Author: sanitelevision

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ତେବେ ପ୍ରଥମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ପକାଇଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ ୪% ବୃଦ୍ଧି ଦର୍ଶାଇଛି । ଦ୍ୱିତୀୟ ସ୍ଥାନରେ ବିହାର । ଏଠାରେ ପ୍ରତି ୧ ଲକ୍ଷରେ ୧୨୭୩ ଜଣ ବିଭିନ୍ନ ଅପରାଧର ଶିକାର ହୋଇଥିଲେ । ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ରହିଛି । ଏଠାରେ ପ୍ରତି ୧ ଲକ୍ଷ ଲୋକରେ ୧୨୬୭ ଜଣ ଅପରାଧର ଶିକାର ହୋଇଥିଲେ । ଚତୁର୍ଥରେ ପଶ୍ଚିମବଙ୍ଗ, ପଞ୍ଚମରେ ମଧ୍ୟପ୍ରଦେଶ, ଷଷ୍ଠରେ ତାମିଲନାଡୁ, ସପ୍ତମରେ ବିହାର, ଅଷ୍ଟମରେ ରାଜସ୍ଥାନ,…

Read More

ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି । ଚଳିତ ବର୍ଷ କମିଟି ଅଷ୍ଟମ ବର୍ଷରେ ମା’ଙ୍କ ପୂଜା କରୁଛି ।ଓଡ଼ିଶାରେ ପ୍ରଥମ ଥର ଏତେ ବଡ଼ ଦୁର୍ଗା ମୂର୍ତ୍ତି ନିର୍ମାଣ ହୋଇଛି । ୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି । ମାଆଙ୍କ ବିରାଟ ମୂର୍ତ୍ତି ତଳେ ୧୨ଫୁଟର ୪ ଟି ସିଂହ ନିର୍ମାଣ କରାଯାଇଛି। , ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ସହ ସନ୍ଧ୍ୟାରେ ମେଲଣ ପଡ଼ିଆରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।ପୂଜାକୁ ଆକର୍ଷଣୀୟ କରିବା ପାଇଁ ମଣ୍ଡପର ତୋରଣକୁ ୭୫ ଫୁଟ ଉଚ୍ଚ କରିବା ସହିତ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମିନାବଜାର, ଦୋଳି ସହିତ ଚଟପଟି ଖାଦ୍ୟର ପସରା ମେଲିଛି ।

Read More

ପୁରୀରେ ଶାରଦୀୟ ଦୁର୍ଗାପୂଜାରେ ଦେବୀଙ୍କ ଆରାଧନା ସହ ଭୂତକୁ ମଧ୍ୟ ପୂଜା କରାଯାଏ ।ଏଠାରେ ଭୂତ ରୂପରେ ପୂଜା ପାଉଛି ହଡ଼ିଆ ଭୂତ । ଶ୍ରୀମନ୍ଦିର ନିକଟରେ ଥିବା ହରଚଣ୍ଡୀ ସାହିରେ ହାଡିଆ ଭୂତ ପୂଜା ପାଉଛନ୍ତି । ହରଚଣ୍ଡୀ ସାହିର ବାସିନ୍ଦା ଆଦିତ୍ୟ ନାରାୟଣ ସାହୁଙ୍କ ଘରେ ଏହି ହାଡ଼ିଆ ଭୂତ ମେଢ଼ ପୂଜା କରାଯାଏ। ତେବେ ଏନେଇ ଆଦିତ୍ୟ କହିଛନ୍ତି,”ହାଡ଼ିଆ ଭୂତ ପୂଜା ଆମ ପୂର୍ବ ପୁରୁଷମାନେ କରି ଆସୁଛନ୍ତି। ପିଢ଼ି ପରେ ପିଢ଼ି ଏହି ପୂଜା ପାଳନ କରାଯାଉଛି । ତେବେ କେବେଠାରୁ ଏହି ଭୂତ ପୂଜା ଆରମ୍ଭ ହେଲା, ସେନେଇ କିଛି ସଠିକ୍ ତଥ୍ୟ ନାହିଁ । ଆମେ ପାଞ୍ଚ ପିଢ଼ି ଏହି ପୂଜା କରି ଆସୁଛୁ ।ଆମ ଜେଜେ ବାପା ହାଡୁବନ୍ଧୁ ସାହୁଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା। ସେ ଘରେ କେହି ଅଦୃଶ୍ୟ ଶକ୍ତିର ପ୍ରଭାବ ଥିବା ଅନୁଭୁବ କରିଥିଲେ ।ଏଥିପାଇଁ ସେ ଚଣ୍ଡୀ…

Read More

ଲଗାତାର ଦ୍ବିତୀୟ ଥର ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌ । ବଢିବନି ସୁଧହାର । ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ ୫.୫%ରେ ଅପରିବର୍ତ୍ତିତ ରହିଛି ।ଏହି ନିଷ୍ପତ୍ତି ବିଶ୍ୱ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି। ଘରୋଇ ସ୍ତରରେ, GST ସଂସ୍କାର ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭଳି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ବଜାର ଆଶା କରିଥିଲା ଯେ ଏଥର RBI ସତର୍କତା ଅବଲମ୍ବନ କରିବ।ବର୍ତ୍ତମାନ ଋଣ ଏବଂ EMI ଋଣଗ୍ରହୀତାଙ୍କ ପାଇଁ କୌଣସି ଆଶ୍ୱସ୍ତି ମିଳିବ ନାହିଁ, କାରଣ ସୁଧ ହାର ଅପରିବର୍ତ୍ତିତ ରହିବ। ବ୍ୟାଙ୍କଗୁଡ଼ିକର ଋଣ ଖର୍ଚ୍ଚରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।

Read More

ଡାକ ବିଭାଗ ପକ୍ଷରୁ ସ୍ପିଡ୍‌ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା ଆଜିଠାରୁ ଲାଗୁ ହୋଇଛି । ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ସେବାର ଆଧୁନିକିକରଣକୁ ଧ୍ୟାନରେ ରଖି ୧୩ ବର୍ଷ ପରେ ନୂଆ ଶୁଳ୍କ ଘୋଷଣା କରାଯାଇଛି ।ନୂଆ ଶୁଳ୍କ ଅନୁଯାୟୀ, ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ପିଡ ପୋଷ୍ଟର ମୂଲ୍ୟ ୧୯ ଟଙ୍କା ରହିବ । ଅଧିକ ୨୦୦ କିଲୋମିଟର ଦୂରତା ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି। ସେହିପରି ୫୧ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ଡକ୍ୟୁମେଣ୍ଟ ଏବଂ ପାର୍ସଲ ପଠାଇବା କ୍ଷେତ୍ରରେ ପ୍ରେରକଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ମୂଲ୍ୟ ଯୁକ୍ତ ସେବା ଲାଗି ପ୍ରତି ସ୍ପିଡ୍‌ ପୋଷ୍ଟ ଆଇଟମ୍‌ ଉପରେ ୫ ଟଙ୍କାର ନାମମାତ୍ର ଶୁଳ୍କ…

Read More

ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ |ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ମଜା ନେବେ ମୋହନ । ଏ ନେଇ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ମୋହନଙ୍କ କଟକ ବୁଲା ନେଇ ସରକାରୀ ସ୍ତରରେ କାର୍ଯ୍ୟ ସୂଚୀ ସାଙ୍ଗକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ।ସେହିପରି ଆଜି ପୂଜା ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଭିନ୍ନ ଶକ୍ତିପୀଠ ସହ ପୂଜା ମଣ୍ଡପ ବୁଲିଛନ୍ତି । ମାଆଙ୍କ ଦଶ;ନ କରିବା ସହ ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

Read More

ଅକ୍ଟୋବର ମାସ ଆରମ୍ଭ ହୋଇଛି ଏବଂ ଏହା ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି। ମାସର ପ୍ରଥମ ଦିନରେ ହିଁ ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତ ଲାଗିଛି। ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୧୫୯୫.୫୦ ହେବ, ଯାହା ପୂର୍ବରୁ ୧୫୮୦ ଥିଲା।ଏହା ପୂର୍ବରୁ, ଗତ କିଛି ମାସ ଧରି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ନିରନ୍ତର ହ୍ରାସ ଘଟି ଆସୁଥିଲା। ସେପ୍ଟେମ୍ବର ଆରମ୍ଭରେ, ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ଏହି ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୧.୫୦ ଟଙ୍କା ହ୍ରାସ କରାଯାଇଥିଲା। ଏହା ପୂର୍ବରୁ, ଅଗଷ୍ଟ ୧ରେ, ଏହା ୩୩.୫୦ ଟଙ୍କା ଶସ୍ତା ହୋଇଥିଲା। ୨୦୨୫ ଜୁଲାଇ ପହିଲାରେ, ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ମଧ୍ୟ ୫୮ ଟଙ୍କା ହ୍ରାସ ପାଇଥିଲା।

Read More

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି ।କୁହାଯାଉଛି ଯେ, ମଙ୍ଗଳବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ହସ୍ପିଟାଲ ପ୍ରଶାସନ ଖୁବ୍ ଶୀଘ୍ର ଏକ ବିସ୍ତୃତ ମେଡିକାଲ୍ ବୁଲେଟିନ୍ ଜାରି କରିବ ବୋଲି ଆଶା କରାଯାଉଛି। ଦଳୀୟ ନେତାମାନେ ଜୋର ଦେଇ କହିଛନ୍ତି ଯେ, ଚିନ୍ତାର କୌଣସି କାରଣ ନାହିଁ। କିନ୍ତୁ ଖଡଗେଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସ୍ଥିର ନହେବା ପର୍ଯ୍ୟନ୍ତ ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ।

Read More

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼। ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । କଟକରେ ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ ।ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି ।

Read More

ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୧୭ ଜଣ ପରୀକ୍ଷାର୍ଥୀ ଓ ୨ ଦଲାଲଙ୍କୁ ଗିରଫ କରିଛି । ଏହି କେଳେ ଳଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସଂପର୍କିତ ତଥ୍ୟ ସାମନାକୁ ଆସିଛି । ଗିରଫ ହୋଇଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ପରୀକ୍ଷା ପରେ ସେମାନେ ଆଉ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ଡିଲ୍ ହୋଇଥିଲା । ବଡ଼ କଥା ହେଲା ବ୍ରହ୍ମପୁର ପୋଲିସ ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ବୋର୍ଡ ସଜାଗ ହୋଇଉଠିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ତେବେ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା କରୁଛି…

Read More