ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହିତ ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍, ଭୀମ୍ସାର ଓ ଏମ୍କେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ, ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି…
Author: sanitelevision
ଝାରସୁଗୁଡ଼ାରେ ନକଲି ମୋଦି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣଟକର ଉଡୁପି ଜିଲ୍ଲାର ସଦାନନ୍ଦ ନାୟର। ପୂର୍ବରୁ ସେ କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବେଳେ ୨୦୧୭ ମସିହାରେ ଠାରେ ଦାଢ଼ି ବଢ଼ିଯିବା ପରେ ସେ ମୋଦୀଙ୍କ ପରି ଅବିକଳ ଦେଖାଯାଉଥିବା ଲୋକେ କହିଥିଲେ। ତାଙ୍କୁ ଦେଖି ସମସ୍ତେ ସେଲଫି ନେଉଛନ୍ତି ।ସେପଟେ ଝାରସୁଗୁଡାରେ ପହଞ୍ଚିଲେ ମୋଦୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦୀଙ୍କୁ ସ୍ବାଗତ କରାଯାଇଛି । ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୫୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବେ ।
ପ୍ରତୀକ୍ଷାର ଘଟିଲା ଅନ୍ତ।ଘୋଷଣା ହେଲା ବିଏସଏନଲ ୪ଜି ଲଞ୍ଚ୍ର ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ଲଞ୍ଚ ହେବ ବିଏସଏନଏଲ ୪ଜି। ଯାହାର ଫାଇଦା ପ୍ରାୟ ୯ କୋଟିରୁ ଅଧିକ ୟୁଜର୍ସଙ୍କୁ ହେବ। ଏନେଇ ବିଏସଏନଏଲ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଏସଏନଏଲ ଦେଶର ଏକମାତ୍ର ଟେଲିକମ କମ୍ପାନି ଯାହା ୭୦୦ ମେଗାହର୍ଟଜ ବ୍ୟାଣ୍ଡ୍ରେ ୪ଜି ସେବା ପ୍ରଦାନ କରିବ। ରିପୋର୍ଟ ଅନୁସାରେ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ହିଁ BSNLର ଏଆରପିୟୁ ଆସନ୍ତା ବର୍ଷରେ ୫୦% ବଢ଼ିବା ଦରକାର ଏବଂ ଏଣ୍ଟରପ୍ରାଇଜ ବିଜନେସ ମଧ୍ୟ ୨୫-୩୦% ବଢ଼ିବା ଦରକାର ବୋଲି କହିଥିଲେ। ତେବେ ଆଜି ସାରା ଦେଶରେ ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା ।ନବରାତ୍ରୀର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମାଁ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମା’ ବହୁତ ଗୁଣବତୀ । ମା କାତ୍ୟାୟନୀ ଅମୋଘ ଫଳଦାୟିନୀ । ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି ।ପୌରାଣିକ କଥା ଅନୁଯାୟୀ, ଥରେ ମହର୍ଷି କାତ୍ୟାୟନ ସନ୍ତାନ ପ୍ରାପ୍ତି ପାଇଁ ଦେବୀ ଭଗବତୀଙ୍କ କଠୋର ତପସ୍ୟା କରିଥିଲେ । ମହର୍ଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଭଗବତୀ ତାଙ୍କୁ ସାକ୍ଷାତ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ ବରଦାନ ଦେଇଥିଲେ ଯେ ସେ ତାଙ୍କ ଘରେ ତାଙ୍କ ଝିଅ ରୂପେ ଜନ୍ମ ନେବେ । ଥରେ ମହିଷାସୁର ନାମକ ଏକ ରାକ୍ଷସର ଅତ୍ୟାଚାର ବହୁତ…
ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳୀ ଓ ଛଟ ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପାଖାପାଖି 20 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ 4ଟି ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି । ତେବେ ଅକ୍ଟୋବର ମାସରେ ଓଡିଶାରେ 10 ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ସତ୍ତ୍ବେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା କାର୍ଯ୍ୟ ଜାରି ରଖିବ । ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ବାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ ସହଜରେ କରିପାରିବେ । 1 ଅକ୍ଟୋବର ବୁଧବାର ଦୁର୍ଗାପୂଜା2 ଅକ୍ଟୋବର ଗୁରବାର ଗାନ୍ଧୀ ଜୟନ୍ତୀ/ ଦୁର୍ଗାପୂଜା5 ଅକ୍ଟୋବର ରବିବାର ସାପ୍ତାହିକ ଛୁଟି7 ଅକ୍ଟୋବର ମଙ୍ଗଳବାର ଗଜଲକ୍ଷ୍ମୀ ପୂଜା11 ଅକ୍ଟୋବର…
ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା ।ଅଧିସୂଚିତ ଗ୍ରାମ ପଞ୍ଚାୟତରେ ନୂତନ ଗୃହ ନିବାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ଅଧିସୂଚିତ ପଞ୍ଚାୟତର ଯେକୌଣସି ବାସିନ୍ଦା, 18 ବର୍ଷରୁ ଅଧିକ ବୟସର, ଏକ ବୈଧ ଆଧାର କାର୍ଡ ଏବଂ ଏକ ଆଧାର-ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟ ଥିବ । କୌଣସି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ନଥିବା, ସେମାନେ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ ।ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସେବା କରୁଥିବା କର୍ମଚାରୀମାନେ ଏହି ଯୋଜନାରେ ଯୋଗ୍ୟ ହେବେ ନାହିଁ । ଆବେଦନକାରୀଙ୍କର ସ୍ପଷ୍ଟ ଜମି ମାଲିକାନା କିମ୍ବା ହୋମଷ୍ଟେ ପାଇଁ ପ୍ରସ୍ତାବିତ…
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରଣ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଲୋକାର୍ପଣ କରିବେ। ଏହାପରେ ଅପରାହ୍ନ ୧୨ଟା ୪୫ମି.ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରୀଛାତ୍ର, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ହଜାର ଜନସମାବେଶ ହେବା ନେଇ ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ବିମାନ ବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ମୁତୟନ ରହିବେ ଫୋର୍ସ । ୨୦୦ରୁ ଅଧିକ ପୋଲିସ ଅଧିକାରୀ, ୩୦ ଜଣ ଡିଏସପି ରାଙ୍କ ଅଧିକାରୀ ଓ ୫ ଜଣ ଏସପି ସୁରକ୍ଷା ଦାୟିତ୍ବରେ ଅଛନ୍ତି ।
ଦ୍ୱାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ଏଆଇ ଟେକ୍ନୋଲୋଜି । ଘରେ ବସି ଏଆଇ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ । ବିଭିନ୍ନ ମଡ୍ୟୁଲର ପ୍ରଶ୍ନ ରଖିବ ଏଆଇ । , ଉତ୍ତର ଦେବେ ପରୀକ୍ଷାର୍ଥୀ । ଏଥିରେ ପିଲାମାନେ ଅଧ୍ୟାୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ପ୍ରସ୍ତୁତି କରିପାରିବେ। JEE, NEET, CLAT ଭଳି ପରୀକ୍ଷା ପ୍ରସ୍ତୁତି ମଧ୍ୟ କରିପାରିବେ।
କାଳ ସାଜିଲା ସାପ ସହ ଖେଳ । ସାପ ଚୋଟରେ ଗଲା ସାପ ଧରାଳୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅଞ୍ଚଳରେ l ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା ଲ ଉଚନାମୁତାବକ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବକାଗୁରା ଗାଁର ଜଣଙ୍କ ଘରୁ ସାପ ଧରିଥିଲେ ସନ୍ତୋଷ ଚାନ୍ଦ। ଘରୁ ସାପ ଉଦ୍ଧାର କରିବା ପରେ ଗାଁ ଦାଣ୍ଡରେ ସେହି ସାପ ସହ ଖେଳ ଖେଳିଥିଲେ। ସାପ ସହିତ ଖେଳ କରୁ କରୁ ସାପ ଚୋଟ ମାରିଦେଇଥିଲା । ସଙ୍ଗେ ସଙ୍ଗେ ସେଠାରେ ଥିବା ଲୋକ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି । ପ୍ରାୟ ୨୬୪୪ ଜଣ ସରକାରୀ ନିର୍ଦ୍ଧାରିତ ପୋଟାଲରେ ଆବେଦନ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍ ପଡ଼ିଛନ୍ତି । ସେପଟେ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର ତାଲିମ ନେଇଛନ୍ତି ପ୍ରାଶାସନିକ କର୍ମଚାରୀ । କାର୍ଯ୍ୟରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରାଶାସନିକ କର୍ମଚାରୀଙ୍କୁ ତାଲିମ୍ ଦେବା ଅବସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚେତାବନୀ ଶୁଣାଇଛନ୍ତି ।ସମସ୍ତ ହବିଷ୍ୟାଳି ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହାକୁ ଲକ୍ଷ୍ୟରେ ରଖି ପରସ୍ପର ଭିତରେ ସମନ୍ୱୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।









