Author: sanitelevision

କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଦୁଇ ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଘର ଘର ବୁଲି କମିଶନରେଟ୍ ପୁଲିସ୍‌ କେନ୍ଦ୍ରୀୟ ଫୋର୍ସ ସହ ମିଶି ଯାଞ୍ଚ କରୁଛି।ଅନ୍ୟପଟେ ସ୍ବାଭାବିକ ହୋଇଛି ସିଲଭର୍ ସିଟି। ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ । ଭାଇଚାରାର ସହରରେ ସମସ୍ତେ ପୁଣି ଏକାଠି । ସମସ୍ତ ଦୋକାନ ବଜାର ଖୋଲିଛି । ଇଣ୍ଟରନେଟ ସେବା ବି ସ୍ବାଭାବିକ ହୋଇଛି। ତଥାପି ସହରର ବିଭିନ୍ନ ଅଞ୍ଚଳରେ କଡା ପାଟ୍ରୋଲିଂ କରୁଛି ପୋଲିସ ।

Read More

OPS ସ୍ତରରେ ଅଦଳବଦଳ। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି। ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ସେ ତାଳଚେର ଅତିରିକ୍ତ ଏସ୍‌ପି କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଦାୟିତ୍ୱ ଦିଆଯାଇଛି।କଟକ ASP ସତ୍ୟବିକାଶ ଭୂୟାଁଙ୍କୁ ଭଦ୍ରକ ବଦଳି କରାଯାଇଛି । ସମ୍ବଲପୁରର ଅତିରିକ୍ତ ଏସପି ପ୍ରକାଶ କୁମାର ଟପ୍ପୋଙ୍କୁ ରାଉରକେଲା ବଦଳି କରାଯାଇଛି । ଭୁବନେଶ୍ବରର ଅତିରିକ୍ତ ଏସପି ସଞ୍ଜୀବ କୁମାର ଶତପଥୀଙ୍କୁ ଆଡିସନାଲ ଏସପି ସ୍ପେଶାଲ ଟାକ୍ସଫୋର୍ସ ଭାବେ ଦାୟିତ୍ବ ଦିଆଯାଇଛି । ବରଗଡ଼ର ଏଏସପି ସୌରଭ ଓତାଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

Read More

୧୯୭୦ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ବିଜର‌୍‌ଲାଣ୍ତ୍‌ର ବର୍ନ‌୍‌ରେ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ ସ୍ଥାପିତ ହୋଇଥିଲା ଏବ˚ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ସୀମା-ସରହଦ ଡେଇଁ ଚିଠି ଦୂର-ଦୂରାନ୍ତରକୁ ଯିବା ଆରମ୍ଭ ହୋଇଥିଲା। ୧୯୬୯ରେ ଟୋକିଓରେ ଅନୁଷ୍ଠିତ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ର ଅଧିବେଶନରେ, ଅକ୍‌ଟୋବର‌ ୯କୁ ‘ବିଶ୍ବ ଡାକ ଦିବସ’ ରୂପେ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ, ଭାରତୀୟ ପ୍ରତିନିଧି ଆନନ୍ଦ ମୋହନ ନରୁଲା। ତାଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭକରିଥିଲା ଏବ˚ ତାହା ପରଠାରୁ ଏହି ଦିବସ ପାଳିତ ହେଉଛି।ଭାରତରେ ସବୁଠୁ ଅଧିକ ଡାକଘର ରହିଛି। ଦେଶରେ ପ୍ରଥମ ପୋଷ୍ଟ ଅଫିସ କୋଲକାତାରେ ସ୍ଥାପନ ହୋଇଥିଲା। ୧୯୮୬ରୁ ଭାରତରେ ସ୍ପିଡ୍‌ ପୋଷ୍ଟ ବ୍ୟବସ୍ଥାର ଆରମ୍ଭ ହୋଇଥିଲା। ୧୮୮୦ରେ ମନି ଅର୍ଡର ବ୍ୟବସ୍ଥା ହୋଇଥିଲା।ଦିନ ଥିଲା ଯେତେବେଳେ ମୋବାଇଲ୍‌…

Read More

ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ ।ଏହି କାର୍ଯ୍ୟାନୁଷ୍ଠାନ ଅକ୍ଟୋବର ୮ ତାରିଖ ରାତିରେ ନିଆଯାଇଥିଲା। ଗିରଫ ହେବା ପରେ, ଏମପି ଏସଆଇଟି ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମଧ୍ୟପ୍ରଦେଶ ଆଣିବ। ସଂକ୍ରମିତ କଫ ସିରପ ଖାଇବା ପରେ ଛିନ୍ଦୱାଡାରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକ ରିପୋର୍ଟରେ, ମଧ୍ୟପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଛିନ୍ଦୱାଡାରେ ଏହି ଶିଶୁମାନଙ୍କର ମୃତ୍ୟୁ ସନ୍ଦେହଜନକ କିଡନୀ ବିଫଳତା ଯୋଗୁ ହୋଇଥିଲା, ଯାହା ବିଷାକ୍ତ ଥଣ୍ଡା-ପ୍ରତିରୋଧୀ କଫ ସିରପ ଖାଇବା ସହିତ ଜଡିତ। ଛିନ୍ଦୱାଡାର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ଧୀରେନ୍ଦ୍ର ସିଂହ ମଙ୍ଗଳବାର ସିରପ ଯୋଗୁଁ ମୃତ୍ୟୁବରଣ କରିଥିବା ପିଲାମାନଙ୍କ ବିଷୟରେ ସୂଚନା ଶେୟାର କରିଥିଲେ।

Read More

ଅଘଟଣ ନା ଅଶୁଭ ସଙ୍କେତ। ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି ।ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି।ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି | ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ତୁରନ୍ତ ମରାମତି କରାଯିବ ସହ ଆଗକୁ କିପରି ବଜ୍ରପାତରେ କ୍ଷୟକ୍ଷତି ହେବ ନାହିଁ , ସେସଂପର୍କରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

Read More

ଆଜି ହେଉଛି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ୧୪୮ ତମ ଜନ୍ମ ଜୟନ୍ତୀ । ଏହି ଦିନକୁ ସାରା ଓଡିଶା ଗୋପବନ୍ଧୁ ଜୟନ୍ତୀ ଭାବରେ ପାଳନ କରନ୍ତି । ଆଜକୁ ଠିକ ୧୪୭ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାର ପୂର୍ବବର୍ତ୍ତୀ ଅଂଚଳରେ ଅବସ୍ଥିତ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇଥିଲେ ଓଡିଶା ମାଟିର ଏହି ବରପୁତ୍ର । ୧୮୭୭ ମସିହା ଆଜିର ଦିନରେ ମାତା ସ୍ଵର୍ଣ୍ଣମୟୀ ଦେବୀ ଓ ବାପା ଦୈତାରୀ ଦାସଙ୍କ କୋଳମଣ୍ଡନ କରିଥିଲେ । ନିଜ ଜୀବନର ପ୍ରତିଟି ରକ୍ତ ବିନ୍ଦୁକୁ ସାଧାରଣ ଲୋକଙ୍କ ସେବାରେ ସମର୍ପିତ କରିଦେଇଥିଲେ । ଦୀନ ଦରିଦ୍ରଙ୍କ ବେଦନା, ଅସହାୟଙ୍କ ଯନ୍ତ୍ରଣା ତାଙ୍କୁ ଏତେ ବିବ୍ରତ କରୁଥିଲା ଯେ ସେମାନଙ୍କ କଥା ବୁଝିବା ବେଳେ ନିଜ ପରିବାରକୁ ବି ପଛରେ ପକାଇ ଦେଉଥିଲେ । ଏମିତିକି ନିଜ ଜନ୍ମ କଲା ପୁଅକୁ ଭୀଷଣ ଜ୍ବରରେ କଂପୁଥିବା ବେଳେ ତାକୁ…

Read More

ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏ ଏହା ସକ୍ରିୟ ରହିବ । ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ଯାଜପୁର, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।୧୧ରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବୁଧବାର ଭୁବନେଶ୍ୱରରେ ସର୍ବାଧିକ ୪୦.୯ ମିମି ବର୍ଷା ହୋଇଛି। ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟାହ୍ନରୁ ନେଇ ଅପରାହ୍ନ ଯାଏ ଘନଘନ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଛି ।

Read More

କୋଣାର୍କ ମାଧିପୁର ଛକରେ ଏକ ଇ-ବାଇକ ସୋ’ ରୁମ ନିଆଁ ଲାଗି ଜଳିଯାଇଛି। ସୋ’ରୁମରେ ଗୋଟିଏ ବାଇକ ଚାର୍ଜ ସମୟରେ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ଅନ୍ୟ ବାଇକକୁ ନିଆଁ ବ୍ୟାପି ହୁତୁହୁତୁ ହୋଇ ଜଳିଥିଲା। ତେବେ ନିଆଁ ଲାଗିବା ସମୟରେ ସୋ’ ରୁମ ମାଲିକ ଓ କର୍ମଚାରୀ ଭୟରେ ବାହାରକୁ ଦୌଡି ପଳାଇ ଆସିଥିଲେ। ଘଟଣାସ୍ଥଳରେ ୩ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋରୁମ୍‌ରେ ଥିବା କର୍ମଚାରୀ ଏବଂ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି।ସୋ’ ରୁମରେ ଥିବା ୨୫ରୁ ୩୦ ଟି ବାଇକ ଜଳିଯାଇଛି। ଏଥି ଯୋଗୁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା।

Read More

ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ୩ଟି କମିଟି ଗଠନ କରିଛି । ଷ୍ଟିୟରିଂ, ଜୋନାଲ, ଲୋକାଲ ଆକ୍ସନ କମିଟି ଗଠନ କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ ଷ୍ଟିଅରିଂ କମିଟି ସଦସ୍ୟ । ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ ଖାଁ ଷ୍ଟିଅରିଂ କମିଟି ସଦସ୍ୟ । ଜୋନାଲ କମିଟିରେ ରହିଲେ ୧୦ ବରିଷ୍ଠ ନେତା । ୪ ନେତାଙ୍କୁ ୨ ଏନଏସି ଦାୟିତ୍ବ । କଳିକେଶ ନାରାୟଣ ସିଂହଦେଓ – ନୂଆପଡ଼ା ଏନଏସି । ସାରଦା ନାୟକ – ନୂଆପଡ଼ା ଏନଏସି । ରୋହିତ ପୂଜାରୀ – ଖରିଆର ଏନଏସି । ବିକ୍ରମ ପଣ୍ଡା – ଖରିଆର ଏନଏସି । ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟଙ୍କୁ ଜୋନ ଦାୟିତ୍ବ । ସରୋଜ ମେହେର, ମନୋହର ରନ୍ଧାରୀଙ୍କୁ ଜୋନ ଦାୟିତ୍ବ । ପ୍ରଦୀପ ମାଝୀ ଓ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର) ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର (NMIA) ର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି । ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ୧୯୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ । ଏହି ବିମାନବନ୍ଦରକୁ ସରକାରୀ-ଘରୋଇ ସହଭାଗୀତା (PPP) ମଡେଲ ଅଧୀନରେ ବିକଶିତ କରାଯାଇଛି ।ମୁମ୍ବାଇ ମହାନଗରରେ ଦ୍ବିତୀୟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭାବେ ଏନଏମଆଇଏ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ସହିତ ମିଶି କାମ କରିବ । ଏହାଦ୍ବାରା ଛତ୍ରପତି ଶିବାଜୀ ମହାରାଜା ବିମାନବନ୍ଦରରେ ଭିଡ଼ କମ୍ ହେବ । ୧୧୬୦ ହେକ୍ଟର ଜମିରେ ବିସ୍ତାରିତ ଏହି ନୂତନ ବିମାନବନ୍ଦର ଭାରତର ବିମାନ ଚଳାଚଳ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ । ନବି ମୁମ୍ବାଇରେ ବିମାନ ପରିଚାଳନା ଡିସେମ୍ବର ୨୦୨୫ରୁ ହେବ । ଟିକେଟ ବିକ୍ରି ଅକ୍ଟୋବର ଶେଷ ଆଡକୁ ହେବାର ସମ୍ଭାବନା…

Read More