Author: sanitelevision

ଏଣିକି ଦେଓମାଳିରେ ବାହାର ତମ୍ବୁ ମନା। ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ରହିଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ରାତ୍ରୀଯାପନ ପାଇଁ ବାହାର ତମ୍ବୁ ବା ଟେଣ୍ଟ ଉପରେ ବାରଣ କରାଯାଇଛି। ଏବେଠାରୁ ରାତ୍ରୀଯାପନ ପାଇଁ କୋଟିଆ ଗ୍ରାମପଞ୍ଚାୟତ ପକ୍ଷରୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଟେଣ୍ଟ। ଏହାକୁ ଖିଲାପ କଲେ ପଡିବ ୫ ହଜାର ଟଙ୍କାର ଜରିମାନା। ସୂଚନାମୁତାବକ ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେଓମାଳିକୁ ଉପଭୋଗ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ ।ପର୍ବତ ତଳେ ରହିଥିବା ଛୋଟ ଛୋଟ ଆଦିବାସୀ ଗାଁ ଓ ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଦେଓମାଳି ପର୍ବତର…

Read More

ଓଡ଼ିଶା-ଝାଡଖଣ୍ଡ ସୀମାରେ ଚାଲୁଥିବା ସନ୍ଧାନ ଅଭିଯାନ ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ଏକ ସିଆରପିଏଫ ଯବାନ ଶହୀଦ ହୋଇଥିବା ଖବର ପରେ ସୁରକ୍ଷା ବଳ ଓ ଅଞ୍ଚଳ ଭିତରେ ଶୋକର ଛାୟା ଖେଳିଯାଇଛି। ସୂଚନାମୁତାବକ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମାଓବାଦୀମାନଙ୍କ ପ୍ରସ୍ତୁତ ବିସ୍ଫୋରଣରେ ୬୦ ବାଟାଲିୟନର ଇନ୍ସପେକ୍ଟର କୌଶଳ କୁମାର ମିଶ୍ର ଗୁରୁତର ଆହତ ହୋଇଥିଲେ। ତା’ପରେ ରାତିରେ ଦ୍ୱିତୀୟ ଆଇଇଡି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ରାମକୃଷ୍ଣ ଗାଗରାଇ ଓ ମହେନ୍ଦ୍ର ଲଷ୍କର ଆହତ ହୋଇଥିଲେ। ରାଉରକେଲାର ଏକ ବେସରକାରୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଥିବା ଦୁଇଜଣଙ୍କ ମଧ୍ୟରୁ ମହେନ୍ଦ୍ର ଲଷ୍କର ଚିକିତ୍ସା ସମୟରେ ଜୀବନ ହାରିଥିଲେ। ଘଟଣା ପରେ ସାରଣ୍ଡା ଜଙ୍ଗଲ ଓ ସୀମାଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରି…

Read More

ଚରମ ସୀମାରେ ପହଞ୍ଚିଲା ଚୀନ୍ , ଆମେରିକାର ବାଣିଜ୍ୟ ଯୁଦ୍ଧ। ଡ୍ରାଗନ୍ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ । ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ସେ ଘୋଷଣା କରିଛନ୍ତି ।ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି । ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି । ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଚୀନ୍ ଉପରେ ବର୍ଷିଛନ୍ତି । ଚୀନ୍ ଏକ ଅସାଧାରଣ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ ବୋଲି ଟ୍ରମ୍ପ୍ କହିଛନ୍ତି । ସେ ଦାବି କରିଛନ୍ତି ଯେ ଚୀନ୍ ଏହାର ଅଧିକାଂଶ ଉତ୍ପାଦ ଉପରେ ରପ୍ତାନି କଟକଣା…

Read More

ବଡ଼ ପରଦାର ସୁପରଷ୍ଟାର । କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ଼ରେ । । ତାଙ୍କ ସ୍ମୃତିକୁ ସାଉଁଟି ଧରିଛନ୍ତି ତାଙ୍କର ପ୍ରତିଟି ଦର୍ଶକ। ଆଜି ସେମିତି ଜଣେ ନାୟକଙ୍କ ଜନ୍ମଦିନ ସେ ହେଉଛନ୍ତି ବିଗ ବି, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜି ଅକ୍ଟୋବର ୧୧ ​​ତାରିଖରେ ତାଙ୍କର ୮୩ତମ ଜନ୍ମଦିନ । କେତେକ ତାଙ୍କୁ “ବିଗ୍ ବି” ବୋଲି ଡାକୁଥିଲେ ମଧ୍ୟ ଅନ୍ୟମାନେ “ଶହେନଶାହ” ବୋଲି ଡାକୁଛନ୍ତି। ଏଥିପାଇଁ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଗ୍ ବି ଜନ୍ମଦିନରେ ଗଣମାଧ୍ୟମଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ଏହି ଅବସରରେ ଅନ୍ୟ କଳାକାରଙ୍କୁ ପ୍ରଶଂସା କରିଛନ୍ତି ଅମିତାଭ । ସୋଲେ, ଜଞ୍ଜୀର, ଦିୱାର ମୁଭିରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଥିଲେ ବିଗ୍ ବି । ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇଯାଆନ୍ତି ସେଇଠୁ…

Read More

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍‌ ରହିପାରେ । ଏ ସବୁ ସ୍ଥାନରେ ଶିଶିରପାତ ବା କୁହୁଡ଼ି ଦେଖାଦେବ।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲା ଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ।

Read More

ରାଜ୍ୟରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨-୩ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସଂପୂର୍ଣ୍ଣ ଅନୁକୁଳ ରହିଛି । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉତ୍ତର ବଙ୍ଗୋପସାଗର ଉପକୂଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ରହିଛି । ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ବର୍ଷା ପବନ ଓ ବିଜୁଳି ଘଡ଼ଘଡ଼ି ପାଇଁ କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

Read More

ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ କୋହଳ ହୋଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଫାଇନ ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର । ୫୦ ହଜାର ବଦଳରେ ଦେବାକୁ ହେବ ୨୫ ହଜାର ଟଙ୍କା । ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଏବଂ ବିନା ବୈଧ ଲାଇସେନ୍ସରେ ଲା‌ଇସେନ୍ସ କଟିଥିଲେ ୫,୦୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପୈଠ କରିବେ। ସେହିପରି ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ। ଡ୍ରାଇଭର ଅଥବା ପାସେଞ୍ଜର ବିନା ସିଟ୍‌ ବେଲ୍ଟରେ ଯାତ୍ରା ସମୟରେ ଚାଲାଣ କଟିଥିଲେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ବାଇକ୍‌ରେ ଆବଶ୍ୟକତା ଠାରୁ ଅଧିକ…

Read More

ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ ମହାରାଜଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ପାଇଁ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଥିବା କେଳି କୁଞ୍ଜ ଆଶ୍ରମର ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏବେ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ସ୍ଥଗିତ ରଖିଛନ୍ତି ।ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡିତ ଅଛନ୍ତି । ତାଙ୍କ ଚିକିତ୍ସାରେ ସାମିଲ ଥିବା ଜଣେ ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡାକ୍ତର ଆଶିଷ ଶର୍ମାଙ୍କ କହିବା ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ପୂର୍ବରୁ ସପ୍ତାହରେ ସାତ ଦିନ ପର୍ଯ୍ୟନ୍ତ ତାଙ୍କର ଡାଏଲିସିସ୍ ଚାଲିଥିଲା, ଯାହାକୁ ବର୍ତ୍ତମାନ ପାଞ୍ଚ ଦିନକୁ ହ୍ରାସ କରାଯାଇଛି । ଡାକ୍ତର କହିଛନ୍ତି ଯେ ପ୍ରେମାନନ୍ଦ ମହାରାଜ ତାଙ୍କ ରୋଗକୁ ଗ୍ରହଣ…

Read More

ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲାଗିଥିବା ଯାତ୍ରା କଟକଣା କୋହଳ କରିବାପରେ ସେ ଏହି ଯାତ୍ରା କରିଛନ୍ତି। ତେବେ ୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତାକୁ ଫେରିବାପରେ ଏହା କୌଣସି ତାଲିବାନ୍‌ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଭାରତ ଗସ୍ତ ଅବସରରେ ଆଫ୍‌ଗାନ ମନ୍ତ୍ରୀ ଆଜି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।ଭାରତ ଆଫଗାନିସ୍ତାନ ସହିତ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ପୁନଃସ୍ଥାପିତ କରିଛି ଏବଂ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ଦୂତାବାସ ଖୋଲିବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ତାଲିବାନ-ଶାସିତ ଆଫଗାନିସ୍ତାନ ସହିତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ଚିହ୍ନିତ କରି, ଭାରତ କାବୁଲରେ ଏହାର ମିଶନକୁ ‘ପୂର୍ଣ୍ଣ ଦୂତାବାସ ମାନ୍ୟତା’ ପ୍ରଦାନ କରିଛି।ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆହୁରି କହିଛନ୍ତି ଆଫଗାନିସ୍ତାନରେ…

Read More

କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଆଳୁ ଓ ପିଆଜକୁ ଛାଡିଦେଲେ କଞ୍ଚା ପରିବା ଦର ଅତିକମରେ ୫୦ ଟଙ୍କା ରହିଛି । ବିନ୍ସ ଦର ୧୦୦ ଉପରେ। ଦେଶୀ ପୋଟଳ ଦର ୮୦ । ବାଲେଶ୍ବର ବିମ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ ବିଲାତି ୪୦, ବାଇଗଣ ୬୦, ପୋଟୋଳ ୬୦, ଜହ୍ନି ୬୦, କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ ଦର ହୋଇଛି ।…

Read More