ପଶ୍ଚିମବଙ୍ଗର ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସ। ଛାତ୍ରୀଙ୍କୁ ରାତିରେ ହଷ୍ଟେଲରୁ ବାହାରକୁ ଆସିବା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ବୁଧବାର ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କମିଶନର ସୁନୀଲ ଚୌଧୁରୀ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି।ଗିରଫ ୬ ଅଭିଯୁକ୍ତଙ୍କୁ ପାରାନଗଞ୍ଜ ଜଙ୍ଗଲର କାଲାବାଡ଼ି ଶ୍ମଶାନ ନିକଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ଦୁର୍ଗାପୁର ନ୍ୟୁଟାଉନ୍ସିପ୍ ଥାନା ପୁଲିସ । ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ସେ ଦୁଷ୍କର୍ମ କରିଥିଲେ। କ୍ରମାଗତ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲା ବୋଲି ପୀଡ଼ିତା କହିଛନ୍ତି । ପୁରୁଷ ବନ୍ଧୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତାଙ୍କ ବୟାନରୁ ଜଣାପଡ଼ିଛି।…
Author: sanitelevision
ଆମେରିକାକୁ ଅସ୍ଥାୟୀ ଭାବେ ଲଗାଯାଇଥିବା ଡାକ ସେବା ପ୍ରତିବନ୍ଧକକୁ ହଟାଇଲେ ଭାର ସରକାର। ସମସ୍ତ ପ୍ରକାରର ଡାକ ସେବା ଉପରୁ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦିଆଯାଇଛି।ଆଜିଠୁ ଆମେରିକାକୁ ଡାକ ସେବା ପୂର୍ବ ପରି ଆରମ୍ଭ ହେବ। ପୂର୍ବରୁ, ଅଗଷ୍ଟ ୨୫ ତାରିଖରେ ଭାରତୀୟ ଡାକ ବିଭାଗ ଡାକ ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା।ତେବେ ଆମେରିକାର କଷ୍ଟମ୍ସ ଏବଂ ସୁରକ୍ଷା ବିଭାଗର ନୂଆ ନିୟମ ଅନୁଯାୟୀ ଭାରତରୁ ପଠାଯାଇଥିବା ପୋଷ୍ଟାଲ୍ ପାର୍ସଲଗୁଡ଼ିକ ଉପରେ ବର୍ତ୍ତମାନ ୫୦% କଷ୍ଟମ୍ସ ଶୁଳ୍କ ଲାଗୁ ହେବ। ଏହି ଶୁଳ୍କ ସମସ୍ତ ପ୍ରକାରର ଡାକ ସେବା ପାଇଁ ପ୍ରଯୁଜ୍ୟ ହେବ। ଅର୍ଥାତ୍ ବର୍ତ୍ତମାନ୍ ଯଦି ଜଣେ ବ୍ୟକ୍ତି ଆମେରିକାକୁ କୌଣସି ମେଲ୍ ପଠାଇବେ ତାହେଲେ ତାଙ୍କୁ ପଠାଯାଇଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ସ ଶୁଳ୍କ ଦେବାକୁ ପଡ଼ିବ।
ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଆୟୋଜିତ ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପର୍ଣ୍ଣ କରିଛି ଇସ୍କନ । ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି । ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି । ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି । ତେବେ ଥରେ କି ଦୁଇ ଥର ନୁହେଁ । ଇସ୍କନ ଏହିପରି ଭାବେ ବାରମ୍ବାର ଅଦିନିଆ ରଥଯାତ୍ରାର ଆୟୋଜନ କରୁଛି । ଆଉ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲାଉଛି । ହେଲେ ଏଠି ପ୍ରଶ୍ନ…
ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପହଞ୍ଚିଲେ ସାଂସଦ ପ୍ରତାପ ଷଡଙ୍ଗୀ। ପ୍ରତାପଙ୍କ ସହ ଅଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳ। ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବେ। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ତେବେ ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଗତକାଲି ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଭେଟି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ। ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ଉପରେ ଚିନ୍ତା ପ୍ରକଟ…
ରାଜଧାନୀରେ ଆରମ୍ଭ ହୋଇଛି “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’- ୨୦୨୫” । ଦୀପାବଳିକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପଦର୍ଶନୀରୁ ମନ ପସନ୍ଦର ଜିନିଷ କିଣିବାକୁ ରାଜଧାନୀବାସୀଙ୍କ ଭିଡ ଜମିଛି । ଘର ସାଜସଜ୍ଜା ଠୁ ଆରମ୍ଭ କରି ବିଭିନ୍ନ ସୌଖୀନ ଓ ରୋଷେଇ ଶାଳର ସାମଗ୍ରୀ ସହ ଦୀପାବଳୀକୁ ରଙ୍ଗୀନ କରିବାକୁ ମାଟିରେ ତିଆରି ବିଭିନ୍ନ ଜିନିଷ କିଣି ନେଉଛନ୍ତି ଗ୍ରାହକ । ଗତକାଲିରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୧୯ ତାରିଖ ଯାଏ ଚାଲିବ। ଚଳିତଥର ୨୧୦ଟି ଷ୍ଟଲ୍ ଖୋଲିଛି । ଓଡିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୩୫୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ଏଥର ୩ କୋଟି ଟଙ୍କାରୁ ଅଧିକ ବିଜିନେସ୍ ହେବ ବୋଲି ଆକଳନ କରାଯାଇଛି । ମୁଖ୍ୟ ଆକର୍ଷଣ ସାଜିଛି ସେରାମିକ ଓ ମାଟିରେ…
ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି ।୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ମୟୂରଭଞ୍ଜ, ଦେଓଗଡ, କେଉଝର, ବାଲେଶ୍ବର, ସୁନ୍ଦର ଗଡ, ଝାରସୁଗୁଡ଼ା, ସମ୍ବଲପୂର୍, ସୋନପୁର, ବରଗଡ଼ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ୭ ଜିଲ୍ଲା ରୁ ଅଧିକାଂଶ ସ୍ଥାନରୁ ବିଦାୟ ନେଇଛି ମୌସୁମୀ । ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର , ନୂଆପଡ଼ା ର କିଛି ସ୍ଥାନ ରୁ ଲେଉଟାଣି ନେଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ବିଦାୟ ନେବ । ଅନ୍ୟ ୧୪ ଜିଲ୍ଲାରୁ ଆଦୌ ମୌସୁମୀ ଅପସରଣ ହୋଇନାହିଁ । ପାଗ ଅନୁକୂଳ ଅଛି ୨୪ ଘଣ୍ଟାରେ ବିଦାୟ ନେବ ।ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ…
ଛତିଶଗଡ଼ ମାଓ ପ୍ରଭାବିତ କାଙ୍କେର ଜିଲ୍ଲାର ପାଖଞ୍ଜୁରରୁ ଆସିଛି ଏକ ବିରଳ ଦୃଶ୍ୟ | ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଏବେ ଥାନାରେ କରିଛନ୍ତି ବିବାହ। ବେକରେ ବରଣମାଳା ପଡିଛି ଆଉ ପୂରା ଧୂମଧାମ୍ ରେ ହୋଇଛି ବାହାଘର । ସାଗର ଡିର୍ଡୋ ଓ ସଚିଲା ମାଣ୍ଡାଭି ସାତ ଜନମର ସାଥୀ ହୋଇ ଚାଲିବାର ନିଷ୍ପତ୍ତି ନେଇଛନ୍ତି। ହିସାଂର ବାଟ ଧରୁଥିବା ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ବାର୍ତ୍ତା ବି ଦେଇଛନ୍ତି । ବୈଦିକ ରୀତିନୀତିରେ ପଡିଥିଲା ହାତଗଣ୍ଠି । ବିବାହ ମଣ୍ଡପ ପାଲଟିଥିଲା ପାଖଞ୍ଜୁର ପୋଲିସ ପୋଷ୍ଟ । ସେପଟେ ଏପରି ବିବାହକୁ ନେଇ ସବୁଠି ମିଳିଛି ବାବାବା । ଷ୍ଟେସନ ଇନଚାର୍ଜଙ୍କଠାରୁ ସ୍ଥାନୀୟ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ବାରି ହୋଇପଡୁଥିଲା ଖୁସି ଓ ଆନନ୍ଦର ପରିଭାଷା । ପଖାଞ୍ଜୁର ପୋଲିସ ଷ୍ଟେସନ କେବଳ ଆଇନ ଶୃଙ୍ଖଳାର କେନ୍ଦ୍ର ନୁହେଁ । ବରଂ…
ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ମମତା ନାମକୁ ମାତ୍ର ଶାସନ ବ୍ୟବସ୍ଥାରେ ବସିଛନ୍ତି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁ ନାହାନ୍ତି।ମମତାଙ୍କ ହାତରେ କ୍ଷମତା ନାହିଁ, ତାଙ୍କୁ ପୋଲିସ ମାନୁ ନାହାନ୍ତି।ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିଛି । ମମତା ବାନାର୍ଜୀ ଯେଭଳି ପ୍ରତିକ୍ରିୟା ରଖିଲେ ତାହା ମଧ୍ୟ ଦୁର୍ଭାଗ୍ୟ ଜନକ । ସୂଚନାମୁତାବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବେଦନଶୀଳ ଘଟଣାରେ ଖାମଖିଆଲ ମନ୍ତବ୍ୟ ଦେଇଛନ୍ତି। ଦିଦି କହିଛନ୍ତି, ଘଟଣା ବାବଦରେ ମୋତେ ନୁହେଁ ପୋଲିସକୁ ପଚାର। ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାରେ ଦୁଷ୍କର୍ମ ଘଟଣାର ଉଦାହରଣ ରଖି ଦୋଷ ଝାଡି ଦେଇଛନ୍ତି। ମମତାଙ୍କୁ କଡ଼ା…
ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି । ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଜେଲ ଡିଜି ସୁଶାନ୍ତ ନାୟକ । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ । ଜେଲ ଭିତରେ ଅନେକ ଅନୈତିକ କାରବାର ହୋଇଥିବା ନେଇ ଏକାଧିକ ଅଭିଯୋଗ ପୂର୍ବରୁ ମଧ୍ୟ ଆସିଛି । ବିଭିନ୍ନ ସମୟରେ ଜେଲରେ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ , ଫୋନ ଏବଂ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏସବୁକୁ ପ୍ରତିରୋଧ ଧରିବା ପାଇଁ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟର ଜେଲ୍ମାନଙ୍କରେ କଏଦୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି । ଏନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ…
ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ପୂର୍ବ ସରକାରଙ୍କ ସ୍କୁଟି ଯୋଜନାର ରୂପରେଖ ବଦଳିଲା । ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର କିଣାଇଦେବେ ସରକାର । ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର୍ । ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍ । ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ ଦିଆଯିବ ଗାଡ଼ି । ଇଭି ଗାଡ଼ି କିଣିଲେ ଅଧିକ ୨ ଲକ୍ଷ ଟଙ୍କା ମିଳିବ ପ୍ରୋତ୍ସାହନ ରାଶି । ୨୧ରୁ ୪୦ ବର୍ଷର ମହିଳାଙ୍କୁ ମିଳିବ ସୁଯୋଗ । ତେବେ ଏହି ଯୋଜନା ଡିସେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆମ ସୁବାହକ କାର୍ଯ୍ୟକ୍ରମର ଏକ ବିସ୍ତାର । ଯେଉଁଥିରେ ପୂର୍ବରୁ ଅତି କମରେ ୩୦ ଜଣ ମହିଳାଙ୍କୁ ଏହା ଅଧିନରେ ତାଲିମ…









