ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି । ଯେଉଁମାନେ ଇ-କେୱାଇସି କରିବେନି ସେମାନଙ୍କୁ ଚାଉଳ ଦିଆଯିବନି । କେନ୍ଦ୍ର ସରକାରଇ- କେୱାଇସି ବନ୍ଦ କରିଛନ୍ତି, ସମୟ ବଢେଇଲେ ଆମେ ବଢେଇବୁ । ବାଦ ପଡିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ।
Author: sanitelevision
ଦୀପାବଳି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟେଇବା ଲାଗି ସମୟ ବି ନିର୍ଦ୍ଧାରିତ ହୋଇଛି। ଏଥର କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା।ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…
ଚିଲିକାରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ । ଏହାକୁ ଆଖି ଆଗରେ ରଖି ସୁରକ୍ଷାକୁ କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ ଟି ଟିମ୍ ଗଠିତ କରାଯାଇଛି । ଟାଙ୍ଗୀ-୧୧, ରମ୍ଭା-୨, ବାଲୁଗାଁ-୪, ନୂଆପଡା-୨, ସାତପଡା-୨ ସହିତ ଲ୍ୟାଣ୍ଡ ମୋବାଇଲ ଟିମ୍ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ। ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ।ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।
ପ୍ରତ୍ୟେକ ଜିନିଷରେ ଦରଦାମ ବୃଦ୍ଧି ହୋଇଛି। ଖାଇବା ଜିନିଷ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ରୋଗୀଙ୍କୁ ପୁଷ୍ଟିକର ଓ ସ୍ବାସ୍ଥ୍ୟଯୁକ୍ତ ଖାଦ୍ୟ ଦେବା ଲକ୍ଷ୍ୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରୋଗୀଙ୍କ ପାଇଁ ସାଧାରଣ ଖାଦ୍ୟ ଦର ପୂର୍ବରୁ ୧୧୦ ଟଙ୍କା ରହିଥିବା ବେଳେ ଏହା ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଶୁ ରୋଗୀଙ୍କ ଖାଦ୍ୟ ଦର ୯୫ ଟଙ୍କାରୁ ୧୧୦ ଟଙ୍କା, ଅଧିକ ପୁଷ୍ଟିକର ଖାଦ୍ୟ ଦର ୧୨୦ରୁ ୧୩୮ ଟଙ୍କା, ଶୁଖିଲା ଖାଦ୍ୟ ଦର ୯୫ ଟଙ୍କାରୁ ୧୧୦ଟଙ୍କା ଓ ତରଳ ଖାଦ୍ୟ ଦର ୧୧୦ଟଙ୍କାରୁ ୧୨୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଭର୍ତ୍ତି ହୋଇଥିବା ରୋଗୀଙ୍କୁ କିଭଳି ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ମେଡିକାଲର ମୁଖ୍ୟ ଦାୟୀ ରହିବେ।
ଚୌଦ୍ୱାର ଜେଲ ପରେ ଏବେ ପୁଣି ଚନ୍ଦକା ଥାନାରୁ ଫେରାର ହୋଇଗଲା ଚୋର । କନେଷ୍ଟବଳଙ୍କୁ ଧକ୍କା ଦେଇ ଚନ୍ଦକା ଥାନାରୁ ଚମ୍ପଟ ମାରିଲା ଚୋର । ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା । ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୋଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା । ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା । ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୈଡ଼ି ପଳାଇଥିଲା। ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡ଼ିଛି ।
ମନୋଜ ମିଶ୍ର ହୋଇପାରନ୍ତି ବିଜେଡିର ନୂଆପଡା ପ୍ରାର୍ଥୀ । ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ କେବଳ ଘୋଷଣା ବାକି ଥିବା ସୂଚନା ମିଳିଛି । ମନୋଜ ମିଶ୍ରଙ୍କ ନାଁରେ ମୋହର ବାଜିଥିବା ବି ଚର୍ଚ୍ଚା ହେଉଛି । ବିଜେଡିର ପୂର୍ବତନ ନୂଆପଡା ଜିଲ୍ଲା ସଭାପତି ହେଉଛନ୍ତି, ମନୋଜ ମିଶ୍ର । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ ସେ ବିଜେଡିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି ନେଇନାହିଁ । ସମସ୍ତ ନେତାଙ୍କଠାରୁ ଫିଡବ୍ୟାକ୍ ଗ୍ରହଣ କରିବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ନୂଆପଡ଼ା ପାଇଁ ଦଳ ଆଦିବାସୀ ଚେହେରା ଓ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦେଇପାରେ । ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଗତକାଲିଠୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି…
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥାଏ । ହଠାତ୍ ଜଣେ ବ୍ୟକ୍ତି ବ୍ୟାଗ୍ରେ ଏକ କଳା ରଙ୍ଗର ଛେଳି ଛୁଆ ନେଇ ସେଠି ପହଞ୍ଚିଲେ । କହିଲେ, ‘ସାର୍ ମୋ ଘର ଉପରେ ୧୧ କେଭି ବିଜୁଳି ତାର ଯାଇଛି । ଏହାର ସଂସ୍ପର୍ଶରେ ଆସି ମୋର ୩ଟି ଛେଳି ମରି ସାରିଲେଣି । ଏବେ ଏଇ ଗୋଟାକୁ ଆପଣ ବଞ୍ଚାଇ ଦିଅନ୍ତୁ ।ତେଣୁ ଛେଳିର ମାଲିକ ନିଆଳି ଅଠାନ୍ତରର ବିଷ୍ଣୁଚରଣ ବେହେରା ଏହାକୁ ଏକ ବ୍ୟାଗ୍ରେ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚିଥିଲେ। ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ଅଧିକାରୀ ଓ ଅନ୍ୟ ଅଭିଯୋଗକାରୀ ଚକିତ ହୋଇଯାଇଥିଲେ।ଖବର ମୁତାବକ, ନିଆଳି ବାହାରଣା ପଞ୍ଚାୟତର ଅଠାନ୍ତର ଗ୍ରାମର ବିଷ୍ଣୁ କୁମାର ବେହେରା(୪୯) ଛେଳି ଚାଷ କରନ୍ତି । ଗାଁରେ ତାଙ୍କର ଏକ ମହଲା ବିଶିଷ୍ଟ ଏକ ଛାତ ଘର ରହିଛି । ବିଷ୍ଣୁଙ୍କ ଘର ଉପରେ ୧୧ କେଭି ବିଦ୍ୟୁତ ତାର ଯାଇଛି…
ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ ନୂଆ ମାନକ ପ୍ରକ୍ରିୟା (SOP) ଜାରି କରିଛି। ଏହା ପୂର୍ବ ନିୟମଗୁଡ଼ିକୁ ବାତିଲ କରି ଏକରୂପତା ଓ ଜନସାଧାରଣଙ୍କ ସୁବିଧା ପାଇଁ କାମ କରିବ।। ଏଥିରେ ମୁଖ୍ୟତଃ ଚାରିଟି ଦିଗ ଉପରେ ଫୋକସ କରାଯାଇଛି । ଗ୍ରାମାଞ୍ଚଳରେ ଜଳାଶୟ କିସମକୁ ଛାଡ଼ି, ପାର୍ଟ ପ୍ଲଟ୍ ପଞ୍ଜୀକରଣ ବିନା କୌଣସି ପୂର୍ବ ସର୍ତ୍ତରେ ଅନୁମତିପ୍ରାପ୍ତ । ଉପବିଭାଜନ ୫୦୦ ବର୍ଗ ମିଟରରୁ ଅଧିକ ହେବ ନାହିଁ । ପୂର୍ବରୁ ଥିବା ଛୋଟ ପ୍ଲଟ୍ ପାଇଁ ୨୦୨୫ ODA ଓ OTP ଏବଂ IT ଦ୍ୱିତୀୟ ସଂଶୋଧନ ନିୟମ ପୂର୍ବରୁ ୫୦୦ ବର୍ଗ ମିଟରରୁ କମ୍ ପ୍ଲଟଗୁଡ଼ିକର ଉପବିଭାଜନ ଅନ୍ୟ ପ୍ରଯୁଜ୍ୟ ନିୟମକୁ ଅଧୀନ ହୋଇ ଅନୁମତିପ୍ରାପ୍ତ । କୃଷିଜମି ପ୍ଲଟ୍ କ୍ଷେତ୍ରରେ ଯଦି ଜମି ଏହାର କୃଷି କିସମ ଶ୍ରେଣୀର ଥାଏ…
ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା। ୨ ଆମେରିକୀୟ ଜୋଏଲ୍ ମୋକିର, ପିଟର୍ ହାୱିଟ ଏବଂ ଜଣେ ବ୍ରିଟିଶ ନାଗରିକ ଫିଲିପ୍ ଏଘିଅନଙ୍କୁ ପ୍ରଦାନ କରାଯାଇଛି ଅର୍ଥନୀତିରେ ନୋବେଲ। ଆର୍ଥିକ ବିକାଶରେ ଇନୋଭେସନ ପାଇଁ ନୋବେଲ ପ୍ରଦାନ କରାଯାଇଛି।ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁମତି ଦେଉଥିବା ପ୍ରମୁଖ ପରିସ୍ଥିତି ଚିହ୍ନଟ କରିବା ପାଇଁ ଜୋଏଲ୍ ମୋକିରଙ୍କୁ ସମ୍ମାନିତ କରାଯିବ । ସେହିପରି ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋୱିଟ୍ ମିଳିତ ଭାବରେ ଅର୍ଥନୀତି ବିକାଶରେ “ସୃଜନଶୀଳ ବିନାଶ” ତତ୍ତ୍ୱ ପାଇଁ ପୁରସ୍କୃତ ହେବେ । ଯେଉଁଥିରେ ଅର୍ଥନୀତିର ପୁରୁଣା ପ୍ରକ୍ରିୟାଗୁଡ଼ିକୁ ହଟାଯାଇ, କିପରି ନୂଆ ଚିନ୍ତାଧାରା ସହିତ ନିରନ୍ତର ଅଭିବୃଦ୍ଧି ହାସଲ କରି ହେବ ତାହାକୁ ବାଖ୍ୟା କରିଛନ୍ତି ଆଘିନା ଓ ହୋୱିଟ । ଏହି ତିନି ବିଜ୍ଞାନୀ, ଦର୍ଶାଇଛନ୍ତି ଯେ ସମାଜରେ ଆର୍ଥିକ ବିକାଶ ଏବଂ ପ୍ରଗତି ପାଇଁ ନବସୃଜନ କାହିଁକି ଗୁରୁତ୍ୱପୂର୍ଣ୍ଣ ।
ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟଭି କ୍ୟାମେରା। କେନ୍ଦ୍ର ଓ ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅପରାଧ ଦୁର୍ନୀତି ରୋକିବାକୁ ବଡ ପଦକ୍ଷେପ ନିଆଯାଇଛି । ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍ରେ ୫୦୦ ମିଟର ଯାଏଁ କଭରେଜ କରିବ। ଏପରିକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ସହ ଉକ୍ତ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି। ଯୋଜନା ସମ୍ପର୍କରେ ଆସନ୍ତା ୧୭ ତାରିଖରେ ବଡ଼ ବୈଠକ ବସିବ ବୋଲି ଜଣାପଡିଛି।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡିଯାଇଛି । ଦିନ ଦ୍ୱିପହରେ ଲୁଟ, ଛିନତାଇ, ଅପହରଣ, ଦୁଷ୍କର୍ମ ହତ୍ୟା ଭଳି ମାମଲା ବଢିବାରେ ଲାଗିଛି ।









