କଟକ ଦୁର୍ଗାପୂଜା ପାଇଁ ମୁତୟନ ହେବେ୧୨୨ ପ୍ଲାଟୁନ ଫୋର୍ସ । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ ରହିବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ ।ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ। ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ୩୯ ଟି ଏଡ୍ ପୋଷ୍ଟ ରହିବ।ଟ୍ରାଫିକ ପାଇଁ ରହିବ ସ୍ଵତନ୍ତ୍ର ବ୍ୟବସ୍ଥା।ସହର ରେ ୩୫ ଟି ପାର୍କିଂ ପ୍ଲେସ ଚିହ୍ନଟ ହୋଇଛି।
Author: sanitelevision
ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ।ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ।୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଅଧିକ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କଟକ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ଅଧିକ ବର୍ଷା ହୋଇପାରେ । ୩ରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ବରଗଡ଼ରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୨ ଓ…
ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ ଶାରଲା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ପୀଠରେ ବି ଚାଲିଛି ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି ।ସେହିପରି ମାଆ ତାରିଣୀଙ୍କ ପୀଠରେ ମହାସପ୍ତମୀ ପୂଜା । କେନ୍ଦୁଝର ଜିଲ୍ଲା ଆରାଧ୍ୟ ଦେବୀ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଆଜି ପାଳିତ ହେଉଛି ମହାସପ୍ତମୀ ପୂଜା । ଏଥିପାଇଁ ଉତ୍ସବ ମୁଖର ହୋଇପଡିଛି ତାରିଣୀ ପୀଠ । ଏହି ଅବସରରେ ଆଜି ଭୋରରୁ ମାଆଙ୍କ ମାର୍ଜଣା, ବଡ଼ସିଂଙ୍ଘାର ବେଶ,ମଙ୍ଗଳ ଆଳତୀ ଆଦି ଅନୁଷ୍ଠିତ ହେବା…
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଉତ୍ତର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ, ଅକ୍ଟୋବର ୧ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଦଶହରା ବେଳକୁ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି ।ଏପଟେ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର- ପୂର୍ବ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ଉପକୂଳ ମୁହାଁ ହେଉଛି। ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଥିବାରୁ…
ସାମାନ୍ୟ ହାଣ୍ଡିଆ ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ । ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ । ଗୁରୁପ୍ରସାଦ କାମକୁ ଯାଇ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇଵାକୁ ଖୋଜିଥିଲେ।ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶାସକ୍ତ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଘରେ ପଡ଼ିଥିବା କାଠ ଫାଳିଆରେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କରିଥିଲା ସ୍ୱାମୀ ।ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଛୋଟ ପିଲାଙ୍କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା ଗୁରୁପ୍ରସାଦ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।ଉଦଳା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି। ଏହା ସହ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।
ଆଜି Google ର ଜନ୍ମଦିନ । Google କୁ ପୁରିଲା ୨୭ ବର୍ଷ । ୨୭ ସେପ୍ଟେମ୍ବର, ୨୦୨୫ ରେ, ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଏକ ରଙ୍ଗୀନ ଗୁଗୁଲ୍ ଡୁଡଲ୍ ସହିତ ଏହାର ଜନ୍ମଦିନ ପାଳନ କରିଛି । ଏକ ଛୋଟ ଗ୍ୟାରେଜ୍ରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ପାଲଟିଛି। ଆଜି ଗୁଗଲ ୨୭ ବର୍ଷରେ ପାଦ ଥାପିଛି।କାଲିଫର୍ଣ୍ଣିଆର ଏକ ଛୋଟ ଜାଗାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ କିଭଳି ଆଜି ଟେକ୍ନୋଲୋଜିର ସବୁଠୁ ଶକ୍ତିଶାଳୀ ଟୁଲ୍ ହୋଇପାରିଛି ତାହା ଏହି ଖାସ୍ ଡୁଡଲ୍ରେ ପ୍ରଦର୍ଶନ କରାଯାଇଛି। ଯଦିଓ ଗୁଗୁଲ୍ ଆନୁଷ୍ଠାନିକ ଭାବରେ ୪ ସେପ୍ଟେମ୍ବର, ୧୯୯୮ ରେ ପ୍ରତିଷ୍ଠିତ ହୋଇଥିଲା, କମ୍ପାନୀ ୨୭ ସେପ୍ଟେମ୍ବର ରେ ତାର ଜନ୍ମଦିନ ପାଳନ କରିବା ଆରମ୍ଭ କରିଥିଲା କାରଣ ସେହି ଦିନ ଗୁଗୁଲ୍ ତାର ସର୍ଚ୍ଚ ଇଞ୍ଜିନ୍ ଦ୍ୱାରା ସୂଚୀବଦ୍ଧ ପୃଷ୍ଠା ସଂଖ୍ୟା…
ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କଲେ। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G ନେଟୱାର୍କ ଏକକାଳୀନ ୯୮,୦୦୦ ସାଇଟରେ ଆରମ୍ଭ ହୋଇଛି। BSNLର 4G ସେବାର ଆନୁଷ୍ଠାନିକ ଶୁଭାରମ୍ଭ ସହିତ, ସମସ୍ତ ଟେଲିକମ୍ କମ୍ପାନୀ ଏବେ 4G ନେଟୱାର୍କ ସହିତ ସଜ୍ଜିତ।BSNL ମଧ୍ୟ ଏହାର 5G ସେବା ଉପରେ କାମ କରୁଛି। ବର୍ଷ ଶେଷ ସୁଦ୍ଧା, ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମହାନଗରଗୁଡ଼ିକରେ 5G ସେବା ଆରମ୍ଭ କରିପାରେ।BSNLର 4G ନେଟୱାର୍କ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ। ସରକାର କହିଛନ୍ତି ଯେ ଭାରତ ସଂଚାର ନିଗମ ଲିମିଟେଡର 4G ସେବା ପାଇଁ ସଫ୍ଟୱେର୍ ଏବଂ ହାର୍ଡୱେର୍ ଭାରତରେ ବିକଶିତ ହୋଇଛି। ଭାରତ ଏବେ ସ୍ୱଦେଶୀ…
ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀଙ୍କ ସୁଚନା । ଏବେ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ । ଗତକାଲି ୪୯ ବ୍ଲକ ହେଡକ୍ୱାର୍ଟରରେ ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି । ଦକ୍ଷିଣ ଓଡିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି, ଓ ପଶ୍ଚିମ କଳାହାଣ୍ଡିରେ ରେଡ ୱାଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଉପରେ ନାହିଁ । ମୁଣ୍ଡଳୀରେ ୫.୯୬ କ୍ୟୁସେକ ଜଳ ପ୍ରବାହିତ ହୋଇଛି । ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ । ରେଙ୍ଗାଲୀରେ ବ୍ରାହ୍ମଣୀ ନଦୀ ପାଇଁ ଗୋଟିଏ ଗେଟ ବନ୍ଦ ହୋଇଛି । ଜଳସ୍ତର ୧୨୩.୩୫ ମିଟର ଅଛି । ଆଇଏମଡିର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।
ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍ଇ ଓ ସିଏଚ୍ଏସ୍ଇ ମିଶ୍ରଣକୁ ମିଳିଲା ଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। କେବଳ ଏତିକି ନୁହେଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଦିଆଯାଉଥିଲା। କିନ୍ତୁ ଏବେ ସମସ୍ତ ବର୍ଗର ପିଲାଙ୍କୁ ଦଶମ ଶ୍ରେଣୀ ଯାଏ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏନ୍ସିଇଆର୍ଟି ଢାଞ୍ଚାରେ ଏସ୍ସିଇଆର୍ଟିକୁ ବିକଶିକ କରାଯିବ। ପାଠ୍ୟପୁସ୍ତକ ପ୍ରକାଶନ ନିର୍ଦ୍ଦେଶାଳୟ ସଂସ୍ଥାର ସୃଦୃଢ଼ୀକରଣ ହେବ।
ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଶୁକ୍ରବାର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ଦିନ ସେଥିମଧ୍ୟରୁ ୪ ଟି ଗେଟ୍ ବନ୍ଦ କରାଯାଇଛି।ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ ଖୋଲା ଯାଇଥିଲା । ଯେଉଁ କାରଣରୁ ଶୁକ୍ରବାର ମୁଣ୍ଡଳୀରେ ୫ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ସେଥିମଧ୍ୟରୁ ୪ଟି ବନ୍ଦ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି । ଏହିସବୁ…









