Author: sanitelevision

କଟକ ସହରକୁ ଫେରୁଛି ଶାନ୍ତି। ହଟିଲା କର୍ଫ୍ୟୁ କଟକଣା। ସହରରେ ଜୀବନଯାତ୍ରା ସ୍ଵାଭାବିକ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଥିଲା। ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା। ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ, ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ, ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଥିଲାଅବଧି ବୃଦ୍ଧି ନହେବାରୁ କଟକଣା ଉଠାଯାଇଛି। ତେବେ ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ। ତେବେ ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଗତକାଲି ବାଇକ ରାଲି ବାହାରିଥିଲା । ତେବେ ଏଥିପାଇଁ ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ ମୁହାଁମୁହିଁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା…

Read More

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE । ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ । ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ । ୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌। ସେହିପରି ୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଭରିପାରିବେ ।

Read More

ନୂଆପଡାରେ ୨ ଲକ୍ଷ ୪୮ ହଜାର ଭୋଟର । ନୂଆପଡା ଉପନିର୍ବାଚନ ନେଇ ସିଇଓ ଙ୍କ ସୂଚନା । ପୋଲିଂ ଷ୍ଟେସନ ସଂଖ୍ୟା ୩୫୮, ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ । ଆସନ୍ତା ୧୦ ତାରିଖ ଯାଏଁ ନାମ ଯୋଡି ପାରିବେ ଭୋଟର । ନୂଆପଡାର ସବୁ ବୁଥରେ ୱେବକାଷ୍ଟିଂ ହେବ । ତେବେ ଆସନ୍ତା ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ନଭେମ୍ବର ୧୪ ତାରିଖରେ ଭୋଟଗଣତି । ନୂଆପଡା ପାଇଁ ୧୩ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ପ୍ରାର୍ଥୀପ୍ରତ୍ୟାହାରର ଶେଷ ତାରିଖ ।

Read More

ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ।ଆସନ୍ତାକାଲି ସକାଳ ୧୦ଟା ଯାଏ ବନ୍ଦ ରହିବ କଟକ। ତେବେ ବନ୍ଦ ସତ୍ତ୍ବେ କଟକରେ ବସ୍ ଚଳାଚଳ ସ୍ବାଭାବିକ ରହିଛି।କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ସମସ୍ତ ସରକାରୀ ଅଫିସ ବି ଖୋଲା ରହିବା ସହ ଜରୁରୀ ସେବା ଜାରି ରହିଛି। ତେବେ ଗତକାଲି ବନ୍ଦ ସପକ୍ଷରେ ବାହାରିଥିଲା ବିଶାଳ ଶୋଭାଯାତ୍ରା। କିନ୍ତୁ ଏହି ସମୟରେ ବି ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଡିସିପିଙ୍କ ଉପରେ ପୁଣି ଆକ୍ରମଣ ହୋଇଥିଲା। ଗତକାଲି ଶୋଭାଯାତ୍ରା ବେଳେ ଦରଘା ବଜାର ନିକଟରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ ଠାରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା ଓ ଢେଲାପଥର ମାଡ଼ ହୋଇଥିଲା। ଏଥିରେ ଡିସିପି ଖିଲାରି ଋଷିକେଶଙ୍କ ସମେତ ୨୬ଜଣ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ଼ କରିବା ସହ ଟିୟର ଗ୍ୟାସ ବି ପ୍ରୟୋଗ କରିଛି। ସେହିପରି ୬୦ପ୍ଲାଟୁନ…

Read More

ନୋବେଲ୍ ପ୍ରାଇଜ୍-୨୦୨୫ ଘୋଷଣା । ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆମେରିକାର ସିଆଟଲ ସହରରେ ରହୁଥିବା ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବ୍ରୁଙ୍କୋ ଇନଷ୍ଟିଚ୍ୟୁଟ୍ ଅଫ୍ ସିଷ୍ଟମ୍ସ ବାୟୋଲୋଜିରେ କାମ କରୁଥିବା ବେଳେ ରାମସଡେଲ୍, ସୋନୋମା ବାୟୋଥେରାପିଉଟିକ୍ସ ସହିତ ଏବଂ ସାକାଗୁଚି ଜାପାନର ଓସାକା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ନୋବେଲ ପୁରସ୍କାରର ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି । ପାର୍ଶ୍ୱ ପ୍ରତିରକ୍ଷା ସହନଶୀଳତା ଉପରେ ବୈଜ୍ଞାନିକଙ୍କ କ୍ରାନ୍ତିକାରୀ ଗବେଷଣା ପାଇଁ ଏହି ପୁରସ୍କାର ପାଇଛନ୍ତି । ସରଳ ଭାଷାରେ ବୁଝିଲେ, ପାର୍ଶ୍ବ ପ୍ରତିରକ୍ଷା ସହନଶୀଳତା ହେଉଛି ଏକ ପ୍ରକ୍ରିୟା, ଯାହା ଆମର ପ୍ରତିରକ୍ଷା ପ୍ରଣାଳୀ ଶରୀରର ନିଜସ୍ବ ଟିସୁଗୁଡ଼ିକୁ ଆକ୍ରମଣ କରେ ନାହିଁ ବରଂ ସେମାନଙ୍କୁ ସ୍ବୟଂ ଭାବରେ ଚିହ୍ନତ…

Read More

ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଆସନ୍ତା ନଭେମ୍ବର ୧୧ ରେ ହେବ ନୂଆପଡା ଉପନିର୍ବାଚନ | ଘୋଷଣା କଲେ ନିବରଚନା କମିଶନ | ଏହା ସହ ବିହାର ବିଧାନସଭା ନିର୍ବାଚନ ହେବ। ଏଥର ୨ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ । ନଭେମ୍ବର ୬ ଏବଂ ୧୧ ତାରିଖରେ ମତଦାନ ହେବ ଏବଂ ନଭେମ୍ବର ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ୍ – ନଭେମ୍ବର ୬ ତାରିଖଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ – ନଭେମ୍ବର ୧୧ ତାରିଖବିହାର ନିର୍ବାଚନର ଫଳାଫଳ – ନଭେମ୍ବର ୧୪ ତାରିଖ

Read More

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କ ବଡ଼ ଘୋଷଣା । ପ୍ରଥମେ ଜିଲ୍ଲାକୁ ୧୧୦୧ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିବା ବେଳେ କୋମନା ଓ ସିନାପାଲିକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା (ଏନ୍‌ଏସ୍‌ସି )ତେବେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଉଦ୍‌ଘାଟନ ହୋଇଛି ମୁଖ୍ୟମନ୍ତ୍ରୀ । ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ହେବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି ଜାତୀୟ ନିର୍ବାଚନ କମିସନ । ତେବେ ନିର୍ବାଚନ ତାରିଖ ଏଯାଏଁ ଘୋଷଣା କରାଯାଇନି ।

Read More

କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସଦେବଦତ୍ତତ୍ତ ସିଂ । କହିଛନ୍ତି, ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ କରାଯାଇଛି । ୩ଟି ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି । ବିନା ଅନୁମତିରେ ଶୋଭାଯାତ୍ରା କାଢିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା , ପୋଲିସ ଉପରେ ଆକ୍ରମଣ ଭଳି ମାମଲା ହୋଇଛି । ଆଗକୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ କହିଛନ୍ତି କମିଶନରେଟ ପୋଲିସ । ଅନ୍ୟପଟେ କଟକ ଗଣ୍ଡଗୋଳକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ , ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । ପୁଲିସ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ…

Read More

ରାଜ୍ୟର ୧୪ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ଅନୁଗୁଳ, ଦେବଗଡ଼, ବରଗଡ଼, ଝାରୁସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ପୁରୀ ଏବଂ ଢେଙ୍କାନାଳ । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି ସହ ଝଟକା ପବନ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।ସେହିପରି ଅକ୍ଟୋବର ୭ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଭଳି…

Read More

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ ।ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ପ୍ରତିବାଦ କରିଛନ୍ତି । ସିବିଆଇ ତଦନ୍ତ ଦାବିରେ ଏକାଠି ହୋଇଛନ୍ତି ଶତାଧିକ ବିଜୁ ଯୁବ ଛାତ୍ର ନେତା ଓ କର୍ମୀ ହାତରେ ପ୍ଲା କାର୍ଡ ଧରି , ପୋଡାଜଳା କରିଛନ୍ତି । ସରକାର ଗାଦି ଛାଡ କହି ନାରାବାଜି କରି ଆନ୍ଦୋଳନ କରିଛନ୍ତି |ପୋଲିସ ଓ ଯୁବ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ଏନେଇ ପୋଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ଅନ୍ୟପଟେ ଦିନ ଗଡ଼ିବା ସହ ଫେକ୍ ଜବ ସିଣ୍ଡିକେଟର ଖୋଲୁଛି ଗୁମର। ଏସଆଇ ନିଯୁକ୍ତି ଘୋଟାଲାର ଚେର କୁଆଡ଼େ ଲମ୍ବିଛି ତାହାକୁ ନେଇ ଚାଲିଛି ଛାନବିନ। ରବିବାର ଭୁବନେଶ୍ବର ଲିଙ୍ଗରାଜ ଇନଫୋସଲ ଇନଷ୍ଟିଚ୍ୟୁଟରେ ରେଡ୍ ହୋଇଥିବାବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏଠାରେ ରାକେଟ ଚଲାଉଥିବା ଜଣାଯାଇଛି।…

Read More