ଉତ୍ତର ପ୍ରଦେଶର ଗୋରଖପୁରରେ ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଯିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। ତେବେ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀମାନେ ବଜାରରୁ ଦୁଇ ଟ୍ରକ ଆଳୁ ଜବତ କରିଛନ୍ତି । ଏହି ଟିମ୍ ଆଳୁ ନମୁନା ନେଇ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏହି ଆଳୁ ତାମିଲନାଡୁର ଭେଲୋର ଏବଂ ଉତ୍ତର ପ୍ରଦେଶର ଫାରୁଖାବାଦରୁ ଆସିଥିଲା। ରେଡ୍ ହେବା ଦେଖି ଟ୍ରକର ଡ୍ରାଇଭର ଟ୍ରକ ଛାଡି ପଳାଇ ଯାଇଥିଲେ ଏବଂ ସାମଗ୍ରୀ ଅର୍ଡର କରିଥିବା ବ୍ୟବସାୟୀମାନେ ମଧ୍ୟ ପଳାଇ ଯାଇଥିଲେ। ପ୍ରାରମ୍ଭିକ ତଦନ୍ତରେ ଆଳୁରେ ରାସାୟନିକ ପଦାର୍ଥ ମିଳିଥିଲା। ଅଧିକାରୀମାନେ ଉଭୟ ଟ୍ରକରୁ ଆଳୁ ଜବତ କରିଥିଲେ ଏବଂ ପରୀକ୍ଷା ପାଇଁ ନମୂନା ନେଇଥିଲେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହା ଜବତ ହୋଇରହିବ। ଯଦି ରିପୋର୍ଟରେ ରାସାୟନିକ ପଦାର୍ଥର ଉପସ୍ଥିତି ନିଶ୍ଚିତ ହୁଏ, ତେବେ ଆଳୁ ନଷ୍ଟ…
Author: sanitelevision
ପାର୍ବଣ ପାଇଁ କଟକ- ଭୁବନେଶ୍ୱରରେ ସୁରକ୍ଷା କଡାକଡି କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ପୋଲିସ କମିଶନର ଏସଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଏଥର ଟ୍ୱିନ ସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ସହ ୨୦ ପ୍ଲାଟୁନ ହୋମଗାର୍ଡ ମୁତୟନ ହୋଇଛନ୍ତି । । ୩ ଜଣ ଡିସିପି ରାଙ୍କ ଅଫିସର ମନିଟର କରିବେ। ୨୪ ଟି ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। Drone ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ୪ ଟି drone ର ବ୍ୟବସ୍ଥା ହୋଇଛି । ବିଦ୍ୟୁତ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି । ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ ।ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା କରାଯିବା ସହ ସିସିଟିଭି ନଜରରେ…
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଶିରୀଶ ମୁର୍ମୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିବାରୁ ମୁଁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ଜଣେ ସୁଯୋଗ୍ୟ ଓଡିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଅବସ୍ତାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା। ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ତେବେ ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନ ଭାଇ।
ଆଜି ବିଶ୍ୱ ହୃଦୟ ଦିବସ । ବିଭିନ୍ନସ୍ତରରେ ଏହି ଦିବସ ପାଳନ ହେବ ।ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେ ହାର୍ଟ ସୁସ୍ଥ ରହିଥାଏ । ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ । ଆଜିକାଲି ପ୍ରାୟତଃ ମାନସିକ ଚାପରୁ ନେଇ ଧୂମ୍ରପାନ ଓ ତମାଖୁ ସେବନ ରହିଛି ମୁଖ୍ୟ କାରଣ । ମାନସିକ ଚାପ ମଣିଷକୁ ଅସ୍ତବ୍ୟସ୍ତ କରିପକାଏ ।ଶରୀରର ବିଭିନ୍ନ ପ୍ରକାର ହରମୋନ୍ ସ୍ନାୟୁ ଓ ମସ୍ତିଷ୍କରେ ବିଭିନ୍ନ…
ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୪ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର ।ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି । ସେହିଭଳି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ । ରାତିରେ ମହିଳା କର୍ମଚାରୀ ଚାହିଁଲେ କାମ କରିପାରିବେ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ତେବେ ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ । ଏହାସହ ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି ।…
ଆଇଆଇସିଙ୍କୁ ମାଡ଼ ଅଭିଯୋଗ ।ବାଲେଶ୍ବର ସୋର କୋର୍ଟ ଛକ ଆଗ ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉତ୍କ୍ଷିପ୍ତ ହୋଇ ଥାନାଧିକାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିଛି। ତେବେ ପୁଲିସ୍ ର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଅନୁସାରେ, ରବିବାର ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ କୋର୍ଟ ନିକଟସ୍ଥ ତାରିଣୀ ମନ୍ଦିର ସମ୍ମୁଖରେ ରାସ୍ତା ଅବରୋଧ କରି ଏକ କ୍ଲବ୍ର ସଦସ୍ୟମାନେ ଏଲ୍ଇଡି ଲଗାଇ ମ୍ୟାଚ୍ର ସିଧାପ୍ରସାରଣ ଦେଖୁଥିଲେ । ଏହି ସମୟରେ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଯୁବକମାନଙ୍କୁ ପ୍ରଶ୍ନ କହିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ କେତେକ ଯୁବକ ଥାନାଧିକାରୀ ଶ୍ରୀ ସାହୁ ଓ ଏଏସ୍ଆଇ ସମୀର ବେହେରାଙ୍କୁ…
ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି ଏସ୍ବିଆଇ ରିସର୍ଚ୍ଚ ପକ୍ଷରୁ ଆକଳନ କରାଯାଇଛି । ଆଜିଠୁ ଗଭର୍ଣ୍ଣର ସଞ୍ଜୟ ମାଲ୍ହୋତ୍ରାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ବସିବ । ଭାରତର ରପ୍ତାନି ଉପରେ ଆମେରିକା ୫୦% ଟାରିଫ ଲଗାଇଛି । ଏଭଳି ସ୍ଥିତିରେ ଅର୍ଥନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ୩ ଦିନିଆ ବୈଠକରେ ମାନସ ମନ୍ଥନ କରିବ କେନ୍ଦ୍ରୀୟ ବ୍ୟାଙ୍କ । ଅକ୍ଟୋବର ୧ରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ନିଷ୍ପତ୍ତି ଘୋଷଣା କରିବ । ବଜାରର ବିଭିନ୍ନ ଦିଗ ଉପରେ ଧ୍ୟାନ କେନ୍ଦ୍ରିତ କରିଛି କେନ୍ଦ୍ରିୟ ବ୍ୟାଙ୍କ । ଏଭଳି ସ୍ଥିତିରେ ରେପୋ ୨୫ ବେସିସ୍ ପଏଣ୍ଟ କମାଇପାରେ ବୋଲି କହିଛି ଏସ୍ବିଆଇ ।
ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା । ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କଣ ହେବ ହାଇକୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଥାଉକି, ନଭେମ୍ବର ୫ରୁ ୧୨ ତାରିଖ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବ ।ତେବେ ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଯାହାକୁ ନେଇ ବିଭିନ୍ନ ମାହୋଲରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା । ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଜୋର ଧରିଛି ଦାବି । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର…
୨୦୫୦ ସୁଦ୍ଧା ୭୫% ବଢିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା। ଦି ଲାନସେଟରେ ପ୍ରକାଶିତ ଏକ ନୂଆ ରିପୋର୍ଟ ବିଶ୍ୱକୁ କର୍କଟ ରୋଗ ବିଷୟରେ ସତର୍କ କରାଇଛି।୨୦୨୨ ମସିହାରେ ଦେଶରେ କର୍କଟ ରୋଗର ଆନୁମାନିକ ସଂଖ୍ୟା ପ୍ରାୟ ୧.୪୬ ନିୟୁତ ଥିଲା, ଯାହା ଚଳିତ ବର୍ଷ ଶେଷ ଆଡ଼କୁ ୧.୫ ନିୟୁତରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଅର୍ଥାତ ୧ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣ କର୍କଟ ରୋଗରେ ପୀଡ଼ିତ । କର୍କଟ ରୋଗକୁ ବିଶ୍ୱ ସ୍ତରରେ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି । ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ପ୍ରତିବର୍ଷ ୩୦ ନିୟୁତରୁ ଅଧିକ ନୂଆ କର୍କଟ ରୋଗ ରିପୋର୍ଟ ହେବ ଏବଂ ପ୍ରାୟ ୧୮ ନିୟୁତ ମୃତ୍ୟୁ ଘଟିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଲାନସେଟର ଗବେଷଣା ଅନୁଯାୟୀ ୨୦୫୦ ସୁଦ୍ଧା ଏହି ସଂଖ୍ୟା ୭୫% ବୃଦ୍ଧି ପାଇପାରେ।
ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା । ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଯାଇଥିଲା । ସେଥିପାଇଁ ତାଙ୍କ ନାମ ମା’ ଗୌରୀ । କୁହାଯାଏ କି ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ଏହାକୁ ପୂଜା କରିଥିଲେ ।ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ । ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ । ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି । ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ । ମା’ଙ୍କ ସମ୍ମୁଖରେ…









