ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍ ସର୍କୁଲାର ଜାରି କରିଛି।ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରିଛି । କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଝାଡ଼ଖଣ୍ଡ ଏବଂ ବିହାରରେ ମଧ୍ୟ ଚଢାଉ ଏବଂ ତଦନ୍ତ ଜାରି ରଖିଛନ୍ତି ।
Author: sanitelevision
ଆଜିଠୁ ରାଜ୍ୟରୁ ଫେରିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍, ତେଲେଙ୍ଗାନାର କିଛି ଅଞ୍ଚଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ବିହାରର ଅବଶିଷ୍ଟ ଅଂଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବ। ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୬ରୁ ୭ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ଆସନ୍ତାକାଲି(ମଙ୍ଗଳବାର) କିଛି ସ୍ଥାନରେ ବର୍ଷା ହୋଇପାରେ । ସେ ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡା,…
ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଇଡ଼ ପଇବା ବେଳେ ବ୍ୟବସାୟୀ ଶ୍ରୀଧର ମହାପାତ୍ର ସହ କଥା ହୋଇଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷା ହେଉଥିବାରୁ ବେପାର କମ୍ ହେଉଛି ବୋଲି ଶ୍ରୀଧର କହିଥିଲେ। ମହାବାତ୍ୟା ପରଠୁ ସାକ୍ଷୀଗୋପାଳରେ ନଡ଼ିଆ ଉତ୍ପାଦନ କମିଛି । ୧୯୯୯ ମହାବାତ୍ୟାରେ ଅନେକ ଗଛ ମରିଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଇଡ଼ ପିଇବା ପରେ ଶ୍ରୀଧରଙ୍କୁ ପ୍ରଶଂସା କରିବା ସହିତ ଦୁଇଟି ୫ଶହ ଟଙ୍କିଆ ବଢ଼ାଇ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ଭାବେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା ।
କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ । ଧୋତିରେ ଶ୍ରୀଜଗନ୍ନାଥଙ୍କ ମୁଣ୍ଡମଣ୍ଡଳ ଚିତ୍ରଥିବା ଧୋତି ପିନ୍ଧି ଶ୍ରୀମନ୍ଦିର ଆସିଲେ ଜଣେ ଶ୍ରଦ୍ଧାଳୁ । ଏହାକୁ ଶ୍ରୀମନ୍ଦିର ସେବାୟତ ଘୋର ବିରୋଧ କରିଛନ୍ତି । ସୂଚାନମୂତାବକ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରଵେଶ ପାଇଁ ଥିବା ବ୍ୟାରିକେଡ଼ରେ କିଛି ଶ୍ରଦ୍ଧାଳୁ ପ୍ରଵେଶ ପାଇଁ ଠିଆ ହୋଇଥିଲେ । ଜଣେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଚିତ୍ରିତ ହୋଇଥିବା ଧୋତି ପରିଧାନ କରି ଆସିଥିଲେ । ଯାହା ସେବାୟତଙ୍କ ନଜରକୁ ଆସିଥିଲା । ଏହାକୁ ସେବାୟତ ବିରୋଧ କରିଥିଲେ । ଏହା ସହ ଶ୍ରୀମନ୍ଦିରକୁ ପ୍ରବେଶ କରେଇବାକୁ ଦେଇନଥିଲେ । ତେବେ ଏହି ଘଟଣା କେବେ ଘଟିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଗତକାଲି(ରବିବାର) ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ରାୟଗଡ଼ା ଜିଲ୍ଲାର ସ୍ବନାମଧନ୍ୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱରର ରେଳବାଇ ଷ୍ଟେସନ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି I ସୂଚନାରୁ ଜଣାଯାଇଛି ଆଜି ଶ୍ରୀସାହୁ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ I ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରେ ସେ ଚାଲିଚାଲି ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତ ତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ଜଣାପଡିଛି Iଫଳରେ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଥିବା ହସ୍ପିଟାଲ କର୍ମଚାରୀ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛିI ଆକ୍ରମଣକୁ ଦୃଢ଼ତାର ସହ ନିନ୍ଦା କରିବା ସହ ଦୋଷୀଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାୟଗଡ଼ା ଶିକ୍ଷକ ସଂଘ ଦାବି କରିଛି I
ନୂଆପଡା ଉପନିର୍ବାଚନରେ ୮ଟି ବୁଥରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ଥିବା ୮ଟି ବୁଥରେ ହେଲିକପ୍ଟର ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଭୋଟଦାନ ପାଇଁ ୫୬ଟି ବୁଥ୍ ହୋଇଛି । ୧୪ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଆଚରଣବିଧି ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ନୂଆପଡା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨ ତାରିଖ ନାମାଙ୍କନ ଯାଞ୍ଚ , ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ, ୧୪ରେ ଫଳାଫଳ ପ୍ରକାଶ ପାଇବ ା…
ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରାରେ ସାମିଲ ହେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କର ଜନ୍ମଦିନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା ଏପରି ସୂଚନା ଦେଇଛନ୍ତି ।ସୂଚନାମୁତାବକ, ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ । ଗଙ୍ଗ ନଗର ଓ୍ୱାର୍ଡ ନଂ ୫୨ରେ ବିରୋଧୀଙ୍କୁ ଦେଖାଇବେ ତାଙ୍କର ନିର୍ବାଚନ ରଣନୀତି । ଜନସମ୍ପର୍କ ପଦଯାତ୍ରା କରିବେ ନବୀନ। ଏହି ଅବସରରେ ଦଳର କର୍ମୀ ମାନେ ନବୀନ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି
ବୁଧବାର କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ତପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥା ଓ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ।
ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ମିଳିଛି । ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ସୂଚନା ଥାଉକି, ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳି ମାଡ଼ କରିଛନ୍ତି ଦୁର୍ବୃତ୍ତ । ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଡ୍ୟୁଟିକୁ ଆସିବାବେଳେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତଙ୍କ ୩ ରାଉଣ୍ଡ ଗୁଳିମାଡ଼ । ସେ ଗୁରୁତର ଆହତ ହୋଇ ଗୁରୁତର ଅବସ୍ଥାରେ AIIMSରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ଏଣେ ଏହି ଘଟଣାରେ ସୁଧାଂଶୁଙ୍କ ଭାଇ ଆଉ ଜଣଙ୍କୁ ସନ୍ଦେହ କରି ବର୍ତ୍ତମାନ ଖଣ୍ଡାରେ ଆକ୍ରମଣ କରିଥିବା…
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ପ୍ରଭାତୀ । ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍ବିବିଏସ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର’ ବୋଲି ମମତା କହିଛନ୍ତି। ଏହା ଜବାବରେ ସେ କହିଛନ୍ତି ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ-“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର…









