Author: sanitelevision

ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ଅନେକ ଗୁରୁତ୍ବପୂର୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏପଟେ ଦିନେ ଦୁଇ ଦିନ ଭିତରେ ପୁଣି ଦିଲ୍ଲୀ ଗସ୍ତରେ ଯିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଦିଲ୍ଲୀ ଯିବା ପୂର୍ବରୁ ନୂଆପଡ଼ା ଉପନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ ସେନେଇ ହିଣ୍ଟ୍ ସ୍ ଦେଇଛନ୍ତି । ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ମନମୋହନ। ଅନ୍ୟପଟେ ଦିଲ୍ଲୀରେ ମଝିରେ ମଝିରେ ବୈଠକ ହୁଏ। ସେଥିପାଇଁ ଦିଲ୍ଲୀ ଯାଉଛୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି।

Read More

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ସିଧାସଳଖ ସହାୟତା ପ୍ରଦାନ କରାଯାଏ।ନିକଟରେ କେନ୍ଦ୍ର ସରକାର ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୭ ଲକ୍ଷରୁ ଅଧିକ ବନ୍ୟା ପ୍ରଭାବିତ ଚାଷୀଙ୍କ ଆକାଉଣ୍ଟରେ ୨୧ ତମ କିସ୍ତି ଜାରି କରିଛନ୍ତି। ଅବଶିଷ୍ଟ ଚାଷୀମାନେ ୨୧ ତମ କିସ୍ତିର ଲାଭ କେବେ ପାଇବେ? ସାରା ଦେଶର ଲକ୍ଷ ଲକ୍ଷ ଚାଷୀ ଏହି ପ୍ରଶ୍ନ ପଚାରିଛନ୍ତି।ରିପୋର୍ଟ ଅନୁସାରେ, ଭାରତ ସରକାର ଦୀପାବଳି ପରେ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିପାରନ୍ତି। ତଥାପି, ସରକାର ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ପାଇଁ ତାରିଖ ଘୋଷଣା କରିନାହାଁନ୍ତି।

Read More

ପୋଲିସ SI ପରୀକ୍ଷା ମହାଘୋଟାଲାରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ ସାର୍ଟିଫିକେଟ ନେଇଯାଇଥିଲେ। ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ; କୋଟି କୋଟି ଟଙ୍କାର ଡିଲ ହୋଇଥିଲା। ତେବେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ ସୁରେଶ ନାୟକ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ନାୟକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି ଫେରାର୍‌ ହୋଇଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଉଭୟଙ୍କର ମୋବାଇଲ ସୁଇଚ୍‌ ଅଫ୍‌ ଥିବା ସୂଚନା ମିଳିଛି।

Read More

କଡ଼ା ସୁରକ୍ଷା ଭେଦି କେମିତି ଖସିଗଲେ କଏଦୀ ? ଅଭିଯୁକ୍ତ ଫେରାର୍ ପଛରେ କିଏ ଅଛି ? ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍‌ରୁ ଦୁଇ କଏଦୀ ଚମ୍ପଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି ।ଜେଲ୍‌ରୁ କଏଦୀ ଚମ୍ପଟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସ ବିଭାଗ ଏବଂ ଜେଲ୍‌ ବିଭାଗ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି। ଜେଲ ଡିଜି, ଡିଆଇଜି ସେଣ୍ଟ୍ରାଲକୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏହି କାମରେ ତତ୍ପରତା ଦେଖାଇଛି। ଖୁବ ଶୀଘ୍ର ଦୁଇ ଅଭିଯୁକ୍ତ ଧରାପଡିବେ।ଏହା ସହ ଘଟଣାରେ ସଂମ୍ପୃକ୍ତ ଏବଂ ଦାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ବି ହେବ। ତେବେ ଫେରାର୍ କଏଦୀଙ୍କୁ ଚିହ୍ନଟ କରି ଧରାଇ ଦେଲେ ପୁରସ୍କାର ଘୋଷଣା କରିଛି କମିଶନରେଟ୍…

Read More

ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ସୁବିଧା ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ପୁରୀରେ ଏକ ଡିଜିଟାଲ ଲାଇବ୍ରେରି ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅନନ୍ୟ ପଦକ୍ଷେପ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରାଯିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେହିପରି ମୁଖ୍ୟ ପ୍ରଶାସକ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ପ୍ରବେଶ ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରିବାକୁ ଯାଉଛି । ଏହି ଅନନ୍ୟ ପଦକ୍ଷେପ ଶ୍ରୀ ଜଗନ୍ନାଥ…

Read More

କଟକ ଚୌଦ୍ୱାର ଜେଲରୁ ୨ କଏଦୀ ଚମ୍ପଟ ଘଟଣାରେ ୨ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ ୱାର୍ଡର ସସପେଣ୍ଡ ହୋଇଛନ୍ତି । ଉଭୟେ କଏଦୀ ଅଲଗା ଅଲଗା ସେଲରେ ଥିଲେ । ଆଲିରେ ରଡ କାଟି ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ ବିହାରର ୨ କଏଦୀ ଚୌଦ୍ଵାର ଜେଲ୍‌ର ସ୍ପେଶାଲ୍ ସେଲ୍‌ରେ ଥିବାବେଳେ ଚମ୍ପଟ ମାରିଛନ୍ତି । ସ୍ପେଶାଲ୍ ସେଲ୍‌ରେ ଥିବା ବେଳେ ସେଲ୍ କାଟି ବାଉଁଶ ସହାୟତାରେ ଉଭୟ କଏଦୀ ଫେରାର୍ ହୋଇଥିବା ଜଣାପଡ଼ିଛି ।୮ ମାସ ତଳେ ଯାଜପୁର ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ଓ ହତ୍ୟା ମାମଲାରେ ଦୁଇ ଜଣ ଚୌଦ୍ଵାର ଜେଲ୍‌ରେ ସଜା କାଟୁଥିଲେ । ଚମ୍ପଟ ଦୁଇ କଏଦୀ…

Read More

ଭୁବନେଶ୍ୱରରେ ରାବଣ ପୋଡି ବେଳେ ୧୫୦ରୁ ଅଧିକ ମୋବାଇଲ ଲୁଟ। ବରମୁଣ୍ଡା ପଡିଆରେ ମାତିଥିଲେ ଲୁଟେରା । ଏପଟେ ବାଣଫୁଟା ଚାଲିଥିବା ବେଳେ ପକେଟରୁ ମୋବାଇଲ ଗାୟବ ହୋଇଯାଉଥିଲା।ବରମୁଣ୍ଡା ଦଶହରା ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟରେ ଏହି ଚୋରିର ଘଟଣା ଘଟିଥିବା ଜଣାପଡ଼ିଛି। ଉତ୍ସବର ଉତ୍ତେଜନା ଓ ଭିଡ଼ର ସୁଯୋଗ ନେଇ ଚୋରମାନେ ଅନେକ ଦର୍ଶକଙ୍କ ମୋବାଇଲ୍‌ ଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୋଗକାରୀମାନେ ଖଣ୍ଡଗିରି ଥାନାରେ ଭିଡ଼ ଜମାଇ ନିଜ ନିଜର ମୋବାଇଲ୍‌ ଚୋରି ସମ୍ପର୍କରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରି ମାମଲା ରୁଜୁ କରିଛି।ଆନ୍ତଃରାଜ୍ୟ ଗ୍ୟାଙ୍ଗ ଲୁଟ ପାଟ କରିଥିବା ସନ୍ଦେହ କରାଯାଉଛି।କେବଳ ବରମୁଣ୍ଡା ପଡିଆରୁ ଏତେ ପରିମାଣରେ ମୋବାଇଲ ଲୁଟ ହୋଇଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ ଏହି ଲୁଟେରା ଗ୍ୟାଙ୍ଗ ଲୁଟ ପାଟ କରୁଥିବା ସନ୍ଦେହ କରୁଛି ପୋଲିସ ।ଚଳିତ…

Read More

ପଞ୍ଜାବର ଗୁର୍ଦାସପୁର ଜିଲାରେ ଏକ ବୋହୁ ତାଙ୍କ ବୃଦ୍ଧ ଶାଶୁଙ୍କୁ ପୁଅଙ୍କ ସାମ୍ନାରେ ପିଟିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ପରିବାର ସଦସ୍ୟମାନଙ୍କ ଦ୍ୱାରା ଥାନାରେ ଅଭିଯୋଗ ରୁଜୁ କରାଯାଇଛି। ପଞ୍ଜାବ ମହିଳା ଆୟୋଗ ଏହି ଘଟଣାରେ ନିଜ ଆଡୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଗୁର୍ଦାସପୁରର ସିନିୟର୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ (ଏସ୍‌ଏସ୍‌ପି)ଙ୍କୁ ଚିଠି ଲେଖିଛନ୍ତି। ଆୟୋଗ ଏକ ଉଚ୍ଚପଦସ୍ଥ ପୋଲିସ୍ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଛନ୍ତି ଏବଂ ୨ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ୍ ମାଗିଛନ୍ତି। ଏହା ପରିବାରିକ ହିଂସା ଓ ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ଆଇନୀ ବ୍ୟବସ୍ଥାର ଗୁରୁତ୍ୱକୁ ଆହୁରି ସ୍ପଷ୍ଟ କରୁଛି। ସୂଚନାମୁତାବକ ପଞ୍ଜାବର ଗୁର୍ଦାସପୁର ଜିଲାରେ ଏକ ବୋହୁ ତାଙ୍କ ବୃଦ୍ଧ ଶାଶୁଙ୍କୁ ପୁଅଙ୍କ ସାମ୍ନାରେ ମାରୁଛନ୍ତି |ପୀଡ଼ିତ ଶାଶୁଙ୍କ ନାମ ଗୁରବଚନ କୌର (୭୫), ଯିଏ କହିଛନ୍ତି, ତାଙ୍କ ବୋହୁ ହରଜିତ କୌର…

Read More

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ।ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।ଏହି ବେଶରେ ଫୁଲ ନିର୍ମିତ ଗୁଣା,…

Read More

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର NIELIT ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ (NDU) ପ୍ଲାଟଫର୍ମର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କୁ AI, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଆଦି ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚମାନର ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବ। ଏହା ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସୁସଜ୍ଜିତ କରିବା ପାଇଁ ନମନୀୟ ଡିଜିଟାଲ୍ ଶିକ୍ଷାଦାନ ଧାରା ଏବଂ ଭର୍ଚୁଆଲ୍ ଲ୍ୟାବ ପ୍ରଦାନ କରିବ।କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଓଡ଼ିଶାର ବାଲେଶ୍ୱର ସମେତ ମୁଜାଫରପୁର (ବିହାର), ତିରୁପତି (ଆନ୍ଧ୍ରପ୍ରଦେଶ), ଦାମନ (ଦାଦ୍ରା ଏବଂ ନଗର ହାବେଳୀ ଏବଂ ଦାମନ ଏବଂ ଦିଉ), ଏବଂ ଲୁଙ୍ଗଲେଇ (ମିଜୋରାମ)ରେ ପାଞ୍ଚଟି ନୂତନ ଏନଆଇଇଏଲଆଇଟି କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ନୂତନ କେନ୍ଦ୍ରଗୁଡ଼ିକର ଯୋଡି ହେବା ସହିତ ଏନଆଇଇଏଲଆଇଟି ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ…

Read More