କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି। ଏହା ପରେ ଜରୁରିକାଳୀନ ଭିତ୍ତିରେ ଲେହରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ଏହା ସହିତ ବ୍ରଡବ୍ୟାଣ୍ଡ ସ୍ପିଡ୍ ହ୍ରାସ କରିଦିଆଯାଇଛି।ଏହାସହ ସୋନମଙ୍କ ବେସରକାରୀ ସଂଗଠନକୁ ବିଦେଶୀ ଟଙ୍କା ଆସୁଥିବା ଅଭିଯୋଗରେ ଏନଜିଓର ଲାଇସେନ୍ସ ମଧ୍ୟ ବାତିଲ କରିଛନ୍ତି । ବାଙ୍ଗଚୁକଙ୍କ ଉପରେ ସରକାର ଏନଜିଓ ପାଇଁ ବିଦେଶର ଫଣ୍ଡ ହାସଲ କରିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।ସୋନମ୍ ବାଙ୍ଗଚୁକ୍ ଦୀର୍ଘବର୍ଷ ହେବ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଦାବି କରୁଥିଲେ । ବିଭିନ୍ନ ସମୟରେ ଏହାକୁ ନେଇ ସେ ଲଦାଖରୁ ଦିଲ୍ଲୀ…
Author: sanitelevision
ହୋଟେଲ ରୁମରେ ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା ଅବସ୍ଥାରେ ହିଁ ଥାନାରେ ହାଜର କରିଦେଲେ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ରାହୁଲ ସିଂ ରଣାୟତ୍ତ । ତାଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବନ୍ଧୁକ ସହ ଆରପିଏଫ, ପୁଲିସ ଓ ଆର୍ମିର ବ୍ଯାଚ ଆଦି ବିପୁଳ ମାତ୍ରାରେ ପୁଲିସ ସାମଗ୍ରୀ ଜବତ ହୋଇଛି ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ଅଂଚଳରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ନଳାଙ୍ଗ ଛକ ନିକଟରେ ଏକ ହୋଟେଲରେ ଭଡା ରେ ରହୁଥିଲେ ଝାଡ଼ଖଣ୍ଡ ରାଜ୍ୟ ଧାନବାଦ…
ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୪୪ ମହିଳା ଚୟନ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୯ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଗତ ଏପ୍ରିଲ ମାସରେ ମେନ୍ ପରୀକ୍ଷା ହୋଇଥିଲା । ସେହିପରି ଏଇ ମାସ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପର୍ସନାଲ ଟେଷ୍ଟ ହୋଇଥିଲା । ଆଜି ଏହାର ରେଜଲ୍ଟ ପ୍ରକାଶ ପାଇଛି ।
ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ବିଭାଗର ସଚିବଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଏନେଇ ଚିଠି ହୋଇଛି । ଚିଠିରେ ଉଲ୍ଲେଖ ହୋଇଛି ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୋଟ ୪ ହଜାର ସରକାରୀ ଯାନବାହାନ ସ୍କ୍ରାପ ହୋଇସାରିଛି । ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ସହାୟତା ବାବଦକୁ ରାଜ୍ୟକୁ ମିଳିଛି ୩ ଶହ କୋଟି ଟଙ୍କା । ତଥାପି ବାହାନ ଡାଟା ବେସ ଅନୁଯାୟୀ ୧୫ ବର୍ଷରୁ ଅଧିକ ଆହୁରି ୫ ହଜାର ସରକାରୀ ଗାଡି ସ୍କ୍ରାପ ହୋଇନାହିଁ । ୨୦୨୫- ୨୬ ଆର୍ଥିକ ବର୍ଷରେ କେନ୍ଦ୍ର ପକ୍ଷରୁ ସ୍କ୍ରାପ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା ହୋଇଛି । ସର୍ବାଧିକ ୫ ଶହ ଗାଡି ସ୍କ୍ରାପ ହୋଇଥିଲେ…
ମିଛ ପ୍ରେମର ଅଭିନୟ କରି ଦୁଇଜଣ ମହିଳାଙ୍କୁ ବିବାହ କରିଥିଲେ । ସେମାନଙ୍କ ଟଙ୍କାରେ ଅୟସ, ଆରାମ କରୁଥିଲେ । ପୁଣି ଟଙ୍କା ଲୋଭରେ ଦେଉଥିଲେ ଧମକ ଆଉ ଶାରିରୀକ ନିର୍ଯାତନା । ଆହୁରି ଅନେକ ବିବାହ କରି ସ୍ତ୍ରୀଙ୍କୁ ଲୁଚାଇ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦ୍ଵିତୀୟ ସ୍ତ୍ରୀ । ସୁହାନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚୁନିଦା ବଳଭଦ୍ରପୁର ଗାଁର ସୀତାଂଶୁ ଶେଖର ସାହୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଅଞ୍ଜନା ବାରିକ ନାମକ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ବିବାହର ୪ ଦିନ ପରେ ଆରମ୍ଭ ହୋଇଯାଇଥିଲା ଶଶୁର ଘର ଲୋକଙ୍କର ଯୌତୁକ ନିର୍ଯାତନା । ବୋହୁକୁ ମାରପିଟ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିବା କହିଛନ୍ତି ପ୍ରଥମ ସ୍ତ୍ରୀ । ଏମିତି ମାରପିଟ ପରେ ସେ ସ୍ଵାମୀଙ୍କ ସହ ବ୍ୟାଙ୍ଗଲୋର ଚାଲି ଯାଇଥିଲେ । ହେଲେ ସ୍ଵାମୀ ମଧ୍ୟ ସେଠାରେ ତାଙ୍କୁ ଅନେକ…
ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍ ଜରିଆରେ ମିଳିପାରିବ ।ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି “ଆମ ସାଥି” ଚାଟବଟ୍ ଏବଂ ସେଣ୍ଟ୍ରାଲ୍ ମନିଟରିଂ ସିଷ୍ଟମ୍ ୨.୦ । ଏଥିପାଇଁ “ଆମ ସାଥି” ହ୍ଵାଟ୍ସଆପ୍ ଚାଟ ବଟ ନମ୍ବର 9437292000ରେ ମେସେଜ ଦେଲେ ୧୩୨ଟି ସେବା ଉପଲବ୍ଧ । ସରକାରଙ୍କ ପକ୍ଷରୁ ୧୩୨ଟି ସେବା ଏଥିରେ ଉପଲବ୍ଧ କରାଯାଇଛି । ଏହାକୁ ମୁଖ୍ୟ ଶାସନ ସଚିବ ଲୋକାର୍ପଣ କରିଛନ୍ତି ।୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ୍ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା…
ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା । ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ବୋର୍ଡରୁ ସମସ୍ତ ପରୀକ୍ଷା ନିରୀକ୍ଷଣ କରି ପାରିବେ ଅଧିକାରୀ ପରୀକ୍ଷାରେ ଅନିୟମିତତା ତଥା ଭାଇରାଲ୍ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍ କୋର୍ଡ ଏବଂ ୱାଟର୍ ମାର୍କ ରହିଛି ।ଏହି ସ୍ପେସାଲ୍ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି । ଉକ୍ତ ପ୍ରାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍ ସମୟ ଦିଆଯିବ । ଏହି ପରୀକ୍ଷା ଦୁଇଟି ସିଟିଂରେ ହେବ । ପେପର-୧ ପରୀକ୍ଷା ପ୍ରଥମ…
“ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ କାମ କରୁଛି । ମୁଁ ବିଜେଡିର ପ୍ରାର୍ଥୀ ହେବି ।ତେବେ କିଛି ଗଣମାଧ୍ୟମରେ ସେ ଅନ୍ୟ ଦଳରେ ମିଶିବା ନେଇ ପ୍ରକାଶିତ ଖବରକୁ ଜୟ ଢୋଲକିଆ ଖଣ୍ଡନ କରିଛନ୍ତି । ବିଜେଡି ଉପରେ ତାଙ୍କ ପରିବାରର ଆସ୍ଥା ଓ ବିଶ୍ଵାସ ରହିଛି । ଏବେ ଜୟ ଢୋଲକିଆ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ବୁଲି ଜନସମର୍ଥନ ଜୁଟାଉଛନ୍ତି । ସେ ଆଗାମୀ ଉପନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ପଡ଼ିଛି । ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ଆସନରୁ ୪ ଥର ବିଧାୟକ ହୋଇଥିଲେ । ବିଗତ ଦିନରେ ପୁଅ ଜୟଙ୍କୁ ରାଜେନ୍ଦ୍ର ଢୋଲକିଆ ତାଙ୍କ ରାଜନୈତିକ ଉତ୍ତାରାଧିକାରୀ ଭାବେ ପ୍ରୋଜେକ୍ଟ କରି ଆସୁଥିଲେ । ରାଜେନ୍ଦ୍ରଙ୍କ ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟକୁ…
ନବରାତ୍ରିର ପ୍ରତ୍ୟେକ ଦିନ ଦେବୀ ମାତାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ, କିନ୍ତୁ ପ୍ରତ୍ୟେକ ଦିନ ଦେବୀଙ୍କ ଏକ ଭିନ୍ନ ରୂପକୁ ପୂଜା କରାଯାଏ। ତେଣୁ, ନବରାତ୍ରିର ପଞ୍ଚମ ଦିନରେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କ ରୂପ ହେଉଛି ସ୍କନ୍ଦମାତା। ଦେବୀଙ୍କ ଏହି ରୂପ ମାତୃତ୍ୱ, ଜ୍ଞାନ ଏବଂ ଶକ୍ତିର ପ୍ରତୀକ। ସ୍କନ୍ଦ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କୁ ବୁଝାଏ। ତାଙ୍କ ମାତା ହୋଇଥିବାରୁ, ଦେବୀଙ୍କ ଏହି ରୂପ ସ୍କନ୍ଦମାତା ଭାବରେ ପରିଚିତ ହେଲା। ତେଣୁ, ନବରାତ୍ରିର ପଞ୍ଚମ ଦିନରେ ତାଙ୍କର ପୂଜା କରିବା ଗୁରୁତ୍ୱପୂର୍ଣ୍ଣ। ପୁରାଣ ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା । ଏହା ଜାଣିବା ପରେ ମା ପାର୍ବତୀ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ଯୋଗୁଁ ଔଷଧଗୁଡ଼ିକ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଯିବ। ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପାଇଁ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩୦୦୦କୋଟି ଟଙ୍କା ଔଷଧ ରପ୍ତାନି କରିଥାଏ । ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ୍ ଔଷଧର ଦର ବହୁତ ବଢିଯିବ । ଏଥିପାଇଁ ସନ୍ ଫାର୍ମା, ଡକ୍ଟର ରେଡ୍ଡି, ସିପ୍ଲା, ଲୁପିନ୍ ପରି ବଡ କମ୍ପାନୀଗୁଡିକ ଉପରେ ଗଭୀର ଭାବେ ପ୍ରଭାବ ପଡିପାରେ ।ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି, ଆମେ ୨୦୨୫ ଅକ୍ଟୋବର ୧ ତାରିଖ ଠାରୁ ରୋଷେଇ ଘର ଜିନିଷ,…









