Author: sanitelevision

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ । ଆଉ ୪ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା ମିଳିଛି । ପୂର୍ବରୁ ୨ ବିହାରୀ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି । ମୋଟାମୋଟି ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ପୁଲିସ କବଜାକୁ ନେଲାଣି । ଗତ ୬ ତାରିଖ ରାତି ପ୍ରାୟ ଦଶଟାରେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ଗୁଳି ମାଡ଼ କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡକୁ ରୂପ ଦେବା ପୂର୍ବରୁ ବିହାର ରୁ ଅପରାଧୀ ମାନେ ଆସି ପୀତବାସଙ୍କ ଘର ଦେଖିଥିଲେ ଏବଂ କେଉଁଠି ଗୁଳି ଫୁଟାଇଲେ ସାକ୍ଷ୍ୟ ପ୍ରମାଣ ନ ଛାଡି ସହଜ ରେ ଖସି ଯାଇ ପାରିବେ । ସେମାନେ ପ୍ରାୟ ୧୫ ଦିନ ଧରି ଘଟଣା ସ୍ଥଳରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା…

Read More

ଘୋଷଣା ହେଲା ବିଜେପି ରାଜ୍ୟ ପଦାଧିକାରୀ । ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା କରାଯାଇଛି । ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି । ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମହାନ୍ତି, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି , ଭବେନ୍ଦ୍ର ପଣ୍ଡା । ସିପ୍ରା ବାଜପେୟୀ, ସୁଦର୍ଶନ, ବିଷ୍ଣୁ ଦାସଙ୍କୁ ଉପସଭାପତି ଦାୟିତ୍ୱ ମିଳିଛି । ସାଧାରଣ ସମ୍ପାଦକ ତାଲିକାରେ ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ସମ୍ପାଦକ – ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ । ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା, ମମତା ସିଂ, ପୃଥ୍ୱୀରାଜ…

Read More

ଶୁକ୍ରବାର ଗୁଜୁରାଟରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବ। ଦିନ ୧୧ଟାରେ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଉପସ୍ଥିତ ରହିବେ। କିନ୍ତୁ ଏହାପୂର୍ବରୁ ଗୁଜୁରାଟରେ ହଠାତ୍ ଏକ ବଡ ରାଜନୈତିକ ହଇଚଇ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଂଶଲ ଏବଂ ପଟେଲ ପ୍ରତ୍ୟେକ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହାପରେ ଯାଇ ମନ୍ତ୍ରୀମାନେ ଆଜି ଇସ୍ତଫା ଦେଇଛନ୍ତି। ଘଟଣାକୁ ନେଇ ଦଳୀୟ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରାଜନୈତିକ ଏବଂ ସାଂଗଠନିକ ଚ୍ୟାଲେଞ୍ଜକୁ ଦେଖି ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ଯୋଜନା କରାଯାଇଥିଲା। ସେହି ଅନୁସାରେ ଇସ୍ତଫା ଦିଆଯାଇଛି। ତେବେ ନୂଆ କ୍ୟାବିନେଟ୍‌ରେ ୫-୬ ମନ୍ତ୍ରୀଙ୍କୁ ନିଜ ସ୍ଥାନ ବଜାଇ…

Read More

ଗଞ୍ଜାମ ଜିଲ୍ଲାର ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମତ୍ସ୍ୟଜୀବୀଙ୍କ ମାଛ ଜାଲରେ ପଡ଼ିଲା ବିରଳ ପ୍ରଜାତିର କୀଟ ସାବେଲେରିଆ ମିରିଆନ୍‌ସିସ୍ (Sabellaria miryaensis) । ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ଦୀର୍ଘ 35 ବର୍ଷ ପରେ ପୁଣି ଥରେ ଚିହ୍ନଟ କରିଛି । ଏହି କୀଟକୁ ପଲିକିଟ୍‌ (Polychaete) ବୋଲି କୁହାଯାଏ, ଯାହାକି ପୂର୍ବରୁ 1990 ମସିହାରେ ଆରବ ସାଗରରେ ଦେଖିବାକୁ ମିଳିଥିଲା ।ଏହି ବିରଳ କୀଟଟି ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହାର ସମୁଦ୍ର ମଧ୍ୟରେ ବଡ଼ ଭୂମିକା ରହିଛି । ଏହି ପଲିକିଟ୍ ଶରୀରରୁ ଏକ ପ୍ରକାର ରାସାୟନିକ ପଦାର୍ଥ ନିର୍ଗତ ହୁଏ, ଯାହାକି ସମୁଦ୍ରର ବାଲି ସହିତ ବିଭିନ୍ନ ସାମଗ୍ରୀକୁ ସଂଗ୍ରହ କରି ସିମେଣ୍ଟ ଭଳି ଶକ୍ତ ଘର ତିଆରି କରିପାରନ୍ତି । ଉକ୍ତ ଘର ଭଳି ଗଠନ ମଧ୍ୟରେ ଛୋଟ ମାଛ ସହିତ ବିଭିନ୍ନ କୀଟ ରୁହନ୍ତି । ଯାହା ଫଳରେ ସେମାନଙ୍କୁ…

Read More

ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି । ଚାଲାଣ କଟିଥିବା ଗାଡି ପାଇଁ ନିୟମ କଡାକଡି କଲା ଟ୍ରାଫିକ ବିଭାଗ । ଚାଲାଣ କଟିଥିବା ଗାଡିର କଟିଲା ନାଁ । ରାସ୍ତାରେ ଆଉ ଗଡିପାରିବନି ଏହି ସବୁ ଗାଡି । ବ୍ଲାକ୍ ଲିଷ୍ଟ ଗାଡି ତାଲିକା ପ୍ରକାଶ କଲା ଟ୍ରାଫିକ ବିଭାଗ । ଏକାଧିକ ଚାଲାଣ ଥିବା ୨୫୮ ଗାଡି ନମ୍ବର ବ୍ଲାକ ଲିଷ୍ଟରେ ରହିଛି ।ଯେଉଁମାନେ ବାରମ୍ବାର ଗାଡିରେ ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି ସେମାନଙ୍କ ଲାଇସେନ୍ସ ଓ ଫିଟନେସ ରଦ୍ଧ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

Read More

ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ , ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପେନ୍‌ସନ୍‌ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ବନ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡ ବିରୋଧରେ ଉପର ଅଦାଲତରେ କେବଳ ମାମଲା ଦାୟର କରିଦେଲେ ପୁନର୍ବାର ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ହକଦାର ହେବେ ନାହିଁ। ଯଦି ଉପର ଅଦାଲତରେ ଭିଜିଲାନ୍ସ ଅଦାଲତ ରାୟ ଉପରେ ରହିତାଦେଶ ଜାରି କରାଯାଏ ବା ରଦ୍ଦ ହୁଏ ତେବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବନ୍ଦ କରାଯାଇଥିବା ପ୍ରୋଭିଜନାଲ ପେନ୍‌ସନ୍‌ ପୁନର୍ବାର ପ୍ରଦାନ କରାଯାଇପାରିବ ।

Read More

ଚଳିତବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ ନାଇଟ । ଶ୍ରେୟା ଘୋଷାଲ, ହର୍ଷଦୀପ କୌର, ଋଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ । ଏହା ବ୍ୟତୀତ ଓଲିଉଡରେ ୧୪ ଜଣ ନାମକରା ଗାୟକ ମଧ୍ୟ ସାମିଲ ହେବେ । ବାଲିଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦେଇଛି। ଜିଲାପାଳଙ୍କ ସୂଚନା ଅନୁସାରେ, ୪ଟି ପ୍ରବେଶ ପଥ, ୯ଟି ପ୍ରସ୍ଥାନ ପଥ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ୬ଟି ଅତିରିକ୍ତ ଗେଟ୍‌ ବ୍ୟବସ୍ଥା ରହିବ। ଏହାସହ କଟକ ଇନ୍‌ କଟକ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଥିମ ଭାବେ ପ୍ରୋତ୍ସାହିତ କରାଯିବ, ଯାହା ଏହି ଐତିହାସିକ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବ।

Read More

ଡବ୍ଲ୍ୟୁଏଚଓ ଅନୁମୋଦନ ବିନା ଓଆରଏସ ଲେବଲ ବ୍ୟବହାର କରାଯାଇପାରିବନି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଫଏସଏସଏଆଇ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ ହୋଇଛି । ବ୍ରାଣ୍ଡ ନାମରେ ଓଆରଏସକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡିବା ଅନୁମତି ବାତିଲ ହୋଇଛି । ଯଦି ଓଆରଏସ ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଓ ନିୟମାବଳୀ କଡା ଅନୁସରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଏସଓଏସ୍ ଭିଲେଜରେ କୁନି କୁନିଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେମାନଙ୍କ ସହିତ ସମୟ ବିତାଇବା ସହ ପିଲାଙ୍କୁ ଚକୋଲେଟ, ମିଠା ବାଣ୍ଟିଥିଲେ। ପିଲାମାନଙ୍କୁ ନିଜ ଜନ୍ମଦିନ ଅବସରରେ ଉପହାର ମଧ୍ୟ ଦେଇଥିଲେ ନବୀନ । ନିଜ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ନବୀନ କହିଛନ୍ତି ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ। ମୁଁ ସବୁବେଳେ ଆପଣଙ୍କ ସହ ରହିଛି, ରହିବି। ଶେଷ ପର୍ୟ୍ୟନ୍ତ ଓଡ଼ିଶା ମା’ର ସେବା କରିବି। ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ ଏହା କହିଛନ୍ତି ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦୀର୍ଘ ଦିନ ପରେ ନବୀନଙ୍କୁ ପାଖରେ ପାଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ନବୀନଙ୍କୁ ସ୍ୱାଗତ କରିବାକୁ ବସ୍ତିର ପ୍ରତି ଘର ଆଗରେ ଶୁଭ କଳସ ବସିଥିଲା।…

Read More

ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେପି । ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଦଳ ପକ୍ଷରୁ ଜାରି କରାଯାଇଛି ।ଯେଉଁଥିରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟଜଣେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି । ଉକ୍ତ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ୩ କେନ୍ଦ୍ରମନ୍ତ୍ରୀ ଯଥା- ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଅଛନ୍ତି । ଏହାଛଡ଼ା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ୨ ପ୍ରଭାରୀ ମଧ୍ୟ ସାମିଲ ଅଛନ୍ତି ।ସେହିପରି ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତିଙ୍କୁ ତାଲିକାରେ ସାମିଲ କରାଯାଇଛି ।

Read More