Author: sanitelevision

ଗୌରାବାଦ ଶାହାପୁର ଥାନା କ୍ଷେତ୍ର କୁଚମୁଚ ଗାଁ ରେ ଏକ ଅଜବ ଘଟଣା ଘଟିଛି । ଜଣେ ୭୫ ବର୍ଷୀୟ ବୃଦ୍ଧ ୪୦ ବର୍ଷୀୟ ବିଧବା ମହିଳାଙ୍କୁ ବିବାହ କରିଥିଲେ । ବାହାଘରର ଗୋଟିଏ ଦିନ ପରେ ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇଯାଇଥିଲା । ଡାକ୍ତରଙ୍କ ପାଖକୁ ତାଙ୍କୁ ନିଆଗଲା । ଡାକ୍ତର ତାଙ୍କୁ ଦେଖିବା ପରେ ତାଙ୍କୁ ମ୍‌ତ ଘୋଷିତ କରିଥିଲେ ।ନବରାତ୍ରିର ପବିତ୍ର ପର୍ବକୁ ଆଖି ଆଗରେ ରଖି ସୋମବାରକୁ ବିବାହ ପାଇଁ ବାଛିଥିଲେ ଏବଂ ମନ୍ଦିରରେ ସମ୍ପର୍କୀୟଙ୍କ ଉପସ୍ଥିତିରେ ପରସ୍ପର ବିବାହ କରିଥିଲେ ଏବଂ ତାଙ୍କୁ ନିଜର ଜୀବନସାଥୀ କରିଥିଲେ ଏବଂ ତାଙ୍କ ଝିଅ ଏବଂ ପୁଅକୁ ତାଙ୍କ ଘରକୁ ଆଣିଥିଲେ ।ମଙ୍ଗଳବାର ସକାଳେ ସଙ୍ଗରୁଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । ପଡ଼ୋଶୀମାନେ ତାଙ୍କୁ ଜୌନପୁର ଉଜାଲା ହସ୍ପିଟାଲକୁ ନେଇ ଯାଇଥିଲେ । ଡାକ୍ତରମାନେ ପହଞ୍ଚିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି…

Read More

ଶାରଦୀୟ ଦୁର୍ଗାପୂଜାର ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ବିଭିନ୍ନ ସ୍ଥାନରେ ହେବ ରାବଣପୋଡି ଉତ୍ସବ ପାଳନ ହେବ। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ଆଜି ମଣ୍ଡପ ମାନଙ୍କରେ ସିନ୍ଦୂର ଖେଳ ପରମ୍ପରା ରହିଛି । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ତେବେ କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ଟ୍ବିନ ସିଟିରେ ମୁଖ୍ୟ ଆକର୍ଷଣ ସାଜିଛି ଲାଇଟ ସାଜସଜା । ସବୁଠି ସୁଉଚ୍ଚ ତୋରଣ ମନମୋହୁଛି ।…

Read More

ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ ।୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ।ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅର୍ନ୍ତଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।ଆଇନ୍ ପାଠ ସାରି ଦକ୍ଷିଣ ଆଫ୍ରିକାରେ ପେଶାଦାର ଜୀବନ ଆରମ୍ଭ କରିବା ବେଳେ ହିଁ ମହାତ୍ମାଗାନ୍ଧୀଙ୍କ ଭିତରେ ଥିବା ନେତୃତ୍ୱ ନେବା ଗୁଣ ପ୍ରସ୍ପୁଟିତ ହୋଇଥିଲା । କଳା-ଗୋରା ଭେଦଭାବକୁ ଦୂର କରିବା ନେଇ ସେ ଆରମ୍ଭ କରିଥିଲେ ଆନ୍ଦୋଳନ। ୧୯୧୫ ମସିହାରେ ଭାରତ ଫେରି ଆସି ଦେଶର ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ୱାଧୀନ ଆଣି ଦେଇଥିଲେ ଏହି…

Read More

ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।ସରକାର ୮୪,୨୬୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ୟାକେଜ ୬ ବର୍ଷ ପାଇଁ ସ୍ଥିର କରାଯାଇଛି । କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୨୬-୨୭ ପାଇଁ ଗହମ ମୂଲ୍ୟରେ ୬.୫୯ ପ୍ରତିଶତ ବୃଦ୍ଧି କରି କୁଇଣ୍ଟାଲ ପ୍ରତି ୨୫୮୫ ଟଙ୍କା କରିଛନ୍ତି । ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଗହମ କୁଇଣ୍ଟାଲ ପ୍ରତି ୧୬୦…

Read More

ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁଁ ଖୁସି ଖବର । ପ୍ରତିବର୍ଷ ଭଳି ଶୀତଋତୁ ସାଙ୍ଗକୁ ଛୋଟଦିନ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନୀକାଲ ଗାର୍ଡେନ) ଆଜିଠାରୁ ସକାଳ ୮ଟାରୁ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ | ନନ୍ଦନକାନନ ଉପନିର୍ଦେଶକ ସୂଚନା ଦେଇଛନ୍ତି। ଏହି ନିୟମ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ। କିନ୍ତୁ ସପ୍ତାହର ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହିବ।

Read More

ତେଲୁଗୁ ଅଭିନେତ୍ରୀ ଡିମ୍ପଲ ହୟାତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଘରୋଇ ଓଡ଼ିଆ ସହାୟିକାଙ୍କୁ ଭୟଙ୍କର ନିର୍ଯାତନା ନେଇ ଥାନାରେ ମାମଲା ହୋଇଛି । ୨୨ ବର୍ଷୀୟ ଯୁବତୀ ଜଣକ ଡିମ୍ପଲ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଓଡିଆ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ ଥୟବା ନେଇ ସୂଚନା ମିଳିଛି । ସେ ଡିମ୍ପଲଙ୍କ ଘରେ ସହାୟିକା ଭାବରେ କାମ କରୁଥିଲେ । ଡିମ୍ପଲ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତିା ତେବେ ଅଭିଯୋଗ ପରେ ଡିମ୍ପଲ ଓ ତାଙ୍କ ସ୍ୱାମୀଙ୍କୁ ଥାନାରେ ହାଜର ପାଇଁ ନୋଟିସ୍ ଦିଆଯାଇଛି ।ପୁଲିସର ସୂଚନା ଅନୁଯାୟୀ ଅଭିଯୋଗକାରୀ ଜଣଙ୍କ ହେଲେ ପ୍ରିୟଙ୍କା ବିବର । ତାଙ୍କ ଘର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ । ସେ ସେପ୍ଟେମ୍ବର ୨୨ରେ କାମ…

Read More

ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା’ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ମାଆ କମଲେଶ ଖୁରାନିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି । ଓଁ ଶାନ୍ତି।’ ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, “ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆଙ୍କ ମାଆ କମଲେଶ ଖୁରାନିଆଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ । ପାର୍ବଣ ସମୟରେ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଥିବା ବେଳେ ଆପଣଙ୍କ ମା ‘ଙ୍କ…

Read More

ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି । ଭାରତରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକୁ ଦେଖିବା ବିଦେଶୀମାନଙ୍କ ସ୍ୱପ୍ନ । କିନ୍ତୁ ସେମାନଙ୍କ ପାଇଁ ଭାରତ ଆସିବା ସେତେ ସହଜ ନୁହେଁ । ଯିବାଆସିବା ବେଳେ ବିମାନବନ୍ଦରରେ ସେମାନଙ୍କୁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧ରୁ ପୂର୍ବରୁ ଥିବା ନିୟମରେ କିଛି ପରିବର୍ତ୍ତନ ହୋଇଛି ।ଟ୍ରାଭେଲ୍ , ପାଠପଢ଼ା ,ବିଜ୍‌ନେସ୍ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭାରତ ଆସୁଥିବା ବିଦେଶୀମାନଙ୍କୁ ଗୋଟିଏ ଡିଜିଟାଲ ଆଗମନ କାର୍ଡ ଦାଖଲ କରିବାକୁ ପଡିବ । ଯାହା ପରେ ସେମାନେ ସହଜରେ ଭାରତରେ ପ୍ରବେଶ କରିପାରିବେ । E-Arrival Card ଅର୍ଥାତ୍ ଇ-ଆଗମନ କାର୍ଡ ପାଇବା ପାଇଁ ବିଦେଶୀ ନାଗରିକମାନଙ୍କୁ ସେମାନଙ୍କର ପାସପୋର୍ଟ ନମ୍ବର, ଜାତୀୟତା, ଭାରତ ଆସିବାର କାରଣ, ଭାରତରେ ରହିବା ସ୍ଥାନ ଏବଂ ମୋବାଇଲ୍ ନମ୍ବର ପଞ୍ଜୀକୃତ…

Read More

ଟ୍ରଫି ବିବାଦ ମଧ୍ୟରେ ଏସୀୟ କ୍ରିକେଟ ପରିଷଦ (ACC) ଏକ ବୈଠକ କରିଥିଲା। ACC ମୁଖ୍ୟ ମୋହସିନ ନକଭିଙ୍କୁ ଭର୍ତ୍ସନା କରିଥିଲା BCCI। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନକଭିଙ୍କୁ ଭର୍ତ୍ସନା କରିଥିଲେ। ତାଙ୍କୁ କ୍ଷମା ମାଗିବାକୁ ଏବଂ ଟ୍ରଫି ଫେରାଇବାକୁ ବାଧ୍ୟ କରିଥିଲେ। ଫାଇନାଲରେ ଭାରତ ଜିତିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିନଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଖେଳାଳି ପୂର୍ବରୁ ସ୍ପଷ୍ଟ କରିଥିଲେ କି, ନକଭୀଙ୍କ ଠାରୁ ଟ୍ରଫି ସ୍ବୀକାର କରିବେ ନାହିଁ ଆଉ ଟ୍ରଫି ଏମିରେଟସ କ୍ରିକେଟ ବୋର୍ଡର ଭାଇସ ଚେୟାରମ୍ୟାନଙ୍କ ହାତରୁ ନେବାକୁ ଦାବି କରିଥିଲା । କିନ୍ତୁ ନକଭୀ ଭାରତୀୟ ଟିମର ଏଭଳି ସର୍ତ୍ତକୁ ମାନିନଥିଲା । ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ ଜିତିବା ପରେ ୧ ଘଣ୍ଟା ପଡିଆରେ ଅପେକ୍ଷା କରିଥିଲେ । ଭାରତୀୟ ଖେଳାଳିଙ୍କ…

Read More

କଟକରେ ଲଘୁଚାପ ଜନିତ ବର୍ଷା ଓ ପବନରେ ଭାଙ୍ଗିଲା କଲେଜ ଛକ ଲାଇଟ ଗେଟ ।ଫଳରେ ରାଣୀହାଟରୁ କଲେଜ ଛକ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର ଓ ପ୍ରଶାସନର ସଠିକ ଅନୁଧ୍ୟାନର ଅଭାବ ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ସହରରେ ।ଯେଉଁସବୁ ଗେଟ ନିର୍ମାଣ ହେବ ତାହାର ପର୍ଯ୍ୟାୟ କ୍ରମେ ଅନୁଧ୍ୟାନ କରିବାର ଥିଲା । ଟେକନିକାଲ ଟିମ ଏଥିପାଇଁ ଗଠନ କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ସେହି କମିଟି ତାର ଅନୁଧ୍ୟାନ କରି ନାହିଁ । ଅନ୍ୟ ପଟରେ ବାଉଁଶ ଗେଟରେ କେବଳ ଲାଇଟ ସାଜସଜ୍ଜା ନ ରହି ବଡ଼ ବଡ଼ ହୋଡ଼ିଂ ଲାଗିଛି । ଯାହାକି କଟକ ସହରର ତୋରଣ ଭାଙ୍ଗିବାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପେଟ ପୂର୍ବ ବର୍ଷ ପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ…

Read More