ରାଜ୍ୟ ବାର୍ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛି ବାର୍ କାଉନସିଲ୍ । ତଦନ୍ତ ପାଇଁ SIT ଗଠନ କରିବାକୁ ଦାବି କରିଛି ।ନିରପେକ୍ଷ ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେବା ଉଚିତ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ତଦନ୍ତ ସମୟସୀମିତ ଭାବରେ ସମାପ୍ତ ହେଉ ଏବଂ ସମସ୍ତ ଅପରାଧୀ, ଷଢ଼ଯନ୍ତ୍ରକାରୀ ଓ ସହଯୋଗୀଙ୍କୁ ତତ୍କାଳ ଗିରଫ କରାଯାଉ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ୪୮ ଘଣ୍ଟା ମଧ୍ୟରେ ରାଜ୍ୟବ୍ୟାପୀ ସୁରକ୍ଷା ଏବଂ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ ପାଇଁ ଦାବି ହୋଇଛି । ଯାହା ଆଇନଜୀବୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ।ଘଟଣା ଅନୁସାରେ, ଦୁଇଜଣ ଅଜଣା ଯୁବକ ବ୍ରହ୍ମପୁରସ୍ଥିତ ତାଙ୍କ…
Author: sanitelevision
ଟ୍ରପ୍ ଲାଇନ୍ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି। ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ୨୦ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ବିଶୃଙ୍ଖଳାକୁ ନେଇ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସରକାରଙ୍କୁ କଡା ସମାଲୋଚନା କରି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ, ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ କଲେଣି। ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ। ଏହି ଖବର ସାଧାରଣ ଲୋକଙ୍କୁ ଭୟଭୀତ କରିଦେଇଛି। ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଘଟିଥିବା ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ସହ ଭାଇଚାରାର ସହର କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ…
ନଦୀକୁ ଶୌଚ ହେବା ପାଇଁ ଯିବା ବେଳେ ଟାଣିନେଲା କୁମ୍ଭୀର। ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର ମହିଳାଙ୍କୁ ଟାଣି ନେବା ପରେ ନଦୀକୂଳରେ ଲୋକଙ୍କ ଗହଳି ମଧ୍ୟ ଲାଗି ରହିଛି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଣ୍ଟିଆ ଗାଁର। ସୂଚନାମୁତାବକ ଶୁକଦେବ ମହଲାଙ୍କ ପତ୍ନୀ ସୌଦାମିନୀ ମହଲା ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେ ଶୌଚ ହେଲା ବେଳେ କୁମ୍ଭୀର ସୁବିଧା ଦେଖି ସୌଦାମିନୀଙ୍କୁ ଟାଣି ନେଇଥିଲା । ବଞ୍ଚିବା ପାଇଁ ସେ ଯେତେ ଚେଷ୍ଟା କଲେ ମଧ୍ୟ କୁମ୍ଭୀର କବଳରୁ ବର୍ତ୍ତି ପାରିନଥିଲେ । ସୌଦାମିନୀଙ୍କ ପାଟି ଶୁଣି ସମସ୍ତେ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ନଦୀ ଗର୍ଭରେ କୁମ୍ଭୀର ସୌଦାମିନୀଙ୍କ ମୃତ…
୨୫ତମ ରାଜଧାନୀ ପୁସ୍ତକ ମେଳା ନଭେମ୍ବର ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଶହୀଦ ନଗର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟର ୧୨ଟି ବିଭାଗ(ପ୍ରବନ୍ଧ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କାବ୍ୟ-କବିତା, ଅନୁବାଦ, ନାଟକ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗସାହିତ୍ୟ ଓ ଶିଶୁ ସାହିତ୍ୟରେ ୨୦୨୩ ଜାନୁଆରୀରୁ ୨୦୨୫ ନଭେମ୍ବର ମଧ୍ୟରେ ପ୍ରକାଶିତ ପୁସ୍ତକ ଗୁଡ଼ିକୁ ବିଚାରକୁ ନିଆଯାଇ ସର୍ବଶ୍ରେଷ୍ଠ ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯିବ । ଯେଉଁ ଲେଖିକ ଓ ପ୍ରକାଶକ ପୁସ୍ତକର ୩ଖଣ୍ଡ କପି ସହିତ ପୁସ୍ତକର ବିଭାଗ, ପ୍ରକାଶନ ବର୍ଷ ,ଲେଖକଙ୍କ ସଂକ୍ଷିପ୍ତ ପରିଚୟ ଓ ଯୋଗାଯୋଗ ଠିକଣା ସହ ଅକ୍ଟୋବର ୩୧ ସୁଦ୍ଧା ପଠାଇବାକୁ କୁହାଯାଇଛି ।
ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା । ୯ତାରିଖରେ ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳତା ଲୋକଙ୍କ ସାମ୍ନାକୁ ଆଣିବ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପଟେ ନୂଆପଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତିା କହିଛନ୍ତି, ୪୦ରୁ ୫୦ ହଜାର ଭୋଟରେ ଜିତିବ ବିଜେଡି । ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ଜିତିବେ । ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ସଭାପତି ଘୋଷଣା କରିବେ ।ନୂଆପଡାବାସୀ ଅନୁଭବ କରିଛନ୍ତି, ନୂଆପଡାର ବିକାଶ କେବଳ ବିଜେଡି ସରକାର କରିଛନ୍ତି। ଲୋକମାନେ ପୁଣି ବହୁ ଭୋଟରେ ବିଜେଡିକୁ ଜିତାଇବେ। ସରକାର ଯେତେବେଳେ ଭଲକାମ କରନ୍ତି, ଉପନିର୍ବାଚନ ସରକାରି ଦଳ ସପକ୍ଷରେ ଯାଏ। ଏମାନେ କିଛି ଭଲ କାମ କରି ନାହାନ୍ତି।
ହରସପଡାରୁ ସୁକଳ ଯାଉଥିବା ଆମ ବସରେ ଅଘଟଣ । ବିନ୍ଧନ ଛକଠାରେ ଜଣେ ଯୁବକ ବସରେ ଚଢି ବସିଥିବା ଯାତ୍ରୀମାନଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଆକ୍ରମଣକାରୀଙ୍କ ସମେତ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଣାସ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ତେବେ ଦିନ ଦିପହରେ ଏଭଳି ଘଟଣା କିଏ ଓ କାହିଁକି ଘଟାଇଲା ତାସ୍ର କାରଣ ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
ଆଇନଜୀବୀ ପୀତବାସ ପଣ୍ଡା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ । ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରାଯିବ। ସୂଚନାମୁତାବକ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପିତ୍ତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦୁଇ ଦୁର୍ବୃତ୍ତ ହଠାତ ଆସିଲେ ବାଇକରେ କିଛି ବୁଝିବା ଆଗରୁ କିଛି ଆଲୋଚନା କରିବା ଆଗରୁ ତତକ୍ଷଣାତ ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଯାହା ଗୋଟିଏ ଗୁଳି ପିତ୍ତବାସଙ୍କ ଛାତିକୁ ବାଜିଥିଲା । ଏବଂ ତାଙ୍କୁ ଯେତେବେଳେ…
ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଏଥିପାଇଁ ୧ ମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତ୍ତିକ ବ୍ରତ । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣୟ ହୋଇପଡିଛି। ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି, ହବିଷ୍ୟାଳୀ । ଏଠି ରହି ମାସସାରା ମହାପ୍ରଭୁଙ୍କ ଦର୍ଶନ କରି ହବିଷ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ କରିଛନ୍ତି କାର୍ତ୍ତିର ବ୍ରତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଦାମୋଦର ବେଶ ଦର୍ଶନ କରି ପାଳନ କରୁଛନ୍ତି ହବିଷ୍ୟ । ଏଥିପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଶ୍ରୀମନ୍ଦିରରେ ପ୍ରତିଦିନ ଭୋର ୪ ଟାରେ ଦ୍ୱାର ଫିଟାଯାଇ ମଙ୍ଗଳଆରତୀ ହେବା…
ରାଉରକେଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର । ରାଉରକେଲାରେ ବିଳମ୍ବିତ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ରଘୁନାଥପଲ୍ଲୀ ଥାନା ପଛ ରେଳଧାରଣାରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୀଡିତାଙ୍କ ସହ ଯୁବକଙ୍କ କଣ ସମ୍ପର୍କ ରହିଛି ନା ନାହିଁ କାହିଁକି ଏଭଳି କାଣ୍ଡ ଘଟାଇଲେ ସେନେଇ ପଚରାଉଚରା କରୁଛି ପୋଲିସ । ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।









