Author: sanitelevision

ନୂଆ ରୁପରେ ଝଲସିବ ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ ପୁରୀ ସ୍ଥିତ ବାସଭବନ। ଏଠାରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିରଳ ସ୍ମୃତି ଓ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ପାଇଁ, “ପଥେର ପୁରୀ”କୁ ପୁନରୁଦ୍ଧାର କରାଯାଇ ମହାନ କବିଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ସଂଗ୍ରହାଳୟ ଭାବେ ବିକଶିତ କରାଯିବ। ଏ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶା ସରକାର।ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଏଥିଲାଗି ଏହାକୁ ଏକ ମ୍ୟୁଜିଅମ୍ ରେ ପରିଣତ କରାଯିବ,” ବୋଲି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୈଠକ ଶେଷରେ ସୂଚନା ଦେଇଛନ୍ତି। ଏହା ହେଲେ ଏହି ଗୃହର ମର୍ଯ୍ୟାଦା ରହିବା ସଙ୍ଗେ ସଙ୍ଗେ ପର୍ଯ୍ୟଟକମାନେ ଅନେକ ଜ୍ଞାନ ଆରୋହଣ କରି ପାରିବେ। ସେହିପରି ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା କଟକ ବାଲିଯାତ୍ରାରେ ଓଡ଼ିଆ…

Read More

ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା । ତେବେ ଚଳିତ ବର୍ଷ ବାଲିଯାତ୍ରା ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏଥର ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ।। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରାଯାଇଛି। ବାଲିଯାତ୍ରା ଗ୍ରାଉଣ୍ଡଠାରୁ ୫ କିମି ପରିଧି ପାଇଁ କଟକଣା ଜାରି ହୋଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା କରାଯାଇଛି । ସେହିପରି ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ମନା କରାଯାଇଛି । ଏଥର ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଐତିହାସିକ…

Read More

ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବକେୟା ଦରମା କରାଇ ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଏରିୟର ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଯାହାପରେ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀ ସୋରଜ ଜେନାଙ୍କ ଠାରୁ ବାଲିପଦର ଛକଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଚଢାଉ କରି ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ଦୁଇଟି ଘରେ ଏକକାଳୀନ ରେଡ୍ କରାଯାଉଛି ।

Read More

ଏକ ମାନବ ସଦୃଶ ବା ହ୍ୟୁମାନଏଡ୍‌ ରୋବୋଟ୍‌କୁ ମହାକାଶକୁ ପଠାଯିବ, ଯାହାର ନାମ ‘ବ୍ୟୋମମିତ୍ର’ (Vyom Mitra) ରଖାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମିଶନର ଅଂଶ ଭାବରେ ଏକ ମାନବହୀନ ରକେଟ୍ ଲଞ୍ଚ କରିବାକୁ ଯାଉଛି । ତେବେ ଏଥିରେ ରୋବୋଟ୍‌ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ କ୍ୟାପିଟାଲ ସିଟି ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍‌ ଟ୍ରେନିଂ ସେଣ୍ଟର (CTTC)ରେ ନିର୍ମାଣ କରାଯାଇଛି । ପୂର୍ବରୁ ଚନ୍ଦ୍ରଯାନର ଯନ୍ତ୍ରାଂଶଗୁଡ଼ିକୁ ନିର୍ମାଣ କରି ପ୍ରଶଂସା ସାଉଣ୍ଟିଥିବା ଏହି ପ୍ରତିଷ୍ଠାନ ଏବେ ପୁଣିଥରେ ଗଗନଯାନ ମିଶନ ଜରିଆରେ ଭାରତର ମହାକାଶ ଗବେଷଣାରେ ବଡ଼ ଅବଦାନ ରଖିଛି । ଏହାସହିତ ସ୍ପେଶ ଷ୍ଟେସନ କ୍ଲିନ୍‌ ମିଶନରେ ମଧ୍ୟ ସିଟିଟିସି ଯୋଗଦାନ ଦେଇଛି । ଚଳିତ ବର୍ଷ ଡିସେମ୍ବରରେ ପ୍ରଥମ ପରୀକ୍ଷଣ କରାଯିବ । ଏହା ଯଦି ସଫଳ ହୁଏ ତେବେ…

Read More

ନୂଆପଡା ଉପନିର୍ବାଚନ ନେଇ ବିଜେଡିର କସରତ । ପ୍ରାର୍ଥିତ୍ୱ ନେଇ ସଂକେତ ଦେଲେ ବରିଷ୍ଠ ନେତା ଦେବୀ ମିଶ୍ର । କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱରେ ପାରଙ୍ଗମ ଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରକୁ ଟିକେଟ ଦେବାକୁ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ।ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିଥିଲେ । ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି । ଗୁରୁବାର ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ । ଲୋକଙ୍କ ପାଖକୁ ଦଳ ଯିବ ବୋଲି ଦେବୀ ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ ଯେ, ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୧୪…

Read More

ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କଲା କିଏ ? ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ , ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମ୍‌ଏମ୍‌ ଗୁଳି । ସବୁସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରିଥିଲେ ଦୁର୍ବୃତ୍ତ । ମର୍ଡରର ୪୮ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ସୁରାକ୍ ପାଉନି ପୋଲିସ । ହତ୍ୟା ପଛରେ ସୁପାରି କିଲର କି ? ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି l ଛୁଟି ବାତିଲ କରି ବ୍ରହ୍ମପୁର ଏସପି ଡ଼କ୍ଟର ସର୍ବଣା ବିବେକ ଏମ ଫେରିଆସିଛନ୍ତି l ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବା ପାଇଁ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଗଠନ ହୋଇଛି ୬ଟି ଟିମ । ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ ଗୁଳି ଓ ଖୋକା ସହ ଅନ୍ୟ ତଥ୍ୟ ସଂଗ୍ରହ କରିଛନ୍ତି। ସିସିଟିଭି ଫୁଟେଜ ଜବତ…

Read More

ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ ।ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଏ ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ ‘ଭାରତୀୟ ବାୟୁ ସେନା’ ନାମରେ ପରିଚିତ ହେଲା । ଏୟାର ମାର୍ଶଲ ସୁବ୍ରତୋ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ । ସ୍ୱାଧୀନତା ପରେ, ୧ ଏପ୍ରିଲ ୧୯୫୪ ରେ, ସୁବ୍ରତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟାଳୟ…

Read More

ଯାତ୍ରା ଯୋଜନାରେ ଅନେକ ସମୟରେ ଅବାଞ୍ଛିତ ପରିବର୍ତ୍ତନ ଯୋଗୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏ ବାବଦରେ ଯାତ୍ରୀ ଆର୍ଥତ୍କ କ୍ଷତି ସହିଥାନ୍ତି। ତେବେ ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ।ଏହା ବ୍ୟତୀତ, କନଫର୍ମ ଟିକେଟ୍ ତାରିଖରେ ପରିବର୍ତ୍ତନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଯଦି କୌଣସି ତାରିଖରେ କନଫର୍ମ ଟିକେଟ୍ ଅଛି ଏବଂ କୌଣସି କାରଣରୁ ଆପଣଙ୍କ ପ୍ଲାନ୍ ପରିବର୍ତ୍ତନ କରି ଯାତ୍ରା ସମୟକୁ ଆଗକୁ ବଢାଇକୁ ନିଶ୍ଚିତ କରନ୍ତି, ତେବେ ଆପଣଙ୍କୁ ନୂଆ ଟିକେଟ୍ କିଣିବାକୁ ପଡ଼ିବ ନାହିଁ ।ଏହା ପୂର୍ବରୁ ବଦଳିଥିଲା ଆଗୁଆ ଟ୍ରେନ ଟିକେଟ ବୁକିଂ ନିୟମ। ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ନୂଆ ନିୟମ ଲାଗୁ ହୋଇଥିଲା । ଏଣିକି କେବଳ ୨ ମାସ, ଅର୍ଥାତ…

Read More

ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଲକ୍ଷ ଲକ୍ଷ ଭାରତୀୟଙ୍କ ଦ୍ୱାରା ପ୍ରତିଦିନ ବ୍ୟବହୃତ ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ (UPI) ପେମେଣ୍ଟ କରିବାର ପଦ୍ଧତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇଛି। ଏହା ସହିତ, UPI ପେମେଣ୍ଟ ବହୁତ ସରଳ ହୋଇଯିବ। ବ୍ୟବହାରକାରୀମାନେ ୪ କିମ୍ବା ୬ ଅଙ୍କ ବଦଳରେ ଫିଙ୍ଗରପ୍ରିଣ୍ଟ ଏବଂ ମୁହଁ ଚିହ୍ନଟ ଭଳି ବାୟୋମେଟ୍ରିକ୍ ବିବରଣୀ ବ୍ୟବହାର କରି ପେମେଣ୍ଟ କରିପାରିବେ। ଏପର୍ଯ୍ୟନ୍ତ UPI ପେମେଣ୍ଟ ପାଇଁ ୪ କିମ୍ବା ୬ ଅଙ୍କ ବିଶିଷ୍ଟ PIN ଆବଶ୍ୟକ ହେଉଥିଲା, କିନ୍ତୁ ବୁଧବାର ଠାରୁ ଏକ ନୂତନ ବୈଶିଷ୍ଟ୍ୟ ଯୋଡାଯିବ। ବ୍ୟବହାରକାରୀମାନେ PIN ବଦଳରେ ସେମାନଙ୍କର ଆଙ୍ଗୁଠି ଚିହ୍ନ କିମ୍ବା ମୁହଁ ଦେଖାଇ UPI ପେମେଣ୍ଟ କରିପାରିବେ।ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଭାରତର ଡିଜିଟାଲ ଯାତ୍ରାରେ ଏକ ମାଇଲଖୁଣ୍ଟ ହେବ, ଯେଉଁଠାରେ ଆପଣଙ୍କ ପରିଚୟ ଆପଣଙ୍କର ପାସୱାର୍ଡ ହୋଇଯିବ।…

Read More

୯ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ସମ୍ଭାବନା । ବୁଧବାର କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳଠାରୁ ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୦ ତାରିଖ ବେଳକୁ ଦୁଇଟି ଯାକ ଘୂର୍ଣ୍ଣିବଳୟ ମିଶି ବିସ୍ତୃତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ସପ୍ତାହେ ଯାଏ ଲଘୁଚାପ ସୃଷ୍ଟିର ସମ୍ଭାବନା ନାହିଁ। ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।ସେହିପରି ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତ୍ତନଠାରୁ ୧.୫କି.ମି. ଉଚ୍ଚରେ ଏକ ଟ୍ରପ୍‌ ଲାଇନ୍‌ ଗତି କରୁଛି। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Read More