Author: sanitelevision

ବର୍ଷାରେ ଭିଜିବ ଦଶହରା। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଭିଜିବ ଦଶହରା। ୨ ତାରିଖରେ ଅବପାତରେ ପରିଣତ ହୋଇପାରେ ଏବଂ ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଉପକୂଳ ଛୁଇଁ ପାରେ। ୩ ତାରିଖରେ ଏହା ଉପକୂଳ ଛୁଇଁବାକୁ ଥିବାରୁ ସେତେବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହୋଇପାରେ। ପ୍ରବଳ ବର୍ଷା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।

Read More

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା । ନ୍ୟୁଡ ଭିଡିଓରେ ବ୍ଲାକମେଲ କରି ଅଭିଯୁକ୍ତ ଗିରଫ । ଛାତ୍ର ନେତା ଦେବୀ ପ୍ରସାଦ ଜେନା ଓରଫ ବୁବୁକୁ ଗିରଫ କଲା ପୋଲିସ । ଚଳନ୍ତା କାରରେ ଭୁବନେଶ୍ବର ୟୁନିଟ୍ –୮ ନୟାପଲ୍ଲୀ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିଥିଲେ । କଟକ ପୁରୀ ବାଏପାସ ରୋଡରେ କରିଥିଲେ ଦୁଷ୍କର୍ମ । ଏଥିରେ ତାଙ୍କୁ ୪ ଜଣ ସହଯୋଗ କରିଥିଲେ । ଘଟଣା ସମୟର ଭିଡିଓ କରି ଭିଡିଓ ଜରିଆରେ କରୁଥିଲେ ବ୍ଲାକମେଲ । ଏନେଇ ଡିସିପିଙ୍କୁ ଜଣାଇଥିଲେ ଅଭିଯୋଗକାରିଣୀ । ସୂଚନାମୁତାବକ ଗତ ୮ ଜାନୁୟାରୀ ୨୦୨୪ ରେ ନାବାଳିକା ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ଅଭିଯୁକ୍ତ । ଗାଡ଼ି ଭିତରେ ଥିବା ତାର ସହଯୋଗୀ ଏହି ଅପହରଣରେ ସହଯୋଗ କରିଥିଲେ । କାରରେ ପୁରୀ ପାଇପାସ ରୋଡ଼କୁ ନେଇ ନିଶା ଦେଇ ବଳ…

Read More

ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ସରକାର । ଆମ ସଂକଳ୍ପ ନିଶା ନୁହେଁ ଜୀବନ । ଡ୍ରଗ୍ସ ଫ୍ରି ଭୁବନେଶ୍ୱର ପାଇଁ ଆୟୋଜନ ହେବ ଦ୍ୱତୀୟ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମ । ମଦ୍ୟପାନ କରି ଗାଡ଼ିଚାଳନା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବା ପାଇଁ ଆର୍‌ଟିଓଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।ଅକ୍ଟୋବର ୨ରୁ ଏକ ମାସ ପାଇଁ ଚାଲିବ କାର୍ଯ୍ୟକ୍ରମ । ପ୍ରଚାର ସମୟରେ ବାର୍ତ୍ତା ପ୍ରସାର ପାଇଁ ପିଆର ଏବଂ ଡିଡବ୍ଲୁ ବିଭାଗ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ସାମିଲ କରାଯିବ ।ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୨ ଅକ୍ଟୋବରରେ ଗ୍ରାମସଭାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ନିଶା ସମସ୍ୟା ଉପରେ ଆଲୋଚନା କରାଯିବ। ନିଶାମୁକ୍ତ ଗ୍ରାମ ଗଠନ ପାଇଁ ପ୍ରୟାସ କରିବାକୁ ଗ୍ରାମପଞ୍ଚାୟତମାନଙ୍କୁ ଉତ୍ସାହିତ କରାଯିବ। ସଫଳ ଗ୍ରାମପଞ୍ଚାୟତମାନଙ୍କୁ ସ୍ଥାନିତ କରାଯିବ ଏବଂ ତା’ପରେ, ଶ୍ରେଷ୍ଠ ୩ ଗ୍ରାମପଞ୍ଚାୟତଙ୍କୁ ପୁରସ୍କାର ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ…

Read More

କରୁର ଦଳାଚକଟା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟଣାରେ ଚାପା ରାଜନୈତିକ ଷଡ଼ଯନ୍ତ୍ର ଥିବା ଇଙ୍ଗିତ ଦେଇ ଅଭିନେତା-ରାଜନେତା ବିଜୟ ମଙ୍ଗଳବାର ନିଜର ପ୍ରଥମ ଭିଡିଓ ବାର୍ତ୍ତାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ଜୀବନରେ ଏପରି ଦୁଃଖଦାୟୀ ପରିସ୍ଥିତି ଦେଖି ନାହିଁ। ଜନସାଧାରଣଙ୍କ ସୁରକ୍ଷା ପାଇଁ ମୁଁ ରାଜନୀତିକୁ ଦୂରେଇ ରଖି ନିରାପଦ ସ୍ଥାନ ବାଛି ପୋଲିସକୁ ଅନୁରୋଧ କରିଥିଲି। କିନ୍ତୁ ଯାହା ହେବା ଉଚିତ ନ ଥିଲା, ତାହା ଘଟିଲା।”ବିଜୟ ନିଜ ସମର୍ଥକମାନଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଜୋର ଦେଇ କହିଛନ୍ତି ଯେ ଏହି ଘଟଣାକୁ ରାଜନୀତିକରଣ ନ କରିବା ପାଇଁ ସେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଏହି ଘଟଣା ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ସେ ଆଶ୍ୱାସନା ଦେଇଛନ୍ତି ଯେ ପୀଡ଼ିତମାନେ ଉପଯୁକ୍ତ ଚିକିତ୍ସା ପାଉଛନ୍ତି ଏବଂ ଶୀଘ୍ର ସୁସ୍ଥ ହେବା…

Read More

ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଶ୍ରୀମନ୍ଦିରର ୧ କିମି ପରିଧି କିମ୍ବା ବଡ଼ଦାଣ୍ଡରେ ବିକ୍ରି ହେବନି ମଦ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଏପରରିକି ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି। ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ପାଖେ କୌଣସି ତାମସିକ କଥା ନ ରହୁ। ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ ଏହା କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Read More

ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ବହୁ ମାତ୍ରାରେ ହବିଷ୍ୟାଳିମାନଙ୍କ ଆଗମନ ହେବା ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ହବିଷ୍ୟାଳି ମାଆମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷ୍ୟାଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ ।ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ, ହବିଷିଆଳି ମା’ମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷିଆଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ପରିସର, ସିଂହଦ୍ୱାର ଅଞ୍ଚଳ, ଗ୍ରାଣ୍ଡରୋଡ୍‌ ଓ ସମୁଦ୍ରତଟରେ ବିଶେଷ ପ୍ରତିରକ୍ଷା ବ୍ୟବସ୍ଥା ରହିବ। ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହେବେ। ସମସ୍ତ ଥାନା ବିଶେଷକରି ସିଂହଦ୍ୱାର, ବଳିଆପଣ୍ଡା, ତାଳବଣିଆ, କୁମ୍ଭାରପଡ଼ା, ସମୁଦ୍ରକୂଳ ଓ ଟ୍ରାଫିକ୍‌ ଥାନାରେ ଅତିରିକ୍ତ ପୋଲିସ ପ୍ରସ୍ତୁତ ରହିବେ। ସିସିଟିଭି ନିରୀକ୍ଷଣ ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେବ।

Read More

ହାତୀଙ୍କ ପାଇଁ ଘର କରିବେ ସରକାର । ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘକାଳୀନ ଯୋଜନା । ଓଡ଼ିଶାରେ ୨୧୦୦ ରୁ ଉର୍ଦ୍ଧ ହାତୀ ଅଛନ୍ତି । ୪୦୦ ହାତୀଙ୍କ ନାହିଁ ଘର ସେମାନଙ୍କୁ ଘର ଅଭାବ ଯୋଗୁଁ ବୁଲୁଛନ୍ତି। ସେମାନଙ୍କ ପାଇଁ ନାହିଁ ଉଚିତ ପରିବେଶ । ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ଏଥିସହ ସେ କହିଛନ୍ତି ମାଇନିଙ୍ଗ, ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ ପାଇଁ ହାତୀ ଙ୍କ ପାଇଁ ଉଚିତ ପରିବେଶ ନାହିଁ ।ଏବେ ଯିବ ଜନ୍ତୁ ଙ୍କ ସଂଖ୍ୟା ବଢିଛି । ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ହାତୀଙ୍କ ପାଇଁ ଆମ ସରକାର ଘର କରିବା ସହ ସେମାନଙ୍କ ଘର ତିଆରି କରିବ ।

Read More

ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି। ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା ଦିଆଯିବ । ସୂଚନାଥାଉକି, କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି ା ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ ଥିଲା ପୋଲିସ ଏସଆଇ ପରୀକ୍ଷା । ଲାଞ୍ଚ ଦେବା ଓ ନେବାରେ ସଂପୃକ୍ତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଆନ୍ଧ୍ର ଶ୍ରୀକାକୁଲମରେ ଶତାଧିକ ଏସଆଇ ପରୀକ୍ଷା ଆସାୟୀଙ୍କୁ ଧରିଥିଲା ବ୍ରହ୍ମପୁର ପୋଲିସ । ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଥିଲେ । ଏଥିସହିତ ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା…

Read More

ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟତନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍‌କୁ ଧକ୍କା ଦେଇ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ରହିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହିତ ମନ୍ତ୍ରୀଙ୍କ ଡ୍ରାଇଭର ଏବଂ ସୁରକ୍ଷା ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।ଗୁରୁତର ଆହତ ହୋଇଥିବା ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ତାଙ୍କ ଚିକିତ୍ସା ସଠିକ୍ ଭାବେ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ନିଜେ ଡାକ୍ତରଖାନା ପରିଦର୍ଶନ କରିଥିଲେ। ତେବେ ନିକଟବର୍ତ୍ତୀ ଗାଁର ଯୁବକମାନେ ବସଲାଇରୁ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରୁ ଜଣା ପଡ଼ିଛି। ବାଇକ୍ ପାଖରେ ପଡ଼ି ରହିଥିବା ବେଳେ ମନ୍ତ୍ରୀଙ୍କ କାର ଆଗରେ ଥିବା ପାଇଲଟ୍ ଗାଡ଼ି ଆଗକୁ…

Read More

ବ୍ରହ୍ମପୁର ପୋଲିସ ଦ୍ୱାରା ଶତାଧିକ ଏସଆଇ ଆଶାୟୀ ଅଟକ ଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଏମାନଂକୁ ଧରିଛି ।ଓଡ଼ିଶା ପୁଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ।ଶ୍ରୀକାକୁଲମରେ ଧରାପଡିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରା ଉଚରା କରିଛି । ଓଡିଶା ପୋଲିସ ଏସଆଇ ପରୀକ୍ଷାର ବଡ ଜାଲିଆତି ପଦାରେ ପଡିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଅଟକ ରଖ ଯାଇଛି |

Read More