Author: sanitelevision

ଦୀର୍ଘ ୧୨ ଘଣ୍ଟାର ଅପରେସନ୍‌ ପରେ ଉଦ୍ଧାର ହେଲେ ପର୍ଯ୍ୟଟକ ଓ ଉଦ୍ଧାରକାରୀ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ରେ ଆତଙ୍କ ଖେଳାଇଥିବା ବାରହା କବଳରୁ ମୁକୁଳିଛନ୍ତି ୫ ପର୍ଯ୍ୟଟକ । ହିଂସ୍ର ବାର୍‌ହା ଭୟରେ ଗଛ ଉପରେ ଆଶ୍ରୟ ନେଇଥିଲେ ୫ ପର୍ଯ୍ୟଟକ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ପର୍ଯ୍ୟଟକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।ଘଟଣା ଅନୁଯାୟୀ, ୬ ଜଣ ପର୍ଯ୍ୟଟକ ବରୁଣେଇ ପାହାଡ଼ରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ହଠାତ୍ ଏକ ହିଂସ୍ର ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା। ଆତଙ୍କିତ ହୋଇ କେହି ଦୌଡ଼ି ପଳାଇଥିବା ବେଳେ ଅନ୍ୟମାନେ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢ଼ି ପଡ଼ିଥିଲେ। କିନ୍ତୁ ବାର୍‌ହା ଗଛ ତଳେ ଜଗି ବସିଥିବାରୁ ସେମାନେ ତଳକୁ ଓହ୍ଲାଇ ପାରିନଥିଲେ। ଖବର ପାଇ ପୋଲିସ, ବନ ବିଭାଗ ଓ ଅଗ୍ନିଶମ ବାହିନୀର…

Read More

ଚଳିତବର୍ଷ କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ ତାହାକୁ ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଭିନ୍ନ ତାରିଖ ଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସାଧାରଣତଃ କୁମାରପୂର୍ଣ୍ଣମୀ ଓ ଗଜଲକ୍ଷ୍ମୀ ପୂଜା ଗୋଟିଏ ଦିନରେ ପଡ଼ିଥାଏ। ମାତ୍ର ଏବର୍ଷ ପାଞ୍ଜିରେ କୁମାର ପୂର୍ଣ୍ଣମୀ ବା ଆଶ୍ବିନ ପୂର୍ଣ୍ଣମୀ ତିଥି ୬ ତାରିଖ ଅର୍ଥାତ୍‌ ସୋମବାର ମଧ୍ୟାହ୍ନ ୧୨ଟା ୨୪ ମିନିଟ୍‌ରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହୁଛି। ମାତ୍ର କ୍ୟାଲେଣ୍ଡରରେ ୭ ତାରିଖକୁ ପୂର୍ଣ୍ଣମୀ ଭାବେ ଦର୍ଶାଯାଇଛି ଏବଂ ସେହିଦିନ ସରକାରୀ ଛୁଟି ଘୋଷଣା ମଧ୍ୟ ହୋଇଛି। ତେବେ ଏହି ଦ୍ୱନ୍ଦ୍ୱ ଭିତରେ ସୋମବାର କୁମାର ପୂର୍ଣ୍ଣିମା ପାଳନ ଉପରେ ଜ୍ୟୋତିର୍ବିଦ୍‌ମାନେ ଗୁରୁତ୍ୱ ଦେଇଛନ୍ତି। ତେବେ ଆଜି କୁମାର ପୂର୍ଣ୍ଣିମା ଏବଂ ଏକ ମାସ ଧରି ଚାଲିଥିବା ଜହ୍ନି ଓଷାର ଶେଷ ଦିନ । କୁମାରୀ କନ୍ୟାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ…

Read More

ଦୁର୍ଗାପୂଜା ଭସାଣି ରାତିର ଗଣ୍ଡଗୋଳ, ଉତ୍ତେଜନାକୁ କେନ୍ଦ୍ର କରି ଅଶାନ୍ତ ହୋଇପଡିଛି କଟକ ସହର । ଦୁଇ ଦିନ ଧରି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ସହରରେ ଜଳିଥିଲା ନିଆଁ । ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।ଦରଘାବଜାର, ମଙ୍ଗଳାବାଗ, ଲାଲବାଗ, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମାଲଗୋଦାମ, ବାଦାମବାଡ଼ି, ସିଡିଏ ଫେଜ୍‌୨, ଜଗତ୍‌ପୁର, ବୟାଳିଶୀ ମୌଜା, ମର୍କତନଗର ଏବଂ ସଦର ଥାନା ଅଞ୍ଚଳରେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ…

Read More

କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା। ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି। ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ରବିବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। କଟକରେ ହିଂସା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ ଥାନା, ଲାଲବାଗ, ବିଡ଼ାନାସୀ , ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶ ମୌଜା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ।…

Read More

ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡି ସୁପ୍ରିମୋ ନବୀନ ଦୃଢ଼ ନିନ୍ଦା କରିଛନ୍ତି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ | ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ। ସେ ଆହୁରି କହିଛନ୍ତି ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ଆଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ ଅସହାୟ ମନେ ହେଉଛି। ବିଜେପି ସରକାରରେ ପୋଲିସ ଉପରେ ରହୁଥିବା ଚାପ ରାଜ୍ୟରେ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି।ପରସ୍ପର ମଧ୍ୟରେ ସଦଭାବନା ବଜାୟ ରଖୀବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ଏବଂ କର୍ଭବ୍ୟ ହେଉ ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ ବୋଲି ନବୀନ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି ।

Read More

କର୍ଣ୍ଣାଟକରୁ ଓଡ଼ିଶା ସହ ୪ରାଜ୍ୟକୁ ଆସିଥିଲା ଏହି କଫ ସିରଫ। ବରଗଡ଼ ଜିଲ୍ଲାକୁ ୧୩୦ଟି କଫ ସିରଫ ଆସିଥିଲା। ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠାଯାଇଛି । କୌଣସି ରିଟେଲର ପାଖାକୁ ଏହା ଯାଇନି। ରାଜ୍ୟବାସୀ ପ୍ୟାନିକ ହୁଅନ୍ତୁ ନାହିଁ ।ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତାମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇନାହିଁ । ଡାକ୍ତରଙ୍କ ପରାମର୍ଶ ନେଇ ଦେଇପାରିବେ । ବରଗଡ଼କୁ ଆସିଥିବା ୧୩୦ କଫ୍ ସିରପ୍ ଜବତ ପରେ ରାଜ୍ୟର ସମସ୍ତ ଡ୍ରଗିଷ୍ଟ, କେମିଷ୍ଟ ଆସୋସିଏସନ ଓ ରିଟେଲରଙ୍କୁ ଚେତବନୀ ଦେବା ସହ ସର୍କୁଲାର ଜାରି କରାଯାଇଛି । ଲୋକଲ ମ୍ୟାନୁଫେକଚର କମ୍ପାନୀଙ୍କ ସହ ବୈଠକ କରାଯାଇଛି । ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି ।ଏହାସହ ଟାକ୍ସ ଫୋର୍ସ ସହାୟତାରେ ଚଢାଉ ଜାରି ରହିଛି । ଆଗକୁ…

Read More

ଜରୁରୀ ବୈଠକ ପରେ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ । ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷାର୍ଥୀ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ସଠିକ୍ ସମୟରେ ସ୍ଵଚ୍ଛ ଭାବେ ପରୀକ୍ଷା କରାଯିବ ବୋଲି ସୁଶାନ୍ତ ନାଥ କହିଛନ୍ତି । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କ୍ରାଇମବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ତନାଘନା କଲାଣି । ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ…

Read More

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରତିବାଦ କରିବ ବିଜେଡି । ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ । ଆନ୍ଦୋଳନ ନେଇ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମିଳନୀ କହି ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର । ଗୃହ ସଚିବ ଆଉ ଓ ଓପିଆରବି ଅଧ୍ୟକ୍ଷ କାହିଁକି ତଦନ୍ତ ପରିସରକୁ ଆସୁ ନାହାନ୍ତି । ୩ଟି ସଂସ୍ଥାକୁ କାହିଁକି ପରୀକ୍ଷା ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ଏହାର ଜବାବ ସରକାର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।କେଉଁ ନିୟମ ଅନୁସାରେ ଆଉଟ ସୋର୍ସିଙ୍ଗ କରିବାକୁ ନିଷ୍ପତ୍ତି ହେଲା । କାହାର ଦସ୍ତଖତ ରହିଛି ଏହି ନିଷ୍ପତ୍ତି ପଛରେ ।…

Read More

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପ୍ରତିବାଦ କରିବ ବିଜେଡି । ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ପ୍ରତିବାଦ । ଆନ୍ଦୋଳନ ନେଇ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ସୂଚନା ଦେଇଛନ୍ତି ।ସାମ୍ବାଦିକ ସମ୍ମିଳନୀ କହି ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର । ଗୃହ ସଚିବ ଆଉ ଓ ଓପିଆରବି ଅଧ୍ୟକ୍ଷ କାହିଁକି ତଦନ୍ତ ପରିସରକୁ ଆସୁ ନାହାନ୍ତି । ୩ଟି ସଂସ୍ଥାକୁ କାହିଁକି ପରୀକ୍ଷା ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ଏହାର ଜବାବ ସରକାର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।କେଉଁ ନିୟମ ଅନୁସାରେ ଆଉଟ ସୋର୍ସିଙ୍ଗ କରିବାକୁ ନିଷ୍ପତ୍ତି ହେଲା । କାହାର ଦସ୍ତଖତ ରହିଛି ଏହି ନିଷ୍ପତ୍ତି ପଛରେ ।…

Read More

ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଟ୍ରକ୍ କ୍ୟାବିନ୍‌ରେ ଦୁଷ୍କର୍ମ । ବର୍ଷା ଓ ବିଜୁଳି ଦାଉରୁ ରକ୍ଷା ପାଇଁ ରାଜପଥ କଡ଼ରେ ଆଶ୍ରୟ ନେଉଥିବା ବେଳେ ଟ୍ରକ୍ ଡ୍ରାଇଭର ବଳପୂର୍ବକ ଉଠାଇ ନେଇ ଟ୍ରକ୍ ଭିତରେ ଦୁଷ୍କର୍ମ କରିଛି । ଅଭିଯୁକ୍ତ ଡ୍ରାଇଭର ଗିରଫ ହେବା ପରେ ଘଟଣା ସମ୍ପର୍କରେ ଜଣାଇଛି ପୋଲିସ| କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟାଉନ ପୋଲିସ । ଟ୍ରକ୍‌କୁ ଜବତ କରାଯାଇ ଭଦ୍ରକ ଟାଉନ ଥାନାରେ ରଖାଯାଇଛି। ଖବରମୁତାବକ, ଦିବ୍ୟାଙ୍ଗ ମହିଳାଙ୍କୁ ପୋଲିସ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ଅଞ୍ଚଳରୁ ଉଦ୍ଧାର କରିବା ପରେ ତାଙ୍କର ଚିକିତ୍ସା କରିଛି । ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ସ୍ବୀକାର କରିଥିବା ପୋଲିସ ପ୍ରେସ୍‌ନୋଟ୍‌ରେ ସ୍ପଷ୍ଟ କରିଛି । ଏହି ଅପହରଣ ଓ ଦୁଷ୍କର୍ମ ଘଟଣାରେ ବ୍ୟବହାର ହୋଇଥିବା ଟ୍ରକ୍‌କୁ ପୋଲିସ…

Read More