ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ସବୁଜ ବାଣ ବ୍ୟବହାରକୁ ଅନୁମୋଦନ କରିଛନ୍ତି। କୋର୍ଟ ବୁଧବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କେବଳ ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଅନୁମତି ପ୍ରଦାନ କରିଛନ୍ତି। ସିଜେଆଇ ବିଆର ଗଭାଇ କହିଛନ୍ତି ଯେ ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ । ପରିବେଶକୁ କ୍ଷତି ନ ପହଞ୍ଚାଇ ସଂଯମତାର ସହିତ ଅନୁମତି ପ୍ରଦାନ କରାଯିବା ଉଚିତ । CJI ୧୪ ଅକ୍ଟୋବର, ୨୦୨୪ ର ନିର୍ଦ୍ଦେଶକୁ ଉଦ୍ଧୃତ କରିଥିଲେ । ଯେଉଁଥିରେ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଥିଲେ । ଏହା ସମଗ୍ର ଏନସିଆରରେ ଲାଗୁ କରାଯାଇଥିଲା । ସିଜେଆଇ କହିଛନ୍ତି ଯେ କେବଳ ୧୮-୨୧ ଅକ୍ଟୋବର ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ।ପଟ୍ରୋଲିଂ ଦଳଗୁଡ଼ିକ ସବୁଜ ବାଣ ନିର୍ମାତାଙ୍କ ଉପରେ ନିୟମିତ ଯାଞ୍ଚ କରିବେ। ସବୁଜ ବାଣ ପାଇଁ QR କୋଡ୍ ୱେବସାଇଟରେ ଅପଲୋଡ୍ କରାଯିବ।…
Author: sanitelevision
ଅନୁଗୋଳ ସଦର ସ୍ଥିତ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଘରୋଇ ସ୍କୁଲ ପ୍ଲେ ସ୍କୁଲ ମାଲିକଙ୍କ ବଳାତ୍କାର ଅଭିଯୋଗ। ଥାନାରେ ଅଭିଯୋଗ ପରେ ମାଲିକ ସଙ୍କେତ କୁମାର ଶର୍ମାଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ଗାନ୍ଧୀ ମାର୍ଗରେ ଅବସ୍ଥିତ ସ୍କୁଲର ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଘରୋଇ ପ୍ଲେ ସ୍କୁଲର ମାଲିକ ପ୍ରେମ ପ୍ରସ୍ତାବ ଦେଇଥିଲେ। କିନ୍ତୁ, ସେ ତାଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ, ଯେତେବେଳେ ସ୍କୁଲରେ କେହି ନଥିଲେ, ସଙ୍କେତ ଉକ୍ତ ମହିଳା ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ। ପୀଡିତା ଶିକ୍ଷୟିତ୍ରୀ ଥାନାରେ ଏହା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ, ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ମହିଳା ଶିକ୍ଷୟିତ୍ରୀଙ୍କୁ ଠକିବା ପାଇଁ ଅଭିଯୁକ୍ତ ମାଲିକଙ୍କୁ ଗିରଫ କରିଛି। ଗିରଫ ପରେ ପୋଲିସ ଅଭିଯୁକ୍ତ ଶର୍ମାଙ୍କୁ କୋର୍ଟକୁ ପଠାଇଛି।
ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ପଙ୍କଜ ଧୀର୍ , ଆଜି ତାଙ୍କର ଦେହାନ୍ତ ହୋଇଛି ।ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । । ତାଙ୍କର ଘନିଷ୍ଠ ବନ୍ଧୁ ଅମିତ ବହଲ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ନିଶ୍ଚିତ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି ।ପଙ୍କଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ପଙ୍କଜ ଧୀର ତାଙ୍କର ଚମକ୍ରାର ଅଭିନୟ ଦକ୍ଷତା ଏବଂ ଶକ୍ତିଶାଳୀ କଣ୍ଠସ୍ୱର ପାଇଁ ଜଣାଶୁଣା ଥିଲେ । କିନ୍ତୁ ୧୯୮୮ ମସିହାରେ ଐତିହାସିକ ନାଟକ ମହାଭାରତରେ କର୍ଣ୍ଣଙ୍କ ଚରିତ୍ର ତାଙ୍କୁ ପ୍ରକୃତରେ ଅମର କରିଥିଲା…
ନୂଆପଡା ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ନୂଆପଡା ଏନଏସି ଚେୟାରମ୍ୟାନ ମହମ୍ମଦ ଆଦମ ସୂଚନା ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମହମ୍ମଦ ଆଦମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନବୀନ ନୀବାସ ଯାଇ ନବୀନଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଥାଉକି, କଂଗ୍ରେସ, ବିଜେପି ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ କାହାକୁ କରିବ ବିଜେଡି ପ୍ରାର୍ଥୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ନୂଆପଡାରେ କେଉଁ ଦଳ ବାଜିମାତ ମାରିବ ତାହାକୁ ମଧ୍ୟ ଅପେକ୍ଷା କରିଛନ୍ତି ଜନତା ।
ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହୋଇଛନ୍ତି ସ୍ମୃତି।୩ ଡିଏସ୍ପି, ୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି। ଏହି ସମୟରେ ଖୋର୍ଦ୍ଧା ଓ ଭୁବନେଶ୍ୱର ମିଳିତ ଭିଜିଲାନ୍ସ ଟିମ ଚଢାଉ କରି ୮ ହଜାର ଟଙ୍କା ଜବତ କରିଥିଲେ।
ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କେଜି ଲେଖାଏଁ ଚାଉଳ । ଆଶା ଦେଖାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚୂଡାନ୍ତ ନିଷ୍ପତ୍ତି ହୋଇନି , ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଦେବାକୁ ଚିନ୍ତା କରାଯାଉଛି। ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ। ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।
ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ ଜାରି। ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ହେଲା ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ ବିଜ୍ଞାପନ ନେଇ ଭାଇରାଲ ହେଉଛି । ମାତ୍ର ୪୯ ଟଙ୍କାରେ ଅବଢା ଉପଲବ୍ଧ ଥିବା ବିଜ୍ଞାପନରେ କୁହାଯାଇଛି । ତେବେ ୪୯ ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି ଚାରୋଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି କୁହାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ଅବଢା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକେଇର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇଛି ।
ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀଙ୍କୁ ନବୀନ ନିବାସରୁ ଡାକରା ଆସିଛି । ଏମାନେ ସିଧାସଳଖ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ । ବୁଧବାର ଅପରାହ୍ନରେ ନବୀନ ନିବାସରେ ନବୀନଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ନବୀନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେଡି । ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂ ମାଝୀ ।ସେପଟେ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ । ନିଜେ ପିସିସି ସଭାପତି ନୂଆପଡ଼ାରେ ଡେରା ପକାଇବା…
ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ।ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ।ସେପଟେ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ। ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି।
ପୟାଶ୍ରାଦ୍ଧକୁ ନେଇ ଦୂର ହେଲା ଦ୍ଵନ୍ଦ୍ଵ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦିଆଗଲା ସ୍ପଷ୍ଟୀକରଣ। ୨୦ ନା ୨୧ ତାରିଖ ନେଇ ଦ୍ଵନ୍ଦ୍ଵ ଥିଲା । ତେବେ ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ କରିଛନ୍ତି ।୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ। ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ ବୋଲି ମୁକ୍ତି ପଣ୍ଡିତ ମହାସଭା କହିଛି। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ଵନ୍ଦ୍ଵ ଦେଖାଯାଇଥିଲା। ୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ ବୋଲି ଅନେକ ପଞ୍ଜିକାରେ ଉଲ୍ଲେଖ ରହିଛି। ୨୧ ତାରିଖ ଦୀପାବଳି ପାଇଁ ସରକାରୀ ଛୁଟି ରହିଛି ।








