ନୂଆପଡା ଉପନିର୍ବାଚନ ରାଜନୀତି ସରଗରମ । ଆସନ୍ତା ୨୦ତାରିଖରେ ନାମାଙ୍କନ ଶେଷ ତାରିଖ ରହିଥିବା ବେଳେ ସେହିଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ । ନୂଆପଡାରେ ଅନେକ ଆଶାୟୀ ଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛରିଆଙ୍କୁ ପ୍ରାର୍ଥୀ କରିଛି । ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ ସ୍ନେହାଙ୍ଗିନୀ । ସୂଚନାମୁତାବକ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗତକାଲି ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି। ସ୍ନେହାଙ୍ଗିନୀଙ୍କ ଉପରେ ଦଳ ଭରସା କରିଛି।ପୂର୍ବରୁ ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚନରେ ବିଜୟ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ ସେ ।
Author: sanitelevision
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିୱାଲି ଭେଟି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ୫୫ ପ୍ରତିଶତରୁ ମହଙ୍ଗା ଭତ୍ତା ବଢି ୫୮ ପ୍ରତିଶତ ହେଲା ।ଏହା ଜୁଲାଇ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ.ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ. ପାଇବେ । ଏହାଦ୍ୱାରା ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ ।
ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ପରେ ଏହା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି କିଛି ପାଣିପାଗ ମଡେଲ ଆକଳନ କରିଛନ୍ତି । ତେବେ ଓଡ଼ିଶା ଉପରେ ଏହା ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ଶୁଖିଲା ରହିବ ।ତେବେ ଜିଏଫଏସ ଏହି ମଡେଲ ଦର୍ଶାଇଥିବା ବେଳେ ଅନ୍ୟ କୌଣସି ମଡେଲ ଏହି ଅବପାତ ନେଇ ପୂର୍ବାନୁମାନ କରିନାହାନ୍ତି ।ମୌସୁମୀ ଫେରିଯିବା ପରେ ବର୍ଷାର ସମ୍ଭାବନା କମୁଛି । ଏଥିସହ ରାଜ୍ୟକୁ ଧୀରେ ଧୀରେ ପ୍ରବେଶ କରିବ ଶୀତ । ସେପଟେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ଖୁବୀଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ । ତଦନ୍ତବେଳେ ପୁଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ ଡିଜି ୱାଇବି ଖୁରାନିଆ । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ପୋଲିସ । ଜଣେ ସାର୍ପ ସୁଟର, ଅନ୍ୟ ଜଣେ ରେକି ଟିମରେ ସାମିଲ ଅଛନ୍ତି । ପୀତବାସଙ୍କ ଘନିଷ୍ଠ ସହେଯାଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା କରାଯାଇଛି । ବିହାର, ଦିଲ୍ଲୀ ଓ କୋଲକାତାରେ ଓଡିଶା ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।
ନାମାଙ୍କନ ଭରିବେନି ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ଏନେଇ ଭାଜପାରୁ ଆସିଛି ବଡ଼ ଖବର। ଆଜି ଶୁଭ ମୁହୂର୍ତ୍ତ ନଥିବାରୁ ପ୍ରାର୍ଥୀପତ୍ର ଦାଖଲ କରିବେନି ଜୟ । ଏନେଇ ସୂଚନା ମିଳିଛି।ଗତ ୧୧ତାରିଖ ଦିନ ବିଜେପିରେ ସାମିଲ ହୋଇଥିଲେ ଜୟ ଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା । ବିଜେଡିରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେବା ପରେ ହଠାତ୍ ଜୟ ଢୋଲକିଆ ବିଜେପି ଶିବିରରେ ଦେଖାଦେଇଥିଲେ । ପିତାଙ୍କ ଦେହାନ୍ତ ପରେ ବିଜେପିରେ ସାମିଲ ହେବାରୁ ବିଜେଡି ଜୟଙ୍କୁ ସିଧାସଳଖ ଟାର୍ଗେଟ କରିଥିଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ଫୋନ୍ ଯୋଗେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି।
ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇବା ହେଉଛି ଆମର ପରମ୍ପରା । ବର୍ତ୍ତମାନ ବଜାରରେ ଖୁବ କମ୍ ଟଙ୍କାରେ ସୁନ୍ଦର ସୁନ୍ଦର କୋଲକାତା ଦୀପ ମିଳୁଥିବା ବେଳେ ଦେଶୀ ଦୀପରୁ ମୁହଁ ଫେରାଉଛନ୍ତି ଗ୍ରାହକ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭାରମାନେ ଯଦିଓ ଦୀପ ପ୍ରସ୍ତୁତ କରୁଛନ୍ତି ତଥାପି କୋଲକାତା ଦୀପ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ଅର୍ଥାତ ଦେଶୀ ମାଟିର ଦୀପଠାରୁ କୋଲକାତା ଦୀପକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ଫଳରେ କୁମ୍ଭାରମାନେ ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଦେଶୀ ଦୀପର ପୂର୍ବ ଭଳି ଆଉ ଚାହିଦା ରହୁ ନାହିଁ ତଥାପି ପରାମ୍ପରା ଅନୁସାରେ ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି । ସେପଟେ କିଛି ଲୋକଙ୍କ ଆବଶ୍ୟକତାକୁ ଦେଖି କୁମ୍ଭାରମାନେ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି ।ବର୍ତ୍ତମାନ ମାଟି ଦୀପ ପାଇଁ କଞ୍ଚାମାଲର ଘୋର ଅଭାବ…
ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ । ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ ବିରୋଧୀ ଦଳ ନେତା । ପ୍ରାୟ ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏକାମ୍ରନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ । ୨୦୦୦ ମାର୍ଚ୍ଚ ୫ରୁ ୨୦୨୪ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ଏ ଲମ୍ବା ଯାତ୍ରାରେ ସେ ପାଇଛନ୍ତି ଈର୍ଷଣୀୟ ସଫଳତା । ବିକାଶ ମାନଚିତ୍ରରେ ଓଡ଼ିଶା ଅନେକ ଉପରକୁ ଉଠିଛି । ଦେଶରେ ସର୍ବାଧିକ ଦାରିଦ୍ର୍ୟ ହ୍ରାସ କରିବାରେ ଓଡ଼ିଶା ହିଁ ରହିଛି ଶୀର୍ଷରେ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରେ ରାଜନୀତିର ଧାର୍ ଧରୁ ନଥିବା ନବୀନ ଘଟଣାଚକ୍ରରେ ଓଡ଼ିଶା…
ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ । ଆସନ୍ତା ୧୮ ତାରିଖରୁ ଏହି ଅଭୟାରଣ୍ୟ ଖୋଲିବ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା କିନ୍ତୁ ଏବେ କଟକଣା ହଟିଯାଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି । ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ।
ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ କରନ୍ତି । ଏବେ ବି ସେ ଲୋକଙ୍କ ପ୍ରେରଣାର ଉତ୍ସ। ସେ ଆଉ କେହିଁ ସେ ହେଉଛନ୍ତି ଭାରତର ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ କଲାମ୍ । ତାମିଲନାଡୁର ରାମେଶ୍ୱରମ୍ ଜିଲ୍ଲାର ଧନୁଷକୋଡି ଗାଁରେ କଲାମଙ୍କ ଜନ୍ମ । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ଚଳାଉଥିଲେ…









