ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ କରାଯାଇଛି । ଅନ୍ୟପଟେ ୧୬ ତାରିଖ ସୁଦ୍ଧା ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଛି । ସେହି ସମୟରେ ଦକ୍ଷିଣ ପୂର୍ବ ଉପଦ୍ୱୀପୀୟ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆଗମନର ସମ୍ଭାବନା ଅଛି । ପୂର୍ବାନୁମାନ କହୁଛି, ୧୦ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।…
Author: sanitelevision
ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ । ସ୍ବିଡିସ ଏକାଡେମୀ ପକ୍ଷରୁ ହିଁ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୦୧ରୁ ୨୦୨୪ ମଧ୍ୟରେ ମୋଟ ୧୨୧ ଜଣ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍ରେ ମିଳିବ ୧୬ ହଜାର ଟଙ୍କା। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର। ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ମିଳିବ। ସେହିପରି ପୋଷ୍ଟ ମାଟ୍ରିକ ସ୍କଲାରସିପ୍ରେ ଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା।
କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ। କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ।ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି ।20 ତାରିଖ ଦିନ 3 ଟା 45 ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର 21 ତାରିଖ 5 ଟା 54 ପର୍ଯ୍ୟନ୍ତ ଅମାବାସ୍ୟା ରହିଛି ।ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ 20 ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ।ତେବେ…
ଦକ୍ଷିଣ ଦିଲ୍ଲୀର ଅମ୍ବେଦକର ନଗର ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମଦନଗୀରରେ ରହୁଥିବା ଦିନେଶ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ଉପରେ ଫୁଟୁଥିବା ତେଲ ଢାଳି ଦେଇଥିଲେ ଓ ଆଘାତ ସ୍ଥାନରେ ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ଦିନେଶଙ୍କ ଚିତ୍କାର ଶୁଣି ପଡ଼ୋଶୀ ଓ ମକାନ ମାଲିକଙ୍କ ପରିବାର ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାଟି ଅକ୍ଚୋବର ୨ ତାରିଖ ୩-୧୫ ସମୟରେ ଘଟିଥିଲା । ସେହି ସମୟରେ ଦିନେଶ କୁମାର ନିଜ ୪ ବର୍ଷର ଝିଅ ସହ ଶୋଇଥିଲେ ।ଦକ୍ଷିଣ ଜିଲା ପୁଲିସ ଉପାୟୁକ୍ତ ଅଙ୍କିତ ଚୌହାନ କହିଛନ୍ତି, ଘରୋଇ ବିବାଦ ଯୋଗୁଁ ଏହି ଘଟଣା ଘଟିଛି ଏବଂ ଦମ୍ପତିଙ୍କ ମଧ୍ୟରେ ସିଏଡ଼ବ୍ଲୁ ସେଲ୍ରେ ବିବାଦ ଚାଲିଥିଲା। ୩ ଅକ୍ଟୋବର ସକାଳ ପ୍ରାୟ ୩ଟା ବେଳେ ଦିନେଶଙ୍କ ପତ୍ନୀ…
ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳ ୟରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ବୈଠକରେ କହିଥିଲେ ଯେ, ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ।ଉପନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ଓ୍ବେବ୍ମିଡ଼ିଆ ସମେତ ସିନେମା ହଲ୍, ରେଡ଼ିଓ, ପୋଷ୍ଟର ଓ ହୋଡ଼ିଂ ଆଦି ଜରିଆରେ ବିଜ୍ଞାପନ…
‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ । ପୋଲିସ୍ ଏସ୍ଆଇ ନିଯୁକ୍ତି ଘୋଟାଲା ଲିଙ୍କରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଭୁବନେଶ୍ୱର ସିଆରପି ଛକରେ ଥିବା ସେଣ୍ଟର ରେଡ୍ କରିଛି କ୍ରାଇମବ୍ରାଞ୍ଚ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍ ଚାଲିଛି । ସୂଚନା ଅନୁଯାୟୀ, ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିଛି। ବିଜୟନଗର ଯାଉଥିବା କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂରେ ପଢ଼ୁଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରୁଛନ୍ତି।
ଉପର ପଡିଆ ଏବଂ ତଳ ପଡିଆରେ ବାଲିଯାତ୍ରା ହେବାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଲା ବଡ ଖବର । ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜି ୯ ତାରିଖ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ…
କଟକର ଗୋଷ୍ଠୀ ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ,ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରଥମେ ନିଜ କଥା ନିଜେ ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା ତାହା ଗୋଟେ ଦୁର୍ଘଟଣା ଥିଲା । ସରକାର ସକ୍ଷମତାର ସହ ଦୁର୍ଘଟଣାକୁ ହ୍ୟାଣ୍ଡେଲ୍ କରିଛନ୍ତି । କଟକର ପରିସ୍ଥିତି ଆଉ ପାରିବେଶ ଯେଉଁ ଏବେ ଶାନ୍ତ ଅଛି । ଶାନ୍ତ ଥିବା କଟକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯଦି ପବର୍ତ୍ତାଇବାକୁ ଚାହିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କଥା । ଅନ୍ୟପଟେ ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କାଉଣ୍ଟର । ମମତା କୁହାଳିଆ, କେତେବେଳେ କଣ କୁହନ୍ତି ନିଜେ ଜାଣନ୍ତି ନାହିଁ । ସେ ନିଜେ ପଶ୍ଚିମବଙ୍ଗରେ ଦଙ୍ଗା ତିଆରି କରୁଛନ୍ତି । ଆମ…
ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ନୂଆପଡାରେ ମୋଟ ଭୋଟର ୨ ଲକ୍ଷ ୫୩ ହଜାର ୬୨୪ ଜଣ । ପୁରୁଷ-୧ ଲକ୍ଷ ୨୪ ହଜାର ୧୦୮, ମହିଳା – ୧ ଲକ୍ଷ ୨୯ ହଜାର ୪୯୫ । ବରିଷ୍ଠ ନାଗରିକ- ୧୭୮୬, ଯୁବ ଭୋଟର- ୯୪୨୯, ଭିନ୍ନକ୍ଷମ- ୩୯୮୮ ରହିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୧୬ରୁ ଆରମ୍ଭ ହୋଇ ସେହି ମାସ ୨୯ ପର୍ଯ୍ୟନ୍ତ ଚାଲିଥିଲା। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମଯୋଗ ପାଇଁ ଫର୍ମ ନଂ ୬ ରେ ୭୭୯୧ଟି ଆବେଦନ, ତାଲିକାରେ ଥିବା ନାମ କାଟିବା ପାଇଁ ଫର୍ମ ୭ରେ ୨୮୬୯ଟି ଆବେଦନ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ରେ ୧୮୯୫ଟି ଆବେଦନ ହସ୍ତଗତ…









