ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର ୧୧ରେ ଭୋଟ ହେବ । ୧୪ରେ ଫଳାଫଳ ଘୋଷଣା ହେବ। ଉପନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏସବୁ ଭିତରେ କେବଳ କଂଗ୍ରେସ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଉଭୟ ବିଜେପି ଓ ବିଜେଡି କାହାକୁ ପ୍ରାର୍ଥୀ କରିବେ ସ୍ପଷ୍ଟ କରିନାହାଁନ୍ତି। ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଙ୍କି ମାରୁଛି ।
Author: sanitelevision
ଚାଲିଛି ପୁଣ୍ୟର ମାସ କାର୍ତ୍ତିକ । ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ ।ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକ ରେ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହିତ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ଓ ଶ୍ରଦ୍ଧାଳୁ । ରାତ୍ର ୪ଟା ରୁ ପହଡ ଖୋଲାଯାଇ ସମସ୍ତ ନୀତିକାନ୍ତି ସମାପନ କରାଯିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଦ୍ବାର ଫିଟାଯାଇଥିଲା। କିଭଳି ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ପ୍ରଶାସନ ପକ୍ଷରୁ ପୋଲିସ ମୃତୟନ କରାଯାଇଛି।
ବିଜେପିରେ ଜୟ ଢୋଲକିଆ ମିଶିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ। ଜୟଙ୍କ ମୁଖା ଖୋଲିଗଲା। ସେ କହିଛନ୍ତି, ନୂଆପଡାବାସୀ ସବୁ କିଛି ଦେଖୁଛନ୍ତି । ଠିକ ସମୟରେ ନୂଆପଡାବାସୀ ଜବାବ ଦେବେ । ପ୍ରାର୍ଥୀ ନମିଳିବାରୁ ବିଜେପି ଘୋଡା ବେପାର କରିଛି । ଜୟଙ୍କ ପ୍ରଭାବ ନୂଆପଡାରେ ରହିବ ନାହିଁ । ସୂଚନାଥାଉକି, ଆଜି ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ ।
ରାଜ୍ୟର ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଭିସି ଯୋଗେ ଭୁବନେଶ୍ୱର ପାଣ୍ଡରାଠାରେ ହେବାକୁ ଥିବା ଅତ୍ୟାଧୁନିକ ପାଇକାରୀ ମାଛ ମାର୍କେଟ ଓ ସମ୍ବଲପୁର ଆକ୍ବା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିତ୍ତିପ୍ରସ୍ତର ସ୍ଥାପନା ପରେ ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି ମୋଦି । ଏଥିସହ ଦେଶର ଦୁଇଟି ନୂଆ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳ ମିଶନର ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିସହିତ ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ମଧ୍ଯ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ କରାଗଲା । ଏହି ଯୋଜନାରେ ସାରା ଦେଶରେ ଆସନ୍ତା ୬ବର୍ଷ ପାଇଁ…
ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତକ୍କୀ ନୂଆ ଦିଲ୍ଲୀରେ କରିଥିବା ସାମ୍ବାଦିକ ସମ୍ମିଳନୀକୁ ନେଇ ଭାରତର ରାଜନୀତି ସରଗରମ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ପତ୍ରକାରଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯାହାକୁ ନେଇ ବିରୋଧୀଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏହାକୁ ନେଇ ମୁତକ୍କୀ ସଫେଇ ଦେଇଛନ୍ତି । ସେ କହିଛନ୍ତି କି, ମହିଳା ପତ୍ରକାରଙ୍କୁ ନିମନ୍ତ୍ରଣ କରିବାକୁ ମୁଁ ମନା କରିନଥିଲି । ତାଲିବାନ ଶାସନ ଆଫଗାନିସ୍ତାନରେ ମହିଳା ଅଧିକାରକୁ ସୀମିତ କରିବାର ଅଭିଯୋଗ ଆସିଛି। ମୁତାକି ମହିଳାଙ୍କ ସ୍ଥିତି ଉପରେ ସିଧାସଳଖ ପ୍ରଶ୍ନର ଉତ୍ତର ଦେବାରୁ ଏଡାଇ ଯାଇଥିଲେ। କହିଥିଲେ ଯେ ପ୍ରତ୍ୟେକ ଦେଶର ନିଜସ୍ୱ ରୀତି ଅଛି। ଏହି ପ୍ରସଙ୍ଗ ଦେଶରେ ରାଜନୈତିକ ଉଷ୍ମତା ବୃଦ୍ଧି କରିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋଣଠେସା କରିବାକୁ ଚେଷ୍ଟା କରିଛନ୍ତି। ତେବେ ମୁତକ୍କୀ କହିଛନ୍ତି କି, ମୁଁ ଚେଷ୍ଟା କରୁଛି…
ସବୁ କଳ୍ପନା ଜଳ୍ପନାର ହୋଇଛି ଅନ୍ତ । ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ । ସ୍ବର୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ । ଏକ ମିଶ୍ରଣ ପର୍ବ ମାଧ୍ୟମରେ ଢୋଲକିଆ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର ଥିଲା ।ଯେହେତୁ ରାଜେନ୍ଦ୍ର ଢ଼ୋଲକିଆ ବିଜେଡି ଦଳରୁ ବିଧାୟକ ହୋଇଥିଲେ ତେଣୁ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ଦଳରୁ ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ…
ଶୁକ୍ରବାର ଅପରାହ୍ଣରେ ଚିଲିକାରେ ଏକ ବିରାଟକାୟ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପଜନିତ ବର୍ଷାରେ ଚିଲିକାରେ ପ୍ରବଳ ଲହଡ଼ି ମାରିବା ସହ ଚିଲିକା ଅଶାନ୍ତ ହୋଇପଡିଥିଲା। ଶୁକ୍ରବାର ଅପରାହ୍ଣରେ ପ୍ରବଳ ପବନ ସାଙ୍ଗକୁ ଚିଲିକା ଅଧିଷ୍ଠାତ୍ରୀ ମାଆ କାଳିଜାଇଙ୍କ ପୀଠର ଦକ୍ଷିଣ ପଶ୍ଚିମ ଦିଗରେ ଏକ ବିରାଟକାୟ ଘୁର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା।ଏହା ହାତୀ ଶୁଣ୍ଢ ପରି ଦେଖା ଯାଉଥିଲା । ଏହି ସମୟରେ ଚିଲିକା ମଧ୍ୟରେ ଥିବା ନାଉରିଆ ଓ ମାଆ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଥିଲେ । ଏହି ଟର୍ଣ୍ଣାଡୋ ଦୃଶ୍ୟକୁ ପର୍ଯ୍ୟଟକମାନେ ମୋବାଇଲ ଫୋନରେ କଏଦ କରିଥିଲେ । ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଜଣେ ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ବଳାତ୍କାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାଟି ଶୁକ୍ରବାର ରାତିରେ ଘଟିଛି। ପୀଡିତା ଜଣକ ଓଡ଼ିଶାର ଜଳେଶ୍ୱରର ବାସିନ୍ଦା ଏବଂ ଦୁର୍ଗାପୁରର ଶୋଭାପୁର ଅଞ୍ଚଳର ଏକ ଘରୋଇ ମେଡିକାଲ କଲେଜରେ MBBS ଡିଗ୍ରୀ କରୁଛନ୍ତି ବୋଲି ସୂଚନା ମିଳିଛି ।ଛାତ୍ରୀ ଜଣକ ଗତକାଲି ରାତିରେ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିର୍ଜନ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ମହିଳାଙ୍କ ସହିତ ଆସିଥିବା ବନ୍ଧୁ…
ସାମ୍ନାକୁ ଆସିଲା ଏକ ବିଶାଳ ମଇଁଷି । ଯାହାର ନାମ ’ବିଧାୟକ । ତା’ର ଚମକଦାର ତ୍ବଚା ଏବଂ ରାଜକୀୟ ଚାଲିଚଳଣ ପାଇଁ ସେହି ମଇଁଷିର ମୂଲ୍ୟ ପ୍ରାୟ ୮ କୋଟି ରହିଛି । IIM-T ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଅଖିଳ ଭାରତୀୟ କିଶାନ ମେଳାରେ ହରିୟାଣାର ଏକ ମହିଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଏହି ବିଶାଳ କଳା ରଙ୍ଗର ମଇଁଷିଟି ହରିୟାଣାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚାଷୀ ନରେନ୍ଦ୍ର ସିଂହଙ୍କର ବୋଲି ଜଣାପଡିଛି। ନରେନ୍ଦ୍ର ବହୁ ବର୍ଷ ଧରି ପଶୁପାଳନ କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ପରିଗଣିତ ହେଉଛନ୍ତି। ଏନେଇ ନରେନ୍ଦ୍ର କହିଛନ୍ତି ଯେ ଏହା ଏକ ମୁରାହ ପ୍ରଜାତିର ମଇଁଷି ହୋଇଥିବା ବେଳେ ନିଜର ବଳିଷ୍ଠ ଗଠନଶୈଳୀ, ପ୍ରଭାବଶାଳୀ ଚେହେରା ଏବଂ ଅତୁଳନୀୟ କାର୍ଯ୍ୟଦକ୍ଷତା ଏହାର ପରିଚୟ। ମେଳାରେ ଏହି ମଇଁଷିକୁ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।…
ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜଭୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ରେଡ ଜୋନ ଅବଧି ୩ ବର୍ଷା ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ବୈଧତା ରହିଛି । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା । ପୂର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଗତକାଲି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା।









