Author: sanitelevision

କଟକ ଜିଲାର ଚୌଦ୍ବାର ଜେଲ୍‌ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍‌ର ସେଲ୍‌ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁନା ଚୋରି ଓ ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ । ଫେରାର କଏଦୀଙ୍କୁ ଧରିବା ପାଇଁ କଟକ ଜୋନ-୧ ଏସିପି ଓ ଚୌଦ୍ୱାର ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସୂଚନା ମୁତାବକ, ଉଭୟ କଏଦୀ ଜେଲ୍‌ର ସେଲ୍‌ରେ ଥିବା ଲୁହା ରଡ଼କୁ କାଟି ପଳାୟନ କରିଥିବା ଜଣାପଡ଼ିଛି।

Read More

ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି । ସହୀଦ ନଗର ,ନୟାପଲ୍ଲୀ , ଚନ୍ଦ୍ରଶେଖରପୁର ଓ ଓଲ୍ଡ ଟାଉନ ଚାରୋଟି ସ୍ଥାନରେ ହେବ ସହରରେ ଭସାଣି ଉତ୍ସବ । ଏଥିପାଇ ୪ଟି ଭସାଣି ଉତ୍ସବ କମିଟି ପାଇଁ ଅନୁମତି ଦେଇଛି କମିଶନରେଟ ପୋଲିସ । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ ଉପରେ ଧ୍ୟାନ ଦିଆଯାଇଛି ।ସହୀଦ ନଗର ଭସାଣି ପାଇଁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯ୍ୟନ୍ତ କୋଣସି ଯାନବାହାନ ଚଳାଚଳ କରିବ ନାହିଁ । ସେହିପରି ନୟାପଲ୍ଲୀ ପାଇଁ ସିଆରପି ଠାରୁ ଡିଏଭି ପର୍ଯ୍ୟନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ‌…

Read More

ଧରାପୃଷ୍ଠରୁ ବିଦାୟ ନେବେ ମା’ ଦଶଭୂଜା ଦୁର୍ଗା । ୪ ଦିନ ମଣ୍ଡପରେ ଦର୍ଶନ ଦେବା ପରେ ଆଜି ମେଲାଣି ନେବେ । ଆଜି ଭସାଣ ଉତ୍ସବ । କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ । ଏ ନେଇ କଟକ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ସକାଳ ୮ ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯାଇଛି । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ ।ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ । ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଭସାଣୀ ରୁଟରେ ନଜର ରଖିବ…

Read More

ମହିଳା ବିଶ୍ୱକପ୍ ୨୦୨୫ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହିଳା ବିଶ୍ୱକପ୍ ମ୍ୟାଚ୍‌ରେ ହାତ ମିଳାଇବ କି ନାହିଁ ସେ ବିଷୟରେ ନୀରବତା ଭାଙ୍ଗିଛନ୍ତି BCCI ସଚିବ ଦେବଜିତ ସାଇକିଆ । BCCI ସଚିବ ଦେବଜିତ ସାଇକିଆ ବିବିସି ଷ୍ଟମ୍ପଡକୁ କହିଛନ୍ତି ଯେ, ସେ ପୂର୍ବରୁ କୌଣସି ପୂର୍ବାନୁମାନ କରିପାରିବେ ନାହିଁ । ତଥାପି ସେ ଆଶ୍ବାସନା ଦେଇଛନ୍ତି । କିନ୍ତୁ ଭାରତ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ହାତ ମିଳାଇବାକୁ ଆଶା ନ କରିବାକୁ ମଧ୍ୟ କହିଛନ୍ତି । ଏବେ ସମସ୍ତଙ୍କ ନଜର ମହିଳା ବିଶ୍ୱକପ୍ ଉପରେ ରହିଛି । ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଆଗାମୀ ମ୍ୟାଚରେ କ’ଣ ହେବ ତାହା ଦେଖିବାକୁ ବାକି ରହିଲା ।ସୂଚନାନୁଯାୟୀ, BCCIର ସଚିବ ଦେବଜିତ ସାଇକିଆ ଏନେଇ କୌଣସି ପ୍ରତିଶ୍ରୁତି ଦେଇନଥିଲେ । ରବିବାର ଦିନ ହେବାକୁ ଥିବା ମହିଳା…

Read More

ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର l 1972 ମସିହା ମାର୍ଚ୍ଚ 23ରେ ତତ୍କାଳୀନ ଉତ୍ତରାଞ୍ଚଳ ଆରଡ଼ିସି ରବୀନ୍ଦ୍ର ନାଥ ମହାନ୍ତି ଏହି ମନ୍ଦିର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ 11-04-1974ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଏହାର ଉଦଘାଟନ କରିଥିଲେ l ସେହିଦିନ ଠାରୁ ମହାତ୍ମା ଗାନ୍ଧୀଙ୍କୁ ଏଠି ପୂଜା କରାଯାଉଛି l ଏହି ମନ୍ଦିରରେ 3.5 ଫୁଟ ଉଚ୍ଚତାର ଗାନ୍ଧିଜୀଙ୍କ ଏକ ବ୍ରୋଞ୍ଜ ନିର୍ମିତ ମୂର୍ତ୍ତି ରହିଛି lମନ୍ଦିର ଭିତରେ ରହିଛି ବାପୁଜୀଙ୍କ ଭବ୍ୟ ପ୍ରତିମା ଯେଉଁଠି ପ୍ରତ୍ୟେକ ଦିନ ଗାନ୍ଧିଜୀଙ୍କୁ ହିଁ ପୂଜା କରାଯାଏ l ମନ୍ଦିର ସମ୍ମୁଖରେ ରହିଛି ଅଶୋକ ସ୍ତମ୍ଭ ଓ ମନ୍ଦିର ମୁଖ୍ୟ ଦ୍ଵାର ଉପର ଭାଗରେ ଶୋଭା ପାଉଛନ୍ତି ତ୍ରିରଙ୍ଗା ସହ ଭାରତ ମାତା l ମନ୍ଦିର ଭିତରେ ମୁଖ୍ୟ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଥିବା ବେଳେ,…

Read More

ଓଡ଼ିଶା ବିଧାନସଭା ପରିସରରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ସାମିଲ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ନୀତି, ଆଦର୍ଶ ଏବଂ ଅବଦାନକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଥିଲେ।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ସତ୍ୟ ଓ ଅହିଂସାର ପ୍ରତୀକ ‘ମହାତ୍ମା ଗାନ୍ଧୀ’ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ତାଙ୍କ ପ୍ରଦର୍ଶିତ ସ୍ୱଦେଶୀ ଓ ଆତ୍ମନିର୍ଭରତାର ମାର୍ଗ ଆଜି ବିକଶିତ ଭାରତର ମୂଳମନ୍ତ୍ର ସାଜିଛି। ତାଙ୍କ ଆଦର୍ଶ ସର୍ବଦା ଆମ ପାଇଁ ପ୍ରେରଣା ହୋଇ ରହିବ ।

Read More

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ରହିଛି । କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ମାସରେ ଭାରତ ଗସ୍ତ କରିବେ । ରୁଷ ରାଷ୍ଟ୍ରପତି ଶେଷ ଥର ପାଇଁ ୨୦୨୧ ମସିହାରେ ନୂଆଦିଲ୍ଲୀ ଗସ୍ତ କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରୁଷଠୁ ତେଲ କିଣିବା ପାଇଁ ଭାରତ ଉପରେ କଡ଼ା ଟାରିଫ ଲଗାଇଛି । ଏହି ଉଚ୍ଚସ୍ତରୀୟ ଗସ୍ତ ପ୍ରଥମେ…

Read More

ପଦ୍ମଶ୍ରୀ କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କର ୧୦୮ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍ ଗୋବିନ୍ଦପୁରସ୍ଥିତ ବାସଭବନରେ ସକାଳ ପ୍ରାୟ ୬ଟା ୪୦ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ରାଜ୍ୟର ଲୋକପ୍ରିୟ ଲୋକନୃତ୍ୟ କୃଷ୍ଣ ଲୀଳାର ଗାୟକ ଭାବେ ଗୋପୀନାଥ ସ୍ବାଇଁ ନଅ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ ଜାରି ରଖିଥିଲେ।ସେ ତାଙ୍କ ମାମୁଁଙ୍କଠାରୁ ୧୦ ବର୍ଷ ବୟସରେ କୃଷ୍ଣଲୀଳା ଶିଖିବା ଆରମ୍ଭ କରିଥିଲେ। ସେ ଗାଁରେ ଏକ ପାରମ୍ପରିକ ନୃତ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ଗାଁର ଯୁବବର୍ଗମାନଙ୍କୁ ତାଙ୍କର ଜ୍ଞାନ ପ୍ରଦାନ କରିବା ଜାରି ରଖିଥିଲେ।କୃଷ୍ଣ ଲୀଳାର ସୁରକ୍ଷା ତଥା ପ୍ରଚାର ଏବଂ ପ୍ରସାର ପାଇଁ ତାଙ୍କର ଜୀବନବ୍ୟାପୀ ଅପାର ଅବଦାନ ଲାଗି, ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ୨୦୨୪ରେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ସରକାର ତାଙ୍କୁ ୨୦୧୯ରେ ପୀଠ…

Read More

ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପୁରୀ ଠାରୁ ୩ ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଅବପାତ। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୦ କିମି ବେଗରେ ବଢ଼ୁଛି ଅବପାତ । ତେବେ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଭଦ୍ରକ, ନୟାଗଡ଼, କଟକ ଓ ଖୋର୍ଦ୍ଧା । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି…

Read More

ଆଜି ହେଉଛି ପବିତ୍ର ବିଜୟାଦଶମୀ ପର୍ବ। ପୀଠରୁ ପୂଜା ମଣ୍ଡପ ସବୁଠି ଚାଲିଛି ମାଙ୍କ ବିଜୟା ଦଶମୀ ଦଶହରା ପର୍ବ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ୍ ରାଜେଶ୍ୱରୀ ବେଶ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ଅନୁଷ୍ଠିତ ହେବ ସୁନାବେଶ।ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହେଉଛି। ଅନ୍ୟପଟେ ପରମ୍ପରା ମୁତାବକ କାକୁଡିଖାଇଙ୍କୁ ଆଜି ବିସର୍ଜନ କରାଯିବ ।

Read More