Author: sanitelevision

ଦିଲ୍ଲୀରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଏକ ସ୍ଵତନ୍ତ୍ର ଚାର୍ଟର୍ଡ ବିମାନରେ ଆସି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେଠାରୁ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।ତେବେ ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ନବୀନ ଓଡିଶା ଫେରିଛନ୍ତି। ତାଙ୍କ ଫେରିବା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଆଗକୁ ନୂଆପଡ଼ା ବିଧାନସଭା ନିର୍ବାଚନ ଥିବାରୁ ନବୀନଙ୍କ ରଣନୀତି ଅତି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

Read More

ଆଜି ଘୋଷଣା ହେଲା ଶାନ୍ତି ନୋବେଲ ପୁରସ୍କାର ବିଜେତା । ଟ୍ରମ୍ପଙ୍କୁ ବଡ଼ ଝଟକା । ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଲାନି ଏହି ପୁରସ୍କାର । ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।ସେ ଭେନେଜୁଏଲାର ଲୋକଙ୍କ ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରିଛନ୍ତି ।

Read More

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିବ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତହସିଲଦାରଙ୍କ ଆୟଠାରୁ ୧୯୦ ପ୍ରତିଶତ ସମ୍ପତ୍ତି ଅଧିକ ଥିବା ସୂଚନା ମିଳିଛି। ଚଢ଼ାଉ ବେଳେ ୪ଟି ବିଲଡିଂ, ୭ ଦାମୀ ପ୍ଲଟ, ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଟଙ୍କା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କ୍ୟାସ୍ ଠାବ କରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଗତ ୨୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଆୟର ୧୯୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଶିବ ମଲ୍ଲିକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଟକ ଭିଜିଲାନ୍ସ ଥାନାରେ ରୁଜୁ ହୋଇଛି ମାମଲା ।

Read More

ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆର୍‌ପିଏଫ୍ ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ୍ ହାବିଲଦାର ମହମ୍ମଦ ଇଜହାର୍‌ କାବୁ ସିବିଆଇ ହାତରେ ଧରାପଡିଛନ୍ତି।ସୂଚନା ମୁତାବକ, ବନ୍ଧମୁଣ୍ଡା ରେଲୱେ କଲୋନୀ ଅଞ୍ଚଳରେ ଜଣେ ମହିଳା ପ୍ଲାଷ୍ଟିକ ବୋତଲ ଓ ପୁରୁଣା ଜିନିଷଗୁଡ଼ିକ ସଂଗ୍ରହ କରି ବିକ୍ରି କରି ଚଳନ୍ତି । ଗତ କିଛି ଦିନ ହେବ ବନ୍ଧମୁଣ୍ଡା ଆରପିଏଫ୍ ଥାନାରେ କାର୍ଯ୍ୟରତ ଯବାନ ମହମ୍ମଦ ଇସରାର ସେହି ମହିଳାଙ୍କୁ ଧମକଚମକ ଦେବା ସହ ୧୫ ହଜାର ଟଙ୍କା ନଦେଲେ ମିଥ୍ୟା ମାମଲାରେ ଗିରଫ କରିବେ ବୋଲି କହିଥିଲେ। ଫଳରେ ମହିଳା ଜଣକ ଟଙ୍କା ଦେବାକୁ ରାଜି ହୋଇଥିଲେ। ମହିଳା ଜଣକ ଏନେଇ ଭୁବନେଶ୍ବର ସିବିଆଇ ଅଫିସରେ ଅଭିଯୋଗ କରିଥିଲେ। ଆଜି ସକାଳେ ଯବାନ ବିର୍ସା ମୁଣ୍ଡା ଛକରେ ମହିଳାଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ସିବିଆଇ ଟିମ୍ ଯବାନଙ୍କୁ ଧରିଥିଲେ ।

Read More

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍‌ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ, ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଗୁଜବ ସୃଷ୍ଟିକଲେ କ୍ୟାରିଅର ଖରାଫ ହେବ, ଏବଂ ଗୁଜବକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଣିଥରେ ଚେତାଇ ଦେଇଛନ୍ତି Cp। ଆଜି କଟକ ସହରର ସମ୍ବେଦନଶୀଳ ଅଞ୍ଚଳର ନିରୀକ୍ଷଣ କରୁଛନ୍ତି ପୋଲିସ କମିଶନର।

Read More

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି । ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ତେବେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ ପ୍ରାର୍ଥୀ ଚୟନକୁ ନେଇ ବୈଠକ ହେଉଛି । ସହମତି ଅନୁସାରେ ବିଜେପି ପ୍ରାର୍ଥୀ ଚୟନ କରିବ । କୋର କମିଟି ବୈଠକ ବସିବ । ବିଜୟ ସମ୍ଭାବନା ଯାହାର ଅଧିକ ସେଭଳି ପ୍ରାର୍ଥୀ ଦିଆଯିବ । ପ୍ରାର୍ଥୀ ଚୟନ ନେଇ ପାର୍ଲ୍ୟାମେଣ୍ଟରୀ ବୋର୍ଡ ନିଷ୍ପତି ନେବ ।

Read More

ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଦେବନି ଆମେରିକା। ପାକିସ୍ତାନକୁ ନୂତନ AMRAAM କ୍ଷେପଣାସ୍ତ୍ର ମିଳିବା ରିପୋର୍ଟକୁ ଆମେରିକା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟ ଭିତ୍ତିହୀନ। “AIM-120 ଆଡଭାନ୍ସଡ୍ ମିଡିୟମ୍ ରେଞ୍ଜ” ହେଉଛି ଏୟାର-ଟୁ-ଏୟାର ମିସାଇଲ୍।ଅନ୍ୟପଟେ ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ନିକଟରେ ଏହି ମିସାଇଲ ଥିଲା । ତେବେ ବାଲାକୋଟ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଶକ୍ତି ଆଗରେ ହାର ମାନିଥିଲା F-16 । ଏବେ F-16 ବିମାନ ଅତ୍ୟାଧୁନିକ ପାଇଁ ଉଦ୍ୟମ ଆରମ୍ଭ କରିଆସୁଛି ପାକିସ୍ତାନ । ତେବେ ଏଥିରେ ପାକକୁ ବଡ଼ ଝଟକା ଲାଗିଛି । AIM ମିସାଇଲଗୁଡିକର ରେଂଜ ୧୬୦ କିଲୋମିଟର ପର୍ଯ୍ୟନ୍ତ ଥିବା ବେଳେ ଏହା ଫାୟାର ଆଣ୍ଡ ଫରଗେଟ ଗାଇଡାନ୍ସ ସିଷ୍ଟମରେ କାମ କରିଥାଏ । ତେବେ 42 ରୁ ଅଧିକ ଦେଶ ପାଖରେ…

Read More

ସମୁଦ୍ରରେ ବୁଡିଗଲା ମତ୍ସ୍ୟଜୀବୀ ବୋଟ୍‌ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ରାଜନଗର ସାତଭାୟା ସମୁଦ୍ରରେ ଏକ ମତ୍ସ୍ୟଜୀବୀଙ୍କ ବୋଟ ବୁଡି ଯାଇଛି । ସୌଭାଗ୍ୟ ବଶତଃ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି 8 ମତ୍ସ୍ୟଜୀବୀ । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଇଞ୍ଜିନ ଖରାପ ହୋଇଯିବାରୁ ‘ତାରିଣୀ -୨’ ବୋଟ୍‌ଟି ବୁଡି ଯାଇଥିଲା । ଏହି ବୋଟଟି ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି ।ଗତ 8 ଅକ୍ଟୋବରରେ ପାରାଦ୍ବୀପରେ ମଧ୍ୟ ଏପରି ଏକ ଅଘଟଣ ଘଟିଥିଲା । ସମୁଦ୍ରରୁ ମାଛମାରି ଫେରୁଥିବା ବେଳେ ମହାନଦୀ ମୁହାଣ ନିକଟରେ ଓଲଟି ପଡିଥିଲା ଡଙ୍ଗା । ଫଳରେ ଏଥିରେ 4 ଜଣ ଗୁରୁତର ହୋଇଥିଲେ । ଏମାନେ ପାରାଦ୍ୱୀପ ମାଛଧରା ବନ୍ଦରରୁ ଫେରୁଥିବା ସମୟରେ ମହାନଦୀ ମୁହାଣ ନିକଟରେ ହଠାତ୍‌ ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗାଟି ଓଲଟି ପଡିଥିଲା ।…

Read More

ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ। ତଦନ୍ତ ପାଇଁ ଅସଲି ପୋଲିସ ନକଲି ପୋଲିସକୁ ପଠାଇ ନିଲମ୍ବିତ ହୋଇଛନ୍ତି ।ଘରୋଇ ମାମଲା ରୁଜୁ ପରେ ତଦନ୍ତ ପାଇଁ ଯାଇଥାନ୍ତେ ତଦନ୍ତକାରୀ ଅଧିକାରୀ । କିନ୍ତୁ ନିଜେ ନ ଯାଇ ସରକାରୀ ବାଇକ୍ ଦେଇ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଥିଲେ ପୋଲିସ ବାବୁ । ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି କିଛି ଟଙ୍କା ମଧ୍ୟ ମାଗିଥିଲେ । ସ୍ଥାନୀୟ ଲୋକେ ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ କହିଥିଲେ ।ପରେ ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ପୋଲିସକୁ ଡାକିବାରୁ ପୋଲିସ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୋଲିସ ନୁହନ୍ତି । ତେଣୁ ଗ୍ରାମାଞ୍ଚଳ ପୋଲିସ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବକ…

Read More

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି।ସବୁ ଦିଗରୁ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କିଛି ମାତ୍ରାରେ ସଫଳତା ମିଳିଛି । କାରଣ ଘଟଣାରେ ୨ ଯବାନଙ୍କ ସମେତ ୭ ଜଣ ଅଟକ ଥିବା ସୂଚନା ରହିଛି । ହତ୍ୟା ପୂର୍ବରୁ ଓ ପରର ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି । ପୋଲିସ ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ତେବେ ସେମାନଙ୍କ ସଂପୃକ୍ତି ଥିବା କି ନେଇ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।ପୁଲିସ ହାତରେ ଲାଗିଛି ୨ଟି ଦାମୀ କାର । ୪ ଦିନ ତଳେ ଘରକୁ ଫେରୁଥିବା ବେଳେ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ । ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ…

Read More