Author: sanitelevision

ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି।କେକେବିଏନ୍‌ ସଂଗଠନର ୧୦ ଜଣ ମାଓବାଦୀଙ୍କୁ ଧରାଇବା ପାଇଁ ତାଙ୍କ ଉପରେ ରହିଛି ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି। ସୂଚନା ମୁତାବକ ବୌଦ୍ଧ ଜିଲାରେ ମାଓବାଦୀ ଗତିବିଧି ବୃଦ୍ଧି ପାଉଥିବାରୁ ଏହାକୁ ମୂଳପଛ କରିବା ପାଇଁ ଜିଲା ପୋଲିସ ପକ୍ଷରୁ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ମାଓପ୍ରବଣ ସ୍ଥାନରେ ପୋଷ୍ଟର ଲଗାଯାଇଛି। ଯେଉଁଥିରେ ମାଓବାଦୀଙ୍କୁ ଧରାଇଲେ ଧରାଇବା ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯିବ ବୋଲି ଉଲ୍ଲେଖ ରହିଛି।ଅନ୍ୟପଟେ ମାଓବାଦୀଙ୍କୁ ମଧ୍ୟ ଆହ୍ବାନ ରହିଛି ସେମାନେ ଯଦି ଆତ୍ମସମର୍ପଣ କରନ୍ତି ତାଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।

Read More

ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଡିସେମ୍ବର ୧୫ତାରିଖ ସୁଦ୍ଧା ପିଲମାନଙ୍କୁ ମିଳିବ ଆଡମିଟ୍‍ କାର୍ଡ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ଯାଏଁ ହେବ । ଜାନୁଆରୀ ୨ରୁ ୧୫ଯାଏଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।ଏକ୍ସ- ରେଗୁଲାର ଫର୍ମ ଫିଲ୍ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏ ଚାଲିବ । ନଭେମ୍ବର ୨୯ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଚଳିତ ଥର ମୋଟ ୧୩୪୯ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ରେଜଲ୍ଟ ବାହାରିବା ପରେ ଏଥର ନୂଆକରି ପ୍ରୋଭିଜନାଲ୍ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ବୋଲି ସୂଚନା ମିଳିଛି ।

Read More

ପୋଲିସ SI ପରୀକ୍ଷା କେଳେଙ୍କାରୀ ନେଇ କ୍ରାଇମବ୍ରାଞ୍ଚ ଡିଜି ବଡ଼ ଖୁଲାସା କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ଘଟଣାରେ ମୋଷ୍ଟ ୱାଣ୍ଟେଡ ଦଲାଲ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ ହୋଇଛନ୍ତି। ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରାଙ୍କୁ ଗିରଫ କରାଯାଇଛି। ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ। ପୂର୍ବରୁ ୧୧୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଏହି ୪ଜଣଙ୍କୁ ମିଶାଇ ମୋଟ ୧୨୧ଜଣ ଗିରଫ ହୋଇଥିବା କ୍ରାଇମବ୍ରାଞ୍ଜ ଡିଜି ବିଜୟତୋଷ ମିଶ୍ର ସୂଚନା ଦେଇଛନ୍ତି । ଡିଜି କହିଛନ୍ତି ଯେ ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । କାହା ପାଖଷର କିଛି ସୂଚନା ଥିଲେ ଜଣାଇବାକୁ ଅପିଲ୍‍ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହାସହିତ ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି…

Read More

ଦୀର୍ଘ ୮ ବର୍ଷ ପରେ ହେବାକୁ ଯାଉଛି ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା। ଆସନ୍ତା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜିବୀ ଜନଗଣନା ୨୦୨୫ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ୬ଟି ଜିଲ୍ଲାରେ ହେବ ।ଜନଗଣନାକୁ ତ୍ରୁଟି ମୁକ୍ତ ଓ ସୁବିଧା ପାଇଁ ‘ବ୍ୟାସ ଭାରତ’ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି । ରାଜ୍ୟର ୬ଟି ସମୁଦ୍ର କୂଳବର୍ତ୍ତି ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରେ ନିର୍ଭରଶୀଳ ଥିବା ମତ୍ସ୍ୟ ଯିବି ପରିବାରଙ୍କୁ ସର୍ଭେ କରାଯିବ ।

Read More

ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ କଲେ ଆତ୍ମସମର୍ପଣ। ମହାରାଷ୍ଟ୍ର ପରେ ଛତିଶଗଡ଼ । ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଟପ ମାଓ ନେତାଙ୍କ ସମେତ ୨୧୦ ନକ୍ସଲ । ୧୫୩ଟି ଅସ୍ତ୍ରଶସ୍ତ୍ର ସହ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ଜଣ ମହିଳା ଓ ୯୮ ଜଣ ପୁରୁଷ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ମାଓବାଦୀମାନେ ଅସ୍ତ୍ର ଛାଡ଼ି ସରେଣ୍ଡର କରିଛନ୍ତି । ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ସିପିଆଇ ମାଓବାଦୀ ସଂଗଠନର ଜଣେ ସେଣ୍ଟ୍ରାଲ କମିଟି ମେମ୍ବର, ୪ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନ କମିଟି ମେମ୍ବର,ଜଣେ ରିଜିଅନାଲ କମିଟି ସଦସ୍ୟ, ୨୧ ଡିଭିଜନାଲ କମିଟି ସଦସ୍ୟ ଓ ୬୧ ଜଣ ଏରିଆ କମିଟି ସଦସ୍ୟ ସାମିଲ ଅଛନ୍ତି ।ଏହି ମାଓବାଦୀଙ୍କ ମଧ୍ୟରେ କୁଖ୍ୟାତ ‘ବୋମା ନିର୍ମାତା’ ତକ୍କାଲପାଲ୍ଲି ବାସୁଦେବ ରାଓ, ଓରଫ…

Read More

ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ପ୍ରିଲିମିନାରୀ ପରୀକ୍ଷା କରିବାକୁ ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଯେଉଁ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିବେ ସେମାନେ ଲିଖିତ ପରୀକ୍ଷା ଦେବେ । ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରାଯିବ । ନିଯୁକ୍ତି ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଗତବର୍ଷ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରିଲିମିନାରି ପରୀକ୍ଷା କରିବାକୁ କମିସନ୍‌ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

Read More

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି| ଏକା ସଙ୍ଗେ ବିଷ ପିଇଲେ ୨୪ କିନ୍ନର। ବୁଧବାର ସନ୍ଧ୍ୟାରେ ସହରର ନନ୍ଦଲାଲପୁରା ଅଞ୍ଚଳରେ ଏହି ଘଟଣା ଘଟିଛି । ଅନ୍ୟ ୪ ଜଣ କିନ୍ନର MY ହସ୍ପିଟାଲ ବାହାରେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଏବଂ ବୋତଲ ଗୁଡ଼ିକୁ ଜବତ କରିଛି । ବର୍ତ୍ତମାନ, ଫିନାଇଲ୍ ପିଇଥିବା ସମସ୍ତ କିନ୍ନରଙ୍କୁ MY ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡ଼ିଛି।କିନ୍ନର ମାନେ କାହିଁକି ଏପରି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ସନ୍ଧ୍ୟାରେ ଏକ କିନ୍ନର ସମ୍ପ୍ରଦାୟ ଶିବିରରେ ଝଗଡ଼ା ହୋଇଥିବା ରିପୋର୍ଟ ମିଳିଥିଲା। ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ…

Read More

ପୁରୀରେ ପ୍ରତିଷ୍ଠା ହେବ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ । ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି । ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ନିମନ୍ତେ ଯୋଜନା କରୁଛି । କିଛି ସରକାର ନିଜେ କରିବେ ଓ କିଛି ବେସରକାରୀ ଅନୁଷ୍ଠାନ ଜରିଆରେ କରିବାକୁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହା ଭିତରେ ପର୍ଯ୍ୟଟକଙ୍କୁ ଆଉ ଏକ ଆମୋଦିତ ସ୍ଥଳ ଦେବା ଲକ୍ଷ୍ୟରେ ପୁରୀ ବେଳାଭୂମି ନିକଟରେ ଏକ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସରକାର ପ୍ରକଳ୍ପ ନିମନ୍ତେ କମ୍‌ ଦରରେ ଜମି ଯୋଗାଇଦେବେ । ଯେତେବେଳେ କି ଘରୋଇ ସଂସ୍ଥା…

Read More

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ।ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି ।ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି। ସ୍ବାମୀ ହାଇଦ୍ରାବାଦରେ ଇଲେକ୍ଟ୍ରିକାଲ ମେଣ୍ଟନାନ଼ସ ବିଭାଗରେ ଭାବେ କାମ କରୁଥିଲେ । ୬ ମାସ ପୂର୍ବେ ସ୍ତ୍ରୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ମହିଳା ଜଣକ ଶ୍ରମିକଙ୍କ ପିଲାଙ୍କ ପାଠ ପଢା ଦାୟିତ୍ବରେ ଥିଲେ ।ଗତ ୧୧ ତାରିଖରେ ତାଙ୍କ ସ୍ବାମୀ ପୁଅକୁ ଧରି ଓଡ଼ିଶା ଆସିଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଶିକ୍ଷୟିତ୍ରୀଙ୍କ ଘର ଭିତରେ ପଶି ଖଟତଳେ ଲୁଚି ରହିଥିଲା ଅଭିଯୁକ୍ତ। ମହିଳା ଜଣକ ରୁମକୁ ଆସିବା ପରେ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ…

Read More

ସକାଳେ କେଉଁ ଖାଦ୍ୟ ଖାଇବେ ତାହା ଜାଣି ରଖିବା ନିହାତି ଆବଶ୍ୟକ। ନଚେତନ୍ ଦିନ ତମାମ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇପାରେ। ଅନେକ ଲୋକ ଖାଲି ପେଟରେ ଫଳ ଖାଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ଲାଭଦାୟକ। କିନ୍ତୁ କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉପକାରିତା ଅପେକ୍ଷା ଅପକାରିତା ଅଧିକ ମିଳିଥାଏ,ଖଟା ଫଳଗୁଡିକୁ ସକାଳେ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ। ବିଶେଷକରି ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ। ସାଇଟ୍ରସ୍ ଫଳରେ ପ୍ରଚୁର ଏସିଡ୍ ଥାଏ, ଯାହା ଗ୍ୟାଷ୍ଟ୍ରିକ୍, ଏସିଡ୍ ରିଫ୍ଲକ୍ସ ଏବଂ ପେଟରେ ଉତ୍ତେଜନା ସୃଷ୍ଟି କରିପାରେ। ସେହିପରି କମଳା କିମ୍ବା ଋତୁକାଳୀନ ଫଳକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ। କାରଣ ଏସବୁ ଫଳରେ ସାଇଟ୍ରିକ୍ ଏସିଡ୍ ଥାଏ।ସକାଳେ ଖାଲି ପେଟରେ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଅତ୍ୟଧିକ ଫ୍ରାଏଡ୍ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା…

Read More