ଶିକ୍ଷକମାନଙ୍କ ଦାବି ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେପଟେ ପ୍ରାୟ ପ୍ରତ୍ୟେକ ଆନ୍ଦୋଳନରତ ଶିକ୍ଷକ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ନିଜ ରକ୍ତରେ ଏବେ ଚିଠି ଲେଖୁଛନ୍ତି । ପାଖାପାଖି 500 ଜଣ ଶିକ୍ଷକ ନିଜ ରକ୍ତରେ…

Read More

ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ଭାରତୀୟ ଜନତା ପାର୍ଟି ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭାଜପା ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରଭାରୀ ଘୋଷଣା କରିଛି। ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବରେ ନିଯୁକ୍ତ କରିଛି |ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟମନ୍ତ୍ରୀ ମୁରଲୀଧର ମାହୋଲଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ ।ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦୃଢ଼ ଦଖଲ ଅଛି। ଟିଏମସିର ଗଡ଼କୁ ହଲାଇବା କୌଣସି ଦଳ ପାଇଁ ସହଜ…

Read More

ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍‌ ଖୋଲିଛି । ମୋଟ୍‌ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ ତଳମୁଣ୍ଡରେ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ସେପଟେ, ୨୫ ତାରିଖରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆ‌ନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ…

Read More

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ ବାହାରୁଛି । ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି । ଯାହାକୁ ବିଭିନ୍ନ ପଦ୍ଧତିରେ ଡି ସେଣ୍ଟ୍ରାଲାଇଜଡ କରିବା ପାଇଁ ସ୍ୱତନ୍ତ୍ର ଭାବେ SHG ମା ମାନଙ୍କୁ ଟ୍ରେନିଂ ଦିଆଯାଇଛି । ମାତ୍ର ଅନେକ ସମୟରେ ଭୁବନେଶ୍ୱରରେ ଏହାକୁ ନେଇ ବିରୋଧଭାଷା ମଧ୍ୟ ଦେଖିବାକୁ ମିଳୁଛି । ତେବେ ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି । ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱଷ୍ଟେ ଟୁ ଏନଏରଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ,…

Read More

ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ବରେ ଦଳ ଘୋଷଣା । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଉପଅଧିନାୟକ ଦାୟିତ୍ୱ । ଆହତ ଜନିତ କାରଣ ପାଇଁ ଋଷଭ ପନ୍ତ ସ୍ଥାନ ପାଇଲେ ନାହିଁ । କେବେ ୱିକେଟ କିପର ତାଲିକାରେ ଧ୍ରୁବ ଜୁରେଲଙ୍କ ସହ ଏନ୍‌ ଜଗଦିଶାନ । ବାଦ ପଡ଼ିଲେ କରୁଣ ନାୟର, lଦଳକୁ ଫେରିଲେ ଦେବଦତ୍ତ ପାଡିକଲ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

Read More