Author: sanitelevision

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଚିତ୍ତ ରଞ୍ଜନ ଦାସ । କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଯାଉଥିବା ବେଳେ ମଝି ରାସ୍ତାରେ ଗାଡ଼ି ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇଥିଲା। ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ । ପରେ ଅନ୍ୟ ଏକ ଗାଡ଼ିରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କୁ ଭବାନୀପାଟଣା ପଠାଯିବା ସହିତ ଗାଡ଼ିରେ ନୂତନ ଟାୟାର ଲଗାଯାଇଥିଲା । ଜାତୀୟ ରାଜପଥର ଅନେକ ସ୍ଥାନରେ ଗାଢ଼ ଥିବା ସତ୍ବେ ଏହାକୁ ମରାମତି କରାଯାଉନଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା କୁହାଯାଉଛି ।

Read More

ମଞ୍ଚରେ ଅଭିନୟ କରୁ ଥିବା ବେଳେ ଟଳିପଡ଼ିଲେ ଅଭିନେତା । ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମଞ୍ଚରେ ଅଭିନୟ ବେଳେ ଲୁହରେ ଭସାଇ ଆରପାରିକୁ ଚାଲିଗଲେ ଅଭିନେତା ଦେବକାନ୍ତ ମିଶ୍ର । ଜଗତସିଂହପୁର ସଦର ବ୍ଲକ ଦାସକୁଦରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନାମୁତାବକ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମାନଗୋବିନ୍ଦ ଚରିତ୍ରରେ ନିଖୁଣ ଅଭିନୟ କରୁଥିଲେ । ଦର୍ଶକମାନେ ନାଟକ ଭିତରେ ମଜି ଯାଇଥିଲେ । ହଠାତ୍ ମଞ୍ଚ ଉପରେ ଟଳିପଡ଼ିଥିଲେ ଅଭିନେତା ଦେବକାନ୍ତ ମିଶ୍ର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Read More

ଭୁସ୍ଖଳନ ରୋକିବାକୁ ମାଷ୍ଟର ପ୍ଲାନ ଆଣିବେ ରାଜ୍ୟ ସରକାର ।ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାହାଡ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ । ପଥର ଖସି ଯେଭଳି କାହାର ମୃତ୍ୟୁ ନହୁଏ ପ୍ରାଥମିକତା ଦିଆଯିବ । ତେବେ ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ । ବିପର୍ଯ୍ୟୟ ଆସିଲେ ସଂସ୍ଥା ଗୁଡିକ ପ୍ରଭାବିତ ହେବ । ଭୁବନେଶ୍ୱରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ସରିଛି । ୨୦୦ କୋଟି ଟଙ୍କାରେ ଦୁଇ…

Read More

ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍‌ ଖାଇ ୯ ଜଣ ଶିଶୁଙ୍କ ମୃତ୍ୟୁପରେ, ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସାରା ରାଜ୍ୟରେ Coldrif କଫ ସିରପ ବିକ୍ରୟ ଉପରେ ନିଷେଧ କରିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟକୁ ଚକିତ କରିଛି। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସିରପ ଏବଂ ଏହାର ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି।ତେବେ ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ଡିଜିଏଚଏସ୍ କହିଛି ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କୁ କଫ୍ ସିରପ୍ ସେବନ ପାଇଁ ସୁପାରିଶ କରାଯାଏ ନାହିଁ । କେବଳ ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ୍ ସିରପ୍ ଦିଆଯାଇଥାଏ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀ କୁହାଯାଇଛି ଯେ ପିଲାମାନଙ୍କ କାଶ ବିନା ଔଷଧ ଠିକ ହୋଇଯାଏ…

Read More

ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍‌ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ପାଣି ଗୋଳିଆ ଦେଖାଯାଉଥିବା ବେଳେ ଜେଲିଫିସ୍‌ ଗୁଡ଼ିକ ମରି ସମୁଦ୍ର କୂଳରେ ଲାଗିଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ଜୁଆରରେ ଜେଲି ଫିସ୍ ଭାସି ଆସିଛନ୍ତି । ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲାଇଫ ଗାର୍ଡ଼ମାନେ ସମୁଦ୍ରକୁ ନଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରୁଛନ୍ତି । ଏବେ ସୁଦ୍ଧା ମୌସୁମୀ ଅଗ୍ରସରଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି ।

Read More

ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ତନାଘନା ଜୋର ଧରିଛି । ଘଟଣାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲ ମୋଟ ୧୧୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ ଗୋଟିଏ ପରେ ଗୋଟିଏ ଖିଅ ମିଳିବାରେ ଲାଗିଛି । ଘଟଣାରେ ୭ ଜଣଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏସଆଇ ପରୀକ୍ଷା କେଳେଙ୍କାରୀର ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆଙ୍କୁ ଦାୟିତ୍ୱ ଦିଆଯାଇଛି ।ଦୁର୍ନୀତି ପଛରେ ଦୁଇ କାର୍ପଟଦାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ଓ ଅନ୍ୟ ଜଣେ ମୁନା…

Read More

୨୪ ଘଣ୍ଟା ପରେ ବି ଚୌଦ୍ୱାର ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କ ମିଳିନି ଟେର। ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏଥିରେ ବଛାବଛା ପୋଲିସ ଅଧିକାରୀ ଅଛନ୍ତି ।। ଚୌଦ୍ବାର ଜେଲ ରୋଡ଼ରୁ ଚାରିବାଟିଆ ରାସ୍ତାରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ଚେକ କରାଯାଉଛି । ବିଭିନ୍ନ ରେଳଷ୍ଟେସନ, ଚାରିବାଟିଆ, ନିର୍ଗୁଣ୍ଡି, ଟାଙ୍ଗୀ, କଟକ ସହ ଅନେ ସ୍ଥାନରେ ରାତି ସାରା ଚେକିଂ ହୋଇଛି। ବିଭିନ୍ନ ଛକ ସ୍ଥାନ ଓ ଚୌଦ୍ୱାର ହାଉସିଂ ବୋର୍ଡ ଅଂଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସୂଚନାମୁତାବକ ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ ।…

Read More

ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି ସେବା ଉପଲବ୍ଧ ହେବ।୧୯୦୨୧ ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୫ ଅକ୍ଟୋବରରେ ସକାଳ ୭:୧୦ ରେ ଉଧନାରୁ ଛାଡିବ ଏବଂ ପରଦିନ ଅପରାହ୍ନ ୧:୫୫ ରେ ବ୍ରହ୍ମପୁରରେ ପହଞ୍ଚିବ। ସେହିପରି ସେଠାରୁ ଫେରିବା ସମୟରେ ୧୯୦୨୨ ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ୬ ଅକ୍ଟୋବରରେ ରାତି ୧୧.୪୫ ରେ ବ୍ରହ୍ମପୁରରୁ ଛାଡି ପରଦିନ ୮.୪୫ ରେ ଉଧନାରେ ପହଞ୍ଚିବ। ଏହି ସମୟରେ ଟ୍ରେନଟି ପଲାସା, ବିଜୟନଗରମ, ରାୟଗଡା, ଟିଟଲାଗଡ଼, ରାୟପୁର, ନାଗପୁର, ଭୁସାଭଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନଗୁଡ଼ିକରେ ଅଟକିବ।

Read More

ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନା ମୂଲ୍ୟ ହଠାତ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର, 2025 ରେ ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୮,୦୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧, ୦୮,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୮,୦୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧, ୦୮,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୫୧,୦୦୦ ଟଙ୍କା ହୋଇଛି ।

Read More

ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବିଜେପି ସହିତ ଜଡିତ ବୋଲି ବିଜୁ ଜନତା ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କରିଛି । ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିଙ୍କ କମ୍ପାନୀ ପଞ୍ଚସଫ୍ଟ ପରୀକ୍ଷା ପ୍ରକ୍ରିୟାରେ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ପେପର୍‌ ଲିକ ସମ୍ପର୍କିତ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟରେ ଶେଷ ୧୫ ମାସ ଭିତରେ ୧୬ ଥର ପେପର୍‌ ଲିକ ଘଟଣା ଘଟିଛି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଛି।। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଛାତ୍ର ସଭାନେତ୍ରୀ ଶ୍ରୀମତୀ ଇପ୍ସିତା ସାହୁ ଓ ଦଳର ମୁଖପାତ୍ର ଶ୍ରୀ ତୁମ୍ୱନାଥ ପଣ୍ଡା, ଏହି ଘଟଣାରେ ରାଜ୍ୟ ସରକାରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବିକୁ…

Read More