ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍ । ଗୁଆହାଟୀରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଦୁଇ ଆୟୋଜକ ଟିମ୍ ଭାରତ ଓ ଶ୍ରୀଲଙ୍କା ଆଜି ସାମ୍ନାସାମ୍ନି ହେବେ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ବକପକୁ ଆୟୋଜନ କରୁଛନ୍ତି । ଏହି ମହିଳା ଦିନିକିଆ ବିଶ୍ୱକପରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହି ସମୟ ମଧ୍ୟରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ସାତଟି ମ୍ୟାଚ୍ ଖେଳିବେ । ପାକିସ୍ତାନ ଦଳ ଶ୍ରୀଲଙ୍କାରେ ଏହାର ସମସ୍ତ ମ୍ୟାଚ୍ ଖେଳିବ । ପାକିସ୍ତାନ ମହିଳା ଦଳ ଗୌହାଟିରେ ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିବ ନାହିଁ । ହରମନପ୍ରିତ୍ କୌରଙ୍କ ଅଧିନାୟକତ୍ବରେ ଭାରତୀୟ ମହିଳା ଟିମ୍ ପଡିଆକୁ ଓହ୍ଲାଇବ । ଭାରତୀୟ ଟିମ୍ ବ୍ୟାଟର ଓ ବୋଲରଙ୍କୁ ନେଇ ବେଶ୍ ସନ୍ତୁଳିତ ରହିଛି । ସ୍ମୃତି ମନ୍ଧାନା, ରିଚା ଘୋଷ,…
Author: sanitelevision
ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି ।ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା । ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି । ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ…
ଜଣେ ପୁଲିସ ବାବୁଙ୍କ ସ୍ତ୍ରୀ ଚାକିରି ପାଇଁ ବାହାରକୁ ଯାଉଥିଲେ । ଯାହାର ଫାଇଦା ଉଠାଇ ସ୍ୱାମୀଜଣକ ପ୍ରେମିକାକୁ ଘରକୁ ଡକାଇ ମଉଜ କରୁଥିଲେ । ଅଚାନକ୍ ସ୍ତ୍ରୀ ପହଞ୍ଚିଯିବାରୁ ହରଡ଼ଘଣା ପଡ଼ିଲେ ସ୍ୱାମୀ । ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରେ ସିପାହୀ ଭାବେ କାର୍ଯ୍ୟରତ ଜଣେ ଯୁବକ ୨୦୧୯ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବିବାହ କରିଥିଲେ । ତେବେ ୫ବର୍ଷର ପୁଅ ଓ ପତ୍ନୀଙ୍କ ସହ ରାଜଧାନୀରେ ରହୁଥିବାବେଳେ ଅନ୍ୟ ଜଣେ ଯୁବତୀଙ୍କୁ ଭଲପାଇ ବସିଥିଲେ । ଧୀରେ ଧୀରେ ସ୍ବାମୀଙ୍କ ଆଚରଣ, ବ୍ୟହାରରେ ପରିବର୍ତ୍ତନ ଯୋଗୁ ପତ୍ନୀଙ୍କ ସନ୍ଦେହ ବଢ଼ିଥିଲା । ପରକୀୟା ପ୍ରୀତିକୁ ନେଇ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ହେଲେ ସ୍ଵାମୀ ମାନିବାକୁ ପ୍ରସ୍ତୁତ ନଥିଲେ । ହେଲେ ସ୍ଵାମୀଙ୍କ ମିଛ ବେଶୀଦିନ ଲୁଚି ନଥିଲା । ତେବେ ଅଭିଯୁକ୍ତ ଫିରୋଜଙ୍କ ସ୍ତ୍ରୀ ରସୁଲଗଡ଼ର ଏକ ଘରୋଇ ସଂସ୍ଥାରେ ଚାକିରି…
ବିଜେଡି ସଭାପତି ନବୀନ ପଟ୍ଟନାୟକ ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜ ବାର୍ତ୍ତାରେ ନବୀନ କହିଛନ୍ତି ଯେ ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମାଙ୍କ ଆଶୀର୍ବାଦ କାମନା କରିବା ।
ବର୍ତ୍ତମାନ ରାଜ୍ୟରେ ହାଲୁକା ବର୍ଷା ଲାଗି ରହିଥିଲେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରାୟତଃ ପାଗ ଅନୁକୂଳ ରହିଛି। ହେଲେ ଆଗକୁ ପାଗରେ ପରିବର୍ତ୍ତନ ଦେଖାଦେବ। ତେବେ ମଙ୍ଗଳବାର ଅଷ୍ଟମୀରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ନବମୀରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ମଙ୍ଗଳବାରଠୁ ବର୍ଷା ବଢ଼ିବ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲାରେ ଘଡ଼ଘଡ଼ି ସହ ଅଧିକ ବର୍ଷା ସମ୍ଭାବନା ଅଛି। ସେହିପରି ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,…
ଓଡ଼ିଶାର ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସ୍ବାଧା ହେଉଛନ୍ତି ସମର୍ଥଙ୍କ ସ୍ତ୍ରୀ। ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କୁ ୩ ସପ୍ତାହ ଭିତରେ ରିଲିଭ କରିବା ଲାଗି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛି। ସମର୍ଥ ଏବଂ ସ୍ବାଧାଙ୍କୁ ୩ ଦିନ ବ୍ୟବଧାନରେ କେନ୍ଦ୍ରରେ ନିଯୁକ୍ତି ମିଳିଛି। ସମର୍ଥ ବର୍ମା ଏବେ ରାଜ୍ୟ ସରକାରରେ ମାଇନର ମିନେରାଲ୍ସ ନିର୍ଦ୍ଦେଶକ ଓ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ସମର୍ଥ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।…
ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ । ଶକ୍ତିପୀଠରେ ଚାଲିଛି ଦେବୀଙ୍କ ମହାନବମୀ ପୂଜା, ମଣ୍ଡପରେ ଆଜି ମହାଷ୍ଟମୀ । ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ରୀତିନୀତି ପୂଜାବିଧି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଘଣ୍ଟଘଣ୍ଟା ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ। ମାଆଙ୍କୁ ଦର୍ଶନ କରିବା ପାଇଁ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।ଦୁର୍ଗାପୂଜା ଅବସରରେ ମହାସପ୍ତମୀରୁ ବିଜୟା ଦଶମୀ ଯାଏ ୪ ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ ।
ଦଶହରାରେ ଦିଲ୍ଲୀର ଲବକୁଶ ରାମଲୀଳାରେ ସାମିଲ ହେବେ ବଲିଉଡ ଆକ୍ଟର ବବି ଦେଓଲ୍ । ତାଙ୍କୁ ରାମ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଯେଉଁଥିରେ ତାଙ୍କୁ ରାବଣ ପୋଡି କରୁଥିବାର ମଧ୍ୟ ଦେଖିବାକୁ ମିଳିବ । ଏହି ଖବରକୁ ଅଭିନେତା ସ୍ପଷ୍ଟ କରିଛନ୍ତି ।ଏହି ସମ୍ପର୍କରେ ଆୟୋଜକ କମିଟି ପକ୍ଷରୁ ଏକ ଭିଡିଓ ସେୟାର ହୋଇଛି ଯେଉଁଥିରେ ବବି ଦେଓଲ ଏହି ବାର୍ଷିକ ପରମ୍ପରାରେ ସାମିଲ ହୋଇଥିବାରୁ ନିଜର ଖୁସି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ବବି ଦେଓଲ କହିଛନ୍ତିଯେ, ଏଥର ମୁଁ ଦିଲ୍ଲୀର ରାମଲୀଳାକୁ ଆସୁଛି । ତେଣୁ ଦଶହରାରେ ଦେଖା ହେବ । ସେହିପରି, କିମିଟି କହିଛି ଯେ, ଏହି ଐତିହାସିକ ମଞ୍ଚରେ ବବି ଦେଓଲଙ୍କ ଉପସ୍ଥିତି କେବଳ ଦର୍ଶକଙ୍କୁ ରୋମାଞ୍ଚିତ କରିବ ନାହିଁ ବରଂ ସବୁଦିନ ପାଇଁ ସମସ୍ତଙ୍କର ମନେ ରହିବ ।
ସେପ୍ଟେମ୍ବର ୩୦ ତାରିଖ E-KYCର କରିବାର ଶେଷ ତାରିଖ । ଏହି ଅବଧି ଭିତରେ E-KYC ନକଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ତେବେ ଆଉ ଡେଡଲାଇନ୍ ଅବଧି ବଢାଯିବନି ବୋଲି ମନ୍ତ୍ରୀ କହିଛନ୍ତି । ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ। ତେବେ ଗଂଜାମରୁ ୧ ଲକ୍ଷ ୬୪ ହଜାର, କଟକରୁ ୯୧ ହଜାର, ମୟୁରଭଞ୍ଜରୁ ୮୭ ହଜାର, ବଲାଙ୍ଗିରରୁ ୮୩ ହଜାର, ବାଲେଶ୍ବରରୁ ୮୩ ହଜାର ଓ କଳାହାଣ୍ଡିରୁ ୮୨ ହଜାର ଲୋକ ତାଲିକାରୁ ବାଦ ପଡିବାକୁ ଯାଉଛନ୍ତି । ସେହିପରି ଦେବଗଡରୁ ସର୍ବନିମ୍ନ ୧୦ ହଜାର ଲୋକ ଇ- କେୱାଇସି କରି ନାହାନ୍ତି । ଇ- କେୱାଇସି ଅବଧି ରାଜ୍ୟ ସରକାର ଆଉ ବଢିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଯୋଗାଣ ମନ୍ତ୍ରୀ…
ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୬,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୬,୭୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୬,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୬,୭୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୧୬,୪୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ…









