ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ଏ ବର୍ଷ ରାଜ୍ୟରେ କମ୍ ଶୀତ ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ରାଜ୍ୟକୁ ବିଳମ୍ବରେ ଶୀତ ଆସିବ ଓ କମ୍ ଶୀତ ଅନୁଭୂତ ହେବ । ଡିସେମ୍ବର ମାସ ଆରମ୍ଭ ଯାଏ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର-ପୂର୍ବ ପବନ ବହିବାରୁ ଆର୍ଦ୍ରତା ଅଧିକ ରହିବ । ମେଘୁଆ ପାଗ ବଢ଼ିବ । ଉତ୍ତର ଭାରତରୁ…
Author: sanitelevision
ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର୍ ଷ୍ଟ୍ରାଇକ୍ରେରେ ୩ ଆଫ୍ଗାନୀ କ୍ରିକେଟର୍ଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଅାଣିଛି ଆଫ୍ଗାନିସ୍ତାନ। ତିନି ଜଣ ଆଫଗାନିସ୍ତାନ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ପରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ହେବାକୁ ଥିବା ଆଗାମୀ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।ପାକିସ୍ତାନର ଏଭଳି ଆକ୍ରମଣକୁ ନିନ୍ଦା କରିଛି ଆଫଗାନିସ୍ତାନ । ଏହାକୁ ପାକିସ୍ତାନର ଭୀରୁତା ଓ ବର୍ବରତା କୁହାଯାଇଛି ।ସୂଚନା ରହିଛି ଯେ ପାକିସ୍ତାନର ଏୟାର୍ ଷ୍ଟ୍ରାଇକ୍ରେ ଉର୍ଗୁନ୍ ଜିଲ୍ଲାର ଅନ୍ୟ ୫ ଜଣଙ୍କ ସହିତ ତିନି ଜଣ ଖେଳାଳି (କବୀର, ସିବଘାତୁଲ୍ଲା ଏବଂ ହାରୁନ୍)ଙ୍କ ଜୀବନ ଯାଇଛି। ଏହାଛଡ଼ା ୭ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି, ଯେତେବେଳେ ଆଫଗାନିସ୍ତାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିବା…
ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ। ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ। ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଧନତେରାସକୁ ହିନ୍ଦୁ ପରମ୍ପରାରେ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ବିଚାର କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ନୂଆ ବାସନ, ସୁନା, ଧନିଆ, ଝାଡୁ, ଲକ୍ଷ୍ମୀ-ଗଣେଶଙ୍କ ପ୍ରତିମୂର୍ତ୍ତି କିଣିବା ବେଶ ଶୁଭପ୍ରଦ ବୋଲି କୁହାଯାଏ । ଧନତେରାସରେ ନୂଆ ସାମଗ୍ରୀ କିଣିଲେ ପରିବାରର ମଙ୍ଗଳ ହୁଏ ବୋଲି ଲୋକଙ୍କୁ ଧର୍ମୀୟ ବିଶ୍ୱାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ । ଧନତେରାସ ଭଳି ଶୁଭ ଦିନରେ କେବଳ ସୁନା ନୁହେଁ, ନୂଆଗାଡ଼ି, ଆସବାବପତ୍ର ଲୋକ କିଣାକିଣି କରିଥାନ୍ତି । ପବିତ୍ର ଧନତେରାସରୁ ଆରମ୍ଭ ହେଉଛି ହିନ୍ଦୁଙ୍କ ପଞ୍ଚ ପର୍ବ ।
ଖୋଲିଲା ଶିମିଳିପାଳ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ବ୍ୟାଘ୍ର ପ୍ରକଳ୍ପ ଭିତରେ ପଶିବାକୁ ଅନୁମତି ମିଳିଛି ।କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ । ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି । ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ…
ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଶୋକ ନଗର ରାସ୍ତା କଡ଼ରୁ ଜଣେ ନାବାଳିକାଙ୍କୁ ମୁର୍ମୃର୍ଷ ଅବସ୍ଥାରେ ପଡିଥିଲେ । କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ । ରାତି ଯେତେବେଳେ ବଢିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ। କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ନାବାଳିକାଙ୍କ ଅବସ୍ଥା ଦେଖି ପୋଲିସକୁ ଖବର ଦେଇଥିଲେ। ନାବାଳିକାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ଏପିରିକି ସେ ପିନ୍ଧିଥିବା ପୋଷାକ ମଧ୍ୟ ଚିରି ଯାଇଥିଲା । ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ…
ଓଡିଶାରେ ହେବ ୧୩୯ଟି ନୂତନ ସବ ରେଜିଷ୍ଟାରଅଫିସ । ଜମି କିଣାବିକାରେ ଲୋକଙ୍କୁ ସୁବିଧା ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୦୦୦ଟି ରାଜସ୍ୱ ଗାଁ ଘୋଷଣା ହେବାର ବ୍ୟବସ୍ଥା କରାଯାଉଛି ।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚଳିତ ଆର୍ଥିକ ବର୍ଷରୁ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଡେଜିଗନେଟେଡ୍ ସବ୍-ରେଜିଷ୍ଟ୍ରାର କ୍ଷମତା ଦିଆଯିବ ବୋଲି ସେ କହିଛନ୍ତି ।ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ୩ଟି ରାଜସ୍ୱ ଗ୍ରାମ ଊରଜଙ୍ଗ, ପାଟଷୁରା ଓ ବ୍ରଜରାଜପାଟଣା ବାସିନ୍ଦାଙ୍କୁ ୨ହଜାର ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିସହ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ୪ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ଶିଳାନ୍ୟାସ ହୋଇଛି ।
ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦) ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଏନେଇ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା।
ଭାରତର ସ୍ବଦେଶୀ ଲଢୁଆ ବିମାନ ତେଜସ୍ ନାସିକ ହାଲ୍ କାରଖାନାରେ ନିର୍ମିତ ହୋଇଛି । Tejas Mk-1A ଲଢ଼ୁଆ ବିମାନର ଲୋକାର୍ପଣ ଏବଂ ଏହାର ସଫଳ ଉଡ଼ାଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଏହା ଏକ ଐତିହାସିକ ଉପଲବ୍ଧି ।ବେଙ୍ଗାଲୁରୁର ଦୁଇଟି ପ୍ଲାଣ୍ଟରେ ତେଜସ ଲଢ଼ୁଆ ବିମାନ ଉତ୍ପାଦନ କରାଯାଉଛି, ଯାହା ବାର୍ଷିକ ୧୬ ଟି ବିମାନ ଉତ୍ପାଦନ କରୁଛି। ନାସିକ ଲାଇନ ହେଉଛି ତୃତୀୟ ଉତ୍ପାଦନ ୟୁନିଟ୍। ୧୫୦ କୋଟିରୁ ଅଧିକ ନିବେଶରେ ପ୍ରତିଷ୍ଠିତ ଏହି ପ୍ଲାଣ୍ଟ ବାର୍ଷିକ ୮ ଟି ଅଧିକ ବିମାନ ଯୋଡାଯିବ, ଯାହା HAL ର ଉତ୍ପାଦନ କ୍ଷମତାକୁ ପ୍ରତିବର୍ଷ ୨୪ ଟି ବିମାନକୁ ବୃଦ୍ଧି କରିବ। ତେଜସ୍ Mk1A ଏକ ୪.୫-ପିଢ଼ିର ବହୁ-ଭୂମିକା ଥିବା ଯୁଦ୍ଧ ବିମାନ । ଯାହା ବାୟୁରେ ରହି ଦେଶକୁ ସୁରକ୍ଷା ଦେବା ସହ ଭୂମି…
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ବିଜୁ ଜନତା ଦଳର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ନୂଆପଡା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ନାଁ ରହିଛି । ପ୍ରଥମ ଥର ପାଇଁ ତାଲିକାରେ ତଳକୁ ଖସିଛି ପ୍ରଣବ ପ୍ରକାଶ ଦାସଙ୍କ ନାଁ । ୮ ନମ୍ବର ସ୍ଥାନରେ ତାଙ୍କ ନାଁ ଥିବାରୁ ଦଳରେ ବବିଙ୍କ ପତିଆରା କମୁଥୁବା ଚର୍ଚ୍ଚା ହେଉଛି । ତାଲିକାରେ ସ୍ଥାନ ପାଇ ନାହାନ୍ତି ଦେବାଶିଷ ସାମନ୍ତରାୟ । ଏଥର ତାଲିକାରେ କୌଣସି ଅଭିନେତା ଅଭିନେତ୍ରୀ ସ୍ତାନ ପାଇନାହାନ୍ତି । କେବଳ ମୁନ୍ନା ଖାଁଙ୍କ ବ୍ୟତୀତ କୌଣସି ଫିଲ୍ମ କଳାକାରଙ୍କୁ ତାଲିକାରେ ସ୍ଥାନ ଦେଇନାହିଁ । ତେବେ ନୂଆପଡ଼ା ବ୍ଲକ ପାଇଁ…
ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି(୭)ରେ ଅପରାଧିକ ତଥ୍ୟ ପ୍ରକାଶ କରିବେ । ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮(ସି) ଏବଂ ଫର୍ମ-ସି(୭)ର ନକଲ ସଂଲଗ୍ନ କରି ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇବେ । ଏଥିସହିତ ୨୦ ଅକ୍ଟୋବର ୨୦୨୫ ଅର୍ଥାତ୍ ସୋମବାର ସୁଦ୍ଧା ଫର୍ମାଟ-ସି(ଏ)କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତର ନିର୍ବାଚନ ଆୟୋଗଙ୍କ…









